Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ
ପରିବାରରେ ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସାମାଜିକ ସ୍ତରରେ ବନ୍ଧୁମାନଙ୍କ ଶୁଭେଚ୍ଛା ବାର୍ତ୍ତା ପାଇ ବହୁତ ଆନନ୍ଦ ଅନୁଭବ କରିବେ। ସହକର୍ମୀମାନଙ୍କ ସହଯୋଗରେ ଅଟକି ରହିଯାଇଥିବା ଅଫିସ କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବ। ଘରର ବରାଦି ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି।
ବୃଷ
ବୃଷ
ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ସମାଲୋଚିତ ହେବେ। ଜମିଜମା କାରବାର, ଘର ତିଆରି, ଯାନ ବାହନ ମରାମତି, ଦୋକାନର ଉନ୍ନତୀକରଣ ପାଇଁ ଯୋଜନା କରିପାରନ୍ତି। ଆନୁଷ୍ଠାନିକ କାମରେ ଟେନସନ୍‌ କିଛିମାତ୍ରାରେ ଲାଗିରହିବ। ବିଗତ ଦିନରେ ଘଟି ଯାଇଥିବା ଘଟଣାର ମୋଡ ବଦଳି ଯାଇପାରେ।
ମିଥୁନ
ମିଥୁନ
ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ କୌଣସି ଆନୁଷ୍ଠାନିକ କାମରେ ନିୟୋଜିତ ହୋଇପାରନ୍ତି। ଘର କିମ୍ବା ଜମିଜମା, ପୁରୁଣା ଗାଡ଼ି କିଣା ବିକାରେ ମନ ବଳାଇବେ। ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଡ଼ୋଶୀଙ୍କ ସହ ସମସ୍ୟା ସୃଷ୍ଟି ହୋଇପାରେ। ସଭାସମିତିରେ ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା ଅସମାପ୍ତ ରହିପାରେ।
କର୍କଟ
କର୍କଟ
ଆପଣଙ୍କ କାର୍ଯ୍ୟକଳାପରେ ସାମୟିକ ଅସନ୍ତୁଷ୍ଟ ହୋଇ ବନ୍ଧୁମାନେ ସମାଲୋଚନା କରିପାରନ୍ତି। ଆଜି ଟଙ୍କା ପଇସା, ନେବା ଆଣିବା, ଦିଆ ନିଆ କ୍ଷେତ୍ରରେ ସତର୍କ ରହିବା ଭଲ। କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ ଏବଂ ଘର କାମକୁ ମଧ୍ୟ ଅବହେଳା କରିବେ। କଚେରି ମାମଲା ମନ୍ଥର ହେବା କାରଣରୁ ଉଦ୍‌ବେଗ ବୃଦ୍ଧିପାଇବ।
ସି˚ହ
ସି˚ହ
ଅବହେଳା ଯୋଗୁ ସବୁ କାମ ବିଗିଡି ଯାଇପାରେ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ, ଯାହାକି ଦୁଶ୍ଚିନ୍ତା ସୃଷ୍ଟି କରିପାରେ। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବାରୁ ସାମୟିକ ଖୁସି ରହିବେ। ବାଣିଜ୍ୟ ଓ ବ୍ୟବସାୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ।
କନ୍ୟା
ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମ ସମ୍ପନ୍ନ ହେବା କଷ୍ଟକର ହେବ। ଶତ୍ରୁତା କରୁଥିବା ଲୋକମାନେ ହଠାତ୍‌ ପରିସ୍ଥିତିବଶତଃ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ। ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ପ୍ରକାଶନ, ପ୍ରଶାସନ, ସାମ୍ବାଦିକତା ଓ ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇବାରେ କୌଣସି ଅସୁବିଧା ହେବ ନାହିଁ। ଦୀର୍ଘ ଦିନରୁ ଅଟକି ରହିଥିବା ନିର୍ମାଣ ତଥା ବ୍ୟବସାୟ ଭିତ୍ତିକ କାମଗୁଡ଼ିକ ସୁରୁଖୁରୁରେ ହୋଇ ଯିବ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବିଛା
ବିଛା
ସମସ୍ୟା ସମାଧାନ ସକାଶେ ମନଭୁଲାଣିଆ କଥାରେ ବନ୍ଧୁଙ୍କୁ ଆପଣାର କରିବେ। ସାଧାରଣ କଥାକୁ ନ ବୁଝି ମଧ୍ୟ ଘଟଣାକୁ ଅତିରଞ୍ଜିତ କରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ବାଣିଜ୍ୟ,ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଆଲୋଚନା ପରିସରରେ ସାମୟିକ ଯୁକ୍ତିତର୍କର ସମ୍ଭାବନା ରହିଛି।
ଧନୁ
ଧନୁ
ନିଜ ଲୋକମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। ଅଫିସରେ କାର୍ଯ୍ୟବ୍ୟସ୍ତତା ହେତୁ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଉଲ୍ଲସିତ ହେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ମକର
ମକର
ପାରିବାରିକ ସମସ୍ୟାକୁ ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜମି କ୍ରୟବିକ୍ରୟ, ବାଣିଜ୍ୟ ଆରମ୍ଭ ପାଇଁ ମନ ବଳାଇବେ। କର୍ମକ୍ଷେତ୍ରରେ ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ। ଗୁରୁଜନଙ୍କ ପରାମର୍ଶକ୍ରମେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।
କୁମ୍ଭ
କୁମ୍ଭ
ଆଜି ଦିନ ମଧ୍ୟରେ ଯେଉଁଠି ଯାହା କହିବେ କିମ୍ବା କରିବେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବ। କେତେକ ଆକସ୍ମିକ ସମସ୍ୟାକୁ ନେଇ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେ କରିବେ। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ, ନତୁବା ସମାଲୋଚିତ ହେବାକୁ ପଡ଼ିପାରେ।
ମୀନମୀନ
ପରିବାରର ଖର୍ଚ୍ଚ ଭାର ବଢ଼ି ବଢ଼ି ଯିବା କାରଣରୁ ମନରେ ସରସତା ରହିବ ନାହିଁ। କର୍ମକ୍ଷେତ୍ରରେ, ସଭାସମିତିରେ, ରାଜନୈତିକ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଣସି ନୀଚ୍ଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ଆନୁଷ୍ଠାନିକ କାମରୁ କିମ୍ବା ସଭାସମିତିରେ ସଫଳତା ଯୋଗୁ ଖୁସି ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri