Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୩୦ ତାରିଖ – Daily Horoscope

ମେଷ
ଆଜି ସପ୍ତମ ଭାବସ୍ଥ ଏକାଧିକ ଗ୍ରହ କାର୍ଯ୍ୟହାନି, ମନସ୍ତାପ ଓ ବିବାଦରେ ପରାଜୟକୁ ବରଣ କରିପାରେ। ହଠାତ୍‌ ସକାଳୁ ସକାଳୁ ସ୍ବାସ୍ଥ୍ୟ ଓ ପୂର୍ବ ଶତ୍ରୁତା ସମ୍ପର୍କୀୟ ଚିନ୍ତା କରିବେ। ଆନୁଷ୍ଠାନିକ କାମରେ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ। କାମ ହାସଲ କ୍ଷେତ୍ରରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିପାରନ୍ତି।
ବୃଷ
ବୃଷ
ଦ୍ୱିତୀୟସ୍ଥ ମଙ୍ଗଳ ହେତୁ କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି । ନିକଟ ଅତୀତରେ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ପାଇବେ । ବକେୟା ଅର୍ଥ ଆଦାୟ ସକାଶେ ଅନ୍ୟର ସାହାଯ୍ୟ ନେବାର ସମ୍ଭାବନା ରହିଛି ।
ମିଥୁନ
ମିଥୁନ
ବକ୍ରୀ ବୃହସ୍ପତିଜନିତ କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଭ୍ରମଣ ରାଜନୀତି, ପ୍ରଶାସନ, ସଭାସମିତି, ଲେଖାପଢ଼ା, ପାଇଁ ଦିନଟି ବହୁତ ଭଲ ଅସମର୍ଥିତ ସୂତ୍ରରୁ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି  । ପାରିବାରିକ ସମସ୍ୟାରେ ଚିନ୍ତିତ ରହିବାର ସୂଚନା ରହିଛି ।
କର୍କଟ
କର୍କଟ
ଚତୁର୍ଥ ସ୍ଥାନ ପାପଯୁକ୍ତ ଯୋଗୁ ପରିବାରରେ ସାଧାରଣ କଥାରୁ କଳହ ଘଟିପାରେ । ଅଯଥା ଆଲୋଚନା ଓ ଯୁକ୍ତିତର୍କ ପାରିବାରିକ ସମସ୍ୟାକୁ ବଢ଼ାଇ ଦେଇପାରେ । ବନ୍ଧୁଙ୍କ ନିକଟରୁ କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି ଆନୁଷ୍ଠାନିକ କାମରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇବାର ଆଶା ରହିଛି ।
ସି˚ହ
ସି˚ହ
ଶୁକ୍ରଙ୍କ ଦୁର୍ବଳତା ଜନିତ ବିଳମ୍ବରେ କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବାରୁ ମନସ୍ତାପ କରିପାରନ୍ତି ।
ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁଙ୍କ ଦ୍ୱାରସ୍ଥ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ନୂତନ ଯୋଜନାରମ୍ଭ କିମ୍ବା ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ଧାର କରଜ, ଭଡ଼ା ସୂତ୍ରରୁ କିମ୍ବା ବକେୟା ଟଙ୍କା ଆଦି ପାଇବେ।
କନ୍ୟା
ବୃହସ୍ପତିଙ୍କ ଶୁଭତ୍ୱ କାରଣରୁ ସାମାଜିକ କ୍ଷେତ୍ରରେ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ । ପରିବାରରେ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି। ସ୍ବାସ୍ଥ୍ୟହାନି କାରଣରୁ ଡାକ୍ତରଙ୍କ ପରାମର୍ଶ ପାଇଁ ଆପଣଙ୍କୁ ଦୌଡ଼ିବାକୁ ପଡ଼ିପାରେ। ସାହିତ୍ୟ, ସଂସ୍କୃତି ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି।
ତୁଳା
ତୁଳା
ଶନିଙ୍କ କୁପ୍ରଭାବ କାରଣରୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ସହକର୍ମୀ କିମ୍ବା ବନ୍ଧୁଙ୍କ ସହ ବିତର୍କ ସୃଷ୍ଟି ହୋଇପାରେ। ଅତ୍ୟଧିକ ପରିଶ୍ରମଜନିତ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। କାର୍ଯ୍ୟହାସଲ ନିମିତ୍ତ ବିଶେଷ ଅର୍ଥ ବ୍ୟୟ କରି ଦୁଃଖିତ ହେବେ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଲେଖାପଢ଼ା, ନିର୍ମାଣ, ଗବେଷଣାରୁ ପ୍ରଶଂସିତ ହେବେ।
ବିଛା
ବିଛା
ପାପଗ୍ରହ ବର୍ଜିତ ଦୁର୍ବଳ ଚନ୍ଦ୍ର ମାନସିକ ଅସ୍ଥିରତା ବ୍ୟତୀତ ଆଉ କିଛି କ୍ଷତି ଘଟାଇବେ ନାହିଁ। କର୍ମକ୍ଷେତ୍ରରେ ମିତ୍ର ବନ୍ଧୁମାନଙ୍କ ଦ୍ୱାରା ଅର୍ଥ ଓ ସମ୍ମାନ ଲାଭ କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ।
ଧନୁ
ଧନୁ
ଆଜି ଏକ ଭିନ୍ନ ପରିବେଶରେ ବନ୍ଧୁମିଳନ ସାଙ୍ଗକୁ ମୂଲ୍ୟବାନ୍‌ ଦ୍ରବ୍ୟ ପ୍ରାପ୍ତିର ସମ୍ଭାବନା ରହିଛି। ଫେରିବା ରାସ୍ତାରେ ଜଣେ ବନ୍ଧୁଙ୍କୁ ମିଶି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବେ। ଅତିରିକ୍ତ କ୍ଳାନ୍ତି ଅନୁଭବ କରିବା ଦ୍ୱାରା ସ୍ବାସ୍ଥ୍ୟହାନି ଘଟିପାରେ। ଭାବପ୍ରବଣତାର ବଶବର୍ତ୍ତୀ ହୋଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରନ୍ତି।
ମକର
ମକର
ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ଗୁରୁତ୍ୱପୂର୍ଣ୍ଣ କାମ ହାସଲ କରିବେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଲାଭ ଓ ବନ୍ଧୁ ମିଳନରୁ ଖୁସି ହେବେ। ସନ୍ତାନହେତୁକ ଚିନ୍ତା ଦୂର ହେବା ସମ୍ଭବନା।
କୁମ୍ଭ
କୁମ୍ଭ
ତୃତୀୟସ୍ଥ ରାହୁଙ୍କ କୁପ୍ରଭାବରୁ ମାନସିକ ଅସ୍ଥିରତା ବୃଦ୍ଧି ପାଇବ। ପରିବାରରେ ଅଭାବ ଅସୁବିଧା ଲାଗି ରହିପାରେ। ଧାର୍ମିକ କାର୍ଯ୍ୟ, ବନ୍ଧୁ, ସହକର୍ମୀ, ପଡ଼ୋଶୀଙ୍କ ପାଇଁ ତ୍ୟାଗ କରିବାକୁ ବାଧ୍ୟ ହେବେ। ପାରିବାରିକ, ବ୍ୟବସାୟିକ, ସାମାଜିକ, ନୂତନ ପ୍ରକଳ୍ପ, ସମ୍ପର୍କୀୟ ଯୋଜନାକୁ କାର୍ଯ୍ୟକାରୀ କରାଇନେବେ।
ମୀନମୀନ
ଭାଗ୍ୟାଧିପ କେନ୍ଦ୍ରସ୍ଥ ଯୋଗୁ କର୍ମକ୍ଷେତ୍ରରେ ସହଜ ଓ ସୁବିଧାରେ କାମ ହାସଲ କରିବେ। ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବା କ୍ଷେତ୍ରରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ। ବ୍ୟବସାୟ, ବାଣିଜ୍ୟ, ପରିବହନ ସନ୍ତୋଷଜନକ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri