Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୩ ତାରିଖ – Daily Horoscope

ମେଷ
ଆଜି ବୁଧଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଅର୍ଥ ସମ୍ବନ୍ଧୀୟ ଆଲୋଚନା କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ଦୂରଯାତ୍ରା ଓ ପ୍ରତିଦ୍ୱନ୍ଦ୍ୱିତାର ସାମ୍‌ନା କରିବା ପ୍ରଭୃତି ବିଷୟରେ ଯୋଜନା କରିବେ। ରୋଗୀର ଆରୋଗ୍ୟ ସକାଶେ ଋଣ ପରିଶୋଧ ପାଇଁ ମାନସିକ ସ୍ତରରେ ବ୍ୟଗ୍ରତା ପ୍ରକାଶ ପାଇବ।
ବୃଷ
ବୃଷ
ଦ୍ୱାଦଶରେ ରାହୁ ଓ ବୃହସ୍ପତି ପ୍ରଭାବରୁ ସକାଳୁ ସକାଳୁ ମନଟା ବିଗିଡ଼ି ଯାଇପାରେ। କର୍ମକ୍ଷେତ୍ରରେ ମଧ୍ୟ କେହି ଜଣେ ପ୍ରତିବାଦର ସ୍ବର ଉଠାଇ ସମସ୍ୟା ସୃଷ୍ଟି କରିପାରନ୍ତି। ସାମାଜିକ ସ୍ତରରେ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। ନିର୍ମାଣାଧୀନ କାର୍ଯ୍ୟ, ଜମିଜମା, ଆଲୋଚନା, ବନ୍ଧୁ ସମ୍ପର୍କରେ କିଛିଟା ଝଟକା ଲାଗିପାରେ।
ମିଥୁନ
ମିଥୁନ
ଭାଗ୍ୟାଦୀପ ଭାଗ୍ୟସ୍ଥ ଯୋଗୁ ଯାହା ଭାବୁଛନ୍ତି ତାହାହିଁ ହେବ ଓ ପାଇବା ଜିନିଷ ମଧ୍ୟ ପାଇବେ। କିନ୍ତୁ ପାରିବାରିକ କ୍ଷେତ୍ରରେ କୁହୁଳୁଥିବା ନିଅଁା ପ୍ରତି ସାବଧାନ ରହିବା ବିଧେୟ। ଅନାମନ୍ତ୍ରିତ ଭାବରେ ବିବାଦୀୟ ଘଟଣାରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି। ମିତ୍ରମାନେ ଭୁଲ୍‌ ବୁଝାମଣା ହେତୁ କ୍ରମଶଃ ଦୂରେଇ ଯାଇପାରନ୍ତି।
କର୍କଟ
କର୍କଟ
ଦୁର୍ବଳ କର୍ମାଧିପତି ମାନସିକ ସ୍ତରରେ କେତେକ ଅକୁହା କଥାକୁ ବିଶ୍ଳେଷଣ କରି ଅବସାଦ ଉପତ୍ନ୍ନ କରିବ। କର୍ମକ୍ଷେତ୍ରରେ ପୁରୁଣା ସମସ୍ୟାଗୁଡ଼ିକ ତୁଟି ଯାଇଥିଲେ ମଧ୍ୟ ଆକସ୍ମିକ ଭାବେ ନୂତନ ସମସ୍ୟା ଦେଖାଦେବ। ଅବଶ୍ୟ ହିତୈଷୀଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ମନୋବଳ ବୃଦ୍ଧି ପାଇବ। କୋର୍ଟକଚେରି କାମ ଅନୁକୂଳ।
ସି˚ହ
ସି˚ହ
ଶନିଙ୍କ କୁପ୍ରଭାବରେ ପରିବାରରେ ପିତା-ପୁତ୍ର କିମ୍ବା ସ୍ବାମୀ/ସ୍ତ୍ରୀଙ୍କ ମଧ୍ୟରେ ମତଭେଦର ସୂଚନା ଦେଖାଦେଇପାରେ। ଆପଣଙ୍କ ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅବଶ୍ୟ ରାଜନୈତିକ ସ୍ତରରେ, ପ୍ରଶାସନିକ କ୍ଷେତ୍ର ପାଇଁ, ସଂଗଠନ ସକାଶେ ଦିନଟି ବହୁତ ଭଲ।
କନ୍ୟା
ଏକାଦଶସ୍ଥ ଶୁକ୍ରଜନିତ ହିତୈଷୀଙ୍କ ସାହାଯ୍ୟରୁ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ଆଲୋଚନାରେ ଭାବ ପ୍ରବଣତା ପରିହାର ପୂର୍ବକ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ଅନିଦ୍ରା ସାଙ୍ଗକୁ ଗୁରୁପାକ ଦ୍ରବ୍ୟ ଭୋଜନରୁ ସ୍ବାସ୍ଥ୍ୟ ଖରାପ ହୋଇପାରେ।
ତୁଳା
ତୁଳା
କେତୁ ରାଶିସ୍ଥ ହେତୁ ପରୋକ୍ଷ ଶତ୍ରୁତା, ଋଣ ପରିଶୋଧ, କ୍ରନିକ୍‌ ରୋଗ ସକାଶେ ସମସ୍ୟାକୁ ଆନୟନ କରିପାରେ। ଏଣେ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ପାରିବାରିକ ଜୀବନକୁ ଅସନ୍ତୁଳିତ କରି ରଖିବାର ସମ୍ଭାବନା ରହଛି। ମାତ୍ର ଗତକାଲିଠାରୁ ମନରେ ଭାବୁଥିବା କଥାଟି ଆଜିହିଁ ବାସ୍ତବରେ ପରିଣତ ହେବ।
ବିଛା
ବିଛା
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ହେତୁ ଅବସାଦଗ୍ରସ୍ତ ମନରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଅସମର୍ଥ ହୋଇପାରନ୍ତି। ଅନୁରାଧା ନକ୍ଷତ୍ର ଆଜିର କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଆବଶ୍ୟକତା ଅନୁଯାୟୀ କୌଣସି ମୂଲ୍ୟବାନ୍‌ ଜିନିଷ ଘରକୁ ଆଣିପାରନ୍ତି। ପଡ଼ୋଶୀଙ୍କ ଦ୍ୱାରା ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବେ।
ଧନୁ
ଧନୁ
ଆଜିର ଗ୍ରହସ୍ଥିତି ଆପଣଙ୍କ ସକାଶେ ପ୍ରତିକୂଳ ପରିବେଶ ସୃଷ୍ଟି କରିପାରେ। ପ୍ରତ୍ୟୁଷ ଯାତ୍ରାରେ ଅଭିଳଷିତ ଫଳ ଲାଭର ସୂଚନା ରହିଛି। ସ୍ବକୀୟ ଉଦ୍ୟମ ଓ ଆପୋସ ଆଲୋଚନାରେ ପାରିବାରିକ ସମସ୍ୟାର ସମାଧାନ ଘଟିବ। କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାରୁ କୈଫିୟତ ଦେବାକୁ ପଡ଼ିପାରେ।
ମକର
ମକର
ଗୁରୁଚାଣ୍ଡାଳ ଯୋଗ ତୃତୀୟସ୍ଥ ହେତୁ ଅତି ନିକଟରେ ରହି ଶତ୍ରୁତା କରୁଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ। ପ୍ରତ୍ୟେକ ପରିସ୍ଥିତିରେ ପରିବାର ସଦସ୍ୟଙ୍କ ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। ରଚନାମତ୍କ କାର୍ଯ୍ୟ, ଗବେଷଣା, ଅନୁସନ୍ଧାନ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦୂର ହେବ।
କୁମ୍ଭ
କୁମ୍ଭ
ମୁଖଭାବସ୍ଥ ଚନ୍ଦ୍ର ପ୍ରଭାବରେ ପାରିବାରିକ କ୍ଷେତ୍ରରେ ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ତରଫରୁ ସମସ୍ୟା ଆସିପାରେ। ଆଜିର ଭ୍ରମଣ ବେଶ୍‌ ଆନନ୍ଦଦାୟକ ହେବ। ସ୍ଥଗିତ ଏବଂ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ବ୍ୟବସାୟିକ ସ୍ଥିତି ପ୍ରାୟତଃ ଭଲ ରହିବା କାରଣରୁ ମାନସିକ ଶାନ୍ତି ଅନୁଭବ କରିବେ।
ମୀନମୀନ

ଚନ୍ଦ୍ରଙ୍କ ସୁପ୍ରଭାବରୁ କୌଣସି କାର୍ଯ୍ୟ ସାଧନରେ ଅସୁବିଧା ରହିବ ନାହିଁ। ମାତ୍ର ସାଧାରଣ କଥାକୁ କେନ୍ଦ୍ର କରି ପରିବାରରେ ପାରିବାରିକ ଶାନ୍ତି ଓ ସୁସ୍ଥତା ବ୍ୟାହତ ହୋଇପାରେ। ବିବାଦୀୟ ପରିସ୍ଥିତିରେ ସବୁ ଜାଣିଶୁଣି ନୀରବତା ଅବଲମ୍ବନ କରିବା ଭଲ ହେବ। ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଦୂର ସମ୍ପର୍କୀୟ ବନ୍ଧୁ ହଠାତ୍‌ ଆସିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri