Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୨୨ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ ତର୍କବିତର୍କ କାରଣରୁ ଅଧସ୍ତନ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। କିନ୍ତୁ ବନ୍ଧୁଙ୍କ କାମରେ ଠିକ୍‌ ପରାମର୍ଶ ଦେଇ ଅନ୍ୟମାନଙ୍କ ପ୍ରଶଂସାର ପାତ୍ର ହେବେ। ବାଧ୍ୟବାଧକତାରେ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବହୁତ ଦିନରୁ ଅପେକ୍ଷା କରିଥିବା ଖବରଟି ମଧ୍ୟାହ୍ନ ପରେ ପାଇବାର ଆଶା ରହିଛି।
ବୃଷ
ବୃଷ
ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ସ୍ତ୍ରୀ ସମ୍ପର୍କରେ ଉନ୍ନତ ଫଳ ପାଇବେ। କର୍ମକ୍ଷେତ୍ରରେ ବେପରୁଆ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ପରିବାରରେ ପରିସ୍ଥିତିରେ ପଡ଼ି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ପଡ଼ିବ। ସ୍ବାସ୍ଥ୍ୟ ପ୍ରତି ସତର୍କ ନ ରହିଲେ ବିଶେଷ ଅନୁତାପ କରିବାକୁ ପଡ଼ିବ।
ମିଥୁନ
ମିଥୁନ
ପାରିବାରିକ ସ୍ତରରେ ଅଭାବ ଅସୁବିଧା ଲାଗି ରହିଥିଲେ ମଧ୍ୟ କାମ ଅଟକିବ ନାହିଁ। ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବା ସଙ୍ଗକୁ ସମସ୍ୟାରେ ମଧ୍ୟ ବ୍ୟସ୍ତତା ପ୍ରକାଶ କରିବେ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବା ସହ ବୁଦ୍ଧିଜୀବୀଙ୍କ ପ୍ରଶଂସାର ପାତ୍ର ହେବେ। ସାମୂହିକ କାମରେ ହଠାତ୍‌ ନୀଚ ଜାତିର ବ୍ୟକ୍ତିଙ୍କ ସହ କଳହ ଲାଗିପାରେ।
କର୍କଟ
କର୍କଟ
ଆଜି କିଛି ସୁବିଧା ସଙ୍ଗକୁ କିଛି ଅସୁବିଧା ରହିଥିବାରୁ ମାନସିକ ଦ୍ୱନ୍ଦ୍ୱ ଦେଇ ଗତି କରିବେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ଓ ଫାଇଲ୍‌ କାମରେ ଅଧିକ ସମୟ ବିନିଯୋଗ କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ସହ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ। ସଫଳତା ପାଇବାରେ ନିକଟସ୍ଥ ବ୍ୟକ୍ତି ସହଯୋଗ କରିପାରନ୍ତି।
ସି˚ହ
ସି˚ହ
ପାରିବାରିକ ସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ବନ୍ଧୁଙ୍କ ମନ ଧରିଲା ଭଳି କଥା କହି ଶତ୍ରୁଠାରୁ କାମ ହାସଲ କରିନେବେ। ଧାର ସୂତ୍ରରେ ଅର୍ଥ ସଂଗ୍ରହ ଏବଂ ଆବଶ୍ୟକ ମନେ କରୁଥିବା ଜିନିଷ ସମୂହକୁ କିଣିବାରେ ସକ୍ଷମ ହେବେ। ସାମାଜିକ ସ୍ତରରେ କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ସମ୍ମାନିତ ହେବେ।
କନ୍ୟା
କୌଣସି ବନ୍ଧୁ ଅଯାଚିତ ଭାବରେ ଆର୍ଥିକ ସମସ୍ୟାକୁ ସୁଧାରି ନେବେ। ପାରିବାରିକ ପ୍ରତିକୂଳ ପରିସ୍ଥିତି ଯୋଗୁ ଚିନ୍ତା କରିଥିବା କାମ ଠିକ୍‌ଭାବେ ସମ୍ପୂର୍ଣ୍ଣ ନ ହୋଇପାରେ। ପୁରୁଣା କଥାକୁ ଦୋହରାଇବା ଠିକ୍‌ ହେବନି, ଯାହାକି ଅଶାନ୍ତିର କାରଣ ହେବ। ସମ୍ପର୍କୀୟଙ୍କ ଦ୍ୱାରା ପ୍ରଶଂସିତ ହେବେ ଓ ନୂତନ କାମ ଆରମ୍ଭ କରିପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡ଼ି ସହକର୍ମୀଙ୍କ ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ହେତୁ ମନରେ ଆଶଙ୍କା ସଷ୍ଟି ହୋଇପାରେ। କାର୍ଯ୍ୟବ୍ୟସ୍ତ ଯୋଗୁ ବ୍ୟବସାୟିକ ସ୍ଥିତି ଠିକ୍‌ ରହି ନ ପାରେ। କର୍ମକ୍ଷେତ୍ରରେ ସୁଯୋଗ ଲାଭକରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।
ବିଛା
ବିଛା
କର୍ମକ୍ଷେତ୍ରରେ ପରିସ୍ଥିତି ବିଗିଡି ଯାଉଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସବୁ ଥାଇ କିଛି ନ ଥିଲା ଭଳି ପରିସ୍ଥିତି ଦେଇ ଗତି କରିପାରନ୍ତି। ପାରିବାରିକ କ୍ଷେତ୍ରରେ ସତର୍କରେ ନ ଚଳିଲେ ମିଥ୍ୟାପବାଦରେ ନିନ୍ଦିତ ହୋଇପାରନ୍ତି। ଅଭାବ ପୂରଣ ପରିପ୍ରେକ୍ଷୀରେ ଋଣ ସୂତ୍ରରେ ଅର୍ଥଲାଭ କରିବାକୁ ବାଧ୍ୟହେବେ।
ଧନୁ
ଧନୁ
ସମସ୍ତ ପ୍ରକାର ଅଭିଳାଷ ପୂରଣ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଅପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରି ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି। ଅଜଣା ଜାଗାରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ।
ମକର
ମକର
ପାରିବାରିକ ସ୍ତରରେ ମନକଥା ମନରେ ରଖି ଲକ୍ଷ୍ୟ ହାସଲ ଦିଗରେ ଚେଷ୍ଟା କଲେ ଉପକୃତ ହେବେ। ବନ୍ଧୁଙ୍କ ସହାୟତାରେ ଅର୍ଥ ସଂଗ୍ରହ ଅଭିଯାନ ଜାରି ରଖିଲେ ସଫଳତା ପାଇପାରନ୍ତି। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହେବ। ଜଗିରଖି ନ ଚଳିଲେ କଳହ ଭିତରକୁ ଟାଣି ହୋଇପାରନ୍ତି।
କୁମ୍ଭ
କୁମ୍ଭ
ଶାରୀରିକ ସୁସ୍ଥତା ସଙ୍ଗକୁ ମାନସିକ ସ୍ଥିରତା ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପ୍ରଦାନ କରିବ। ଯାହା ଓ ଯେତିକି ପାଇବା କଥା ଅବଶ୍ୟ ପାଇବେ କିନ୍ତୁ ଅଧିକ ଆଶା କରି ନିରାଶ ହୋଇ ପାରନ୍ତି। ପାରିବାରିକ ସମସ୍ୟା ବିଷୟ କ୍ଷେତ୍ରରେ ସ୍ତ୍ରୀଙ୍କ ଅଭିଯୋଗ ଅମୂଳକ ନୁହେଁ। ଅଯଥା ମୂଲ୍ୟହୀନ କଥାକୁ ଗୁରୁତ୍ୱ ଦେଇ ଶୋକାକୁଳ ରହିପାରନ୍ତି।
ମୀନମୀନ

ଗତକାଲିଠାରୁ ଆପଣ ଯାହା ଚିନ୍ତା କରୁଛନ୍ତି ତାହା ଅବଶ୍ୟ ସୁବିଧାରେ ହୋଇଯିବ। ଏଜେନ୍ସି, ସାହିତ୍ୟ ଚର୍ଚ୍ଚା, ସଭାସମିତି, ମାଙ୍ଗଳିକ କାମ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ପରୋକ୍ଷ ଶତ୍ରୁତା କାରଣରୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ଈର୍ଷା ପରାୟଣ ବ୍ୟକ୍ତିମାନେ ଆପଣଙ୍କ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ନିନ୍ଦା ରଟନା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri