Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୨୨ ତାରିଖ – Daily Horoscope

ମେଷ
ଗତକାଲି ପରି ଆଜିର ପରିସ୍ଥିତିରେ କୌଣସି ପରିବର୍ତ୍ତନ ସୂଚନା ନାହିଁ। ଉପସ୍ଥିତବୁଦ୍ଧି ଅନ୍ୟମାନଙ୍କୁ ଆପଣାର କରିବାରେ ସହାୟକ ହେବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ପାରସ୍ପରିକ ସହମତି ନେବା ଭଲ। କୌଣସି ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।
ବୃଷ
ବୃଷ
ବିଳାସବ୍ୟସନ ଦିଗକୁ ମନ ଢଳିବ କିନ୍ତୁ ପାପଗ୍ରହ ପ୍ରଭାବରେ ପରିସ୍ଥିତି ଗୋଳମାଳିଆ ରହିବ। ସମସ୍ୟା ଜାଲରେ ଛନ୍ଦି ହୋଇ ମନୋବଳ ଭାଙ୍ଗିଲା ଭଳି ଅନୁଭବ କରିପାରନ୍ତି। ଅଫିସରେ କାମର ଚିନ୍ତା ମନକୁ ଆନ୍ଦୋଳିତ କରିବ। ଶିଳ୍ପ, ବ୍ୟବସାୟ ଭଲରେ ଚାଲିଲେ ମଧ୍ୟ ପରିବହନରେ କ୍ଷତି, କିମ୍ବା ଆକସ୍ମିକ ସମସ୍ୟାର ଆଶଙ୍କା ରହିଛି।
ମିଥୁନ
ମିଥୁନ
ପ୍ରତିକୂଳ ପରିସ୍ଥିତି ସହ ଲଢ଼େଇ କରି କାର୍ଯ୍ୟ ହାସଲରେ ସମର୍ଥ ହେବେ। ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ନ ହେବାରୁ ପାରିବାରିକ ସମ୍ପର୍କ ହାନି ଘଟିବ। ଆନୁଷ୍ଠାନିକ କିମ୍ବା ସାମାଜିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ନିଜ ନିଜର କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ।
କର୍କଟ
କର୍କଟ
ଆଜି ଆପଣଙ୍କୁ ସାମଗ୍ରିକ ସୁଖ, ସୁବିଧା ଓ ସୁଯୋଗ ବିଷାଦିତ ମନକୁ ଆହ୍ଲାଦିତ କରିବାରେ ସହାୟକ ହେବ। ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ୍ଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ନେଇପାରନ୍ତି। ସଭାସମିତିରେ ଆଲୋଚନା ଅମୀମାଂସିତ ରହିପାରେ। ପ୍ରତିକୁଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ
ସି˚ହ
ଆନୁଷଙ୍ଗିକ ସାହାଯ୍ୟ ଓ ସହଯୋଗ ପାଇବା ଦ୍ୱାରା କର୍ମକ୍ଷେତ୍ରର ସମସ୍ୟା ସମାଧାନରେ ସଫଳ ହେବେ। ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ମଧୁମୟ କରିବ। ସଭାସମିତିରେ କିମ୍ବା ଆଲୋଚନା କ୍ଷେତ୍ରରେ ସତକଥା କହି ବିବାଦୀୟ ହୋଇପାରନ୍ତି। ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା, ସଙ୍ଗୀତ ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ଆଜିର ଗ୍ରହସ୍ଥିତି ଆପଣଙ୍କ ସାମଗ୍ରିକ ଜୀବନଚର୍ଯ୍ୟାକୁ ଶୃଙ୍ଖଳିତ କରିପାରେ। ଭଲ ସମ୍ପର୍କ ନ ଥିବା କୌଣସି ବନ୍ଧୁଙ୍କ ଉଦ୍ଦେଶ୍ୟ ପ୍ରଣୋଦିତ ଭାବରେ ମିଥ୍ୟା ଗୁଜବ ମନକୁ ଚହଲାଇ ଦେଇପାରେ। ଆତ୍ମୀୟଙ୍କ ଅସହଯୋଗ ଏବଂ ଅସମ୍ମାନ ପାଇ ଦୁଃଖିତ ହେବେ। ଅର୍ଥ କିମ୍ବା ଅଳଙ୍କାର ଦେବା ନେବାକୁ କେନ୍ଦ୍ରକରି ଝଗଡ଼ା ସୃଷ୍ଟି ହୋଇପାରେ।
ତୁଳା
ତୁଳା
ଆଜି ଶନିଙ୍କ ଦୃଷ୍ଟି ସପ୍ତମସ୍ଥାନକୁ ଥିବାରୁ ପାରିବାରିକ ଜୀବନରେ ଅସ୍ଥିରତା ସୃଷ୍ଟି ହୋଇପାରେ। ନୂତନ ବନ୍ଧୁ ସମ୍ପର୍କ ସ୍ଥାପିତ ହେବା ସହ ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ସ୍ବାତୀ ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପିଲାଙ୍କ ଆଚରଣରେ ଅସନ୍ତୁଷ୍ଟ ହୋଇପାରନ୍ତି।
ବିଛା
ବିଛା
ଦୀର୍ଘଦିନ ହେଲା ଯାହା ପାଉ ନ ଥିଲେ ଆଜି ତାହା ପାଇ ଖୁସି ହୋଇଯିବେ। ହାତକୁ ନେଇଥିବା କାର୍ଯ୍ୟ କୌଶଳ ପୂର୍ବକ ସମ୍ପନ୍ନ କରିନେବେ। ଯେକୌଣସି କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ। କଳା, ସାହିତ୍ୟ, ସଂସ୍କୃତି, ସାମ୍ବାଦିକତା, ସଭାସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ।
ଧନୁ
ଧନୁ
ବହୁଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇ ପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ରର ଅର୍ଥଲାଭ, ବନ୍ଧୁମିଳନ, ନୂତନ ସ୍ଥାନ ଭ୍ରମଣ ସୁଯୋଗ ପାଇବେ। ପ୍ରଶାସନିକ କ୍ଷେତ୍ରରେ ଅପ୍ରିୟ ସତ୍ୟ କହିବାରୁ ସମସ୍ୟା ଉପୁଜିପାରେ। ପୁରାତନ ରୋଗପୀଡ଼ା କାରଣରୁ ମାନସିକ ଯନ୍ତ୍ରଣା ଅନୁଭବ କରିପାରନ୍ତି।
ମକର
ମକର
ଦୁଶ୍ଚିନ୍ତା କାରଣରୁ ଟେନ୍ସନ ଲାଗିରହିଥିଲେ ମଧ୍ୟ ଦୃଢ଼ତା ଓ ଧୈର୍ଯ୍ୟର ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିନେବେ। ବାଣିଜ୍ୟ, ପରିବହନ, ପ୍ଲଟିଂ କାରବାର, ମାଲିମକଦ୍ଦମା ପ୍ରଭୃତି କ୍ଷେତ୍ରରେ ଅଭିଳଷିତ ଫଳ ପାଇବେ। ଧନିଷ୍ଠା ନକ୍ଷତ୍ର ସ୍ବାସ୍ଥ୍ୟହାନି ସାଙ୍ଗକୁ ଆର୍ଥିକ ଅନଟନ କାରଣରୁ କରଜ କରିବାକୁ ବାଧ୍ୟ ହେବେ।
କୁମ୍ଭ
କୁମ୍ଭ
ପରିସ୍ଥିତି ପ୍ରତି ନଜର ଦେଲେ କୌଣସି କାମ ଅଟକିବ ନାହିଁ। ପୁରୁଣା ଜିନିଷ ବିକ୍ରୟ କରି ନୂତନ ଜିନିଷ କ୍ରୟ ସକାଶେ ମନ ବଳିବ। ପରିବାର ମଧ୍ୟରେ ଛୋଟ କଥାକୁ ଧରିବସନ୍ତୁ ନାହିଁ ନତୁବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ଅଦଳବଦଳ ହୋଇଯିବାର ବହୁତ ସମ୍ଭାବନା ରହିଛି।
ମୀନମୀନ

ବନ୍ଧୁ ଗହଣରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିବାର ସୂଚନା ରହିଛି। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି। ରାଜନୈତିକ କ୍ଷେତ୍ରରେ, ସାଂଗଠନିକ ସ୍ତରରେ କିମ୍ବା ପ୍ରଶାସନିକ ନିଷ୍ପତ୍ତି ନେବା କ୍ଷେତ୍ରରେ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri