Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ
ଆଜି ସକାଳୁ ସକାଳୁ ଅର୍ଥ ସମ୍ପର୍କୀୟ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିବ। ସୁଧାରି ନେବାର ଚେଷ୍ଟା କରିବେ। ସରକାରୀ କାମରେ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବ୍ୟବସାୟିକ ସ୍ଥିତି କେତେକାଂଶରେ ଚିନ୍ତାଜନକ ସ୍ଥିତିକୁ ଆସିଯାଇପାରେ। ବିବାଦୀୟ ଘଟଣାଠାରୁ ଦୂରେଇ ରହିବା ଭଲ ହେବ।
ବୃଷ
ବୃଷ
ବନ୍ଧୁଙ୍କ ପରାମର୍ଶରେ କୌଣସି ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। ଆଗାମୀ ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ଼ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବାରୁ ବ୍ୟସ୍ତତା ବୃଦ୍ଧି ପାଇବ। ପୁରାତନ ରୋଗରୁ ସାମୟିକ ପୀଡ଼ା ଅନୁଭବ କରିପାରନ୍ତି।
ମିଥୁନ
ମିଥୁନ
ପରିବାର ସଦସ୍ୟଙ୍କ ସହମତିରେ କୌଣସି କର୍ମାରମ୍ଭ କରିବେ। ଜମିଜମା ସମ୍ପର୍କୀୟ ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିରତା ରହିନପାରେ। ବ୍ୟବସାୟ ଓ ପରିବହନ ମଧ୍ୟ ସାମୟିକ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତବୋଧ କରିପାରନ୍ତି।
କର୍କଟ
କର୍କଟ
ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ଅଫିସ୍‌ରୁ ଫେରନ୍ତା ବାଟରେ କୌଣସି ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବାର ସୂଚନା ରହିଛି। ଆକସ୍ମିକ ଜଣେ ପୁରୁଣା ବନ୍ଧୁଙ୍କ ଦେଖା ପାଇ ମନ ଖୁସି ହୋଇଯିବ। ପରିବାର ସଦସ୍ୟମାନଙ୍କ ଉଦାରତା ମାନସିକ ଶାନ୍ତି ଫେରାଇ ଆଣିବାରେ ସାହାଯ୍ୟ କରିବ।
ସି˚ହ
ସି˚ହ
ଆଜି ପରିବାରର ଆବଶ୍ୟକତା ଅନୁଯାୟୀ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି। ବହୁତ ଦିନରୁ ଖୋଜୁଥିବା ଜିନିଷର ସନ୍ଧାନ ମିଳିବାର ଆଶା ରହିଛି। ଆତ୍ମୀୟମାନଙ୍କ ପରାମର୍ଶରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ସହକର୍ମୀଙ୍କ ସହ ଉଚ୍ଚବାଚ ଘଟିପାରେ।
କନ୍ୟା
ବିଭିନ୍ନ ସମସ୍ୟା ବିଷୟରେ ଚିନ୍ତାକରି ମନ ଭଲ ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ତରବର ନ ହୋଇ ଧୀରେସ୍ଥିରେ କାମକଲେ ସମସ୍ୟାର ସରଳ ସମାଧାନ ହେବ। ସ୍ବାର୍ଥର ବଶବର୍ତ୍ତୀ ହୋଇ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ତୁଳା
ତୁଳା
ସ୍ବାସ୍ଥ୍ୟ ଭଲ ରହୁନଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆଜି ଶେଷ କରିବାକୁ ଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିପାରେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ପରିବାରରେ ଝଗଡ଼ା ଲାଗିବାର ସମ୍ଭାବନା ରହିଛି।
ବିଛା
ବିଛା
ଆଜି କୌଣସି ବନ୍ଧୁଙ୍କ କଥା ଚିନ୍ତାକରି ମନଟା ଭଲ ଲାଗିବ ନାହିଁ। କୌଣସି ନୂଆ କାମଟିଏ କରିବା ପୂର୍ବରୁ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ସମସ୍ୟା ବୃଦ୍ଧି ପାଇବା ବ୍ୟତୀତ କିଛି ଲାଭ ହେବନି। ମାଲିକଙ୍କ ସହ ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।
ଧନୁ
ଧନୁ
କର୍ମକ୍ଷେତ୍ରରେ ଈର୍ଷାନ୍ବିତ ବନ୍ଧୁଙ୍କ ପ୍ରାୟୋଜିତ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। ପୂର୍ବାଷାଢ଼ା ନକ୍ଷତ୍ର ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କଳା, କ୍ରୀଡ଼ା, ସାହିତ୍ୟ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ସାମାନ୍ୟ ଅଗ୍ରଗତି ଘଟିବ।
ମକର
ମକର
ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ଆଜିର କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। ପାଖ ପଡ଼ୋଶୀମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପଡ଼ିବେ। ଆଜିର ସନ୍ଧ୍ୟା ସମୟରେ ପରିବାର ସହ ସୁଖଭ୍ରମଣ ଯୋଗ ରହିଛି। କଳା, ସାହିତ୍ୟ, ସଭାସମିତି ଓ ରାଜନୈତିକ ସ୍ତରରେ ଟେନ୍‌ସନ ଲାଗି ରହିବ।
କୁମ୍ଭ
କୁମ୍ଭ
ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସ୍ଥିତି ଦୃଢ଼ କରିନେବେ। ନିଜ ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ଆପଙ୍କର କୌଣସି ଅସୁବିଧା ହେବ ନାହିଁ। ସମୟାନ୍ତରେ ଆଜି ଏକ ଭିନ୍ନ ପରିସ୍ଥିତିରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। କିନ୍ତୁ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ।
ମୀନମୀନ
ପରିବାରରେ ସନ୍ତାନମାନଙ୍କ ବିଶୃଙ୍ଖଳିତ ଆଚରଣ ଯୋଗୁଁ ବ୍ୟସ୍ତତା ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଏକାଧିକ କାମରେ ହାତ ଦିଅନ୍ତୁ ନାହିଁ, ଯାହାକି ବ୍ୟସ୍ତତାର କାରଣ ହୋଇପାରେ। କଠିନ ପରିଶ୍ରମ ଓ ବିଶେଷ ଭ୍ରମଣ କାରଣରୁ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ସନ୍ତାନଙ୍କ ଗୌରବରେ ଗର୍ବ ଅନୁଭବ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri