Posted inRasifala

ରାଶିଫଳ: ବୁଧବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ
ଦୀର୍ଘଦିନରୁ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ କଷ୍ଟ କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ସୂଚନା ରହିଛି। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି। ଦିନଟିରେ କିଛି ସମୟ ଟେନ୍ସନ ଲାଗି ରହିଲେ ମଧ୍ୟ ପରକ୍ଷଣରେ ମାନସିକ ଅସ୍ଥିରତା ଦୂରେଇ ଯିବ।
ବୃଷ
ବୃଷ
ଯେତେ ସୁବିଧାରେ ଚଳିବାକୁ ଚେଷ୍ଟାକଲେ ମଧ୍ୟ ବିଭିନ୍ନ ଝମେଲା ଭିତର ଦେଇ ଯିବାକୁ ପଡ଼ିବ। ବାକିଥିବା କାମକୁ ଶେଷ କରିବେ କି ହାତକୁ ନେଇଥିବା କାମକୁ ଆରମ୍ଭ କରିବେ ଏହି ଚିନ୍ତାରେ ବ୍ୟସ୍ତ ରହିପାରନ୍ତି। ଆଶା କରିଥିବା ଦିଗରୁ ଅର୍ଥ ଓ ସମ୍ମାନ ପାଇବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଭାରାକ୍ରାନ୍ତ ମନରେ ଦିନଟି କଟାଇବେ।
ମିଥୁନ
ମିଥୁନ
ଆଜି ସକାଳୁ ମାନସିକ ଅସ୍ଥିରତା କାରଣରୁ କୌଣସି କାମରେ ମନ ଲାଗିବ ନାହିଁ। ଏଣେ ସଦାବେଳେ ଝଗଡ଼ା କରିବାକୁ ଚାହିଁବସିଥିବା ଲୋକଟିର ସାମନା କରିବା ପାଇଁ ଚିନ୍ତା ଲାଗି ରହିବ। ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସହମତିରେ କାମ କଲେ ଉପକୃତ ହେବେ। ପ୍ରତି କ୍ଷେତ୍ରରେ ନିଜ ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହେବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗିରହିଲେ ମଧ୍ୟ କାର୍ଯ୍ୟ ସାଧନରେ ଅସୁବିଧା ରହିବ ନାହିଁ। ଗୁପ୍ତ ଶତ୍ରୁତା ଓ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସରକାରୀ ସ୍ତରରୁ ଋଣ ସୂତ୍ରରେ ଅର୍ଥପ୍ରାପ୍ତିର ସମ୍ଭାବନା ରହିଛି। ସାହିତ୍ୟ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ସି˚ହ
ସି˚ହ
ବହୁ ଦିନର ସମସ୍ୟା ଆଜି ସମାଧାନ ହୋଇଯିବ। ଆଲୋଚନା କାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ଆପଣଙ୍କ ସେବା ଓ ସାହାଯ୍ୟଲାଭ କରି ରୋଗୀ, ପଡ଼ୋଶୀ, ବନ୍ଧୁ କିମ୍ବା ସହଯାତ୍ରୀ ଆଜି ଖୁସି ହୋଇଯିବେ। ପାରିବାରିକ ସମସ୍ୟା କେତେକାଂଶରେ ପ୍ରଗତିର ପଥରୋଧ କରିପାରେ।
କନ୍ୟା
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିପାରନ୍ତି। ବନ୍ଧୁମିଳନ କାର୍ଯ୍ୟକ୍ରମରେ ନିଜର ପୂର୍ବପ୍ରତିଶ୍ରୁତି ଅତିଥି ଅନୁଯାୟୀ ଠିକ୍‌ ସମୟରେ ଆସିବେ। ଆର୍ଥିକ ଦିଗଟି ପୂର୍ବପରି ରହିବା ଯୋଗୁ ବିଶେଷ ଆନନ୍ଦ ଅନୁଭବ କରିବେ। ନିଜକୁ ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ନ ଚଳିପାରିଲେ ହଇରାଣ ହୋଇପାରନ୍ତି।
ତୁଳା
ତୁଳା
ଆଜି ଆପଣଙ୍କ କୌଣସି ଅଭାବ ରହିବ ନାହିଁ କିମ୍ବା କୌଣସି କାମ ଅଟକିବାର ପ୍ରଶ୍ନ ଉଠୁନି। ଅପରାହ୍ନରେ ବନ୍ଧୁଙ୍କ ନିକଟରୁ କୌଣସି ଖବର ପାଇ ବିସ୍ମିତ ହେବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବ। ବନ୍ଧୁ ଗହଣରେ ମନର ଦୁଃଖକୁ ମନ ଭିତରେ ରଖି ଯନ୍ତ୍ରବତ୍‌ କାମ କରିବାକୁ ବାଧ୍ୟହେବେ।
ବିଛା
ବିଛା
କୌଣସି ମହିଳାଙ୍କ ସାହାଯ୍ୟ ଓ ସହଯୋଗରୁ ମାନସିକ ଅସ୍ଥିରତା ଦୂରେଇଯିବ। ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ ନ କଲେ ଅସୁବିଧା ଭୋଗିବେ। ସଭାସମିତି, ଗଠନମୂଳକ କାର୍ଯ୍ୟରେ ଯୋଗଦେବେ। ଶିଳ୍ପ, ବ୍ୟବସାୟ, ପରିବହନ, ନିର୍ମାଣ, ଯୋଗାଯୋଗ, ଅଫିସରଙ୍କ ସହ ସାକ୍ଷାତ ତଥା ରାଜନୀତି ପାଇଁ ଦିନଟି ଭଲ।
ଧନୁ
ଧନୁ
କର୍ମକ୍ଷେତ୍ରରେ ନୀଚ ମନୋଭାବର ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ଆକସ୍ମିକ ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ପରିଜନଙ୍କ ସହିତ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ। ଆତ୍ମୀୟସ୍ବଜନଙ୍କ ସହାନୁଭୂତିରୁ କେତେକ ସମସ୍ୟା ଲାଘବ ହୋଇପାରେ।
ମକର
ମକର
ପାରିବାରିକ କ୍ଷେତ୍ରରେ ବିବାଦ ବୃଦ୍ଧି ପାଇବା କାରଣରୁ କୌଣସି ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ଆଜିର କାମଗୁଡ଼ିକ ବହୁତ ଡେରିରେ ସମ୍ପନ୍ନ ହେବ। ଆଇନ ଅଦାଲତରେ ସୁଫଳ ପାଇବେ ଓ ନିର୍ମାଣାଧୀନ କାମ ଦ୍ରୁତଗତିରେ ଅଗ୍ରଗାମୀ ହେବ। ପ୍ରତ୍ୟେକ ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ପରିସ୍ଥିତିକୁ ଲାଘବ କରିବା ଉଦ୍ଦେଶ୍ୟରେ ଅନ୍ୟମାନଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିପାରନ୍ତି। ସଭାସମିତିରେ ବନ୍ଧୁମେଳରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇପାରେ। ବ୍ୟବସାୟରେ ସଫଳତା ହାସଲ କରିବେ।
ମୀନମୀନ

ଆଜିର କର୍ମକ୍ଷେତ୍ର୍ରରେ ବନ୍ଧୁ ଫାଇଦା ହାସଲ ପାଇଁ ବିଭିନ୍ନ ଫନ୍ଦିଫିକର କରିବାକୁ ମନ ବଳାଇବେ। ହାତକୁ ନେଇଥିବା କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମନା କରିବାକୁ ପଡ଼ିପାରେ। ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ। କର୍ମକ୍ଷେତ୍ରରେ ସଂଯମତା ଅବଲମ୍ବନ କଲେ ବଡ଼ ବଡ଼ ସମସ୍ୟାରୁ ମୁକ୍ତ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri