Posted inRasifala

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ
ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ଦ୍ୱନ୍ଦ୍ୱ ମଧ୍ୟରେ ଗତି କରିବାକୁ ପଡ଼ିବ। ପ୍ରତିବନ୍ଧକ ଲାଗିରହିବା ହେତୁ ବିଳମ୍ବରେ ସମସ୍ୟା ଭିତରେ କାର୍ଯ୍ୟ ସମ୍ପନ୍ନ ହେବ। ଆଲୋଚନା ଓ ସମାଲୋଚନା ଭିତରେ ସମାଧାନ ପୂର୍ବକ ପରିବାରରେ ଶାନ୍ତି ଫେରି ଆସିବ। ନିଜ ଲୋକ ଅସୁବିଧାରେ ପକାଇପାରନ୍ତି, ଏଣୁ ସତର୍କ ରହିବା ଭଲ ।
ବୃଷ
ବୃଷ
ଘରୋଇ କଳହକୁ ନେଇ ବନ୍ଧୁ ଗହଣରେ ମଧ୍ୟ ଅଶାନ୍ତି ଲାଗିରହିବ। ପ୍ରକାଶନ,ପ୍ରଶାସନ, କଳା, କ୍ରୀଡ଼ା,ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ର ବିଶେଷ ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ ,ସେମାନେ କହିବେ ବହୁତ କିନ୍ତୁ କାମ କଲା ବେଳକୁ ଜିରୋ। ଆଜିର ଯାତ୍ରା,ବାଣିଜ୍ୟ ଏବଂ ନୂତନ ସମ୍ପର୍କ ସ୍ଥାପନ ଦିଗରୁ ଲାଭବାନ୍‌ ହେବେ।
ମିଥୁନ
ମିଥୁନ
ପରିବାରରେ ଭୁଲ୍‌ ବୁଝାମଣା ହେତୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ। ଟଙ୍କା ପଇସା ସମ୍ପର୍କିତ ଝମେଲାର ସମ୍ମୁଖୀନ ହେବା ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସନ୍ତାନହେତୁକ ମାନସିକ ଆଘାତ ପାଇ ପାରନ୍ତି। ପରିବହନ,ବ୍ୟବସାୟ,ସଭାସମିତି,ଜମିଜମା ଏବଂ ପିଲାଙ୍କ କଥା ନେଇ ଉନ୍ନତ ମାନର ଫଳ ମିଳିବ।
କର୍କଟ
କର୍କଟ
ଆଜି ବନ୍ଧୁମାନଙ୍କ ନିକଟରୁ ଅର୍ଥ ପାଇବେ ସତ, କିନ୍ତୁ ମାନସିକ ଶାନ୍ତି ହରାଇବେ । କର୍ମକ୍ଷେତ୍ରରେ ଠିକ୍‌ ସିଦ୍ଧାନ୍ତ ନେଇପାରିବେ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ସଭାସମିତି କିମ୍ବା ସାଙ୍ଗଠନିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ,ସୁଖ ସମ୍ମାନ ପାଇ ଖୁସି ହୋଇପାରନ୍ତି।
ସି˚ହ
ସି˚ହ
ଆଜିର ପରିସ୍ଥିତି ଓ ରହୁଥିବା ପରିବେଶରେ କିଛି ଗଡ଼ବଡ଼ ସୃଷ୍ଟି ହୋଇପାରେ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ବିଳମ୍ବରେ ପାଇଯିବେ। ବାଧା ଉପୁଜିଲେ ବି କାମ ଅଟକିବ ନାହିଁ । ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। ମହିଳାମାନେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ।
କନ୍ୟା
ଆଜିର ଜୀବନଯାତ୍ରାରେ ସବୁ ଭାବିଚିନ୍ତି କରନ୍ତୁ। ଦୀର୍ଘଦିନର ଚେଷ୍ଟା ପରେ ଋଣସୂତ୍ରରେ ଆଜି ହିଁ ଅର୍ଥଲାଭ କରିବେ। କର୍ମବ୍ୟସ୍ତତା ମଧ୍ୟରେ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ପଛରେ ଟାହିଟାପରା କରିପାରନ୍ତି। ଆଗାମୀ ମାଙ୍ଗଳିକ କାର୍ଯ୍ୟାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିବେ।
ତୁଳା
ତୁଳା
ଆଳସ୍ୟ ହେତୁ ସଫଳତା ପାଇବା କଷ୍ଟକର ହୋଇ ପଡ଼ିବ। ସ୍ବାତୀ ନକ୍ଷତ୍ର କାମରେ ମନଦେଇ ଏହାକୁ ପୂରା ନ କରିବା ଯାଏଁ ଛାଡ଼ିବେ ନାହିଁ। ଆପଣଙ୍କ ଅତି ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ପାରିବାରିକ କ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
ବିଛା
ବିଛା
ଭୁଲ୍‌ ବୁଝାମଣା କାରଣରୁ ଝଗଡ଼ା ସାଙ୍ଗକୁ ପରିବାରରେ ଅଶାନ୍ତି ବାତାବରଣ ସୃଷ୍ଟି କରାଇପାରେ। ପୁନଶ୍ଚ କର୍ମକ୍ଷେତ୍ରରେ ମଧ୍ୟ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିବା ଆଶଙ୍କା ରହିଛି । ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ବିଜୟୀ ହେବେ । ବ୍ୟବସାୟ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ
ଧନୁ
ଆକସ୍ମିକ ବିବାଦ କାରଣରୁ ଉନ୍ନୟନ କାମ ବାଧାପ୍ରାପ୍ତ ହୋଇପାରେ। ଶାରୀରିକ ସୁସ୍ଥତା ଫେରିପାଇବା ସାଙ୍ଗକୁ ପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ମିଳିବ। ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ସହ ପ୍ରଶଂସିତ ହେବେ । ପାରିବାରିକ, ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।
ମକର
ମକର
ବନ୍ଧୁ କିମ୍ବା ସହକର୍ମୀମାନଙ୍କ ସହ ତିକ୍ତତା ଦେଖାଦେଇପାରେ । ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ।
କୁମ୍ଭ
କୁମ୍ଭ
ସାମୟିକ ସ୍ବାସ୍ଥ୍ୟହାନି କାମକୁ ପ୍ରତିରୋଧ କରିବା ଆଶଙ୍କା ରହିଛି । ନିଜ ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। କାର୍ଯ୍ୟଦକ୍ଷତା କାରଣରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବା ସହ ପ୍ରଶଂସିତ ହେବେ । ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିବେ।
ମୀନମୀନ
ଚେଷ୍ଟା କରୁଥିବା କାମଗୁଡ଼ିକ ଆଜି ଅପରାହ୍ନେ ଠିକ୍‌ ଭାବରେ ସମ୍ପନ୍ନ ହେବ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ ବନ୍ଧୁମାନଙ୍କ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଶୁଭାକାଂକ୍ଷୀମାନଙ୍କ ପ୍ରେରଣାରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri