Posted inRasifala

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ
ମଙ୍ଗଳ ଷଷ୍ଠ ସ୍ଥାନରେ ରହିଥିବାରୁ ଶାରୀରିକ ସୁସ୍ଥତା ବିଶେଷ ଭଲ ରହିବ ନାହିଁ। ବିଭିନ୍ନ ସମସ୍ୟା ବିଜଡ଼ିତ ହେବା କାରଣରୁ ମାନସିକ ସ୍ଥିରତା ରହିବ ନାହିଁ। ଶୁକ୍ର ଓ ଚନ୍ଦ୍ରଙ୍କ ଷଡ଼ାଷ୍ଟକ ସ୍ଥିତି ପ୍ରଭାବରୁ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାରର ସମାଲୋଚନା କରିପାରେ।
ବୃଷ
ବୃଷ
ରବିଙ୍କ ଦୁର୍ବଳତା କାରଣରୁ ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟ ଘଟିପାରେ। କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ସନ୍ତାନ ହେତୁକ ପୀଡ଼ା କିମ୍ବା ସେମାନଙ୍କ ଉପସ୍ଥିତିର ଅଭାବ ଅନୁଭବ କରିବେ।
ମିଥୁନ
ମିଥୁନ
କର୍ମସ୍ଥାନରେ ଚନ୍ଦ୍ର ଏକାଧିକ ଗ୍ରହଦୃଷ୍ଟ ହେତୁ ନୂତନ କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ପ୍ରଶାସନ, ପ୍ରକାଶନ, ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ କାମ ଆରମ୍ଭ କଲେ ପ୍ରଶଂସିତ ହେବେ। ଆବଶ୍ୟକତା ଅନୁଭବ କରୁଥିବା ସମୟରେ ନିଜର ପ୍ରିୟଜନଙ୍କ ସହଯୋଗରୁ ଉପକୃତ ହେବେ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ଦୃଷ୍ଟିରେ ଶନିଥିବାରୁ ବିଭିନ୍ନ ବିଷୟରେ ଚିନ୍ତା କରି ମନରେ ଅସ୍ଥିରତା ସୃଷ୍ଟି ହେବ। ନିଜ ଭାଇ,ବନ୍ଧୁ ଓ କୁଟୁମ୍ବ ଲୋକମାନଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇପାରେ। ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆମତ୍ବିଭୋର ହୋଇପାରନ୍ତି। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସି˚ହ
ସି˚ହ
ଦ୍ୱିତୀୟସ୍ଥ ବୁଧ ଓ ମଙ୍ଗଳ ପ୍ରଭାବରେ ଆପଣଙ୍କ ଅପ୍ରିୟସତ୍ୟ ଭାଷଣ ସମ୍ପର୍କହାନି ଓ କଳହର କାରଣ ହେବ। ବନ୍ଧୁ କିମ୍ବା ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କଚେରି ମାମଲାର ଶୁଣାଣିରୁ ମନ ଖୁସୀ ରହିବ।
କନ୍ୟା
ତୃତୀୟସ୍ଥ କେତୁଙ୍କ ପ୍ରଭାବରୁ କଥା ପ୍ରସଙ୍ଗରେ ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କିମ୍ବା ପରିବହନ କ୍ଷେତ୍ରରେ ଅଧିକ ଆଶା ଦୁଃଖ ଦେଇପାରେ। କାର୍ଯ୍ୟହାନି କାରଣରୁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି। ଯୋଜନା ବିହୀନ କାମରେ ମୁଣ୍ଡ ପୂରାଇଲେ ସମସ୍ୟା ସୃଷ୍ଟି କରିପାରେ ।
ତୁଳା
ତୁଳା
ତିନୋଟିଗ୍ରହ ବ୍ୟୟଭାବସ୍ଥ ହେତୁ କାମରେ ଖୁବ୍‌ ଖର୍ଚ୍ଚାନ୍ତ ହେବେ। ଆଜି ଶତ୍ରୁଠାରୁ ଦୂରେଇ ନ ରହିଲେ ହଇରାଣ ହେବାକୁ ପଡ଼ିପାରେ। ବିଭିନ୍ନ ସମସ୍ୟା ମଧ୍ୟରେ ବୁଡ଼ିରହି ନିଜର କାମଗୁଡିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ। ଶିଳ୍ପ, ବାଣିଜ୍ୟ, ସାମ୍ବାଦିକତା ଓ ଅର୍ଥ ସମ୍ବନ୍ଧିତ କାମରେ ସଫଳତା ପାଇବେ।
ବିଛା
ବିଛା
ଚନ୍ଦ୍ରଙ୍କ ଶୁଭପ୍ରଭାବରୁ ଯେଉଁ କାମରେ ହାତ ଦେବେ ନିଶ୍ଚିତ ସଫଳତା ପାଇବେ। ବନ୍ଧୁଙ୍କ ନିକଟରୁ ଅଧିକ ପାଇବା ସକାଶେ ବ୍ୟାକୁଳ ହେବେ। ପରିବହନ, ଶିଳ୍ପ ଓ ବ୍ୟବସାୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରି ସଫଳ ହେବେ। ନିଜ ପରିବାରର ସଦସ୍ୟଙ୍କଠାରୁ କିମ୍ବା ସହକର୍ମୀମାନଙ୍କ ତରଫରୁ ସମସ୍ୟା ଆସିପାରେ।
ଧନୁ
ଧନୁ
ପରୋକ୍ଷ ଶତ୍ରୁତା କରୁଥିବା କୌଣସି ବ୍ୟକ୍ତି ମାନଙ୍କ ଦ୍ୱାରା ଆଜିର କର୍ମ କ୍ଷେତ୍ର ବିଶୃଙ୍ଖଳିତ ହୋଇପାରେ। ଗୁରୁଶୈାରୀ ଯୋଗ ପ୍ରଭାବରୁ ଆର୍ଥିକ ସ୍ଥିତି କେତେକାଂଶରେ ବଦଳିଯିବାର ଆଶା ରହିଛି। ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ।
ମକର
ମକର
ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ପ୍ରଭାବରୁ ଶୁଭଖବର ପାଇ ବହୁତ ଖୁସି ହୋଇପାରନ୍ତି। ଉପରିସ୍ଥ ଅଧିକାରୀମାନେ କାମ ହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ଆର୍ଥିକ ସ୍ଥିତି ମନ୍ଦ ହେବନି କିନ୍ତୁ ଆବଶ୍ୟକତା ପୂର୍ଣ୍ଣ ହେବା କାଠିକର ପାଠ ହେବ। ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି ପ୍ରଭୃତିରୁ ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ବଳବାନ୍‌ ରାଶ୍ୟାଧିପ ଶନିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟ ନିୟନ୍ତ୍ରଣାଧୀନ ରହିବ। ଚତୁର୍ଥରେ ରାହୁ ଅବସ୍ଥାନ କରିଥିବାରୁ ସାଧାରଣ କଥାରେ ହଠାତ୍‌ କଳହ ସୃଷ୍ଟି ହୋଇପାରେ। କଳା, କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି ଓ ସାହିତ୍ୟକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ବନ୍ଧୁସମ୍ପର୍କ ପ୍ରାୟତଃ ଭଲ ରହିବ।
ମୀନମୀନ
ଶୁଭଚନ୍ଦ୍ର ପ୍ରଭାବରୁ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିବାରଭିତରେ ଅଯଥା ବ୍ୟସ୍ତତା ପ୍ରକାଶ କଲେ ସମାଲୋଚିତ ହେବେ। ପରିସ୍ଥିତି ବଶତଃ କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହୋଇପାରନ୍ତି। କୌଣସି ଅପରିଚିତ ବ୍ୟକ୍ତିକୁ ବିଶ୍ୱାସ କରି ଖାଲରେ ପଡ଼ିପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମେ ୭ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ବନ୍ଧୁଙ୍କ ସହ କାମ କରିବାକୁ ଆଗ୍ରହ ଦେଖାଇବେ। ଆର୍ଥିକ ଦିଗଟି ଭଲ ରହିବ ଏବଂ ଦିନଟି ସୁରୁଖୁରୁରେ ଅତିବାହିତ ହେବ।...

ରାଶିଫଳ: ସୋମବାର, ମେ ୬ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ ଓ ଆଶା...

ରାଶିଫଳ: ରବିବାର , ମେ ୫ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ଭ୍ରାତୃବର୍ଗ କିମ୍ବା ଆମତ୍ୀୟଙ୍କ ସହ ବିରୋଧଭାବ ଉଦ୍ରେକ କରିବାର ସୂଚନା ଜାଣିପାରିବେ। କୃତ୍ତିକା ନକ୍ଷତ୍ରର...

ରାଶିଫଳ: ଶନିବାର, ମେ ୪ ତାରିଖ – Daily Horoscope

ମେଷ ଆଜି ବନ୍ଧୁ ସମ୍ପର୍କହାନି, ସନ୍ତାନଙ୍କ ପାଇଁ ଦୁଶ୍ଚିନ୍ତା ଏବଂ କାମରେ ପ୍ରତିବନ୍ଧକ ଜନିତ ମନ ଅଶାନ୍ତ ରହିବ। ପୂର୍ବପ୍ରତିଷ୍ଠା, ସାମାଜିକ ସ୍ଥିତି, ଆତ୍ମୀୟଙ୍କ ସମର୍ଥନ...

ରାଶିଫଳ: ଶୁକ୍ରବାର, ମେ ୩ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ଚନ୍ଦ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରିବାରିକ ଜୀବନକୁ ସୁନ୍ଦର ସାବଲୀଳ କରିବେ। କର୍ମକ୍ଷେତ୍ରରେ ପ୍ରତିବନ୍ଧକ ରହିଥିଲେ ମଧ୍ୟ ଉଦ୍ୟମ ନିଷ୍ଫଳ ହେବନାହିଁ।...

ରାଶିଫଳ: ଗୁରୁବାର, ମେ ୨ ତାରିଖ – Daily Horoscope

ମେଷ ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରସ୍ଥ ଯୋଗୁ ପାରିବାରିକ ସମସ୍ୟା, ପରିବହନରେ ଝଗଡା ଏବଂ କର୍ମକ୍ଷେତ୍ରରେ ବିବାଦର ଆଶଙ୍କା ରହିଛି। ପିଲା ମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ...

ରାଶିଫଳ: ବୁଧବାର, ମେ ୧ ତାରିଖ – Daily Horoscope

ମେଷ ରାଶିରେ ରବିଙ୍କ ସହ ଗୁରୁ ଓ ଶୁକ୍ରଙ୍କ ସଂଯୋଗ କାର୍ଯ୍ୟସିଦ୍ଧି ସହ ସମ୍ମାନଜନକ ସ୍ଥିତିରେ ଅବସ୍ଥାପିତ କରିବ। ସାଂଗଠନିକ ସ୍ଥିତି ସୁଦୃଢ଼ ରହିବା ସହ...

ରାଶିଫଳ: ମଙ୍ଗଳବାର , ଏପ୍ରିଲ ୩୦ ତାରିଖ – Daily Horoscope

ମେଷ ଆପଣ ସାଧାରଣ ସ୍ଥିତିରୁ ଅସାଧାରଣ ସ୍ଥିତିରେ ଉପନୀତ ହେବାର ସୁଯୋଗ ପ୍ରାପ୍ତ କରିବେ। ଏପରିକି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri