ଭିଏସଏସକୁ ବନ୍ୟପ୍ରାଣୀ ସୁରକ୍ଷା ଚିନ୍ତା: ଆସିଲେ ନାହିଁ ବନ କର୍ମଚାରୀ, ୬ରେ ପାଳିବେ ଉତ୍ସବ

ଭଞ୍ଜନଗର,୨/୧୦(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଆଜିକୁ କିଛି ମାସ ହେବ ୧୦ରୁ ଉର୍ଦ୍ଧ୍ୱ ବନ ସୁରକ୍ଷା ସମିତି (ଭିଏସଏସ) କର୍ମକର୍ତ୍ତାଙ୍କ ସହ ବନ ବିଭାଗ ଅଧିକାରୀଙ୍କ ମଧ୍ୟରେ ପଡୁନାହିଁ । ଯାହାକୁ ନେଇ ଦିନକୁ ଦିନ ବନ ସୁରକ୍ଷା ସମିତି କର୍ମକର୍ତ୍ତା ଏବଂ ବିଭାଗ ମଧ୍ୟରେ ବିବାଦ ବଢୁଛି। ବିଭିନ୍ନ ସମୟରେ ଉକ୍ତ ବନ ସୁରକ୍ଷା ସମିତି ଗୁଡ଼ିକ ବିଭାଗର ସହଯୋଗ ନେଇ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସହଯୋଗ କାମନା କରୁଛନ୍ତି। ଆଉ କେତେବେଳେ ବିଭାଗର ଅବହେଳା ନେଇ ଅଭିଯୋଗ କରୁଛନ୍ତି। କିନ୍ତୁ ବିଭାଗ ସେମାନଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦେଉନାହିଁ ବୋଲି ଅଭିଯୋଗ ହେଉଛି। ଏହିଭଳି ପରିସ୍ଥିତିରେ ଗୁରୁବାରଠାରୁ ଆରମ୍ଭ ହୋଇଛି ବିଶ ବନ୍ୟପ୍ରାଣୀ ସପ୍ତାହ।
ଏହି ଉତ୍ସବ ପାଳନର ମୂଳ ଲକ୍ଷ୍ୟ ହେଲା ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ସାଧାରଣ ଜନତାଙ୍କୁ ସଚେତନ କରାଇବା। ତେଣୁ ଜଗନ୍ନାଥପ୍ରସାଦ ରେଞ୍ଜ ବଣିଆପଲ୍ଲୀ ଭିଏସଏସ କର୍ମକର୍ତ୍ତା ନିଜସୱ ଖର୍ଚ୍ଚରେ ଆଜି ବନ୍ୟପ୍ରାଣୀ ସପ୍ତାହ ପାଳନ କରିଥିଲେ। ବନ ସୁରକ୍ଷା ସମିତି କର୍ମକର୍ତ୍ତା ମାନେ ସଭାକୁ ବନ ବିଭାଗ କର୍ମଚାରୀଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ସେମାନେ ଉତ୍ସବକୁ ଯାଇ ନ ଥିଲେ। ବୈଠକରେ ବରିଷ୍ଠ ଭିଏସଏସ କର୍ମକର୍ତ୍ତା ଲୋକନାଥ ଆଚାର୍ଯ୍ୟ, ସଭାପତି ବିଶନାଥ ନାଇକ, ଉପ ସଭାପତି ଗୀତା ନାୟକ, କୋଷାଧ୍ୟକ୍ଷ ନମିତା ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ। ଏନେଇ ଡିଏଫଓ ହିମାଂଶୁ ଶେଖର ମହାନ୍ତିଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ, ଆସନ୍ତା ୬ ତାରିଖରେ ବନଖଣ୍ଡ ସ୍ତରୀୟ ଉତ୍ସବ ହେବ। ରେଞ୍ଜ ସ୍ଥରରେ ଆଜି ସେମିତି କେଉଁଠି ଉତ୍ସବ ହୋଇନାହିଁ। ସେମାନେ ଚାହିଁଲେ ନିଜେ ରେଞ୍ଜ ସ୍ତରରେ ଉତ୍ସବ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri