Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ
ଆଜି ରାଶ୍ୟାଧିପ ରାଶିକୁ ଦେଖୁଥିବାରୁ ସ୍ବାସ୍ଥ୍ୟ ସମ୍ପୂର୍ଣ୍ଣ ନିରାମୟ ରହିବ। କିନ୍ତୁ ଅଷ୍ଟମଭାବରେ ନୀଚସ୍ଥ ଚନ୍ଦ୍ର ମାନସିକ ସ୍ଥିତିକୁ ବିଗାଡ଼ି ଦେଇପାରନ୍ତି। ଦୂରଯାତ୍ରାର ସୁଯୋଗ ପାଇବେ, ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଆଜି ହିଁ ସମ୍ପନ୍ନ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି।
ବୃଷ
ବୃଷ
ଦୁଃସ୍ଥାନରେ ରାଶ୍ୟାଧିପ ଶୁକ୍ର ରହିଥିବାରୁ ସ୍ବାସ୍ଥ୍ୟ ଦୁର୍ବଳ ରହିପାରେ। ଶୁକ୍ରଙ୍କ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି କାମ ହାସଲ କରିପାରିବେ। ପାରିବାରିକ କ୍ଷେତ୍ରରେ ସୁଯୋଗ ପାଇବା ସଙ୍ଗକୁ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ବାଣିଜ୍ୟ, ପରିବହନ ବ୍ୟବସାୟ କ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ମିଥୁନ
ଏକାଧିକ ଗ୍ରହଙ୍କ ପ୍ରଭାବରୁ ସମସ୍ୟାର ସମାଧାନ ସଙ୍ଗକୁ ରୋଗ, ଋଣ, ଶତ୍ରୁତା ପ୍ରଭୃତିରେ ନିୟନ୍ତ୍ରଣ ରହିପାରିବ। କିନ୍ତୁ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହନ୍ତୁ ଅନ୍ୟଥା ତାହା ହିଁ ସମସ୍ୟାର କେନ୍ଦ୍ରବିନ୍ଦୁ ହୋଇ ପଡ଼ିବ। ଆନୁଷ୍ଠାନିକ କାମ ସକାଶେ ତପତ୍ରତା ବଢିପାରେ ।
କର୍କଟ
କର୍କଟ
ଆଜି କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବୃଦ୍ଧି ପାଇବ ଏବଂ ସହକର୍ମୀଙ୍କ ସୌହାର୍ଦ୍ଦ୍ୟତା ମଧ୍ୟ ପାଇବେ। ମିତ୍ରମାନେ କିଛି ପାଇବା ଆଶାରେ ପ୍ରଶଂସା ଗାଇପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ, ସାମ୍ବାଦିକତା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ରଚନାତ୍ମକ କାର୍ଯ୍ୟ ତଥା ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।
ସି˚ହ
ସି˚ହ
ଗ୍ରହବୈଗୁଣ୍ୟର କୁପ୍ରଭାବରେ ପାରିବାରିକ କ୍ଷେତ୍ରରେ ଅଶାନ୍ତି ସଙ୍ଗକୁ କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତିର ସମ୍ମୁଖୀନ ହେବେ। କୌଣସି ଅସୁବିଧା ନ ଥାଇ ମଧ୍ୟ ମନଟି ଭଲ ଲାଗିବ ନାହିଁ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବେ ଏବଂ ବାଣିଜ୍ୟ,ବ୍ୟବସାୟରେ ଉନ୍ନତି ଘଟିବ।
କନ୍ୟା
କର୍ମଭାବସ୍ଥ ରାହୁ ଏବଂ ଚତୁର୍ଥକେନ୍ଦ୍ରସ୍ଥ ଗ୍ରହମାନେ ପାରିବାରିକ ଓ କର୍ମକ୍ଷେତ୍ରକୁ ବିଗାଡ଼ି ଦେଇପାରନ୍ତି। ଭାବୁଥିବା କାମଟି କରିପାରିବେ ନାହିଁ ଫଳରେ ସୁଯୋଗ ହାତଛଡ଼ା ହୋଇପାରେ। ଅବଶ୍ୟ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଖୁସୀ ରହିବେ। କ୍ରୀଡ଼ା, କଳା, ସଙ୍ଗୀତ, ଚଳଚ୍ଚିତାଦ୍ରି କ୍ଷେତ୍ରରେ ଥିବା ସମସ୍ୟାସୁଧୁରି ଯିବ।
ତୁଳା
ତୁଳା
ପାପଗ୍ରହ ମଧ୍ୟସ୍ଥ ବୃହସ୍ପତିଙ୍କ ଯୋଗୁଁ ସମ୍ପର୍କୀୟ ଶତ୍ରୁତା ଆଚରଣ କରିପାରନ୍ତି। ଆଜି ମୁଖଭାବରେ ଏକାଧିକଗ୍ରହ ଆପଣଙ୍କ ଭାଷା ଓ ବ୍ୟବହାରକୁ କଠୋର କରିଦେଇପାରନ୍ତି। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ସହଯୋଗ କରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଟଙ୍କା, ପଇସାର ଘୋର ଅଭାବ ପରିଲକ୍ଷିତ ହେବ।
ବିଛା
ବିଛା
ରାଶିରେ ଚତୁଃଗ୍ରହ ସଂଯୋଗ ଆପଣଙ୍କ ସ୍ବାସ୍ଥ୍ୟହାନି ଓ ଚିନ୍ତାଧାରାକୁ ବିକ୍ଷିପ୍ତ କରିପାରନ୍ତି। ଲୋକସମ୍ପର୍କ ବୃଦ୍ଧି ପାଇବାରେ ନିଜ ଲୋକ ପ୍ରତିବନ୍ଧକ ସୃଷ୍ଟି କରିବେ। ଅପରାହ୍ନରେ ବନ୍ଧୁମାନଙ୍କ ବିଷେରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ମାତ୍ର କର୍ମକ୍ଷେତ୍ରରେ ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ।
ଧନୁ
ଧନୁ
ସଚ୍ଚୋଟତା ଓ ନିର୍ଭୀକତା ହେତୁ କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ହୋଇପାରନ୍ତି। ବନ୍ଧୁମାନଙ୍କ ଆହ୍ବାନକ୍ରମେ କୌଣସି ଶୁଭକାର୍ଯ୍ୟରେ ଯୋଗଦେବାର ସୂଚନା ରହିଛି। ରାଜନୀତି, ପ୍ରକାଶନ, ପ୍ରଶାସନ, ଗବେଷଣା ଓ ଆନୁଷ୍ଠାନିକ କାର୍ଯ୍ୟ ପାଇଁ ଦିନଟି ବହୁତ ଭଲ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ସଭା ସମିତିରେ ମଧ୍ୟ ସୁନାମ ଅର୍ଜନ କରିବେ।
ମକର
ମକର
ସ୍ବଗୃହୀ ଶନିଙ୍କ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ନିଜ ଜିଦ୍‌ରେ ଅଟଳ ରହିବେ। ଆଶା ପୂରଣ ହେବାରେ ଜଣେ ବାଲ୍ୟ ବନ୍ଧୁ ସାହାଯ୍ୟ କରିବେ। କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ସଭାସମିତିରେ, ଆଲୋଚନା, ଗଠନମୂଳକ କାମ, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
ସମସ୍ୟା ସମାଧାନର ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। କିନ୍ତୁ ଭୁଲ୍‌ ବୁଝାମଣା ଓ ସନ୍ଦେହ ବୃଦ୍ଧି ପାଇବା କାରଣରୁ ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ ଅନ୍ୟଥା ଅଦଳ ବଦଳ ହୋଇଯାଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଆଶା ଅନୁସାରେ କାମ ହୋଇ ଯିବାରୁ ଖୁସି ରହିବେ।
ମୀନମୀନ
ବିଷମ ପରିସ୍ଥିତିରେ ମଧ୍ୟ ସାହସିକତାର ପରିଚୟ ଦେଇ ପ୍ରଶଂସିତ ହେବେ। ନିଜେ କଷ୍ଟ ସ୍ବୀକାର କଲେ ମଧ୍ୟ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ସ୍ବାର୍ଥ ସାଧନର ମସୁଧା କରି ଭଲ୍‌ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। କଳା,ସଂଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri