Posted inRasifala

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୨୭ ତାରିଖ – Daily Horoscope

ମେଷ
ଆଜି ଆର୍ଥିକ ଉନ୍ନତି ଓ ବୈଷୟିକ ସୁଖ,ସମୃଦ୍ଧି କାରଣରୁ ମନ ପ୍ରଫୁଲ୍ଲ ରହିବ। ଦ୍ୱିଜା ନକ୍ଷତ୍ର ସାହିତ୍ୟ ଚର୍ଚ୍ଚା, ସଭାସମିତି, ରାଜନୀତି ଓ ସଂଗଠନ କ୍ଷେତ୍ରରୁ ପ୍ରଶଂସିତ ହେବେ। ଅପରିଚ ବ୍ୟକ୍ତିମାନଙ୍କ ସହ ନୂତନ ଭାବେ ମିତ୍ରତା ସୃଷ୍ଟି କରିପାରନ୍ତି। ସମସ୍ୟା ଲାଗି ରହିବା କାରଣରୁ କାମଗୁଡିକ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ।
ବୃଷ
ବୃଷ
ଆକସ୍ମିକ ଭାବରେ ଉପସ୍ଥିତ ସମସ୍ୟାର ଆଶୁ ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବାକୁ ବାଧ୍ୟ ହେବେ। ପ୍ରତ୍ୟେକ କ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦରେ ପଡିବେ। କୌଣସି ମୂଲ୍ୟବାନ ଜିନିଷ ଖରିଦ ସକାଶେ ମୋଟାଅଙ୍କର ଅର୍ଥ ଆବଶ୍ୟକ ହେବ। ମୃଗଶିରା ନକ୍ଷତ୍ର ସକାଶେ ସହକର୍ମୀମାନେ ସହଯୋଗର ହାତ ବଢାଇବେ।
ମିଥୁନ
ମିଥୁନ
ବନ୍ଧୁଙ୍କ ପରାମର୍ଶ କ୍ରମେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ଆରଦ୍ରା ନକ୍ଷତ୍ରର ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ। ଆଲୋଚନା କାଳରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହେବା ସକାଶେ ଆନୁଷଙ୍ଗିକ ପରାମର୍ଶ ବନ୍ଧୁଙ୍କ ନିକଟରୁ ପାଇବେ।
କର୍କଟ
କର୍କଟ
ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ, ଯାହାକି ଆପଣଙ୍କ କାମଟକୁ ଆଗକୁ ନେବା ଦିଗରେ ସାହାଯ୍ୟ କରିବ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ଅଶ୍ଳେଷା ନକ୍ଷତ୍ରର ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିରେ ପଡ଼ି ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ସଭା ସମିତିରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି।
ସି˚ହ
ସି˚ହ
ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ। ବ୍ୟବସାୟକୁ ଆଗକୁ ବଢାଇବାପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ପୂର୍ବାଫାଲଗୁନୀ ନକ୍ଷତ୍ର ସକାଶେ ପିଲାଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ନ ହୋଇପାରେ। ଅନ୍ୟମାନଙ୍କ ଦ୍ୱାରା ସୃଷ୍ଟ ସମସ୍ୟା ଜାଲରେ ଛନ୍ଦି ହୋଇଯିବାର ଆଶଙ୍କା ଜାଗ୍ରତ ହେବ।
କନ୍ୟା
ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବା କାରଣରୁ ମାନସିକ ଅସ୍ଥିରତା ସମ୍ଭାବନା ରହିଛି। ଚିତ୍ରା ନକ୍ଷତ୍ର ପଡ଼ୋଶୀଙ୍କ ସହ ମିଷ୍ଟାଳାପରେ ମାତିରହିବେ, ଯାହାକି ମନକୁ ଆହ୍ଲାଦିତ ଓ ଆମୋଦିତ କରିବ। ବିବାଦୀୟ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସୁଧାରି ନେବେ। କର୍ମ କ୍ଷେତ୍ରରେ ବାଧା ଉପୁଜିପାରେ କିନ୍ତୁ କାମ ଅଟକିବ ନାହିଁ।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବାକୁ ବାଧ୍ୟ ହେବେ। ଆଜିର କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା କେତେକାଂଶରେ ସୁଧୁରିଯିବ। ସ୍ବାତୀ ନକ୍ଷତ୍ର ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କବିତର୍କର ସମ୍ମୁଖୀନ ହୋଇପାରନ୍ତି। ସତ୍‌ସଙ୍ଗରେ ନିଜକୁ କିଛି ସମୟ ପାଇଁ ଭୁଲି ଯାଇପାରନ୍ତି।
ବିଛା
ବିଛା
ଆପଣଙ୍କ କଥା କହିବାର ଭଙ୍ଗୀ, ଚାଲି ଚଳନର ଭିନ୍ନତା ଅନ୍ୟମାନଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଯିବ। ବିଶାଖା ନକ୍ଷତ୍ର ସକାଶେ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିବାର ସମ୍ଭାବନାକୁ ଏଡାଇ ହେବ ନାହିଁ। କର୍ମକ୍ଷେତ୍ରର ଆଶଙ୍କା ଦୂର ହେବ।
ଧନୁ
ଧନୁ
ପରିବାରରେ ଭୁଲ୍‌ ବୁଝାମଣା ହେତୁ ଅନ୍ୟମାନଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରିପାରନ୍ତି। ପୂର୍ବାଷାଢ଼ା ନକ୍ଷତ୍ର କେତେକ ନୂତନ କାମର ପରିକଳ୍ପନା କରିବେ ଓ ସଫଳତା ମଧ୍ୟ ପାଇବେ। ଗୁରୁଜନଙ୍କ ସାନ୍ତ୍ବନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ। ଘଟଣାର ଦିଗ ହଠାତ୍‌ ଅନ୍ୟ କାହାର ନିର୍ଦ୍ଦେଶରେ ବଦଳି ଯାଇପାରେ।
ମକର
ମକର
ଧନିଷ୍ଠା ନକ୍ଷତ୍ର ସକାଶେ ସମସ୍ୟାର ସରଳ ସମାଧାନ ହେବାରେ ବନ୍ଧୁ ସାହାଯ୍ୟ କରିବେ। ପରୋକ୍ଷ ଶତ୍ରୁତା କରୁଥିବା ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହେବାର ସମ୍ଭାବନା ରହିଛି। ପରିବାରରେ ସନ୍ତାନ ହେତୁକ ମାନସିକ ଆଘାତ ପାଇବେ। ସଭାସମିତି, ଆନୁଷ୍ଠାନିକ କାମ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଟେନ୍‌ଶନ କିଛି ମାତ୍ରାରେ କମିଯିବ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ଉପରେ ସନ୍ଦେହ କରି ପାରିବାରିିକ ଶାନ୍ତି ଓ ସୁସ୍ଥତାକୁ ବ୍ୟାହତ କରିବେ। ପରିବହନ, ବ୍ୟବସାୟ ଓ ଜମିଜମା ସମସ୍ୟା କ୍ରମଶଃ ଜଟିଳ ହୋଇପାରେ। ଶତଭିଷା ନକ୍ଷତ୍ର ସକାଶେ ଆର୍ଥିକ ଅନଟନ କାମକୁ କିଛି ମାତ୍ରାରେ ଅଟକାଇ ରଖିବ। ଆତ୍ମୀୟଙ୍କ ପକ୍ଷପାତ ବିଚାର ଦ୍ୱାରା ମନ କଷ୍ଟ ହେବ।
ମୀନମୀନ

ଆଜିର ଯାତ୍ରା, ନୂତନ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। କର୍ମକ୍ଷେତ୍ରରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇପାରେ। ରେବତୀ ନକ୍ଷତ୍ର ପାଇଁ ରାଜନୈତିକ ସ୍ତରରେ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇଉଠିବେ। ସଭାସମିତିରେ କିମ୍ବା ସାଂସ୍କୃତିକ, ଆନୁଷ୍ଠାନିକ କ୍ଷେତ୍ରରୁ ପ୍ରଶଂସିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri