Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୩ ତାରିଖ – Daily Horoscope

ମେଷ
ଆଜି ବୁଧଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଅର୍ଥ ସମ୍ବନ୍ଧୀୟ ଆଲୋଚନା କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ଦୂରଯାତ୍ରା ଓ ପ୍ରତିଦ୍ୱନ୍ଦ୍ୱିତାର ସାମ୍‌ନା କରିବା ପ୍ରଭୃତି ବିଷୟରେ ଯୋଜନା କରିବେ। ରୋଗୀର ଆରୋଗ୍ୟ ସକାଶେ ଋଣ ପରିଶୋଧ ପାଇଁ ମାନସିକ ସ୍ତରରେ ବ୍ୟଗ୍ରତା ପ୍ରକାଶ ପାଇବ।
ବୃଷ
ବୃଷ
ଦ୍ୱାଦଶରେ ରାହୁ ଓ ବୃହସ୍ପତି ପ୍ରଭାବରୁ ସକାଳୁ ସକାଳୁ ମନଟା ବିଗିଡ଼ି ଯାଇପାରେ। କର୍ମକ୍ଷେତ୍ରରେ ମଧ୍ୟ କେହି ଜଣେ ପ୍ରତିବାଦର ସ୍ବର ଉଠାଇ ସମସ୍ୟା ସୃଷ୍ଟି କରିପାରନ୍ତି। ସାମାଜିକ ସ୍ତରରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। ନିର୍ମାଣାଧୀନ କାର୍ଯ୍ୟ, ଜମିଜମା, ଆଲୋଚନା, ବନ୍ଧୁ ସମ୍ପର୍କରେ କିଛିଟା ଝଟକା ଲାଗିପାରେ।
ମିଥୁନ
ମିଥୁନ
ଭାଗ୍ୟାଦୀପ ଭାଗ୍ୟସ୍ଥ ଯୋଗୁ ଯାହା ଭାବୁଛନ୍ତି ତାହାହିଁ ହେବ ଓ ପାଇବା ଜିନିଷ ମଧ୍ୟ ପାଇବେ। କିନ୍ତୁ ପାରିବାରିକ କ୍ଷେତ୍ରରେ କୁହୁଳୁଥିବା ନିଅଁା ପ୍ରତି ସାବଧାନ ରହିବା ବିଧେୟ। ଅନାମନ୍ତ୍ରିତ ଭାବରେ ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି। ମିତ୍ରମାନେ ଭୁଲ୍‌ ବୁଝାମଣା ହେତୁ କ୍ରମଶଃ ଦୂରେଇ ଯାଇପାରନ୍ତି।
କର୍କଟ
କର୍କଟ
ଦୁର୍ବଳ କର୍ମାଧିପତି ମାନସିକ ସ୍ତରରେ କେତେକ ଅକୁହା କଥାକୁ ବିଶ୍ଳେଷଣ କରି ଅବସାଦ ଉପତ୍ନ୍ନ କରିବ। କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ଅବଶ୍ୟ ହିତୈଷୀଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। କୋର୍ଟକଚେରି କାମ ଅନୁକୂଳ।
ସି˚ହ
ସି˚ହ
ଶନିଙ୍କ କୁପ୍ରଭାବରେ ପରିବାରରେ ପିତା-ପୁତ୍ର କିମ୍ବା ସ୍ବାମୀ/ସ୍ତ୍ରୀଙ୍କ ମଧ୍ୟରେ ମତଭେଦର ସୂଚନା ଦେଖାଦେଇପାରେ। ଆପଣଙ୍କ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅବଶ୍ୟ ରାଜନୈତିକ ସ୍ତରରେ, ପ୍ରଶାସନିକ କ୍ଷେତ୍ର ପାଇଁ, ସଂଗଠନ ସକାଶେ ଦିନଟି ବହୁତ ଭଲ।
କନ୍ୟା
ଏକାଦଶସ୍ଥ ଶୁକ୍ରଜନିତ ହିତୈଷୀଙ୍କ ସାହାଯ୍ୟରୁ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ଆଲୋଚନାରେ ଭାବ ପ୍ରବଣତା ପରିହାର ପୂର୍ବକ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ଅନିଦ୍ରା ସାଙ୍ଗକୁ ଗୁରୁପାକ ଦ୍ରବ୍ୟ ଭୋଜନରୁ ସ୍ବାସ୍ଥ୍ୟ ଖରାପ ହୋଇପାରେ।
ତୁଳା
ତୁଳା
କେତୁ ରାଶିସ୍ଥ ହେତୁ ପରୋକ୍ଷ ଶତ୍ରୁତା, ଋଣ ପରିଶୋଧ, କ୍ରନିକ୍‌ ରୋଗ ସକାଶେ ସମସ୍ୟାକୁ ଆନୟନ କରିପାରେ। ଏଣେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ପାରିବାରିକ ଜୀବନକୁ ଅସନ୍ତୁଳିତ କରି ରଖିବାର ସମ୍ଭାବନା ରହଛି। ମାତ୍ର ଗତକାଲିଠାରୁ ମନରେ ଭାବୁଥିବା କଥାଟି ଆଜିହିଁ ବାସ୍ତବରେ ପରିଣତ ହେବ।
ବିଛା
ବିଛା
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ଅବସାଦଗ୍ରସ୍ତ ମନରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଅସମର୍ଥ ହୋଇପାରନ୍ତି। ଅନୁରାଧା ନକ୍ଷତ୍ର ଆଜିର କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଆବଶ୍ୟକତା ଅନୁଯାୟୀ କୌଣସି ମୂଲ୍ୟବାନ୍‌ ଜିନିଷ ଘରକୁ ଆଣିପାରନ୍ତି। ପଡ଼ୋଶୀଙ୍କ ଦ୍ୱାରା ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବେ।
ଧନୁ
ଧନୁ
ଆଜିର ଗ୍ରହସ୍ଥିତି ଆପଣଙ୍କ ସକାଶେ ପ୍ରତିକୂଳ ପରିବେଶ ସୃଷ୍ଟି କରିପାରେ। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ଲାଭର ସୂଚନା ରହିଛି। ସ୍ବକୀୟ ଉଦ୍ୟମ ଓ ଆପୋସ ଆଲୋଚନାରେ ପାରିବାରିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ।
ମକର
ମକର
ଗୁରୁଚାଣ୍ଡାଳ ଯୋଗ ତୃତୀୟସ୍ଥ ହେତୁ ଅତି ନିକଟରେ ରହି ଶତ୍ରୁତା କରୁଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ। ପ୍ରତ୍ୟେକ ପରିସ୍ଥିତିରେ ପରିବାର ସଦସ୍ୟଙ୍କ ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। ରଚନାମତ୍କ କାର୍ଯ୍ୟ, ଗବେଷଣା, ଅନୁସନ୍ଧାନ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବ।
କୁମ୍ଭ
କୁମ୍ଭ
ମୁଖଭାବସ୍ଥ ଚନ୍ଦ୍ର ପ୍ରଭାବରେ ପାରିବାରିକ କ୍ଷେତ୍ରରେ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ତରଫରୁ ସମସ୍ୟା ଆସିପାରେ। ଆଜିର ଭ୍ରମଣ ବେଶ୍‌ ଆନନ୍ଦଦାୟକ ହେବ। ସ୍ଥଗିତ ଏବଂ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବା କାରଣରୁ ମାନସିକ ଶାନ୍ତି ଅନୁଭବ କରିବେ।
ମୀନମୀନ

ଚନ୍ଦ୍ରଙ୍କ ସୁପ୍ରଭାବରୁ କୌଣସି କାର୍ଯ୍ୟ ସାଧନରେ ଅସୁବିଧା ରହିବ ନାହିଁ। ମାତ୍ର ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ। ବିବାଦୀୟ ପରିସ୍ଥିତିରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବା ଭଲ ହେବ। ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଦୂର ସମ୍ପର୍କୀୟ ବନ୍ଧୁ ହଠାତ୍‌ ଆସିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri