Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୪ ତାରିଖ – Daily Horoscope

ମେଷ
ଆଜି ମୁଖଭାବରେ ଚନ୍ଦ୍ର ଓ ବୃହସ୍ପତି ସୁମିଷ୍ଟଭୋଜନ, ଆଦରସମ୍ମାନ ସହ ବନ୍ଧୁମିଳନରୁ ଖୁସି ରହିବେ। କଳେବଳେ କୌଶଳେ ଅନ୍ୟମାନଙ୍କ ସାହାଯ୍ୟ ନେଇ କାମ ହାସଲ କରିବାରେ ସମର୍ଥ ହେବେ। ଷଷ୍ଠସ୍ଥ କେତୁ ଦୂରଯାତ୍ରା, ଋଣ ପରିଶୋଧର ଚିନ୍ତା ଉଦ୍ରେକ କରିପାରେ। କିଣାବିକା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ବୃଷ
ବୃଷ
ରବିଙ୍କ ସ୍ଥିତିରୁ ପାରିବାରିକ ସମସ୍ୟା ପ୍ରତିହତ କରି ଏକପ୍ରକାର ଆଶ୍ୱସ୍ତି ଲାଭ କରିପାରନ୍ତି। କର୍ମାରମ୍ଭ, ଆନୁଷ୍ଠାନିକ କାମ ପାଇଁ ଯୋଜନା କରିପାରନ୍ତି। କୌଣସି ମୂଲ୍ୟବାନ୍‌ ଜିନିଷ କିଣିବା ପାଇଁ ପରିବାରରୁ ବରାଦ ଆସିପାରେ। ପ୍ରଶାସନିକସ୍ତରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।
ମିଥୁନ
ମିଥୁନ
ଶତ୍ରୁ କ୍ଷେତ୍ରସ୍ଥ ବୁଧ କାରଣରୁ ଶାରୀରିକ ଅସୁସ୍ଥତା, ଜମିଜମା ବିବାଦଜନିତ ଅଶାନ୍ତ ରହିପାରନ୍ତି। ବ୍ୟବସାୟ, ପରିବହନ କ୍ଷେତ୍ରରେ ସୁଫଳ ପାଇବେ। ଆବଶ୍ୟକ ମନେକରୁଥିବା ଅର୍ଥ ଯଥା ସମୟରେ ପାଇବା ହେତୁ ଖୁସି ହେବେ। ଦୂରଯାତ୍ରା କ୍ଷେତ୍ରରେ ଜଣେ ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉଠାଇପାରନ୍ତି।
କର୍କଟ
କର୍କଟ
କର୍ମାଧିପ ମଙ୍ଗଳ ସ୍ବଗୃହସ୍ଥ ହେତୁ କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧିଜନିତ ପ୍ରଶଂସିତ ହେବେ। ବନ୍ଧୁମାନଙ୍କ ଅନୁରୋଧକ୍ରମେ ଦୂରଯାତ୍ରା କରିବାକୁ ପଡ଼ିପାରେ। ପ୍ରବାସରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ପାରିବାରିକ ସ୍ତରରେ ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ଲାଭ ଭାବରେ ରବି ଓ ଶୁକ୍ର ଇଚ୍ଛା ଏବଂ କାମନା ପୂରଣରେ ସମର୍ଥ ହେବେ। ଆନୁଷ୍ଠାନିକ ପରିବେଶରେ ବନ୍ଧୁଙ୍କ ସହ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପ୍ରଶାସନିକ କ୍ଷେତ୍ରରେ ସମନ୍ବୟର ଅଭାବ ହେତୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି। ପାରିବାରିକ କ୍ଷେତ୍ର ପୂର୍ବପରି ବଳବତ୍ତର ରହିଥିବାରୁ ବିଶେଷ କିଛି ଅସୁବିଧା ହେବନାହିଁ।
କନ୍ୟା
ଭାଗ୍ୟ ଭାବରେ ଚନ୍ଦ୍ର ଓ ବୃହସ୍ପତି ସାମଗ୍ରିକ ସୁଖ, ସୁବିଧା ପ୍ରଦାନ କରିବେ। ଚିତ୍ରା ପାଇଁ ପାରିବାରିକ କ୍ଷେତ୍ରରେ ବନ୍ଧୁମିଳନ ସାଙ୍ଗକୁ ମନାନ୍ତରଜନିତ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ସାମାଜିକ, ଧାର୍ମିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତ ହେବେ।
ତୁଳା
ତୁଳା
ସ୍ୱରାଶିସ୍ଥ କର୍ମାଧିପତି ଚନ୍ଦ୍ର ହେତୁ ଅଟକି ରହିଥିବା କାମ ଆଜି ପୂର୍ଣ୍ଣାଙ୍ଗ କରିବେ। ଭାବପ୍ରବଣତାରେ ନିଜକୁ ନ ହଜାଇ ସାମାଜିକସ୍ତରରେ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ। ବନ୍ଧୁମାନେ ଅସହଯୋଗ ମନୋବୃତ୍ତି ପୋଷଣ କରି କାମ ବିଗାଡ଼ିବାର ଅପଚେଷ୍ଟା କରିପାରନ୍ତି। ମହିଳାମାନେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।
ବିଛା
ବିଛା
କର୍ମଭାବରେ ଭାଗ୍ୟାଧିପତି ଆପଣଙ୍କ ଉଦ୍ୟମକୁ ସଫଳ କରିବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି କରିବେ। ପଦାଧିକାରୀଙ୍କ ଅନୁକମ୍ପାରୁ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ପ୍ରଶାସନ, ବାଣିଜ୍ୟ, ପରିବହନରେ ସମସ୍ୟାର ସମ୍ମୁଖୀନ ହେବେ। ବ୍ୟବସାୟ, ପ୍ରତିଯୋଗିତା ଓ ପ୍ରଶାସନିକ କ୍ଷେତ୍ର ପ୍ରଶସ୍ଥ ରହିବ।
ଧନୁ
ଧନୁ
ରାଶ୍ୟାଧିପ ରୋଗ ସ୍ଥାନରେ ରହିଥିବାରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ପୂର୍ବ ଯୋଜନାକୁ ସାକାର କରିବା ପାଇଁ ପରିବାରରୁ ସହଯୋଗ ପାଇବେ। ଜମିଜମା କାରବାର, ପ୍ରଶାସନ, ରାଜନୀତିରେ ଚାପର ସମ୍ମୁଖୀନ ହୋଇପାରନ୍ତି। ଆଜି ବନ୍ଧୁମାନଙ୍କ ସହ ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।
ମକର
ମକର
ବୁଧ ସପ୍ତମସ୍ଥ ଯୋଗୁ ପରିବାରରେ ପ୍ରତିରୋଧ ମଧ୍ୟରେ ଆଗକୁ ବଢ଼ିବା କଷ୍ଟକର ହେବ। ସ୍ବାସ୍ଥ୍ୟ ଭଲ ରହିବ, ଜମି କିମ୍ବା ଯାନ କ୍ରୟ କରିବେ, ଆର୍ଥିକ ସ୍ଥିତି ଉନ୍ନତ ରହିବ। ବ୍ୟବସାୟ, କଚେରି ମାମଲା ଏବଂ ଆନୁଷ୍ଠାନିକ କାମରେ ସନ୍ତୁଷ୍ଟ ରହିପାରନ୍ତି। ବନ୍ଧୁଙ୍କ ନିଃସ୍ବାର୍ଥପର କାର୍ଯ୍ୟର ଭୂୟସୀ ପ୍ରଶଂସାରେ ଶତମୁଖ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଆରୋଗ୍ୟଲାଭ ସାଙ୍ଗକୁ ହିତାକାଂକ୍ଷୀଙ୍କ ସହାନୁଭୂତି ମନୋବଳ ବୃଦ୍ଧି କରିବାରେ ସହାୟକ ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସ୍ଥଗିତ କାମଗୁଡ଼ିକର ଅଗ୍ରଗତି ସାଙ୍ଗକୁ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିବେ। ଆଜି ଦିନଟି ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ବହୁତ ଭଲ।
ମୀନମୀନ

ବିଶେଷ ଅସୁବିଧା ନ ଥିଲେ ମଧ୍ୟ ରାହୁଙ୍କ ପ୍ରଭାବରେ ଅସ୍ଥିରତା ଅନୁଭବ କରିବେ। ପରିସ୍ଥିତିର ତାଡ଼ନାରେ କଠୋର ପରିଶ୍ରମ ସାଙ୍ଗକୁ ଅତ୍ୟଧିକ ଭ୍ରମଣହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ଏକାଧିକ କାମରେ ହାତଦେଇ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ଉପରିସ୍ଥଙ୍କ ଆଦେଶ ମୁତାବକ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri