Posted inRasifala

ରାଶିଫଳ: ଶନିବାର, ଅକ୍ଟୋବର ୨୯ ତାରିଖ – Daily Horoscope

ମେଷ
ବୁଧ ପାପଗ୍ରହ ରାହୁଙ୍କ ଦ୍ୱାରା ପ୍ରଭାବିତ ହେଉଥିବାରୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ସକାଳୁ ମାତ୍ରାଧିକ ଭ୍ରମଣ ମନକୁ ବିଭ୍ରାନ୍ତି କରାଇବ। ଆଲୋଚନା ପରିସରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିପାରିବେ। ଭ୍ରମଣପ୍ରିୟ ହେବେ ଓ ମୂଲ୍ୟବାନ ଜିନିଷ କିଣିବାକୁ ମନ ବଳାଇବେ ।
ବୃଷ
ବୃଷ
ଚନ୍ଦ୍ର ନିଜର ଉଚ୍ଚସ୍ଥାନକୁ ଅବଲୋକନ କରୁଥିବାରୁ ଅଭାବ ପୂରଣ ଦିଗରେ ପଡ଼ୋଶୀଙ୍କ ସାହାଯ୍ୟ କାମକୁ ଆସିବ। ଉପରିସ୍ଥ କର୍ମଚାରୀମାନଙ୍କ ଅନୁକମ୍ପାରୁ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ସଭାସମିତିରେ ବିତର୍କଜନିତ ସାମୟିକ ଅସ୍ଥିରତାର ସୂଚନା ମଧ୍ୟ ରହିଛି। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମିଥୁନ
ମିଥୁନ
ଆଜି ରାଶିରେ ମଙ୍ଗଳ ଅବସ୍ଥାନ କରୁଥିବାରୁ ଦୀର୍ଘ ଦିନର ଆଶା ସାକାର ହୋଇଯିବ। ଏହାସହ ସ୍ବାସ୍ଥ୍ୟରେ ଉନ୍ନତି, ଗୃହ, ଜମିଜମା, ବ୍ୟବସାୟ, ପରିବହନ ଦିଗରୁ ଅନୁକୂଳ ଫଳ ପାଇବେ। ପ୍ରେସ୍‌ ପବ୍ଲିକେଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିପାରନ୍ତି।
କର୍କଟ
କର୍କଟ
ବଳହୀନ ରାଶ୍ୟାଧିପ କାରଣରୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। କର୍ମାରମ୍ଭ, ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗ, ବନ୍ଧୁଙ୍କ ନିମନ୍ତ୍ରଣଜନିତ ମନ ଖୁସି ରହିବ। ଏହା ସାଙ୍ଗକୁ ପାରିବାରିକ ଅସ୍ଥିରତା, ଅର୍ଥାଭାବ, କାର୍ଯ୍ୟ ସିଦ୍ଧିରେ ବିଳମ୍ବ ବ୍ୟସ୍ତତାର କାରଣ ହେବ। ବାଣିଜ୍ୟ, ବ୍ୟବସାୟ ଏପରିକି ଯୋଗାଣ କାରବାରରେ ଉନ୍ନତି କରିବେ।
ସି˚ହ
ସି˚ହ
ତୃତୀୟରେ ଏକାଧିକ ଗ୍ରହଙ୍କ ଅବସ୍ଥିତି ହେତୁ ଭ୍ରାତୃ ସମ୍ପର୍କ ଏବଂ ପାରିବାରିକ ସମସ୍ୟା ନେଇ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ହାତ ଖାଲି ରହିବା କାରଣରୁ ମନରେ ସରସତା ରହିବ ନାହିଁ। କେତେକ ଅଧୁରା କାମ ସମ୍ପନ୍ନ କରିବା ପାଇଁ ଯୁକ୍ତିତର୍କଜନିତ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ। ମାଙ୍ଗଳିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି।
କନ୍ୟା
ବୁଧ ଓ ବୃହସ୍ପତିଙ୍କ ଷଡ଼ାଷ୍ଟକ ସ୍ଥିତିଜନିତ ପାରିବେଶିକ ବ୍ୟତିକ୍ରମ କର୍ମକ୍ଷେତ୍ରର ଯୋଜନାକୁ ବଦଳାଇ ଦେଇପାରେ। ଋଣ ସୂତ୍ରରେ ଅର୍ଥଲାଭ ପାଇଁ ପ୍ରଯତ୍ନ କରିବେ ତଥାପି ମନରେ ଶାନ୍ତି ଆସି ନ ପାରେ । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବାର ଆଶା ରହିଛି ।
ତୁଳା
ତୁଳା
ଷଷ୍ଠ ଗୁରୁ ହେତୁ ନିଜ ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନରୂପ ଦେଇପାରନ୍ତି। ଯାତ୍ରା ଶୁଭପ୍ରଦ ହେବା ସହ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ଦର୍ଶନୀୟ ସ୍ଥାନ ଭ୍ରମଣ ପାଇଁ ମନ ବଳାଇବେ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
ବିଛା
ବିଛା
ଅଷ୍ଟମସ୍ଥ ମଙ୍ଗଳ ହେତୁ ମନରେ ବିରକ୍ତି ଜାଗ୍ରତ ହେବା ସହ କଥାଭାଷାର କଠୋରତା ସମ୍ପର୍କକୁ ହ୍ରାସ କରାଇବ। ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମତାନ୍ତର ସମ୍ଭାବନା ରହିଛି। ଅବଶ୍ୟ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ନିର୍ମାଣ, ପ୍ଲଟିଂ ବ୍ୟବସାୟ କ୍ଷେତ୍ରରେ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ
ଧନୁ
ଶନି ଦୃଷ୍ଟିରେ ବୃହସ୍ପତି ଥିବାରୁ ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କ ହାନି ଘଟିବାର ଆଶଙ୍କା ରହିଛି। ଅର୍ଥନୈତିକ ଦୃଷ୍ଟିକୋଣରୁ ଦିନଟି ଶୁଭଙ୍କରୀ ରହିବ। ବ୍ୟବସାୟ, ଆଲୋଚନା, ଯାତ୍ରା କ୍ଷେତ୍ରରେ ଠିକ୍‌ ବିଚାର ବିନା ସରଳ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି । ପାରିବାରିକ କ୍ଷେତ୍ରରେ ହଠାତ୍‌ ପ୍ରତିକ୍ରିୟାଶୀଳ ହେବା ନାହିଁ।
ମକର
ମକର
ସପ୍ତମାଧିପତି ନୀଚସ୍ଥ ଯୋଗୁ ଆଜିର ପ୍ରତ୍ୟୁଷ ଯାତ୍ରା, ବିବାଦୀୟ ଘଟଣା ଓ ପରିବହନରେ ସମସ୍ୟା ଦେଖାଦେଇପାରେ। ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି । ଭୁଲ୍‌ ବୁଝାମଣା କାରଣରୁ ଦାମ୍ପତ୍ୟ ଜୀବନରେ ମନାନ୍ତର ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ଭାଗ୍ୟଭାବରେ ବୁଧ ଓ ଶୁକ୍ର ରହିଥିବାରୁ ନୂତନ ଗୃହ, ଯାନବାହନ, ଅଳଙ୍କାର ପ୍ରଭୃତି ଜିନିଷ କିଣିବା ପାଇଁ ମନ ବଳାଇବେ। ଭାଇଙ୍କ ସ୍ବାସ୍ଥ୍ୟହାନି ସକାଶେ ଚିନ୍ତା କରିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆର୍ଥିକ ସମସ୍ୟା, ମାମଲା, ଜମିଜମା, ପିଲା ମାନଙ୍କ ବିବାହ ସମ୍ପର୍କିତ ଚିନ୍ତାରେ ମନ ଉଦ୍‌ବିଘ୍ନ ରହିବ।
ମୀନମୀନ
ଆଜି ଶୁଭଗ୍ରହ ପ୍ରଭାବରେ କାର୍ଯ୍ୟସିଦ୍ଧି ସହ ପ୍ରିୟ ବନ୍ଧୁମାନଙ୍କ ଆଦରସୁହାଗ ମନକୁ ପ୍ରଫୁଲ୍ଲିତ କରି ରଖିବ। କୌଣସି କ୍ଷେତ୍ରରୁ ଆଶାଜନକ ଅର୍ଥ, ସମ୍ମାନ, ଉପଢ଼ୌକନ, ବସ୍ତ୍ରାଦି ପ୍ରାପ୍ତି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri