ମେଷ

ଆଜି କୃତିକା ନକ୍ଷତ୍ର ସକାଶେ ଗତକାଲିର ଯୋଜନାରେ ଟେନସନ୍ କିିଛି ମାତ୍ରାରେ କମିଯିବ। ନିଜ ଲୋକ ମାନଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ଦେଖା ଦେଇପାରେ। ସଭାସମିତି,ସଂଗଠନ,ରାଜନୀତି,କ୍ଷେତ୍ରରେ ଉନ୍ନତ ମାନର ସୁଫଳ ପାଇବେ।
ବୃଷ

କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ। ବନ୍ଧୁଙ୍କ ସକାଶେ ଯେତେ ଭଲ କାମ କଲେ ମଧ୍ୟ ଅଭିଯୋଗ ପାଇବେ। ମୃଗଶିରା ନକ୍ଷତ୍ର ପାରିବାରିକ ସମସ୍ୟାରେ ମନର ଦୁଃଖକୁ ଲୁଚାଇ ରଖି ହସି କଥା କହିପାରନ୍ତି। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।
ମିଥୁନ

କର୍ମକ୍ଷେତ୍ରର ପରିସ୍ଥିତିକୁ ଆଖି ଆଗରେ ରଖି ଯେସାକୁ ତେସା ନୀତିରେ କାମ କରିବେ। ସାହିତ୍ୟରେ, ପ୍ରଶାସନିକ ସ୍ତରରେ ଏପରିକି ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। କୈାଣସି ଦୂରାଗତ ବନ୍ଧୁଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। ପୁନର୍ବସୁ ନକ୍ଷତ୍ରର ପରିବାରରେ ଯୁକ୍ତିତର୍କ କାରଣରୁ ମନ ଅଶାନ୍ତ ରହିବ।
କର୍କଟ

ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ଥି ଅନୁଭବ କରିବେ କିନ୍ତୁ କର୍ମକ୍ଷେତ୍ର ସନ୍ତୋଷଜନକ ରହିନପାରେ। ଅଶ୍ଳେଷା ନକ୍ଷତ୍ରର ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ଭୁଲ୍ ବୁଝାମଣା ଓ ସନ୍ଦେହଜନିତ ପାରିବାରିକ ସମସ୍ୟା ଗୁରୁତର ହେବ। କାମଟିକୁ ସମ୍ପନ୍ନ କରିବା ସକାଶେ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ସି˚ହ

ପୂର୍ବାଫାଲଗୁନୀ ନକ୍ଷତ୍ର ଆର୍ଥିକ ଅସ୍ବଚ୍ଛଳତାରୁ ଶାନ୍ତି ବ୍ୟାହତ ହେବ। ପ୍ରତିବନ୍ଧକ କାରଣରୁ ଯାହା କଲେ ମଧ୍ୟ ସୁଫଳ ମିଳିବ ନାହିଁ। ବ୍ୟବସାୟ ବହୁମୁଖୀ ଆକାର ଧାରଣ କରିବ କିନ୍ତୁ ଲାଭର ମାତ୍ରା ବଢିନପାରେ। ହିତୈଷୀ ମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ସତ୍ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
କନ୍ୟା

ବନ୍ଧୁବର୍ଗଙ୍କ ସହାୟତାରେ ପାରିବାରିକ ଜୀବନରେ ଉଚିତ୍ ବୁଝାମଣା ହୋଇପାରିବ। ଉପରିସ୍ଥ କର୍ମଚାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ କିନ୍ତୁ ନିର୍ଦ୍ଦିଷ୍ଟ ସମୟରେ ଦୂରେଇ ରହିଯିବେ। ଆମତ୍ୀୟଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତା ବଢିପାରେ। ହସ୍ତା ନକ୍ଷତ୍ରର ଆଇନ ଅଦାଲତରୁ ସୁଫଳ ପାଇବା ସଙ୍ଗକୁ ସମସ୍ୟା ସମାଧାନ ହୋଇଯିବ।
ତୁଳା

କର୍ମକ୍ଷେତ୍ରରେ ଅନ୍ୟ ମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡିପାରନ୍ତି। ସ୍ବାତୀ ନକ୍ଷତ୍ରର ପାରିବାରିିକ ପରିସ୍ଥିତି ପୂର୍ବପରି ରହିବା ଯୋଗୁଁ ମନ ହାଲୁକା ରହିବ। ଆନୁଷ୍ଠାନିକ କାମରେ କିମ୍ବା ସଭାସମିତିରେ ଯୋଗ ଦେଲେ ଲାଭବାନ ହୋଇପାରନ୍ତି। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ଯୋଗୁ ଖୁସି ହେବେ।
ବିଛା

କର୍ମକ୍ଷେତ୍ରରେ ନିଜର ଅବହେଳା କାରଣରୁ ହାତ ମୁଠାରୁ ସୁ୍ଯୋଗ ଖସିଯାଇପାରେ। କେତେକ କ୍ଷେତ୍ରରେ ମନକଥା ମନରେ ମାରି ରହିବେ ସିନା ମୁହଁ ଖୋଲିବାର ରାସ୍ଥା ପାଇବେ ନାହିଁ। ଅନୁରାଧା ନକ୍ଷତ୍ର ଶିଳ୍ପ ଓବ୍ୟବସାୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ବନ୍ଧୁଙ୍କ ସହାୟତାରେ ପାରିବାରିକ ତିକ୍ତତାର ସମାପ୍ତି ଘଟାଇପାରିବେ।
ଧନୁ

ଆଜି ଉତ୍ତରାଷାଢା ନକ୍ଷତ୍ର ପଡୋଶୀଙ୍କ ସାହାଯ୍ୟ ନେଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନିତ କରିବେ। ହାତକୁ ନେଇଥିବା କାମ ପାଇଁ ଟେନ୍ସନ ବଢିବ ତଥାପି ପଛକୁ ଫେରିବାର ଉପାୟ ପାଇବେନାହିଁ । ଦେହ ଭଲ ରହିଲେ ମଧ୍ୟ ରକ୍ତଚାପ କିମ୍ବା ଡାଇବେଟିସ୍ ରୋଗରେ କଷ୍ଟ ପାଇପାରନ୍ତି। ପରିଜନଙ୍କ ସହିତ ଦୂରଯାତ୍ରା ସଫଳ ହେବ ।
ମକର

ଅନ୍ୟମାନଙ୍କ ସାହାଯ୍ୟ ନେଇ ଯେତେ ସୁବିଧାରେ ଚଳିବା ପାଇଁ ଚେଷ୍ଟା କଲେ ମଧ୍ୟ ସଫଳତା ପାଇବେ ନାହିଁ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ। ଧନିଷ୍ଠା ନକ୍ଷତ୍ର ମନୋରନ ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ।
କୁମ୍ଭ

ଆଜି ଶତଭିଷା ନକ୍ଷତ୍ର ସାହିତ୍ୟ, ରଚନାମତ୍କ କାମରେ ପ୍ରଶଂସା ପାଇପାରନ୍ତି। ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦରୁ ସ୍ବାସ୍ଥ୍ୟହାନୀର ଆଶଙ୍କା ରହିବ। ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତ,ଯାହାକି ଅସୁବିଧାର କାରଣ ହୋଇପାରେ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ।
ମୀନ
ବନ୍ଧୁମାନଙ୍କ ଦ୍ୱାରା ପ୍ରଶଂସିତ ହୋଇ ଆମତ୍ପ୍ରସାଦ ଅନୁଭବ କରିପାରନ୍ତି। ହଜି ଯାଇଥିବା ଜିନିଷର ଖୋଜ ଖବର ପାଇ ଏକପ୍ରକାର ଖୁସି ହୋଇଯିବେ। ଜମିଜମା କାରବାର, ଆଲୋଚନା, ସଭାସମିତି, କଳା, ସାହିତ୍ୟାଦି କ୍ଷେତ୍ରରେ ସୁଫଳ ପାଇବେ। ଉତରଭାଦ୍ର ନକ୍ଷତ୍ର ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରି ସଫଳ ହେବେ।
Get accurate and insightful horoscopes every day — only with Dharitri — Odisha’s No.1 Trusted Odia Newspaper
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.