Posted inRasifala

ରାଶିଫଳ: ରବିବାର, ଫେବୃଆରୀ ୪ ତାରିଖ – Daily Horoscope

ମେଷ
ଆଜି ସକାଳୁ ବନ୍ଧୁ ପରିଜନଙ୍କୁ ଦେଖିବା ପାଇଁ ମନ ବ୍ୟାକୁଳିତ ହେବ। ଭୁଲ୍‌ ବୁଝାମଣା କାରଣରୁ ସବୁ ସୁବିଧା ଥିଲେ ମଧ୍ୟ ପାରିବାରିକ ଶାନ୍ତି ବ୍ୟାହତ ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ଲୋକସମ୍ପର୍କ ରକ୍ଷା କରିବା ଦିଗରେ ପଛେଇ ଯାଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟା ଦୂରେଇଯିବ।
ବୃଷ
ବୃଷ
ଦୃଢ଼ ମନୋବଳ ହେତୁ ଖୁସି ମିଜାଜରେ କାମ କରିବାର ସୌଭାଗ୍ୟ ଅର୍ଜନ କରିବେ। ବନ୍ଧୁମିଳନ ପରିପ୍ରେକ୍ଷୀରେ ଆଜି ଭଲ ଖାଇବାକୁ ମିଳିବ ଏବଂ ଖର୍ଚ୍ଚ କରିବାକୁ ଅର୍ଥର ଅଭାବ ରହିବ ନାହିଁ। ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ ଝାମେଲା ଆସିପାରେ। କର୍ମକ୍ଷେତ୍ରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ପ୍ରକୃତ ଘଟଣା ନ ବୁଝି କୌଣସି କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ଦରକାରୀ କାଗଜପତ୍ର କିମ୍ବା ସୁନା ଜିନିଷ ହଜିଯିବା ଆଶଙ୍କା ରହିଛି। ସଙ୍ଗଠନରେ କିମ୍ବା ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଲକ୍ଷ୍ୟ ହାସଲରେ ଆଗେଇଯିବେ। ସ୍ବାସ୍ଥ୍ୟ ସମସ୍ୟା ପ୍ରଗତିର ପଥରୋଧ କରିବ।
କର୍କଟ
କର୍କଟ
ପ୍ରତିବନ୍ଧକଜନିତ ଅସୁବିଧା ମଧ୍ୟରେ ଗତି କଲେ ମଧ୍ୟ ପାରିବାରିକ, ପ୍ରଶାସନ କ୍ଷେତ୍ରରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବାରୁ ଖୁସି ରହିବେ। ଆନୁଷ୍ଠାନିକ କାମ, ମନୋରଞ୍ଜନ, ଆଧ୍ୟାମତ୍ିକ ଆଲୋଚନା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ଛୋଟ ଘଟଣାକୁ କେନ୍ଦ୍ରକରି ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ।
ସି˚ହ
ସି˚ହ
ସାମାଜିକ ସ୍ତରରେ ଉଚ୍ଚବର୍ଗର ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ହେବେ। ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ଅପରାହ୍ନେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ପରିବାରରେ କିମ୍ବା କର୍ମକ୍ଷେତ୍ରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
କନ୍ୟା
ଆଜି ସକାଳୁ କୌଣସି ଶୁଭଖବର ମନକୁ ଆହ୍ଲାଦିତ କରିବ। କିନ୍ତୁ ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍‌ ହେବା କାରଣରୁ ମନ ସୁଖ ରହିବ ନାହିଁ। ଏଣେ କଥା ଦେଇଥିବା ଲୋକଟି ପରକ୍ଷଣରେ ଓଲଟା କଥା କହି ନାସ୍ତିବାଣୀ ଶୁଣାଇପାରେ। କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେଇପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ବିଭିନ୍ନ ଯୋଜନାର କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ। ଆଜିର କର୍ମକ୍ଷେତ୍ରରେ ଜଣେ ଅପରିଚିତ ବ୍ୟକ୍ତି ବହୁତ ସାହାଯ୍ୟ କରିବେ। ପୁତ୍ରକନ୍ୟାଙ୍କ ବିବାହ ବିଷୟକୁ କେନ୍ଦ୍ରକରି ସମସ୍ୟା ଲାଗି ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ବିବାଦୀୟ ସ୍ଥିତିଜନିତ ମାନସିକ ଦ୍ୱନ୍ଦ୍ୱ ଭିତରେ ଗତି କରିବେ।
ବିଛା
ବିଛା
ଆଜି ଅତୀତ ସ୍ମୃତିଚାରଣ କରି ମାନସିକ ସ୍ତରରେ ବିଚଳିତ ବୋଧ କରିପାରନ୍ତି। ଉଚ୍ଚ ଆଶା ଧରି ଆଗେଇବା ପାଇଁ ଚେଷ୍ଟା କରିବେ, କିନ୍ତୁ ସମ୍ପୂର୍ଣ୍ଣ ସନ୍ତୋଷଜନକ ନ ହୋଇପାରେ। ଫେରନ୍ତା ବାଟରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ବନ୍ଧୁଙ୍କ ସହ ଦେବଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିପାରେ।
ଧନୁ
ଧନୁ
ଆଜି ଆପଣଙ୍କ କାର୍ଯ୍ୟପ୍ରଣାଳୀ ଓ ବିଚାରଧାରାକୁ ଅନ୍ୟମାନେ ସମ୍ମାନ କରିବେ। ଦେହ ଭଲ ରହିଲେ ମଧ୍ୟ ଆଣ୍ଠୁଗଣ୍ଠି ବାତଜନିତ ରୋଗରେ କଷ୍ଟ ପାଇପାରନ୍ତି। ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ ଅଶାନ୍ତି ଅନୁଭବ କରିପାରନ୍ତି। ଅବଶ୍ୟ ଏହା ବେଶୀ ସମୟ ରହିବ ନାହିଁ।
ମକର
ମକର
ସତର୍କତା ମଧ୍ୟରେ ଚଳିଲେ ମଧ୍ୟ ଅନ୍ୟମାନଙ୍କ ପ୍ରରୋଚନାରେ ପଡ଼ି ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ସଭାସମିତି, କଳା ସାହିତ୍ୟ, ଆନୁଷ୍ଠାନିକ କାମରେ ମନୋରଞ୍ଜନ ପ୍ରୀତିପ୍ରଦ ହେବ। ବ୍ୟବସାୟ ମାନ୍ଦା ହେବ ନାହିଁ, କିନ୍ତୁ କ୍ଷତି ନ ହେଲେ ମଧ୍ୟ ବିଶେଷ ଲାଭ ହେବ ନାହିଁ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ।
କୁମ୍ଭ
କୁମ୍ଭ
ହାତକୁ ନେଇଥିବା କାମ ସୁରୁଖୁରୁରେ ହୋଇଯିବାରୁ ଆନନ୍ଦିତ ହେବେ। ମନର ବଳ ଖୁବ୍‌ ଟାଣ ରହିବ ଏବଂ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି। ନିଜ ପରିସରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପରିସ୍ଥିତିବଶତଃ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ କଳହ ଦେଖାଦେଇପାରେ। ଖୋଜୁଥିବା ଲୋକଟିର ଖବର କିମ୍ବା ହଜିଯାଇଥିବା ଜିନିଷ ଆଜି ସାୟାହ୍ନେ ପାଇପାରନ୍ତି। ପରିସ୍ଥିତିରେ ପଡ଼ି ବନ୍ଧୁଙ୍କ ଆଗରେ ମନର ଦୁଃଖକୁ ଲୁଚାଇ ରଖି ହସି ହସି କଥା କହିବେ। ନିର୍ମାଣାଧୀନ କାମ ଶେଷ ପର୍ଯ୍ୟାୟକୁ ଯିବାପୂର୍ବରୁ ସମସ୍ୟା ଆସିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri