Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜି ଜଣେ ବାଲ୍ୟବନ୍ଧୁଙ୍କ ଦ୍ୱାରା ଦୀର୍ଘଦିନରୁ ଚିନ୍ତା କରିଥିବା ଓ ଅଟକି ରହିଯାଇଥିବା କାମଟି ହଠାତ୍‌ ହୋଇଯିବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଶାରୀରିକ ଅସୁସ୍ଥତା କେତେକ ପ୍ରତିବନ୍ଧକର କାରଣ ହୋଇପାରେ। ଯାତ୍ରା କାଳରେ କୌଣସି ଅପରିଚିତଙ୍କ ସହ କଳହ ଲାଗିପାରେ।
ବୃଷ
ବୃଷ
କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ନୂତନ ଯୋଜନାରେ କୃତକାଯର୍‌ୟ ହେବେ ଏବଂ ଆଶା ମଧ୍ୟ ପୂରଣ ହୋଇଯିବ। ଆଜି ଆପଣଙ୍କ ପାରିପାର୍ଶ୍ୱିକ ପରିସ୍ଥିତି ବହୁତ ଭଲ ରହିବ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ପ୍ରତି ନଜର ଦେଇ କାମ କରନ୍ତୁ, ଅନ୍ୟଥା ପରେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିପାରେ। ବନ୍ଧୁମାନେ ଫାଇଦା ହାସଲ ସକାଶେ ବିଭିନ୍ନ ପ୍ରକାର ଫନ୍ଦିଫିକର କରିବେ। ଆପଣଙ୍କୁ ମିଠା କଥା,କିଛି ଲୋଭନୀୟ ପ୍ରତିଶ୍ରୁତି ଦେଇ ନିଜର କରିବାକୁ ଚେଷ୍ଟା କରିବେ। ପଡ଼ୋଶୀ ପ୍ରତିବାଦର ସ୍ବର ଉଠାଇଲେ ବି କିଛି ଅସୁବିଧା ହେବନି।
କର୍କଟ
କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ଦିଗରୁ ପ୍ରତିବନ୍ଧକକୁ ସାମ୍‌ନା କରିବାକୁ ପଡ଼ିବ। ପରିବାରର ଅନାବଶ୍ୟକ ଖର୍ଚ୍ଚ ସାଙ୍ଗକୁ ବିଭିନ୍ନ ପ୍ରକାର ବିଳମ୍ବିତ କର୍ମ ସକାଶେ ଚିନ୍ତିତ ରହିପାରନ୍ତି। ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡିପାରେ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ମନରେ ଦ୍ୱିଧା ନ ରଖି କାମ କରିଚାଲିଲେ ଆପଣାଛାଏଁ ସମସ୍ୟା ସମାଧାନ ହୋଇଯିବ। ଯେଉଁ ବନ୍ଧୁଟି ସାଧାରଣ କଥାରେ ଅଭିମାନ କରିଥିଲା ସେ ଆପଣଙ୍କୁ ମିଶିବାର ପ୍ରଯନତ୍ କରିବ। କାର୍ଯ୍ୟବ୍ୟସ୍ତ ଯୋଗୁ ପ୍ରିୟଜନଙ୍କ ସହ କଥା ହେବା ପାଇଁ ଅବସର ପାଇବେ ନାହିଁ। ସ୍ବାର୍ଥତ୍ୟାଗ ପୂର୍ବକ ନିରଳସ କାମ ଜରିଆରେ ପ୍ରଶଂସା ପାଇପାରନ୍ତି।
କନ୍ୟା
ଆଜି ଆପଣଙ୍କ ପାରିବାରିକ ସ୍ଥିତି, ବ୍ୟବସାୟ ଓ ଯାତ୍ରା ପ୍ରତ୍ୟେକ କାମ ସୁବିଧାରେ ସମ୍ପନ୍ନ ହେବ। କେତେକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ଚିନ୍ତା କରିଥିବା କାମଗୁଡିକ ଓଲଟା ହେବ କିନ୍ତୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ସାହିତ୍ୟ କ୍ଷେତ୍ରରେ ଆଦୃତ ହେବେ, ମାତ୍ର ପରିବାରରେ ଅଶାନ୍ତି ଦୂର ହେବ।
ତୁଳା
ତୁଳା
ଆଜି ପାରିବାରିକ କ୍ଷେତ୍ରରେ ଅର୍ଥ ସମସ୍ୟାକୁ କେନ୍ଦ୍ରକରି ଟେନ୍ସନ ବଢିଯିବ। ପରିବାର ଭିତରେ କିଛି କହି ପାରୁନଥିବେ କିମ୍ବା କରିବାର ମଧ୍ୟ ଉପାୟ ନଥିବ। ଯେତେ ଚେଷ୍ଟା କଲେ ମଧ୍ୟ ଭାବୁଥିବା କାମଟିକୁ ଶେଷ କରିପାରିବେନି। ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରି ମନସ୍ତାପ କରିବେ।
ବିଛା
ବିଛା
ସାମାଜିକ ସ୍ତରରେ ଅତୀତର କୃତକର୍ମ ସକାଶେ ଅନୁତାପ କରିବାକୁ ପଡ଼ିବ। ଘରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ବ୍ୟବସାୟିକ କ୍ଷେତ୍ରରେ ପ୍ରତିବନ୍ଧକ କମଶଃ ଅପସରି ଯିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ ଏବଂ କୌଣସି କାମ କରିବାକୁ ଇଚ୍ଛା ମଧ୍ୟ ହେବନାହିଁ। କୌଣସି ଯୋଜନାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କିନ୍ତୁ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
ମକର
ମକର
ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇପାରେ। ସହକର୍ମୀଙ୍କ ବିରୋଧ କାରଣରୁ କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ। ଜମିଜମା ବିବାଦର ସମାଧାନ ଆଜି ଅପରାହ୍ନରେ ହୋଇପାରିବ।
କୁମ୍ଭ
କୁମ୍ଭ
ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିବେ, ତଥାପି କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ଏବଂ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।
ମୀନମୀନ

ସକାଳୁ ସକାଳୁ ଶୁଭ ଖବର ପାଇ ମନୋବଳ ବୃଦ୍ଧି ପାଇବ। କିନ୍ତୁ ବନ୍ଧୁ ଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଉପରିସ୍ଥଙ୍କ ତାଗିଦା ସତ୍ତ୍ୱେ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ ସକାଳୁ ଜଣେ ବନ୍ଧୁ ଆସିବେ ଓ ବହୁତ କିଛି କହିବେ ମାତ୍ର ଫେରିବା ସମୟକୁ ମନଦୁଃଖ କରି ବିଦାୟ ନେଇପାରନ୍ତି। ବିଶେଷ ଭ୍ରମଣ କାରଣରୁ...

ରାଶିଫଳ: ଶୁକ୍ରବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟକୁ ବୃଦ୍ଧି କରିପାରିବେ। ଗୃହ ସମସ୍ୟା ସମାଧାନ ସାଙ୍ଗକୁ ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ...

ରାଶିଫଳ: ଗୁରୁବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ ଆଜି ଲାଭଭାବସ୍ଥ ଚନ୍ଦ୍ର ହେତୁ ଆବଶ୍ୟକତା ପୂରଣ ହେବାରେ କୌଣସି ଅସୁବିଧା ରହିବନାହିଁ। ଦୁର୍ବଳତାରୁ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇପାରେ। ବନ୍ଧୁଙ୍କ ସାହାଯ୍ୟରୁ...

ରାଶିଫଳ: ବୁଧବାର, ଜୁଲାଇ ୨୪ ତାରିଖ – Daily Horoscope

ମେଷ କୌଣସି ମନ୍ତବ୍ୟକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ଆଶଙ୍କା ରହିଛି। ସବୁ ସୁବିଧା ଥିଲେ ମଧ୍ୟ ଖଳ ଲୋକଙ୍କ ପରୋକ୍ଷ ଶତ୍ରୁତା କାରଣରୁ ପାରିବାରିକ...

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୩ ତାରିଖ – Daily Horoscope

ମେଷ ଆଗାମୀ କାଲିର ଆନୁଷ୍ଠନିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହେବ। ସହକର୍ମୀଙ୍କ ସାହାଯ୍ୟରେ ଅଟକିଥିବା କାମକୁ ସମ୍ପନ୍ନ...

ରାଶିଫଳ: ସୋମବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ରଙ୍କ ସମ୍ମୁଖ ଭାଗରେ ରବି ଓ ଶୁକ୍ର ଅବସ୍ଥାନ କରିଥିବାରୁ ମନ ଯାହା ଚାହୁଁଥିବ ତାହା ପାଇବାରେ ଅସମର୍ଥ ହେବେ। ଶନିଙ୍କ ଦୃଷ୍ଟି...

ରାଶିଫଳ: ରବିବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି କେନ୍ଦ୍ରସ୍ଥ ଶୁକ୍ର ହେତୁ ବନ୍ଧୁମାନଙ୍କ ସାହାଯ୍ୟରେ ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରିବେ। କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ସୁଖ, ସ୍ବାଚ୍ଛନ୍ଦ୍ୟରେ ଅତିବାହିତ ହେବ।...

ରାଶିଫଳ: ଶନିବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବାରୁ ଖୁସି ହେବେ। ଶତ୍ରୁତା...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri