Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜି ଜଣେ ବାଲ୍ୟବନ୍ଧୁଙ୍କ ଦ୍ୱାରା ଦୀର୍ଘଦିନରୁ ଚିନ୍ତା କରିଥିବା ଓ ଅଟକି ରହିଯାଇଥିବା କାମଟି ହଠାତ୍‌ ହୋଇଯିବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଶାରୀରିକ ଅସୁସ୍ଥତା କେତେକ ପ୍ରତିବନ୍ଧକର କାରଣ ହୋଇପାରେ। ଯାତ୍ରା କାଳରେ କୌଣସି ଅପରିଚିତଙ୍କ ସହ କଳହ ଲାଗିପାରେ।
ବୃଷ
ବୃଷ
କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ନୂତନ ଯୋଜନାରେ କୃତକାଯର୍‌ୟ ହେବେ ଏବଂ ଆଶା ମଧ୍ୟ ପୂରଣ ହୋଇଯିବ। ଆଜି ଆପଣଙ୍କ ପାରିପାର୍ଶ୍ୱିକ ପରିସ୍ଥିତି ବହୁତ ଭଲ ରହିବ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ପ୍ରତି ନଜର ଦେଇ କାମ କରନ୍ତୁ, ଅନ୍ୟଥା ପରେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିପାରେ। ବନ୍ଧୁମାନେ ଫାଇଦା ହାସଲ ସକାଶେ ବିଭିନ୍ନ ପ୍ରକାର ଫନ୍ଦିଫିକର କରିବେ। ଆପଣଙ୍କୁ ମିଠା କଥା,କିଛି ଲୋଭନୀୟ ପ୍ରତିଶ୍ରୁତି ଦେଇ ନିଜର କରିବାକୁ ଚେଷ୍ଟା କରିବେ। ପଡ଼ୋଶୀ ପ୍ରତିବାଦର ସ୍ବର ଉଠାଇଲେ ବି କିଛି ଅସୁବିଧା ହେବନି।
କର୍କଟ
କର୍କଟ
ପ୍ରତ୍ୟେକ କ୍ଷେତ୍ରରେ ବିଭିନ୍ନ ଦିଗରୁ ପ୍ରତିବନ୍ଧକକୁ ସାମ୍‌ନା କରିବାକୁ ପଡ଼ିବ। ପରିବାରର ଅନାବଶ୍ୟକ ଖର୍ଚ୍ଚ ସାଙ୍ଗକୁ ବିଭିନ୍ନ ପ୍ରକାର ବିଳମ୍ବିତ କର୍ମ ସକାଶେ ଚିନ୍ତିତ ରହିପାରନ୍ତି। ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ପଡିପାରେ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।
ସି˚ହ
ସି˚ହ
ମନରେ ଦ୍ୱିଧା ନ ରଖି କାମ କରିଚାଲିଲେ ଆପଣାଛାଏଁ ସମସ୍ୟା ସମାଧାନ ହୋଇଯିବ। ଯେଉଁ ବନ୍ଧୁଟି ସାଧାରଣ କଥାରେ ଅଭିମାନ କରିଥିଲା ସେ ଆପଣଙ୍କୁ ମିଶିବାର ପ୍ରଯନତ୍ କରିବ। କାର୍ଯ୍ୟବ୍ୟସ୍ତ ଯୋଗୁ ପ୍ରିୟଜନଙ୍କ ସହ କଥା ହେବା ପାଇଁ ଅବସର ପାଇବେ ନାହିଁ। ସ୍ବାର୍ଥତ୍ୟାଗ ପୂର୍ବକ ନିରଳସ କାମ ଜରିଆରେ ପ୍ରଶଂସା ପାଇପାରନ୍ତି।
କନ୍ୟା
ଆଜି ଆପଣଙ୍କ ପାରିବାରିକ ସ୍ଥିତି, ବ୍ୟବସାୟ ଓ ଯାତ୍ରା ପ୍ରତ୍ୟେକ କାମ ସୁବିଧାରେ ସମ୍ପନ୍ନ ହେବ। କେତେକ କ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ଚିନ୍ତା କରିଥିବା କାମଗୁଡିକ ଓଲଟା ହେବ କିନ୍ତୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ସାହିତ୍ୟ କ୍ଷେତ୍ରରେ ଆଦୃତ ହେବେ, ମାତ୍ର ପରିବାରରେ ଅଶାନ୍ତି ଦୂର ହେବ।
ତୁଳା
ତୁଳା
ଆଜି ପାରିବାରିକ କ୍ଷେତ୍ରରେ ଅର୍ଥ ସମସ୍ୟାକୁ କେନ୍ଦ୍ରକରି ଟେନ୍ସନ ବଢିଯିବ। ପରିବାର ଭିତରେ କିଛି କହି ପାରୁନଥିବେ କିମ୍ବା କରିବାର ମଧ୍ୟ ଉପାୟ ନଥିବ। ଯେତେ ଚେଷ୍ଟା କଲେ ମଧ୍ୟ ଭାବୁଥିବା କାମଟିକୁ ଶେଷ କରିପାରିବେନି। ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରି ମନସ୍ତାପ କରିବେ।
ବିଛା
ବିଛା
ସାମାଜିକ ସ୍ତରରେ ଅତୀତର କୃତକର୍ମ ସକାଶେ ଅନୁତାପ କରିବାକୁ ପଡ଼ିବ। ଘରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ବ୍ୟବସାୟିକ କ୍ଷେତ୍ରରେ ପ୍ରତିବନ୍ଧକ କମଶଃ ଅପସରି ଯିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ ଏବଂ କୌଣସି କାମ କରିବାକୁ ଇଚ୍ଛା ମଧ୍ୟ ହେବନାହିଁ। କୌଣସି ଯୋଜନାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କିନ୍ତୁ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
ମକର
ମକର
ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇପାରେ। ସହକର୍ମୀଙ୍କ ବିରୋଧ କାରଣରୁ କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମଟି ଅସମ୍ପୂର୍ଣ୍ଣ ରହିଯିବ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ। ଜମିଜମା ବିବାଦର ସମାଧାନ ଆଜି ଅପରାହ୍ନରେ ହୋଇପାରିବ।
କୁମ୍ଭ
କୁମ୍ଭ
ମିଠା କଥା କହି ବନ୍ଧୁଙ୍କୁ ଆପଣାର କରିବେ, ତଥାପି କାମଗୁଡିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ଏବଂ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବିଭିନ୍ନ ସୂତ୍ରରୁ ରୋଜଗାର କରିବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ।
ମୀନମୀନ

ସକାଳୁ ସକାଳୁ ଶୁଭ ଖବର ପାଇ ମନୋବଳ ବୃଦ୍ଧି ପାଇବ। କିନ୍ତୁ ବନ୍ଧୁ ଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଉପରିସ୍ଥଙ୍କ ତାଗିଦା ସତ୍ତ୍ୱେ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?