Posted inRasifala

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ
ପରିବାରରେ ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସାମାଜିକ ସ୍ତରରେ ବନ୍ଧୁମାନଙ୍କ ଶୁଭେଚ୍ଛା ବାର୍ତ୍ତା ପାଇ ବହୁତ ଆନନ୍ଦ ଅନୁଭବ କରିବେ। ସହକର୍ମୀମାନଙ୍କ ସହଯୋଗରେ ଅଟକି ରହିଯାଇଥିବା ଅଫିସ କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ ହେବ। ଘରର ବରାଦି ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି।
ବୃଷ
ବୃଷ
ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇଲେ ସମାଲୋଚିତ ହେବେ। ଜମିଜମା କାରବାର, ଘର ତିଆରି, ଯାନ ବାହନ ମରାମତି, ଦୋକାନର ଉନ୍ନତୀକରଣ ପାଇଁ ଯୋଜନା କରିପାରନ୍ତି। ଆନୁଷ୍ଠାନିକ କାମରେ ଟେନସନ୍‌ କିଛିମାତ୍ରାରେ ଲାଗିରହିବ। ବିଗତ ଦିନରେ ଘଟି ଯାଇଥିବା ଘଟଣାର ମୋଡ ବଦଳି ଯାଇପାରେ।
ମିଥୁନ
ମିଥୁନ
ବନ୍ଧୁଙ୍କ ଦ୍ୱାରା ଅନୁପ୍ରେରିତ ହୋଇ କୌଣସି ଆନୁଷ୍ଠାନିକ କାମରେ ନିୟୋଜିତ ହୋଇପାରନ୍ତି। ଘର କିମ୍ବା ଜମିଜମା, ପୁରୁଣା ଗାଡ଼ି କିଣା ବିକାରେ ମନ ବଳାଇବେ। ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଡ଼ୋଶୀଙ୍କ ସହ ସମସ୍ୟା ସୃଷ୍ଟି ହୋଇପାରେ। ସଭାସମିତିରେ ବନ୍ଧୁମାନଙ୍କ ମଧ୍ୟରେ ଆଲୋଚନା ଅସମାପ୍ତ ରହିପାରେ।
କର୍କଟ
କର୍କଟ
ଆପଣଙ୍କ କାର୍ଯ୍ୟକଳାପରେ ସାମୟିକ ଅସନ୍ତୁଷ୍ଟ ହୋଇ ବନ୍ଧୁମାନେ ସମାଲୋଚନା କରିପାରନ୍ତି। ଆଜି ଟଙ୍କା ପଇସା, ନେବା ଆଣିବା, ଦିଆ ନିଆ କ୍ଷେତ୍ରରେ ସତର୍କ ରହିବା ଭଲ। କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ ଏବଂ ଘର କାମକୁ ମଧ୍ୟ ଅବହେଳା କରିବେ। କଚେରି ମାମଲା ମନ୍ଥର ହେବା କାରଣରୁ ଉଦ୍‌ବେଗ ବୃଦ୍ଧିପାଇବ।
ସି˚ହ
ସି˚ହ
ଅବହେଳା ଯୋଗୁ ସବୁ କାମ ବିଗିଡି ଯାଇପାରେ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ, ଯାହାକି ଦୁଶ୍ଚିନ୍ତା ସୃଷ୍ଟି କରିପାରେ। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବାରୁ ସାମୟିକ ଖୁସି ରହିବେ। ବାଣିଜ୍ୟ ଓ ବ୍ୟବସାୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବ।
କନ୍ୟା
ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମ ସମ୍ପନ୍ନ ହେବା କଷ୍ଟକର ହେବ। ଶତ୍ରୁତା କରୁଥିବା ଲୋକମାନେ ହଠାତ୍‌ ପରିସ୍ଥିତିବଶତଃ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ। ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ପ୍ରକାଶନ, ପ୍ରଶାସନ, ସାମ୍ବାଦିକତା ଓ ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇବାରେ କୌଣସି ଅସୁବିଧା ହେବ ନାହିଁ। ଦୀର୍ଘ ଦିନରୁ ଅଟକି ରହିଥିବା ନିର୍ମାଣ ତଥା ବ୍ୟବସାୟ ଭିତ୍ତିକ କାମଗୁଡ଼ିକ ସୁରୁଖୁରୁରେ ହୋଇ ଯିବ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ବିଛା
ବିଛା
ସମସ୍ୟା ସମାଧାନ ସକାଶେ ମନଭୁଲାଣିଆ କଥାରେ ବନ୍ଧୁଙ୍କୁ ଆପଣାର କରିବେ। ସାଧାରଣ କଥାକୁ ନ ବୁଝି ମଧ୍ୟ ଘଟଣାକୁ ଅତିରଞ୍ଜିତ କରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ବାଣିଜ୍ୟ,ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଆଲୋଚନା ପରିସରରେ ସାମୟିକ ଯୁକ୍ତିତର୍କର ସମ୍ଭାବନା ରହିଛି।
ଧନୁ
ଧନୁ
ନିଜ ଲୋକମାନଙ୍କ ପରୋକ୍ଷ ଶତ୍ରୁତା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। ଅଫିସରେ କାର୍ଯ୍ୟବ୍ୟସ୍ତତା ହେତୁ ଚିନ୍ତାଧାରା ବିକ୍ଷିପ୍ତ ହୋଇପାରେ। ସରକାରୀ ସ୍ତରରୁ ଆଶା କରୁଥିବା ଶୁଭଖବର ପାଇ ଉଲ୍ଲସିତ ହେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ମକର
ମକର
ପାରିବାରିକ ସମସ୍ୟାକୁ ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଜମି କ୍ରୟବିକ୍ରୟ, ବାଣିଜ୍ୟ ଆରମ୍ଭ ପାଇଁ ମନ ବଳାଇବେ। କର୍ମକ୍ଷେତ୍ରରେ ଲୋଭନୀୟ ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ। ଗୁରୁଜନଙ୍କ ପରାମର୍ଶକ୍ରମେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।
କୁମ୍ଭ
କୁମ୍ଭ
ଆଜି ଦିନ ମଧ୍ୟରେ ଯେଉଁଠି ଯାହା କହିବେ କିମ୍ବା କରିବେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବ। କେତେକ ଆକସ୍ମିକ ସମସ୍ୟାକୁ ନେଇ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେ କରିବେ। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ, ନତୁବା ସମାଲୋଚିତ ହେବାକୁ ପଡ଼ିପାରେ।
ମୀନମୀନ
ପରିବାରର ଖର୍ଚ୍ଚ ଭାର ବଢ଼ି ବଢ଼ି ଯିବା କାରଣରୁ ମନରେ ସରସତା ରହିବ ନାହିଁ। କର୍ମକ୍ଷେତ୍ରରେ, ସଭାସମିତିରେ, ରାଜନୈତିକ କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ। କୌଣସି ନୀଚ୍ଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ। ଆନୁଷ୍ଠାନିକ କାମରୁ କିମ୍ବା ସଭାସମିତିରେ ସଫଳତା ଯୋଗୁ ଖୁସି ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜିର ଜନ୍ମ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରାରେ ସମସ୍ୟାର ସମ୍ମୁଖୀନ ହେବେ। ଉତ୍ତମ ବୁଝାମଣା ଏବଂ ଉତ୍ସାହଜନିତ ପାରିବାରିକ ଜୀବନ ସୁମଧୁର ହେବ। କାର୍ଯ୍ୟକୁଶଳତା...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri