Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ
ଦୀର୍ଘଦିନରୁ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ କଷ୍ଟ କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ସୂଚନା ରହିଛି। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି। ଦିନଟିରେ କିଛି ସମୟ ଟେନ୍ସନ ଲାଗି ରହିଲେ ମଧ୍ୟ ପରକ୍ଷଣରେ ମାନସିକ ଅସ୍ଥିରତା ଦୂରେଇ ଯିବ।
ବୃଷ
ବୃଷ
ଯେତେ ସୁବିଧାରେ ଚଳିବାକୁ ଚେଷ୍ଟାକଲେ ମଧ୍ୟ ବିଭିନ୍ନ ଝମେଲା ଭିତର ଦେଇ ଯିବାକୁ ପଡ଼ିବ। ବାକିଥିବା କାମକୁ ଶେଷ କରିବେ କି ହାତକୁ ନେଇଥିବା କାମକୁ ଆରମ୍ଭ କରିବେ ଏହି ଚିନ୍ତାରେ ବ୍ୟସ୍ତ ରହିପାରନ୍ତି। ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ପାଇବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଭାରାକ୍ରାନ୍ତ ମନରେ ଦିନଟି କଟାଇବେ।
ମିଥୁନ
ମିଥୁନ
ଆଜି ସକାଳୁ ମାନସିକ ଅସ୍ଥିରତା କାରଣରୁ କୌଣସି କାମରେ ମନ ଲାଗିବ ନାହିଁ। ଏଣେ ସଦାବେଳେ ଝଗଡ଼ା କରିବାକୁ ଚାହିଁବସିଥିବା ଲୋକଟିର ସାମନା କରିବା ପାଇଁ ଚିନ୍ତା ଲାଗି ରହିବ। ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସହମତିରେ କାମ କଲେ ଉପକୃତ ହେବେ। ପ୍ରତି କ୍ଷେତ୍ରରେ ନିଜ ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହେବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗିରହିଲେ ମଧ୍ୟ କାର୍ଯ୍ୟ ସାଧନରେ ଅସୁବିଧା ରହିବ ନାହିଁ। ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି। ସାହିତ୍ୟ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ବହୁ ଦିନର ସମସ୍ୟା ଆଜି ସମାଧାନ ହୋଇଯିବ। ଆଲୋଚନା କାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ଆପଣଙ୍କ ସେବା ଓ ସାହାଯ୍ୟଲାଭ କରି ରୋଗୀ, ପଡ଼ୋଶୀ, ବନ୍ଧୁ କିମ୍ବା ସହଯାତ୍ରୀ ଆଜି ଖୁସି ହୋଇଯିବେ। ପାରିବାରିକ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିପାରେ।
କନ୍ୟା
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିପାରନ୍ତି। ବନ୍ଧୁମିଳନ କାର୍ଯ୍ୟକ୍ରମରେ ନିଜର ପୂର୍ବପ୍ରତିଶ୍ରୁତି ଅତିଥି ଅନୁଯାୟୀ ଠିକ୍‌ ସମୟରେ ଆସିବେ। ଆର୍ଥିକ ଦିଗଟି ପୂର୍ବପରି ରହିବା ଯୋଗୁ ବିଶେଷ ଆନନ୍ଦ ଅନୁଭବ କରିବେ। ନିଜକୁ ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ନ ଚଳିପାରିଲେ ହଇରାଣ ହୋଇପାରନ୍ତି।
ତୁଳା
ତୁଳା
ଆଜି ଆପଣଙ୍କ କୌଣସି ଅଭାବ ରହିବ ନାହିଁ କିମ୍ବା କୌଣସି କାମ ଅଟକିବାର ପ୍ରଶ୍ନ ଉଠୁନି। ଅପରାହ୍ନରେ ବନ୍ଧୁଙ୍କ ନିକଟରୁ କୌଣସି ଖବର ପାଇ ବିସ୍ମିତ ହେବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବ। ବନ୍ଧୁ ଗହଣରେ ମନର ଦୁଃଖକୁ ମନ ଭିତରେ ରଖି ଯନ୍ତ୍ରବତ୍‌ କାମ କରିବାକୁ ବାଧ୍ୟହେବେ।
ବିଛା
ବିଛା
କୌଣସି ମହିଳାଙ୍କ ସାହାଯ୍ୟ ଓ ସହଯୋଗରୁ ମାନସିକ ଅସ୍ଥିରତା ଦୂରେଇଯିବ। ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ ନ କଲେ ଅସୁବିଧା ଭୋଗିବେ। ସଭାସମିତି, ଗଠନମୂଳକ କାର୍ଯ୍ୟରେ ଯୋଗଦେବେ। ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ, ଯୋଗାଯୋଗ, ଅଫିସରଙ୍କ ସହ ସାକ୍ଷାତ ତଥା ରାଜନୀତି ପାଇଁ ଦିନଟି ଭଲ।
ଧନୁ
ଧନୁ
କର୍ମକ୍ଷେତ୍ରରେ ନୀଚ ମନୋଭାବର ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ପରିଜନଙ୍କ ସହିତ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ। ଆତ୍ମୀୟସ୍ବଜନଙ୍କ ସହାନୁଭୂତିରୁ କେତେକ ସମସ୍ୟା ଲାଘବ ହୋଇପାରେ।
ମକର
ମକର
ପାରିବାରିକ କ୍ଷେତ୍ରରେ ବିବାଦ ବୃଦ୍ଧି ପାଇବା କାରଣରୁ କୌଣସି ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ଆଜିର କାମଗୁଡ଼ିକ ବହୁତ ଡେରିରେ ସମ୍ପନ୍ନ ହେବ। ଆଇନ ଅଦାଲତରେ ସୁଫଳ ପାଇବେ ଓ ନିର୍ମାଣାଧୀନ କାମ ଦ୍ରୁତଗତିରେ ଅଗ୍ରଗାମୀ ହେବ। ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ପରିସ୍ଥିତିକୁ ଲାଘବ କରିବା ଉଦ୍ଦେଶ୍ୟରେ ଅନ୍ୟମାନଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିପାରନ୍ତି। ସଭାସମିତିରେ ବନ୍ଧୁମେଳରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇପାରେ। ବ୍ୟବସାୟରେ ସଫଳତା ହାସଲ କରିବେ।
ମୀନମୀନ

ଆଜିର କର୍ମକ୍ଷେତ୍ର୍ରରେ ବନ୍ଧୁ ଫାଇଦା ହାସଲ ପାଇଁ ବିଭିନ୍ନ ଫନ୍ଦିଫିକର କରିବାକୁ ମନ ବଳାଇବେ। ହାତକୁ ନେଇଥିବା କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମନା କରିବାକୁ ପଡ଼ିପାରେ। ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ସଂଯମତା ଅବଲମ୍ବନ କଲେ ବଡ଼ ବଡ଼ ସମସ୍ୟାରୁ ମୁକ୍ତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

ରାଶିଫଳ: ସୋମବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ ଆଜି ବୃହସ୍ପତିଙ୍କ ଦୃଷ୍ଟିରେ ଚନ୍ଦ୍ର ପାରିବାରିକ ସମସ୍ୟାର ଅନ୍ତ ଘଟାଇବ। ବିବାଦର ସମାଧାନ ସଙ୍ଗକୁ ଋଣ ପରିଶୋଧ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପରିବହନ...

ରାଶିଫଳ: ରବିବାର, ନଭେମ୍ବର ୩୦ ତାରିଖ – Daily Horoscope

ମେଷ ଆଲୋଚନା ପରିସରରେ ବନ୍ଧୁଙ୍କ ବିରୋଧାଭାଷ ରହିଲେ ମଧ୍ୟ ଗଠନମୂଳକ ପରାମର୍ଶ ଅବଶ୍ୟ ପାଇବେ। ଗତକାଲିର ବାକି କାମଗୁଡ଼ିକୁ ଆଜି ସମ୍ପୂର୍ଣ୍ଣ କରିବା ନିଷ୍ପତ୍ତି ନେବେ।...

ରାଶିଫଳ: ଶନିବାର, ନଭେମ୍ବର ୨୯ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି, ସ୍ବାସ୍ଥ୍ୟ, ପରିବାର ,ବନ୍ଧୁସମ୍ପର୍କ କ୍ଷେତ୍ରରେ ପ୍ରତିକୂଳ ପ୍ରଭାବ ପକାଇବ। ପାରିବାରିକ ଅସ୍ଥିରତା, ଦୈହିକ ଓ ମାନସିକ ଅସୁସ୍ଥତା ଅନୁଭବ କରିପାରନ୍ତି। ବୃହସ୍ପତିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri