Posted inRasifala

ରାଶିଫଳ: ରବିବାର, ନଭେମ୍ବର ୨୭ ତାରିଖ – Daily Horoscope

ମେଷ
ଆଜି ଦୈହିକ ସ୍ବାସ୍ଥ୍ୟ ଓ ପିଲାମାନଙ୍କ ସମସ୍ୟା ସମ୍ପର୍କୀୟ ଚିନ୍ତା ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । ଦ୍ୱିଜା ନକ୍ଷତ୍ରର ଜଣେ ହିତୈଷୀଙ୍କ ଚେଷ୍ଟାରୁ ସମସ୍ୟା ସମାଧାନ ହେବ । ସ୍ବାର୍ଥହାନି ଆଶଙ୍କାରେ ସହକର୍ମୀ ଅସହଯୋଗ କରିବେ । ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ନିଜ ମତକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହେବ ।
ବୃଷ
ବୃଷ
କର୍ମକ୍ଷେତ୍ରକୁ ଯିବା ସମୟକୁ ଦରକାରୀ କାଗଜ ପତ୍ର ନପାଇ ବ୍ୟସ୍ତ ହୋଇ ପାରନ୍ତି । କାର୍ଯ୍ୟହାନି ଯୋଗୁ ମନ ଉଦାସ ରହିବ । କୃତ୍ତିକା ନକ୍ଷତ୍ର ପାଇଁ ଉପରିସ୍ଥଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ମାନସିକ ଅସ୍ଥିରତା କାରଣରୁ କ’ଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦ୍ୱରେ ପଡ଼ି କିଛିବି କରିପାରିବେ ନାହିଁ ।
ମିଥୁନ
ମିଥୁନ
ପାରିବାରିକ ଅସ୍ଥିରତା ଓ ଅଶାନ୍ତି କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ । ପୁନର୍ବସୁ ନୂତନ ବନ୍ଧୁ ସମ୍ପର୍କ ଯୋଡ଼ିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି । ବାଣିଜ୍ୟରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ ।
କର୍କଟ
କର୍କଟ
ଆଜି ଯେଉଁ ଆଶା କରିବେ କିଛି ପାଇବେ ନାହିଁ । ଅଭାବ ରହିବନି, କିନ୍ତୁ କୌଣସି କାମ ମଧ୍ୟ ଶୃଙ୍ଖଳାର ସହ ସମ୍ପନ୍ନ ହୋଇପାରିବ ନାହିଁ । ଅଶ୍ଳେଷା ନକ୍ଷତ୍ରର ଭ୍ରମଣ କାଳରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି । ବାଣିଜ୍ୟ, ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ପାଇପାରିବେ ।
ସି˚ହ
ସି˚ହ
ପଡ଼ୋଶୀଙ୍କ ଅସୂୟା ମନୋଭାବରୁ ନିକଟସ୍ଥ ବ୍ୟକ୍ତି ପରୋକ୍ଷ ସମାଲୋଚନା କରିପାରନ୍ତି ା ଯାତ୍ରାରେ ସତର୍କ ନ ରହିଲେ ଆଘାତ ଲାଗିପାରେ ା ଅଧ୍ୟୟନ ଓ ଅଧ୍ୟାପନା, ଆଲୋଚନା, ସଭାସମିତି ତଥା ସାଂସ୍କୃତିକ କ୍ଷେତ୍ରରେ ଉନ୍ନତି କରିବେ ା ପୂର୍ବାଫାଲ୍‌ଗୁନୀର ପ୍ରଶାସନ, ପରିବହନ, ନିର୍ମାଣ, ବାଣିଜ୍ୟ ସକାଶେ ଦିନଟି ବହୁତ ଭଲ ା
କନ୍ୟା
ଆଜି କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସରଳ ଓ ସହଜରେ ଗ୍ରହଣ କରିପାରିବେ ନାହିଁ ା ଅନ୍ୟମାନଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିବା କାମଗୁଡ଼ିକର ସମୀକ୍ଷା କରିବେ ା ହସ୍ତା ନକ୍ଷତ୍ରର ପିଲାମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବ ା ଉପସ୍ଥିତ ବୁଦ୍ଧି ଖଟାଇ ପରିବାର ଭିତରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ସମ୍ଭାଳି ନେବେ ା
ତୁଳା
ତୁଳା
ଭୋଗବିଳାସରେ ସହକର୍ମୀଙ୍କ ହସ୍ତେକ୍ଷପ ଦ୍ୱାରା ସାମୟିକ ବାଧାବିଘ୍ନ ଘଟିପାରେ ା ବ୍ୟବସାୟରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଲାଭବାନ୍‌ ମଧ୍ୟ ହେବେ ା ସ୍ବାତୀ ନକ୍ଷତ୍ରର କଚେରି ମାମଲା ସକାଶେ ଚିନ୍ତା ବଢ଼ିପାରେ ା ଆନୁଷ୍ଠାନିକ କାମରେ ଦ୍ରୁତୋନ୍ନତି ପରିଲକ୍ଷିତ ହେବ ା ଆଜି ବିଦେଶାଗତ ବନ୍ଧୁ ହଠାତ୍‌ ପହଞ୍ଚତ୍ପାରନ୍ତି
ବିଛା
ବିଛା
ଆଜି ସଭାସମିତିରେ ଯୋଗଦେଲେ ଶ୍ରଦ୍ଧା ଓ ସମ୍ମାନ ହାସଲ କରିବେ ା ପରିବହନ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କଠାରୁ ପ୍ରତିଦାନ ପାଇବା ଦୁର୍ଲଭ ହୋଇପଡ଼ିବ ା ଅନୁରାଧା ନକ୍ଷତ୍ର ରୋଗ, ଋଣରୁ ରକ୍ଷା ପାଇବାର ଯୋଜନା କରିପାରନ୍ତି ା ଅଦାଲତ ମାମଲା ଅନୁକୂଳ ହେବ।
ଧନୁ
ଧନୁ
ଶାରୀରିକ ଅସୁସ୍ଥତା ମାନସିକ ଅଶାନ୍ତିର କାରଣ ହେବ। ଅନ୍ୟାନ୍ୟ କ୍ଷେତ୍ରରେ ବନ୍ଧୁଙ୍କ ସଦ୍ଭାବ ଓ ସହକର୍ମୀଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ନିତ କରିପାରେ। ପ୍ରତୀକ୍ଷା କରିଥିବା ଶୁଭ ସମ୍ବାଦଟି ଆକସ୍ମିକ ଭାବରେ ପାଇ ଉଲ୍ଲସିତ ହେବେ ା ଉତ୍ତରାଷାଢ଼ା ନକ୍ଷତ୍ର ସଭାସମିତିରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ।
ମକର
ମକର
କର୍ମକ୍ଷେତ୍ରରେ ବନ୍ଧୁଙ୍କ ମନରେ ଆନନ୍ଦ ସୃଷ୍ଟି କରିବାରେ ସମର୍ଥ ହେବେ ା ବ୍ୟବସାୟ ଓ ବାଣିଜ୍ୟରେ ଉନ୍ନତି ଘଟିବ, କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ ା ଧନିଷ୍ଠା ନକ୍ଷତ୍ର ନିର୍ମାଣାଧୀନ କାମଟି ଆଜି ବାସ୍ତବରେ କରିପାରିବେ ନାହିଁ ା ସହକର୍ମୀଙ୍କଠାରୁ କିଛି ମିଥ୍ୟା ଗୁଜବ ଶୁଣିବା ପରେ ମନରେ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତା ସୃଷ୍ଟି ହେବ ା
କୁମ୍ଭ
କୁମ୍ଭ
ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ । ଶତଭିଷା ନକ୍ଷତ୍ରର ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ହେବ । ସାମୟିକ ଭାବପ୍ରବଣତାରେ ହଜିନଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ଚେଷ୍ଟା କଲେ ଉପକାର ମିଳିବ । ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ ରହିବ ।
ମୀନମୀନ
ଆଜି ଆପଣ ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ତାହାକୁ ଠିକ୍‌ ଭାବରେ ଗ୍ରହଣ କରିବେ ନାହିଁ। ଆର୍ଥିକ ସ୍ଥିତି, ଜମିଜମା କାରବାର, ନିର୍ମାଣାଧୀନ କାମ ପ୍ରଭୃତିରୁ ଶୁଭଫଳ ପାଇବେ। ରେବତୀ ନକ୍ଷତ୍ର ସକାଶେ ଆମତ୍ୀୟଙ୍କର ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ନିଜ ଲୋକମାନଙ୍କ ଈର୍ଷାପରାୟଣତା ହେତୁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri