Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୨୭ ତାରିଖ – Daily Horoscope

ମେଷ
କେତୁଯୁକ୍ତ ଚନ୍ଦ୍ରଙ୍କ ପ୍ରଭାବରେ ସ୍ବାସ୍ଥ୍ୟହାନି ସାଙ୍ଗକୁ ପ୍ରତ୍ୟେକ କାମରେ ସମସ୍ୟାର ସମ୍ମୁଖୀନ ହେବେ। ସାମାଜିକ, ପାରିବାରିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ଦକ୍ଷତା ହେତୁ ସଫଳତା ମିଳିବ। ସହକର୍ମୀଙ୍କ ସହ କଥା କଟାକଟି ଦେଖାଦେବାରୁ ମତାନ୍ତରର ସମ୍ଭାବନା ରହିଛି। ଯେକୌଣସି ପରିସ୍ଥିତିରେ ମଧ୍ୟ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ।
ବୃଷ
ବୃଷ
ଶୁକ୍ର ବିପରୀତ ରାଜଯୋଗ ସୃଷ୍ଟି କରୁଥିବାରୁ ବିଳାସପ୍ରିୟ ଜୀବନଯାପନର ଖୋରାକ ପାଇପାରିବେ। ସ୍ବଗୃହୀ ଶନିଙ୍କ ସୁପ୍ରଭାବରୁ ସ୍ଥଗିତ କାମ ପୂର୍ଣ୍ଣାଙ୍ଗ କରିବା ସକାଶେ ଦୃଢ଼ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପରିବାର ଭିତରେ ବିବାଦ ଦେଖାଦେଇପାରେ। ମଙ୍ଗଳଙ୍କ ଦୁର୍ବଳତା ହେତୁ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନିଜନିତ ଦୁଚିନ୍ତା ସୃଷ୍ଟିହେବ।
ମିଥୁନ
ମିଥୁନ
କୋଣଭାବସ୍ଥ ଧନାଧିପତି ଆର୍ଥିକ ସହାୟତା ପ୍ରଦାନ କରି ବନ୍ଧୁଙ୍କୁ ଆପଣାର କରାଇପାରନ୍ତି। କର୍ମକ୍ଷେତ୍ର୍ରରେ ଉପରିସ୍ଥଙ୍କ ଅନୁକମ୍ପାରୁ ସୁବିଧା ସୁଯୋଗ ପାଇ କାମ ହାସଲ କରିବେ। ରାଜନୀତି, ସଭାସମିତି ଓ ସଂଗଠନ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେତୁ ମନସ୍ତାପ କରିବେ। ବ୍ୟବସାୟ, ପରିବହନ, ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ।
କର୍କଟ
କର୍କଟ
ଅଷ୍ଟମସ୍ଥ ଶନି ଧନସ୍ଥାନକୁ ଅବଲୋକନ କରୁଥିବାରୁ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦର ସମ୍ମୁଖୀନ ହେବେ। ପାରିବାରିକ ଶାନ୍ତି ଫେରିବା ନେଇ ଆଶାବାଦୀ ହୋଇପାରନ୍ତି। ପଡ଼ୋଶୀଙ୍କଠାରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧା ଭୋଗିବେ। ଇଚ୍ଛାନଥିଲେ ମଧ୍ୟ ବାଧ୍ୟବାଧକତାରେ ଅନେକ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।
ସି˚ହ
ସି˚ହ
ମୁଖଭାବସ୍ଥ ପାପଗ୍ରହଯୁକ୍ତ ଚନ୍ଦ୍ର ହେତୁ କହିଥିବା କଥାକୁ ଗୁରୁତର ସମସ୍ୟା ସୃଷ୍ଟି ହେବ। ଭାଙ୍ଗି ପଡିଥିବା ସମ୍ପର୍କ ଯୋଡିବା ସକାଶେ ଅନ୍ୟର ସାହାଯ୍ୟ ପ୍ରାର୍ଥୀ ହେବାକୁ ପଡ଼ିବ। ସନ୍ତାନଙ୍କ ସମସ୍ୟାଜନିତ ଅନ୍ୟମନସ୍କତା କାରଣରୁ ମାନସିକ ବ୍ୟଥା ଅନୁଭବ କରିବେ। ପରିବାରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତି ବଢ଼ିବ।
କନ୍ୟା
ଚତୁର୍ଥ କେନ୍ଦ୍ରସ୍ଥ ଶୁକ୍ର ପ୍ରଭାବରେ ପାରିବାରିକ ସମସ୍ୟା ଭିତରେ ଭିତରେ କୁହୁଳୁଥିଲେ ମଧ୍ୟ କିଛି ଅସୁବିଧା ହେବନାହିଁ। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କଲେ କେତେକାଂଶରେ ଉପକୃତ ହେବେ। ପ୍ରଶାସନିକ ସ୍ତରରେ ମତାନ୍ତର ଜନିତ କାର୍ଯ୍ୟହାନି ଘଟିପାରେ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ତର୍କ ଓ ବିବାଦର ଆଶଙ୍କା ରହିଛି।
ତୁଳା
ତୁଳା
ଉଚ୍ଚାରୋହୀ ରାଶ୍ୟାଧିପତି ଗୁରୁ କ୍ଷେତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ସହକର୍ମୀ ସହାନୁଭୂତି ପ୍ରଦର୍ଶନ କରି ନିଜେ ଚର୍ଚ୍ଚାର ପରିସରକୁ ଆସିପାରନ୍ତି। ମନକଥା ମନରେ ରଖି ବାହାରକୁ ଠିକ୍‌ ଭାବେ କାମ କରିବାର ଅଭିନୟ କରିପାରନ୍ତି। ନିଜ ପରିସର ବ୍ୟକ୍ତି ବିଶେଷଙ୍କ ସାହାଯ୍ୟରେ ନୂତନ କର୍ମାରମ୍ଭ କରି ଖୁସି ହେବେ।
ବିଛା
ବିଛା
ଆଜିର ଗ୍ରହଯୋଗ ପ୍ରଭାବରୁ ଅତୀତ ସ୍ମୃତି ରୋମନ୍ଥନ କରି ଭାବ ବିଭୋର ହେବେ। ବିଭିନ୍ନ ସଙ୍ଗଠନରେ ସାମିଲ ହୋଇ ପ୍ରଶଂସିତ ହେବା ଯୋଜନା କରିବେ। ବ୍ୟବସାୟରେ ଲାଭ, ଯାତ୍ରାରେ ସଫଳତା ସହ ବନ୍ଧୁ ସମ୍ପର୍କ ଦୃଢ଼ୀଭୂତ ହୋଇପାରିବ। ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ ଏବଂ ସାମୟିକ ଭାବରେ ମାନସିକ ଆଘାତ ପାଇବେ।
ଧନୁ
ଧନୁ
ଶନିଙ୍କ ଅବସ୍ଥିତି କ୍ରମେ ନିକଟସ୍ଥ ବ୍ୟକ୍ତିଙ୍କ କାର୍ଯ୍ୟକଳାପରୁ ଅସନ୍ତୁଷ୍ଟ ହେବେ। କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିବା ହେତୁ ବ୍ୟସ୍ତତା ଅନୁଭବ କରିବେ। ଦୂରଯାତ୍ରା ଓ କୌଣସି ଧାର୍ମିକ କାମ ସକାଶେ ବିଭିନ୍ନ ଯୋଜନା କରିବେ। କୌଣସି କ୍ଷେତ୍ରରେ ଭାବିଚିନ୍ତି କାମ ନ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ।
ମକର
ମକର
ସପ୍ତମାଧିପତି କେତୁ ଯୁକ୍ତ କାରଣରୁ କାମର ଚାପ ମାନସିକ ଅସ୍ଥିରତା ସୃଷ୍ଟି କରିବ। ବନ୍ଧୁଙ୍କ ଆମନ୍ତ୍ରଣ କ୍ରମେ ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ପାଇବେ। କଳା, ସାହିତ୍ୟ, ସାମ୍ବାଦିକତା, ରାଜନୀତି ପାଇଁ ଦିନଟି ବହୁତ ଭଲ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ ଓ ପାରିବାରିକ କ୍ଷେତ୍ରରେ ସ୍ବାମୀଙ୍କ ତରଫରୁ କିଛି ସମସ୍ୟାର ସମ୍ମୁଖୀନ ହେବେ।
କୁମ୍ଭ
କୁମ୍ଭ
ରାଶ୍ୟାଧିପତି ସ୍ବଗୃହସ୍ଥ ଯୋଗୁ ସ୍ବାସ୍ଥ୍ୟ, ପରିବାର ଓ କର୍ମକ୍ଷେତ୍ର ପାଇଁ ଆଜି ଅସୁବିଧା ହେବନାହିଁ। ନିର୍ମାଣାଧୀନ ଗୃହସୀମା କିମ୍ବା ଜମିବାଡ଼ି ସମ୍ପର୍କରେ ବାକ୍‌ଯୁଦ୍ଧ ଲାଗିପାରେ। ସଭାସମିତି, ଆନୁଷ୍ଠାନିକ କାମ, ପରିବହନ ଓ ରପ୍ତାନି ବାଣିଜ୍ୟରୁ ଖୁସି ରହିବେ। ଋଣ ପରିଶୋଧ, ଶତ୍ରୁତା କିମ୍ବା ବନ୍ଧୁଙ୍କ ନୀରବତା ମନକୁ ମ୍ଳାନ କରିଦେଇପାରେ।
ମୀନମୀନ

ବକ୍ରୀ ବୁଧ ଷଷ୍ଠାଧିପତି ଯୁକ୍ତ ହେତୁ କେତେକ ଅସଜଡ଼ା କାମଜନିତ ବିଶୃଙ୍ଖଳା ଦୁଶ୍ଚିନ୍ତାର କାରଣ ହେବ। ବନ୍ଧୁଙ୍କ ସହ ସତ୍‌ସଙ୍ଗ, ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ। ମାଲି ମକଦ୍ଦମା, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସମ୍ପର୍କୀୟ ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ଟେନସନ୍‌ ଦୂର ହେବାରେ ସହକର୍ମୀଙ୍କ ଅବଦାନକୁ ଭୁଲି ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri