Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ
 ଆଜିର ପ୍ରତ୍ୟୁଷ ଯାତ୍ରାରେ ବନ୍ଧୁ ମିଳନ ଓ ନୂତନ ସ୍ଥାନ ପରିଦର୍ଶନର ସୁଯୋଗ ପାଇବେ। ବହୁପୂର୍ବରୁ ଯେଉଁ କାମଟିକୁ କରିବା ପାଇଁ ଇଚ୍ଛା କରୁଥିଲେ ଆଜି ତାହା ଆରମ୍ଭ କରିପାରନ୍ତି। ପ୍ରିୟ ବ୍ୟକ୍ତିଟିର ନିକଟ ଭବିଷ୍ୟତରେ ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହେବ। ଆବଶ୍ୟକତା ଅନୁଯାୟୀ ଅର୍ଥ ବନ୍ଧୁଙ୍କ ନିକଟରୁ କଷ୍ଟରେ ପାଇବେ।
ବୃଷ
ବୃଷ
ଦୀର୍ଘଦିନରୁ ପାଇବାକୁ ଥିବା ଟଙ୍କା ପଇସା ପାଇବାରେ କିଛି ଅସୁବିଧା ହେବ ନାହିଁ। ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ଜୋରଦାର ଉଦ୍ୟମ କରି ସଫଳତା ହାସଲ କରିବେ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥକୈନ୍ଦ୍ରିକ ହୋଇପାରେ। ପରିବାର ଭିତରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି।
ମିଥୁନ
ମିଥୁନ
ଆକର୍ଷଣୀୟ ବ୍ୟବହାର ଦ୍ୱାରା ଅନ୍ୟକୁ ଆକର୍ଷିତ କରି ପାରିବେ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ କଷ୍ଟକର ହୋଇପାରେ। ଅନ୍ତର୍ଦ୍ୱନ୍ଦ୍ୱ କାରଣରୁ ପାରିବାରିକ ଅଶାନ୍ତି ବଢୁଥିବାରୁ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ନିଜର ଆମତ୍ୀୟସ୍ବଜନମାନଙ୍କ ସହ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
ପଦାଧିକାରୀଙ୍କ ସାହାଯ୍ୟରେ କର୍ମକ୍ଷେତ୍ରରେ ବିଷମ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବେ। ଅତ୍ୟାବଶ୍ୟକ ଜିନିଷଟି ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ନିର୍ମାଣ କାର୍ଯ୍ୟ, ସଭାସମିତି, ଗବେଷଣା, ନୃତ୍ୟ ଓ ସଙ୍ଗୀତାଦି କ୍ଷେତ୍ରରେ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପାରିବାରିକ ଅସହଯୋଗ କାରଣରୁ କାମ ସମ୍ପନ୍ନ କଷ୍ଟକର ହେବ।
ସି˚ହ
ସି˚ହ
ଆଜି ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ଆପଣଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ କେତେକ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ଅପରାହ୍ନ ସମୟରେ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଭ୍ରମଣ ସୁଯୋଗ ଲାଭ କରିବେ ଓ ବ୍ୟବସାୟିକ ସଫଳତା ଅବଶ୍ୟ ମିଳିବ।
କନ୍ୟା
ବିଭିନ୍ନ ମାନସିକ ଅଶାନ୍ତିଜନିତ ଅଭାବନୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। କୈାଣସି ନୂତନ କର୍ମାରମ୍ଭ ସକାଶେ ଅର୍ଥ ଆବଶ୍ୟକ ହୋଇପାରେ, ଯାହାକି ଆପଣଙ୍କ ଟେନ୍ସନକୁ ବୃଦ୍ଧି କରିବ। ପ୍ରିୟ ବାନ୍ଧବୀ ସହ ସନ୍ଦେହ ଓ ଭୁଲ ବୁଝାମଣା ହେତୁ ସମସ୍ୟା ବଢିପାରେ। କର୍ମକ୍ଷେତ୍ରରେ ଭୁଲ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ତୁଳା
ତୁଳା
ହାତକୁ ନେଇଥିବା କାମ ସୁବିଧାରେ ସମ୍ପନ୍ନ ନ ହେବାରୁ ଟେନସନ ଲାଗି ରହିବ। ଶିଳ୍ପ, ବାଣିଜ୍ୟ ଓ ପରିବହନରୁ ଲାଭବାନ ହେବେ। ଦୀର୍ଘ ଦିନରୁ ଆଶା କରିଥିବା କୌଣସି ଖବର ଆଜି ଅପରାହ୍ନେ ପାଇ ଖୁସି ହେବେ। ବନ୍ଧୁଙ୍କ କାର୍ଯ୍ୟାବଳୀରେ ପ୍ରଶଂସାମୁଖର ହେବେ, କିନ୍ତୁ ଅଧିକ ସମୟ ତାଙ୍କ ଉପସ୍ଥିତିକୁ ପସନ୍ଦ କରିବେ ନାହିଁ।
ବିଛା
ବିଛା
ବିବାଦୀୟ ପରିସ୍ଥିତିରେ କୌଶଳପୂର୍ଣ୍ଣ କଥା ଓ କାର୍ଯ୍ୟହେତୁ ବନ୍ଧୁମାନେ ଦୂରେଇ ରହିବାକୁ ବାଧ୍ୟ ହେବେ। ପୁରୁଣା ଗାଡିମୋଟର, ଘର ମରାମତି ସକାଶେ ନୂତନ ଯୋଜନା ପ୍ରଣୟନ କରିବେ। ବନ୍ଧୁଙ୍କ ସହ ଆଲୋଚନା ପରେ ଟେନ୍‌ସନ ଦୂର ହୋଇଯିବ। କଳା, ସାହିତ୍ୟ ଓ କ୍ରୀଡା, ଚଳଚ୍ଚିତ୍ର , ସଙ୍ଗୀତ କ୍ଷେତ୍ରରେ ଉନ୍ନତି କରିପାରନ୍ତି।
ଧନୁ
ଧନୁ
ଆଜିି ଖୁସିର ସହ କାମ କରିବା ସାଙ୍ଗକୁ ପରିବାରରେ ମତଭେଦ ଦୂର ହେବ। କର୍ମକ୍ଷେତ୍ରରେ ବିଭିନ୍ନ କାମର ଚାପ ହେତୁ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି। ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ କିମ୍ବା ଯାହା କଲେ ମଧ୍ୟ ଖର୍ଚ୍ଚାନ୍ତ ହେବେ। ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ନିଜର ଅନଚ୍ଛାଜନିତ ପ୍ରତିକ୍ରିୟାକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ।
ମକର
ମକର
ଆଜିର ଅନୁକୂଳ ଗ୍ରହସ୍ଥିତିର ପ୍ରଭାବରେ ଘରେ ଓ ବାହାରେ ସବୁଠି ଶାନ୍ତିର ଝଲକ ଅନୁଭବ କରିବେ। ନିଜ ଲୋକଙ୍କୁ ଛାଡିପାରିବେ ନାହିଁ କିମ୍ବା ଭରସା ମଧ୍ୟ କରିପାରିବେ ନାହିଁ। ପାରିବାରିକ ଅସହଯୋଗରୁ ଅର୍ଜିତ ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ସଭାସମିତି,ପରିବହନ,ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
କୁମ୍ଭ
କୁମ୍ଭ
ଆର୍ଥିକ ଦୃଷ୍ଟିକୋଣରୁ ଦିନଟି ଭଲ। ଯେତିକି ପାଇବା କଥା ତା’ଠାରୁ ଅଧିକ ପାଇବେ। ପିଲାମାନଙ୍କ ପଢା ସମସ୍ୟା କିମ୍ବା ବିଶୃଙ୍ଖଳାକୁ ନେଇ ମନ ଭାରାକାନ୍ତ ରହିବ । ଆଲୋଚନା କ୍ଷେତ୍ରରେ ସ୍ବକୀୟ ମତ ପୋଷଣ କରି ସମାଲୋଚିତ ହେବେ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି ଆନୁଷ୍ଠାନିକ କାମ ଓ ସଭାସମିତିରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ

ଆଜି ଯାହା ଚିନ୍ତା କରୁଛନ୍ତି ଅଚିରେ ସମାଧାନ ହୋଇଯିବ। ପରିବାର, ପରିବହନ, ଦୋକାନବାଡି, ନିର୍ମାଣ ଓ ଜମିଜମା କ୍ଷେତ୍ରରେ ଆଶାନୁରୂପ ସଫଳତା ମିଳିବ। ଗତକାଲିର ବିବାଦୀୟ ଘଟଣାର ସରଳ ସମାଧାନ ହୋଇଯିବ। ସାମାଜିକ ସ୍ତରରେ ଅଜଣା ଆଶଙ୍କାରେ ବିବ୍ରତ ରହିବେ କିନ୍ତୁ କୌଣସି ପ୍ରକାର ଅସୁବିଧା ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri