Posted inRasifala

ରାଶିଫଳ: ଗୁରୁବାର, ମେ ୨୭ ତାରିଖ – Daily Horoscope

ମେଷ
ଆଜି ସମାଜ କଲ୍ୟାଣ, ଆନୁଷ୍ଠାନିକ କ୍ଷେତ୍ର, ସଭାସମିତିରେ ସାମିଲ ହୋଇ ସମ୍ମାନିତ ହେବେ। ସ୍ବେଚ୍ଛାକୃତ ଭାବେ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିପାରନ୍ତି। ଦୂରସ୍ଥ ସନ୍ତାନଙ୍କ ପାଇଁ ମନ ଉଦ୍‌ବେଗ ରହିବ। ପାରିବାରିକ କେତେକ ସମସ୍ୟାକୁ କେନ୍ଦ୍ର କରି ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ।
ବୃଷ
ବୃଷ
ଆଜି ପରିବାରରେ ହସଖୁସିର ବାତାବରଣ ସୃଷ୍ଟି ହେବ। ମତାନ୍ତରଜନିତ କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ସନ୍ଧ୍ୟାରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭରୁ ନିଜର ଅସୁବିଧା ଜଣାଇ ସାହାଯ୍ୟ ଭିକ୍ଷା କରିବେ। ପରିବହନ, ପ୍ରଶାସନ, ପ୍ରକାଶନ, ଯୋଗାଯୋଗ କାମ ବ୍ୟତିକ୍ରମ ମଧ୍ୟରେ ସମ୍ପନ୍ନ ହେବ।
ମିଥୁନ
ମିଥୁନ
ବହୁତ ଦିନର କାମଟିକୁ ଆଜି ସମ୍ପନ୍ନ କରି ଖୁସି ହେବେ। ସାଧାରଣ ଯୁକ୍ତି ତର୍କରୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ, ସାମ୍ବାଦିକତା, କଳା, ସାହିତ୍ୟ, ସଙ୍ଗୀତ ଆସରରେ ହଜିଯାଇ ପାରନ୍ତି। ରାଜନୈତିକ ତପତ୍ରତା ପରିବେଶକୁ ସରଗରମ କରିବାର ପରିସ୍ଥିତି ସୃଷ୍ଟି ହୋଇପାରେ।
କର୍କଟ
କର୍କଟ
ଆଜି ପରିବାରରେ ଶୁଭକାର୍ଯ୍ୟ ସମ୍ପନ୍ନ କରିବେ। ଦେବଦର୍ଶନ ଓ ଭ୍ରମଣ ସାଙ୍ଗକୁ କୌଣସି ନୂତନ ଜିନିଷ କିଣିବାକୁ ମନ ବଳାଇପାରନ୍ତି। ଭାଇଙ୍କ ପାରିବାରିକ ସମସ୍ୟା କିମ୍ବା ଅଭାବ ଅସୁବିଧାକୁ କେନ୍ଦ୍ରକରି ମନ ସାମୟିକ ଅଶାନ୍ତ ରହିପାରେ। କ୍ରୀଡ଼ା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପ୍ରଭୃତିରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ସି˚ହ
ସି˚ହ
ଆକସ୍ମିକ ଭାବରେ ଅଭାବନୀୟ ପରିସ୍ଥିତି ସାଙ୍ଗକୁ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବେ। ଭାଇ ଭଉଣୀ କିମ୍ବା ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କରିପାରନ୍ତି। ପାରିବାରିକ ସମସ୍ୟାର ସମାଧାନ ହେବ। ସାମାଜିକ ସ୍ତରରେ ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ସମସ୍ୟା ସୃଷ୍ଟି କରିପାରନ୍ତି।
କନ୍ୟା
ବିଭିନ୍ନ ସମସ୍ୟା ବିଜଡ଼ିତ ରହୁଥିବାରୁ ଆଜି ଅସ୍ଥିରତା ମଧ୍ୟରେ ଦିନଚର୍ଯ୍ୟା କରିବାକୁ ବାଧ୍ୟ ହେବେ। ବ୍ୟୟବୃଦ୍ଧି, ସନ୍ତାନଙ୍କ ସମସ୍ୟା, ଶତ୍ରୁତା, ବିରୋଧର ସାମ୍‌ନା କରି ଚିନ୍ତିତ ରହିବେ। ହସ୍ତା ନକ୍ଷତ୍ରର ସବୁ କାମଗୁଡିକ ସହଜ ଓ ସୁବିଧାରେ କରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ।
ତୁଳା
ତୁଳା
ଦୀର୍ଘଦିନରୁ ଯାହା ପାଉନଥିଲେ ଆଜି ତାହା ଆକସ୍ମିକ ଭାବେ ପାଇ ମନ ଖୁସି ହୋଇଯିବ। ଶତ୍ରୁତା କରୁଥିବା ଲୋକଠାରୁ ମଧ୍ୟ କାମ ହାସଲ କରିନେବେ। ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ। ଏଣୁ ସତର୍କତାର ସହ କିଛି ମତମନ୍ତବ୍ୟ ଦେବା ଭଲ। ଚିତ୍ରା ନକ୍ଷତ୍ରର ଆଲୋଚନା କ୍ଷେତ୍ରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଧୋକା ଖାଇ ପରିସ୍ଥିତି ଆପଣଙ୍କୁ ସହନଶୀଳ ଓ ନୀରବଦ୍ର୍ରଷ୍ଟା ଭାବରେ ରୂପାୟିତ କରିଦେବ। ଅନୁରାଧା ସକାଶେ ଆଜିର ପ୍ରତ୍ୟୁଷ ଯାତ୍ରା ମଙ୍ଗଳମୟ ହେବ। ପରିବହନ, ଶିଳ୍ପ, ବାଣିଜ୍ୟରେ ସାମାନ୍ୟ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଆକସ୍ମିକ କୌଣସି ସମସ୍ୟା ମନକୁ ଗୋଳମାଳିଆ କରିଦେଇପାରେ।
ଧନୁ
ଧନୁ
ଆମତ୍ୀୟଙ୍କ ତରଫରୁ ବିରୋଧ ଆପଣଙ୍କ କାମରେ ପ୍ରତିବନ୍ଧକ ସୃଷ୍ଟି କରିପାରେ। ନୂତନ ସ୍ଥାନ ପରିଦର୍ଶନ, ବନ୍ଧୁଙ୍କ ସହ ଭ୍ରମଣ, କ୍ରୀଡ଼ା ଓ ମନୋରଞ୍ଜନରେ ନିଜକୁ ମଜାଇ ରଖିବେ। ଏକ ଆଧ୍ୟାମତ୍ିକ ପରିବେଶରେ ସତ୍‌ସଙ୍ଗୀଙ୍କ ସାନ୍ନିଧ୍ୟରେ ସମୟ ଅତିବାହିତ ହୋଇପାରେ। ଆନୁଷ୍ଠାନିକ କାମ କିମ୍ବା ସଭାସମିତିରେ ସମ୍ମାନ ଲାଭ କରିବେ।
ମକର
ମକର
ପାପଗ୍ରହଯୁକ୍ତ ସପ୍ତମାଧିପତି ହେତୁ ପ୍ରତିଦ୍ୱନ୍ଦ୍ୱୀଙ୍କ ବିରୋଧାଭାଷର ଆଭାସ ମାନସିକ ଅଶାନ୍ତି ଦେଇପାରେ। ପ୍ରତ୍ୟେକ କ୍ଷେତ୍ରରେ ଚେଷ୍ଟା ସଫଳ ହେବାରେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁମାନେ ଶତ୍ରୁତା ଆଚରିଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଶତଭିଷା ନକ୍ଷତ୍ର ଏକାଧାରରେ ଅର୍ଥ, ସମ୍ମାନ ଓ ପ୍ରଶଂସା ପାଇ ଉଲ୍ଲସିତ ହେବେ। ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ପର୍ଯ୍ୟଟନ, ଲୋକ ସମ୍ପର୍କ, ସଙ୍ଗୀତ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପରିବହନ, ଯାନ୍ତ୍ରିକ ଶିଳ୍ପ, ଅଳଙ୍କାର ଦୋକାନୀ ବିଶେଷ ଭାବରେ ଉପକୃତ ହୋଇପାରନ୍ତି।
ମୀନମୀନ
ନିଜର କିଛି ଅସୁବିଧା ନ ଥିଲେ ମଧ୍ୟ ଅନ୍ୟମାନଙ୍କ ଅସୁବିଧାକୁ ନେଇ ମନ ଉଦ୍‌ବେଗ ରହିପାରେ। ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ସୁଧାରି ନେବାର ପ୍ରଯନତ୍ କରିବେ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିବେ। ଆନୁଷ୍ଠାନିକ କ୍ଷେତ୍ରରେ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri