Posted inRasifala

ରାଶିଫଳ: ଗୁରୁବାର, ଜାନୁୟାରୀ ୪ ତାରିଖ – Daily Horoscope

ମେଷ
ଧନାଧିପ ଧନସ୍ଥାନକୁ ଦେଖୁଥିବାରୁ ଦିନଟି ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ। ବକେୟା ଟଙ୍କା ଦେଉ ନ ଥିବା ଲୋକଟି ଘରକୁ ଆସି ଟଙ୍କା ଦେଇଯିବ। ଅଭାବ ଅସୁବିଧା ଦୂରୀକରଣରେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ହାସଲ କରିବେ।
ବୃଷ
ବୃଷ
କୃତ୍ତିକା ନକ୍ଷତ୍ର ଭୁଲ୍‌ ନିଷ୍ପତ୍ତି ନେଇ ସମାଲୋଚିତ ହେବାକୁ ପଡିପାରେ। ରୋହିଣୀ ନକ୍ଷତ୍ରର ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ଯାହାକି କାମ ହାସଲ କରିବାରେ ସହାୟକ ହେବ। ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବ ଏବଂ ପରିବାରରେ ଶାନ୍ତି ଫେରି ଆସିବ। ମନ ଚାହୁଁ ନ ଥିଲେ ମଧ୍ୟ ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।
ମିଥୁନ
ମିଥୁନ
ବୁଧ ସହ ଶୁକ୍ର ସଂଯୋଗରୁ ଆଜିର ଦିନଟି ବହୁତ ବଢିଆ। ପାରିବାରିକ କ୍ଷେତ୍ରରେ ସବୁ ଜାଣିଶୁଣି କେତେକ ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିବେ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇ ବ୍ୟସ୍ତତା ମଧ୍ୟରେ ରହିପାରନ୍ତି। ବନ୍ଧୁ ଗହଣରେ କୌଣସି ଆଲୋଚନାରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି।
କର୍କଟ
କର୍କଟ
ମଜାମଉଜର ଆଲୋଚନାରେ ନିଜକୁ ହଜାଇଦେଇ ପାରନ୍ତି। ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଥିବାରୁ ବନ୍ଧୁଙ୍କଠାରୁ ପ୍ରଶଂସା ପାଇ ମନୋବଳ ବୃଦ୍ଧି ପାଇବ। ଅଶ୍ଳେଷା ନକ୍ଷତ୍ର ପେଟ ଗୋଳମାଳଜନିତ ପୀଡ଼ା ଅନୁଭବ କରିପାରନ୍ତି। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ସି˚ହ
ସି˚ହ
ସହଜାତ ପ୍ରବୃତ୍ତିର ପରିଚୟ ଦେଇ ସମ୍ପର୍କୀୟଙ୍କ ସୁଖଦୁଃଖର ସାଥୀ ବନିଯିବେ। ପୂର୍ବାଫାଲଗୁନୀ ନକ୍ଷତ୍ର ଯେମିତି ପାଇବେ ଅନ୍ୟମାନଙ୍କୁ ମଧ୍ୟ ଦେବାରେ କୁଣ୍ଠାବୋଧ କରିବେ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ଭୁଲ୍‌ ବୁଝାମଣାଜନିତ ଦ୍ୱନ୍ଦ୍ୱରେ ପଡି ପାରନ୍ତି। ଭ୍ରମଣ, ରାଜନୀତି, ପ୍ରକାଶନ ଓ ପ୍ରଶାସନ ପାଇଁ ଦିନଟି ଭଲ।
କନ୍ୟା
ଆପଣ ଯେଉଁ କାମ ସହଜରେ କରିପାରୁଛନ୍ତି, ଆଜି ଚେଷ୍ଟକଲେ ମଧ୍ୟ ନିରାଶ ହେବାକୁ ପଡିପାରେ। କ୍ରୀଡା, କଳା, ସାହିତ୍ୟ, ସାମ୍ବାଦିକତା, ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ମିଳିବ। ଶ୍ରୁତିରୋଚକ କଥା କହିଲେ ମଧ୍ୟ ବନ୍ଧୁଙ୍କୁ ତାହା ସୁହାଇ ନ ପାରେ। ଗୁରୁପାକ ଦ୍ରବ୍ୟ ଭୋଜନରୁ ଅଜୀର୍ଣ୍ଣ ଓ ଆମାଶୟ ଦେଖା ଦେବାର ଆଶଙ୍କା ରହିଛି।
ତୁଳା
ତୁଳା
ଆଲୋଚନା ପରିସରରେ ଭଲ ସମ୍ପର୍କ ନ ଥିବା ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ନୀଚ୍ଚଜାତି ବିଶେଷଙ୍କ ଦ୍ୱାରା ମିଥ୍ୟା ଗୁଜବ ମନକୁ ଆନ୍ଦୋଳିତ କରିପାରେ। ସ୍ବାତୀ ନକ୍ଷତ୍ର ସକାଶେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ। ଯାତ୍ରା, ପ୍ରଶାସନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ଯେତେ ଅସୁବିଧା ହେଲେ ମଧ୍ୟ ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ଜ୍ୟେଷ୍ଠା ନକ୍ଷତ୍ର ସକାଶେ ଆନୁଷ୍ଠାନିକ କାମରେ ସମ୍ମାନ ବୃଦ୍ଧି ପାଇବ। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ସୃଷ୍ଟିହେଲା ଭଳି କାମ କରିବେ। ଜମିଜମା, ଗାଡିମୋଟର, କ୍ରୟବିକ୍ରୟ, ନିର୍ମାଣ ସମ୍ପର୍କିତ ଦୁଶ୍ଚିନ୍ତା ଆସିପାରେ।
ଧନୁ
ଧନୁ
ବନ୍ଧୁଙ୍କ ସହ ବ୍ୟବହାରରେ କଠୋରତା ଅଯଥା ଶତ୍ରୁତା ସୃଷ୍ଟି କରିବ। ପରସ୍ପର ମିଳାମିଶା ଓ ଆପୋସ ଆଲୋଚନାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଅବହେଳାଜନିତ କାର୍ଯ୍ୟ ସମ୍ପାଦନରେ ଅନିୟମିତତା ହେତୁକ କୈଫିୟତ ଦେବାକୁ ପଡିପାରେ। ମୁଳା ନକ୍ଷତ୍ର ସ୍ବାର୍ଥକୁ ଧରି ଅନ୍ୟଙ୍କୁ ନଜରହୀନ କରି ସମାଲୋଚିତ ହେବେ।
ମକର
ମକର
ନିଜ ଲୋକ ମୁହଁରେ ମିଠାକଥା କହି ପଛରେ ଖାଲରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଉତ୍ତରାଷାଢା ନକ୍ଷତ୍ର ଅବିଚଳିତ ରହି କାମକଲେ ସମସ୍ୟାର ସମାଧାନ ହେବ। ଅତ୍ୟାବଶ୍ୟକ ଜିନିଷଟି ଅପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଆଜି ନିର୍ମାଣାଧୀନ ଗୃହକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ପୂର୍ବରୁ କୌଣସି ସମସ୍ୟା ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ଆଜି ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଗାଳି ଖାଇବାକୁ ପଡିପାରେ। ଶତଭିଷା ନକ୍ଷତ୍ର ପ୍ରତ୍ୟେକ କ୍ଷେତ୍ରରେ ସାବଧାନତା ସହକାରେ କାମ କରିବା ଭଲ। ବନ୍ଧୁଙ୍କ ସମର୍ଥନ ଲାଭକରି ଯୁକ୍ତତର୍କ କରି ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି।
ମୀନମୀନ

ବୈଷମ୍ୟତା ଲାଗିରହିଥିଲେ ମଧ୍ୟ ଅନ୍ୟମାନଙ୍କ ସମ୍ମୁଖରେ ସାମ୍ୟଭାବ ପ୍ରଦର୍ଶନ କରିବେ। ଉତ୍ତରଭାଦ୍ରପଦ ନକ୍ଷତ୍ରର ସାମୟିକ ଅସୁସ୍ଥତା ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କୁ ପ୍ରତୀକ୍ଷା କରି ବିରକ୍ତ ହେବେ କିନ୍ତୁ ତାଙ୍କ ଦେଖା ମିଳିବ ନାହିଁ। ଆନୁଷ୍ଠାନିକ କାମରୁ କିମ୍ବା ଶୁଭେଚ୍ଛୁଙ୍କ ନିକଟରୁ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୫ ତାରିଖ – Daily Horoscope

ମେଷ ଲାଭଭାବସ୍ଥ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଶୁଭକାର୍ଯ୍ୟର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ ଟଙ୍କାକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope

ମେଷ ଆଜି ସକାଳୁ ସକାଳୁ କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ସନ୍ତାନଙ୍କ…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ରର ପରିବାରର ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ। ବନ୍ଧୁମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?