Posted inRasifala

ରାଶିଫଳ: ରବିବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ
ବିଭିନ୍ନ ସମସ୍ୟା ହେତୁ ଆଜି ମନ ଅନୁଯାୟୀ କାମ ସମ୍ପନ୍ନ କରିବା କଷ୍ଟକର ହୋଇ ପଡ଼ିବ। ଆର୍ଥିକ କ୍ଷେତ୍ରରେ ଆଜି ପାଇବେ ଯେମିତି ଓ ଯେତିକି, ଖର୍ଚ୍ଚ ମଧ୍ୟ କରିବେ ସେମିତି। ସତର୍କତା ଅଭାବରୁ ସାଧାରଣ ଘଟଣା ବିବାଦୀୟ ପରିସ୍ଥିତି କିମ୍ବା ଭିନ୍ନ ରୂପ ନେଇପାରେ। ପରିବାର ସହ ବନ୍ଧୁମିଳନ ଓ ଦୂରଯାତ୍ରାରୁ ଉତ୍ସାହିତ ହେବେ।
ବୃଷ
ବୃଷ
ଖୁସି ମିଜାଜରେ କାମ କରିବାର ସୌଭାଗ୍ୟ ଅର୍ଜନ କରିବେ, କିନ୍ତୁ ତର୍କ ଅନର୍ଥର କାରଣ ପାଲଟି ଯାଇପାରେ। ମନେମନେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା ପାଇଁ ବହୁତ ବିଳମ୍ବ ଘଟିବ। ବାଣିଜ୍ୟ, ବ୍ୟବସାୟ, ଶିଳ୍ପ ଓ ଏଜେନ୍‌ଶିପରୁ ମନ ଖୁସି ରହିବ। ବିବାଦୀୟ ଘଟଣାଠାରୁ ଦୂରେଇ ନ ରହିଲେ ନିଜ ଉପରକୁ କିଛି ପରିମାଣରେ ଝାମେଲା ଆସିପାରେ।
ମିଥୁନ
ମିଥୁନ
ଗ୍ରହସ୍ଥିତିର ପ୍ରତିକୂଳତା ହେତୁ ପ୍ରକୃତ ଘଟଣା ନ ବୁଝି କୌଣସି କଥାରେ ମୁଣ୍ଡ ପୂରାନ୍ତୁ ନାହିଁ। ଅନ୍ୟମନସ୍କତା କାରଣରୁ ଦରକାରୀ କାଗଜପତ୍ର କିମ୍ବା ସୁନା ଜିନିଷ ହଜିଯିବାର ଆଶଙ୍କା ରହିଛି। ଆର୍ଦ୍ରା ନକ୍ଷତ୍ର ଯେଉଁ କାମରେ ହାତ ଦେବେ ସଫଳତା ଅର୍ଜନ କରିବେ। ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିବ।
କର୍କଟ
କର୍କଟ
ଆଜି ସାମାନ୍ୟ ଅସୁବିଧା ହେଲେ ମଧ୍ୟ ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ସ୍ବାସ୍ଥ୍ୟରେ ଉନ୍ନତି ହେତୁ ମନୋବଳ ବୃଦ୍ଧି ପାଇବ । ସାଧାରଣ କଥାରେ ବନ୍ଧୁ ମୁହଁ ଫଣଫଣ କରିପାରନ୍ତି। ଆନୁଷ୍ଠାନିକ କାମ, ମନୋରଞ୍ଜନ, ଆଧ୍ୟାମତ୍ିକ ଆଲୋଚନା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ସି˚ହ
ସି˚ହ
ଆଜି ସତର୍କରେ ନ ଚଳିଲେ ଅର୍ଥହାନି ସାଙ୍ଗକୁ କଳହର ସମ୍ମୁଖୀନ ହୋଇପାରନ୍ତି। ସମସ୍ୟାଗ୍ରସ୍ତ କରିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ସାନ୍ନିଧ୍ୟ ଲାଭ କରିବେ। ବ୍ୟବସାୟୀମାନେ ବିଶେଷଭାବେ ପରିବହନ, ମନୋରଞ୍ଜନ କାର୍ଯ୍ୟକ୍ରମାଦିରୁ ଲାଭବାନ ହେବେ। ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
କନ୍ୟା
କଥା କଥାକେ ସାହାଯ୍ୟର ପ୍ରତିଶ୍ରୁତି ଦେଉଥିବା ଲୋକଟି ଠିକଣା ସମୟରେ ସାମ୍ନାକୁ ଆସିବ ନାହିଁ। ଆମତ୍ୀୟସ୍ବଜନଙ୍କ ସ୍ବାସ୍ଥ୍ୟ ସମସ୍ୟାର ନିରାକରଣ ପାଇଁ ଚିନ୍ତା ବଢ଼ିପାରେ। ଆଇନ ଅଦାଲତରୁ ସୁଫଳ ପାଇବେ ଓ ବିଜୟଲାଭର ଆଶା ମଧ୍ୟ କରାଯାଇପାରେ । ପାରିବାରିକ, ଆନୁଷ୍ଠାନିକ, ବ୍ୟବସାୟିକ କ୍ଷେତ୍ର ମଧ୍ୟମ ପ୍ରକାରର ରହିବ।
ତୁଳା
ତୁଳା
ବିଭିନ୍ନ ଯୋଜନାର କାମ ହାତକୁ ନେବେ ଏବଂ ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ । ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଜଣେ ଅପରିଚିତ ବ୍ୟକ୍ତି ବହୁତ ସାହାଯ୍ୟ କରିବେ, ଯାହାକି ଆପଣଙ୍କ କଳ୍ପନା ବାହାରେ ଥିବ। ପୁତ୍ରକନ୍ୟାଙ୍କ ବିବାହ ବିଷୟକୁ କେନ୍ଦ୍ରକରି ସମସ୍ୟା ଲାଗି ରହିବ।
ବିଛା
ବିଛା
ବିଗତ ଦିନର ସ୍ମୃତି ରୋମନ୍ଥନ କରି ବିଚଳିତ ବୋଧ କରିବେ । ଉଚ୍ଚ ଆଶା ଧରି ଆଗେଇବା ପାଇଁ ଚେଷ୍ଟା କଲେ ମଧ୍ୟ ସଫଳତା ପାଇପାରିବେ ନାହିଁ । ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବାର ସୂଚନା ମଧ୍ୟ ରହିଛି। ଜମିଜମା, କଳିତକରାଳ, ଗୃହସୀମା ପ୍ରଭୃତି ସମ୍ପର୍କୀୟ ବିବଦମାନ ସ୍ଥିତିରୁ ସହସା ମୁକ୍ତି ମିଳିବ।
ଧନୁ
ଧନୁ
ପାରିପାର୍ଶ୍ୱିକ ପରିସ୍ଥିତି ପ୍ରତି ସଜାଗ ରହି କାର୍ଯ୍ୟ ହାସଲ ପାଇଁ ଚେଷ୍ଟା କଲେ ଉପକୃତ ହେବେ। ଉପଯୁକ୍ତ ପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଣ୍ଠୁଗଣ୍ଠି ବାତ, ଗ୍ୟାଷ୍ଟ୍ରିକଜନିତ କଷ୍ଟ ପାଇପାରନ୍ତି। କାମରେ ଅବହେଳା ଯୋଗୁ କାର୍ଯ୍ୟ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ।
ମକର
ମକର
ଜଣାଶୁଣା କେହି ବ୍ୟକ୍ତି ପ୍ରତିବାଦ କରି କାମ ହାସଲରେ ବିଘ୍ନ ଘଟାଇପାରନ୍ତି। ପାରିବାରିିକ ଜଞ୍ଜାଳ ବୃଦ୍ଧି ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ। କାର୍ଯ୍ୟଦକ୍ଷତା ହେତୁ ନିଜ ପରିସରରେ ପ୍ରଶଂସିତ ହେବେ। ସନ୍ତାନହେତୁକ ଚିନ୍ତା ବଢ଼ିଯାଇପାରେ।
କୁମ୍ଭ
କୁମ୍ଭ
ଦୀର୍ଘ ଦିନରୁ ଅଟକି ରହିଥିବା କାମକୁ ସମ୍ପୂର୍ଣ୍ଣ କରିବେ। ଶତଭିଷା ନକ୍ଷତ୍ର ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ମୀନମୀନ
ଆଜି ପାରିବାରିକ ସ୍ଥିରତା ରକ୍ଷାରେ ଅସମର୍ଥ ହେବେ। ବିବାଦୀୟ ପରିସ୍ଥିତିରେ ଲଢ଼େଇ କଲେ ବାଦୀ ଓ ପ୍ରତିବାଦୀ ଉଭୟେ କ୍ଷତିଗ୍ରସ୍ତ ହେବା ବ୍ୟତୀତ ଲାଭ ହେବନି। ସାମାଜିକ, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ସୃଷ୍ଟି ହେଲେ ବିଶେଷ ଅସୁବିଧା ହେବନି। ବହୁତ ଦିନରୁ ମନେ ମନେ ଖୋଜୁଥିବା ଲୋକଟିର ଖବର ଆଜି ସାୟାହ୍ନେ ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?