Posted inRasifala

ରାଶିଫଳ: ଶୁକ୍ରବାର, ମେ ୨୩ ତାରିଖ – Daily Horoscope

ମେଷ
ମଙ୍ଗଳ ନୀଚ୍ଚ ରାଶିରେ ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସଙ୍କୁଚିତ ମନେକରିବେ। ଏକାଦଶସ୍ଥ ଚନ୍ଦ୍ର ହେତୁ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ଉନ୍ନତ ହେବ। ନିଜ ସଂସ୍ପର୍ଶରେ ଆସୁଥବା ଲୋକଙ୍କ କଥା ଠିକ୍‌ ଥିଲେ ମଧ୍ୟ ଆପଣଙ୍କୁ ଭଲ ଲାଗି ନ ପାରେ। ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭଖବର ଶୁଣି ଖୁସି ହୋଇପାରନ୍ତି।
ବୃଷ
ବୃଷ
ଶୁକ୍ର ଏକାଦଶରେ ମିତ୍ରଯୁକ୍ତ ହେତୁ ଘର ସକାଶେ ଆବଶ୍ୟକ ବିଳାସୋପକରଣ କ୍ରୟ କରିବେ। ଜମିଜମା କିମ୍ବା ଯାନ୍ତ୍ରିକ ମରାମତି କ୍ଷେତ୍ରରେ ଅର୍ଥ ବ୍ୟୟ କରିବେ। ବନ୍ଧୁମାଙ୍କ ଠିକ୍‌ ଖବର ଦେବାରେ ହେଳା କରିପାରନ୍ତି, ଯାହାକି ସମସ୍ୟାକୁ ବୃଦ୍ଧି କରିପାରେ। କର୍ମକ୍ଷେତ୍ରରେ ସହକର୍ମୀ ସହଯୋଗର ହାତ ବଢ଼ାଇବାର ସମ୍ଭାବନା ରହିଛି।
ମିଥୁନ
ମିଥୁନ
ବୃହସ୍ପତିଙ୍କ ପ୍ରଭାବରୁ ଯାହା ନିଷ୍ପତ୍ତି ନେବେ ତାହା ନିର୍ବିବାଦରେ ଗ୍ରହଣଯୋଗ୍ୟ ହେବ। କର୍ମକ୍ଷେତ୍ରରେ ମିତ୍ରମାନେ ପୂର୍ବ ଶତ୍ରୁତା ସ୍ମରଣ କରି ଅସହଯୋଗ କରିପାରନ୍ତି। ବିବାଦୀୟ ପରିସ୍ଥିତି ତଥା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ପରିଲକ୍ଷିତ ହେବ। ସାହିତ୍ୟ ଓ ଗୁରୁତ୍ୱପୂର୍ଣ୍ଣ କାମରେ ଉପଯୁକ୍ତ ଭାବେ ସୁଫଳ ପାଇବେ।
କର୍କଟ
କର୍କଟ
କର୍ମଜଞ୍ଜାଳ ବୃଦ୍ଧିରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ରହି ନ ପାରେ। ସାଧାରଣ କଥାକୁ କେନ୍ଦ୍ରକରି ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧପ୍ରକାଶ କରିବେ। ଆପଣ ପ୍ରତ୍ୟେକ କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ମନୋବୃତ୍ତି ପୋଷଣ କରିବେ, ଯାହାକି ଅଶାନ୍ତି ସୃଷ୍ଟି କରିପାରେ। କୌଣସି ନୂତନ ସ୍ଥାନକୁ ଯିବା ପାଇଁ ସଜବାଜ ହୋଇପାରନ୍ତି।
ସି˚ହ
ସି˚ହ
ରାଶ୍ୟାଧିପ କର୍ମସ୍ଥ ହେତୁ ବିବାଦୀୟ ଘଟଣାର ସମାଧାନ କରିବାରେ ସଫଳ ହେବେ। ଆଜି ଆପଣ ଯାହା ପାଇବେ ତାହା ବହୁତ ପୂର୍ବରୁ ହିଁ ପାଇବାର ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। ମାଙ୍ଗଳିକ ଉତ୍ସବ ନିମନ୍ତେ ଆତ୍ମୀୟଙ୍କ ପରାମର୍ଶ କ୍ରମେ ପ୍ରସ୍ତୁତିରେ ଲାଗିପଡ଼ିବେ।
କନ୍ୟା
ରାଶିରେ କେତୁଙ୍କ କୁପ୍ରଭାବରୁ ପାରିବାରିକ କ୍ଷେତ୍ର ସମସ୍ୟାବହୁଳ ରହିପାରେ। ଯାନବାହନରେ ସତର୍କ ରହିବା ଭଲ, ନତୁବା ହଇରାଣ ହୋଇପାରନ୍ତି। ଏକ ଭିନ୍ନ ପରିବେଶ ଓ ପରିସ୍ଥିତିରେ ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡିହୋଇଯିବ। ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହୋଇପାରେ ତଥାପି କାମ ଅଟକିବ ନାହିଁ।
ତୁଳା
ତୁଳା
ମାରକାଧିପଙ୍କ ଦୁର୍ବଳତାରୁ କର୍ମକ୍ଷେତ୍ରରେ ଗୁଜବ ମନକୁ ଆତଙ୍କିତ କରିପାରେ। ବନ୍ଧୁଙ୍କ ନିକଟରୁ ପାଇବାକୁ ଥିବା ଅର୍ଥକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ମାନସିକ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ସାମାଜିକ ସ୍ତରରେ ପ୍ରଶଂସନୀୟ କାମ କରି ଅନ୍ୟର ଦୃଷ୍ଟିଆକର୍ଷଣ କରିପାରନ୍ତି।
ବିଛା
ବିଛା
ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ଅବଶ୍ୟ ହେବେ। ଲେଖା ପଢ଼ାରୁ , ସାହିତ୍ୟ, ସଙ୍ଗୀତ ଓ ଅଭିନୟ କ୍ଷେତ୍ରରୁ ପ୍ରଶଂସା ପାଇବେ। ଅଫିସିଆଲି କାମରେ ବିବାଦୀୟ ଘଟଣା ଆଶଙ୍କା ଦୂର ହୋଇଯିବ। ନୀଚ୍ଚାରୋହୀ ଶନିଙ୍କ ଯୋଗୁ ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି।
ଧନୁ
ଧନୁ
କର୍ମକ୍ଷେତ୍ର ଏକାଧିକ ଗ୍ରହଦୃଷ୍ଟିରେ ଥିବାରୁ ବନ୍ଧୁଙ୍କ ପରାମର୍ଶରେ ନୂତନ କାମର ପରିକଳ୍ପନା କରିବେ। ପରିବାରର ଖର୍ଚ୍ଚଭାର ସାଙ୍ଗକୁ ଋଣଭାର ବୃଦ୍ଧିଜନିତ ଚିନ୍ତାପ୍ରକଟ କରିବେ। ଜନମଙ୍ଗଳ କାର୍ଯ୍ୟରେ ନିୟୋଜିତ ହେବେ। ଜମିଜମା ବ୍ୟବସାୟ, ପରିବହନ କ୍ଷେତ୍ର ଏବଂ ପ୍ରତିଯୋଗିତାରେ ସଫଳତା ହାସଲ କରିବେ।
ମକର
ମକର
ଆପଣଙ୍କ ସାହାଯ୍ୟ ନେଇ ନିଜକାମ ହାସଲ କରିବା ମାନସରେ ଆତ୍ମୀୟମାନେ ପାଖେଇ ଆସିପାରନ୍ତି। ପଡ଼ୋଶୀଙ୍କ ସହାୟତାରେ ପ୍ରିୟ ବନ୍ଧୁଟି ସହ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠା ହେବ। ପାରିବାରିକ କ୍ଷେତ୍ରର ଟେନସନ୍‌ କମିଯିବାରୁ ଆଶ୍ୱସ୍ତି ଅନୁଭବ କରିବେ। ଜଣେ ବନ୍ଧୁଙ୍କୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ।
କୁମ୍ଭ
କୁମ୍ଭ
ଦୈହିକ ଅସୁସ୍ଥତା ହେତୁ ପରିବାରର ବାରଣକୁ ନ ମାନି କୌଣସି କାମରେ ଆଗଭର ହେବା ଠିକ୍‌ ହେବନି। କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିବାରୁ ମନକୁ ବିବ୍ରତ କରିପାରେ। କାମ ହାସଲ ନ ହେବା କାରଣକୁ ନେଇ ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ। ବ୍ୟବସାୟ, ମାଲିମକଦ୍ଦମା କିମ୍ବା ଜମିଜମା ସମସ୍ୟା ଜଟିଳ ହେବାର ସୂଚନା ରହିଛି।
ମୀନମୀନ

କର୍ମକ୍ଷେତ୍ରରେ ଅପ୍ରିୟସତ୍ୟ ପ୍ରକାଶ କରି ବିବାଦୀୟ ହୋଇପାରନ୍ତି। ପରିବହନରେ, ପ୍ରଶାସନିକ ସ୍ତରରେ, ଆଲୋଚନା କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇବାରେ ସଫଳ ହେବେ। ଗୃହକାମରେ ବ୍ୟସ୍ତରହି କୌଣସି କାମକୁ ଭୁଲିଯିବାରୁ ସମାଲୋଚିତ ହେବେ। ଜଣେ ପୁରୁଣା ବନ୍ଧୁ ହଠାତ୍‌ ଆପଣଙ୍କ ନିକଟକୁ ଆସି ଶୁଭଖବର ଦେଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri