Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ
ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ଦ୍ୱନ୍ଦ୍ୱ ସୃଷ୍ଟି ହେବ। ପୂର୍ବାହ୍ନରେ ସାଧାରଣ କଥାକୁ କେନ୍ଦ୍ରକରି ସାଙ୍ଗସାଥୀ କିମ୍ବା ବନ୍ଧୁଙ୍କ ସହ ଝଗଡ଼ା ଲାଗିପାରେ। ଘର କଥା ହେଉ କିମ୍ବା କର୍ମକ୍ଷେତ୍ର ସବୁ କାମ ଗୋଳିଆ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି, ଏଣୁ ସତର୍କ ରହିବା ଭଲ।
ବୃଷ
ବୃଷ
ଆଜି ପାଇଁ ଶୁଭଭାବସ୍ଥ ଚନ୍ଦ୍ର ପ୍ରତ୍ୟେକ କାମକୁ ଧୀର ମନ୍ଥର ଗତିରେ ଆଗକୁ ନେବେ। ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, କଳା, କ୍ରୀଡ଼ା, ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ର ବିଶେଷ ମନ୍ଦ ହେବନି। ସାଙ୍ଗସାଥୀମାନେ କହିବେ ବହୁତ କିନ୍ତୁ କାମ କଲା ବେଳକୁ ଜିରୋ। ଆଜିର ଯାତ୍ରା, ବାଣିଜ୍ୟ, ସ୍ତ୍ରୀଙ୍କ ସମ୍ପର୍କ ଦିଗରୁ ଲାଭବାନ୍‌ ହେବେ।
ମିଥୁନ
ମିଥୁନ
ପରିବାରରେ ଭୁଲ୍‌ ବୁଝାମଣା ହେତୁ କଳହ ଲାଗିପାରେ। ଟଙ୍କା ପଇସା ସମ୍ପର୍କିତ ଝମେଲାର ସମ୍ମୁଖୀନ ହେବେ। ପୁନର୍ବସୁ ନକ୍ଷତ୍ର ସନ୍ତାନ ହେତୁକ ମାନସିକ ଆଘାତ ପାଇପାରନ୍ତି। ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ। ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ଉନ୍ନତ ଫଳ ମିଳିବ।
କର୍କଟ
କର୍କଟ
ଆଜି ବନ୍ଧୁଙ୍କ ନିକଟରୁ ଅର୍ଥ ପାଇବେ ସତ କିନ୍ତୁ ମାନସିକ ଶାନ୍ତି ହରାଇବେ। କେତେକ କ୍ଷେତ୍ରରେ ଠିକ୍‌ ସିଦ୍ଧାନ୍ତ ନେଇପାରିବେ ନାହିଁ। ପରିବାର ଲୋକଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ସଭାସମିତି କିମ୍ବା ସାଂଗଠନିକ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ପୁଷ୍ୟା ନକ୍ଷତ୍ର ସକାଶେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ।
ସି˚ହ
ସି˚ହ
ଆଜିର ପରିସ୍ଥିତି ଓ ରହୁଥିବା ପରିବେଶରେ କିଛି ଗଡବଡ ସୃଷ୍ଟି ହେବ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇଯିବେ। କର୍ମ କ୍ଷେତ୍ରରେ ବାଧା ଉପୁଜିଲେ ବିକାମ ଅଟକିବ ନାହିଁ। ପୂର୍ବାଫାଲଗୁନୀ ନକ୍ଷତ୍ରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁଁ ମନରେ ସରସତା ରହି ନ ପାରେ।
କନ୍ୟା
ଆଜି ଯାହା କରିବେ ଭାବିଚିନ୍ତି କରନ୍ତୁ। ଦୀର୍ଘଦିନର ଚେଷ୍ଟା ପରେ ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିବେ। ସ୍ତ୍ରୀଙ୍କ ବରାଦ, ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟ, ବାଣିଜ୍ୟର ପ୍ରତିବନ୍ଧକ ଓ ଯାତ୍ରାରେ ଦୁଚିନ୍ତା ବଢିପାରେ। ପୁଣି ଚିତ୍ରା ନକ୍ଷତ୍ର ଆକସ୍ମିକ ଭାବରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ଆଳସ୍ୟ ଓ ଅବହେଳା ସଙ୍ଗକୁ କାଳ କ୍ଷେପଣ ନୀତି ହେତୁ ସଫଳତା ପାଇବା କଷ୍ଟକର ହୋଇପଡିବ। ଆପଣଙ୍କ ଅତି ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ସ୍ବାତୀ ନକ୍ଷତ୍ର ସକାଶେ ବନ୍ଧୁ ପରିଜନ ସହ ଆଜିର ସକାଳୁଆ ଯାତ୍ରା ଶୁଭପ୍ରଦ ହେବ।
ବିଛା
ବିଛା
ଭୁଲ୍‌ ବୁଝାମଣା ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଇପାରେ। ଏଣୁ ତରବରିଆ ଭାବେ କିଛି ନ କରି କର୍ମ କ୍ଷେତ୍ରରେ ଧୀରେ ସୁସ୍ଥେ ଗତି କରନ୍ତୁ। ଅନୁରାଧା ନକ୍ଷତ୍ର ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ଆପଣ ବିଜୟୀ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।
ଧନୁ
ଧନୁ
କର୍ମକ୍ଷେତ୍ରରେ ଅନ୍ୟର ସରଳ କଥାକୁ ବିଶ୍ୱାସ କଲେ ହଇରାଣରେ ପଡିପାରନ୍ତି। ଉତ୍ତରାଷାଢା ନକ୍ଷତ୍ରର ବିବାଦ କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବ। ଶାରୀରିକ ସୁସ୍ଥତା ଫେରିପାଇବା ସଙ୍ଗକୁ ପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ମିଳିବ। ପାରିବାରିକ, ପରିବହନ, ଦୋକାନ, ହୋଟେଲ ପ୍ରଭୃତିରୁ ସୁଫଳ ମିଳିବ।
ମକର
ମକର
ପରିବାରରେ ଭୁଲ ବୁଝାମଣା ନେଇ ଅଶାନ୍ତି ଓ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ତିକ୍ତତା ଦେଖାଦେଇପାରେ। ଶ୍ରବଣା ନକ୍ଷତ୍ର ଆଜି ଅପରାହ୍ନରେ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇପାରନ୍ତି।
କୁମ୍ଭ
କୁମ୍ଭ
ପୂର୍ବଭାଦ୍ରବ ନକ୍ଷତ୍ରର ସାମୟିକ ସ୍ବାସ୍ଥ୍ୟହାନି କାମକୁ ପ୍ରତିରୋଧ କରିବ। ନିଜର ଲୋକମାନଙ୍କ କାର୍ଯ୍ୟକଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସ୍ବାସ୍ଥ୍ୟହାନି କାରଣରୁ ସ୍ତ୍ରୀ କିମ୍ବା ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ସକାଳ ସମୟରେ କୌଣସି ଶୁଭ ଖବର ପାଇପାରନ୍ତି ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
ମୀନମୀନ
ଗତକାଲିଠାରୁ ଚେଷ୍ଟା କରୁଥିବା କାମଗୁଡିକ ଆଜି ଅପରାହ୍ନେ ଠିକ୍‌ ଭାବରେ ସମ୍ପନ୍ନ ହେବ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ରେବତୀ ନକ୍ଷତ୍ର ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri