Posted inRasifala

ରାଶିଫଳ: ଶନିବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ
ଆଜି ହସଖୁସି ଓ ଆନନ୍ଦ ମଧ୍ୟରେ ଦିନଟିକୁ ଅତିବାହିତ କରିବେ। ଆଗାମୀ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇ ଉଠିବ। ଆତ୍ମୀୟଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯିବେ। ସଭାସମିତି, ମନୋରଞ୍ଜନ, ବୈବାହିକ କାମ କିମ୍ବା କୌଣସି କର୍ମାରମ୍ଭରେ ବ୍ୟସ୍ତ ରହିପାରନ୍ତି।
ବୃଷ
ବୃଷ
ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ କରିବା ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସବୁ କାମରେ ଆଗୁଆ ରହି କାମ କରିବା ହେତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିବେ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। କଚେରି ମାମଲା, ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତାରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଆଜି ଯେତିକି ଅର୍ଥ ପାଇବେ ପ୍ରତିଦାନରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ଅନ୍ୟମାନଙ୍କ ଫୁସୁଲାଫୁସୁଲି କଥାରେ ଭାସିଯାଇ ଯେଉଁ କାମ କରିବେ ପରେ ସେଥି ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଅଧିକାଂଶ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି । ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
କର୍କଟ
କର୍କଟ
ଈର୍ଷାପରାୟଣ ହୋଇ ନିଜ ଲୋକ ହଇରାଣରେ ପକାଇବାକୁ ଚେଷ୍ଟା କରିବେ। କର୍ମକ୍ଷେତ୍ରରେ ଯେତେ କାମ କଲେ ମଧ୍ୟ ପ୍ରଶଂସା ଶୁଣିବାକୁ ମିଳିବ ନାହିଁ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଅଭିଯୋଗ ଆସିପାରେ । ଘରୋଇ କଥାରେ କିଛି ମତପାର୍ଥକ୍ୟ ସୃଷ୍ଟି ହେବାରୁ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ।
ସି˚ହ
ସି˚ହ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ଅବଶ୍ୟ ସଫଳତା ପାଇବେ। ପରିସ୍ଥିତିବଶତଃ ଇଚ୍ଛା ନ ଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ପୃଷ୍ଠପୋଷକତା ଅଭାବରୁ କାମଗୁଡ଼ିକ ସୁବିଧାରେ ହେବା କଷ୍ଟକର ହୋଇପାରେ। କୌଣସି ଲୋକର ଚାପର ପ୍ରଭାବରୁ ଧୀରେ ସୁସ୍ଥେ କାମ କରିବାକୁ ବାଧ୍ୟ ହୋଇପାରନ୍ତି ।
କନ୍ୟା
ଆଜି କୌଣସି ସ୍ପର୍ଶକାତର କଥା ସକାଶେ ଟେନ୍‌ସନ ଲାଗି ରହିବ। ବନ୍ଧୁଙ୍କ ଗୃହକୁ ଯିବା ସକାଶେ ସଜବାଜ ହୋଇପାରନ୍ତି । ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ନାନାଦି କଥା କହିବେ। ରୋଗଣା ସ୍ବାସ୍ଥ୍ୟରେ ସମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ।
ତୁଳା
ତୁଳା
ଅନେକ ଆଶା ଓ ଆଗ୍ରହ ନେଇ ବନ୍ଧୁ ଗୃହକୁ ଗମନ କରିପାରନ୍ତି। ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଳାନ୍ତି ଅନୁଭବ କରିବେ। ଯାହା ଆଶା କରୁଥିଲେ କିଛି ପରିମାଣରେ ଅବଶ୍ୟ ପାଇବେ। ବାଣିଜ୍ୟ, ବ୍ୟବସାୟ ଓ କର୍ମକ୍ଷେତ୍ର ପୂର୍ବଭଳି ରହିବ।
ବିଛା
ବିଛା
ନିକଟ ସମ୍ପର୍କୀୟମାନେ କ୍ରମଶଃ ଦୂରେଇ ରହୁଥିବାର ଅନୁଭବ କରିବେ, ଫଳରେ ମନ ଭଲ ରହିବ ନାହିଁ ।
ପାରିବାରିକ କ୍ଷେତ୍ରରେ ନାନା ସମସ୍ୟାରେ ପଡ଼ି ବ୍ୟସ୍ତ ହୋଇପାରନ୍ତି। କଳା,ସାହିତ୍ୟ ଓ ବନ୍ଧୁ ମିଳନ କ୍ଷେତ୍ରରେ ବେଶ୍‌ ଆଦୃତ ହେବେ। ସାଙ୍ଗଠନିକ କାର୍ଯ୍ୟ, ନିର୍ମାଣ, ମାଲି ମକଦ୍ଦମା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତିରେ ଜୟଯୁକ୍ତ ହେବେ।
ଧନୁ
ଧନୁ
ଆଜି ଅର୍ଥ ଲାଭ ସାଙ୍ଗକୁ ବନ୍ଧୁମାନଙ୍କ ବଦାନ୍ୟତାରୁ ସମ୍ମାନ ମଧ୍ୟ ପାଇବେ। ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ପୁଣି ଯୋଡ଼ିବା ସକାଶେ ଚେଷ୍ଟା କରି ମଧ୍ୟ କିଛି ଲାଭ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଉନ୍ନତି କରିବେ। ଦୀର୍ଘଦିନରୁ ଭିତରେ ଭିତରେ କୁହୁଳୁଥିବା ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ।
ମକର
ମକର
 ପ୍ରଶଂସା ଓ ପ୍ରୋତ୍ସାହନ ପାଇ ନିଜର ଭାବାବେଗକୁ ରୋକିପାରିବେ ନାହିଁ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ,ମାତ୍ର ବହୁତ ତକ୍‌ଲିପି ସହିବାକୁ ପଡ଼ିବ । ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ,କିନ୍ତୁ ମନଟା କେଜାଣି କାହିଁକି ଏକ ଅଜଣା ଆଶଙ୍କାରେ ଉଦ୍‌ବେଳିତ ହୋଇପାରେ। ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜି ପ୍ରତ୍ୟେକ କ୍ଷେତ୍ରରେ ସଂଯମ ରକ୍ଷା ନ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଗତକାଲିର କୌଣସି ଘଟଣାକୁ ନେଇ ଆଜି ମନଟା ଭାରାକ୍ରାନ୍ତ ରହିବ। ସବୁ କାମ ନିରୁତ୍ସାହିତ ଭାବେ କରିବେ ଏବଂ କୌଣସିଥିରେ ଆନ୍ତରିକତା ନଥିବ। କର୍ମକ୍ଷେତ୍ରରେ, ମାଙ୍ଗଳିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ମୀନମୀନ
ଆର୍ଥିକ ଅନଟନ ଓ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିପାରେ। ଯେତେ ପ୍ରକାର ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିବ। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ମଧ୍ୟାହ୍ନରେ ଉଚ୍ଚବାଚ ଘଟିବାର ଆଶଙ୍କା ରହିଛି। ସାମାନ୍ୟ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri