Posted inRasifala

ରାଶିଫଳ: ରବିବାର, ମେ ୨୧ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରୁ ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ଓ ସହଯୋଗର ଅବାରିତ ଧାରା ମନକୁ ପ୍ରଫୁଲ୍ଲିତ କରିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି। ଉଚ୍ଚସ୍ଥ ଚନ୍ଦ୍ର ଯୋଗୁ ପରିବାରରେ ଅଶାନ୍ତି ଦୂର ହେବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି।
ବୃଷ
ବୃଷ
ରବି ଯୁକ୍ତ ଚନ୍ଦ୍ର ହେତୁ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। କର୍ମକ୍ଷେତ୍ର ମନ୍ଦ ନ ହେଲେ ମଧ୍ୟ ଶାନ୍ତିପ୍ରଦ ହୋଇ ନ ପାରେ। ଆଜି ଅଫିସରେ ପରିସ୍ଥିତିକୁ ସ୍ବାଭାବିକ କରିବା ମାନସରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ସାହିତ୍ୟ, ସାମ୍ବାଦିକତା, ଆଲୋଚନା, ଯୋଗାଯୋଗ ଓ ଚୁକ୍ତିପତ୍ର ସମ୍ପାଦନ କ୍ଷେତ୍ରରେ ସୁଫଳ ପାଇବେ।
ମିଥୁନ
ମିଥୁନ
ଶୁକ୍ରଙ୍କ ସୁପ୍ରଭାବରୁ ଦିନଟି ଭଲରେ ଭଲରେ ଅତିବାହିତ ହେବ। ହସଖୁସି ଓ ମଜାମଉଜର ପରିବେଶ ମଧ୍ୟରେ ନିଜର ସ୍ଥିତିକୁ ମଧ୍ୟ ପାସୋରି ଦେଇ ପାରନ୍ତି। ଶୁଭେଚ୍ଛୁମାନଙ୍କ ଦ୍ୱାରା ପ୍ରଶଂସା ପାଇବା ସମୟରେ ନିନ୍ଦୁକ ଗୋଷ୍ଠୀ କୁତ୍ସାରଟନା କରିପାରନ୍ତି। ଅର୍ଥାଭାବ ନ ଥିଲେ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ଅଭାବ ପରିଲକ୍ଷିତ ହେବ।
କର୍କଟ
କର୍କଟ
ଏକାଦଶସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିତି ଭଲ ରହିବ ଏବଂ ରବିଙ୍କ ସୁପ୍ରଭାବରେ ଆର୍ଥିକ ଅଭିବୃଦ୍ଧି ଘଟିବ। ଶିଳ୍ପ, ବାଣିଜ୍ୟ, ଯାତ୍ରା, ରାଜନୀତି, ପ୍ରଶାସନ କ୍ଷେତ୍ରରେ ସମସ୍ୟା ସୁଧାରି ନେବା ପାଇଁ ପ୍ରଯନତ୍ କରିବେ। ପରୋକ୍ଷ ଶତ୍ରୁତା କାରଣରୁ ମାନସିକ ଚାପଗ୍ରସ୍ତ ହୋଇପାରନ୍ତି। ବନ୍ଧୁଙ୍କ ସହ ଦୂରଯାତ୍ରା କରିବା ସକାଶେ ମନ ବଳାଇବେ।
ସି˚ହ
ସି˚ହ
ରାଶ୍ୟାଧିପତି କର୍ମ ଭାବରେ ଥିବାରୁ ଧୈର୍ଯ୍ୟର ସହ ପ୍ରତ୍ୟେକ ପରିସ୍ଥିତିର ସଫଳ ମୁକାବିଲା କରିବେ। ବନ୍ଧୁଙ୍କ କଥାରେ ବିଶ୍ୱାସ କରି ନିର୍ଦ୍ଦିଷ୍ଟ ସମୟରେ ନିରାଶ ହେବାକୁ ପଡ଼ିବ। ସଭାସମିତିରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଜମିଜମା, କଚେରି ମାମଲା, ପରିବହନ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରୁ ଉପକୃତ ହେବେ।
କନ୍ୟା
ଶାରୀରିକ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ମାନସିକ ସୁସ୍ଥତା ରହିନପାରେ। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ରାହୁଯୁକ୍ତ ଚତୁର୍ଥାଧିପତି କାରଣରୁ ପାରିବାରିକ କ୍ଷେତ୍ରରେ ଖର୍ଚ୍ଚଭାର ଯୋଗଁୁ ଚିନ୍ତାପ୍ରକଟ କରିବେ। ଆଗାମୀ ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ଗାଡିମୋଟର, ଯାନ୍ତ୍ରିକଜିନିଷ କିମ୍ବା ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି।
ତୁଳା
ତୁଳା
କବନ୍ଧଗ୍ରହ ରାଶିରେ ନ ଥିବାରୁ ପାରିବାରିିକ ପ୍ରତିରୋଧ କିମ୍ବା ସ୍ବାସ୍ଥ୍ୟହାନିଜନିତ ମାନସିକ ସ୍ଥିତି ଭଲ ରହି ନ ପାରେ। ସାହାଯ୍ୟ କରୁଥିବା ବ୍ୟକ୍ତି ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ। କେତେକ କ୍ଷେତ୍ରରେ ମନକଥା ମନରେ ରଖି ଗୁରୁଜନମାନଙ୍କୁ ପ୍ରତାରିତ କରି ଅନୁଶୋଚନା କରିବେ। ଅଫିସ୍‌ ରେ ପରିଚାଳନା ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ।
ବିଛା
ବିଛା
ଯେତେ ଉପାୟ ଅବଲମ୍ବନ କଲେ ମଧ୍ୟ ସମୟଚକ୍ର ଦୁଃଖସୀମାକୁ ଆଜି ଅତିକ୍ରମ କରିପାରିବ ନାହିଁ। ରବିଙ୍କ ପ୍ରଭାବରେ କର୍ମ କ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିବେ। ଉଚ୍ଚବର୍ଗଙ୍କ ସହାୟତା ଲାଭ କରି ସ୍ଥଗିତ କାମ ପୂରା କରିବେ। ଦୀର୍ଘଦିନରୁ କ୍ଷୁଣ୍ଣ ହୋଇଥିବା ସମ୍ପର୍କ ପୁନଶ୍ଚ ଫେରି ପାଇବେ।
ଧନୁ
ଧନୁ
ସକାଳୁ କୌଣସି ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରସ୍ଥାନକୁ ଯାତ୍ରା କରିବେ। ମାନସିକ ସୁସ୍ଥତା ଅଭାବରୁ କୌଣସି ସୁଖଦ ପରିସ୍ଥିତି ଉପଭୋଗ୍ୟ ହେବନାହିଁ। ପ୍ରକାଶନ, ପ୍ରଶାସନ, ଗବେଷଣା, ଅନୁସନ୍ଧାନ, କଳା, ସାହିତ୍ୟ ପ୍ରଭୃତି କ୍ଷେତ୍ରରେ ଶୁଭଫଳ ପାଇବେ। ବୁଧ ପାପପ୍ରଭାବଗ୍ରସ୍ତ ଯୋଗୁ ଗୁରୁଜନଙ୍କ ସ୍ବାସ୍ଥ୍ୟହାନି ଚିନ୍ତାର କାରଣ ହେବେ।
ମକର
ମକର
ଷଷ୍ଠସ୍ଥ ଶୁକ୍ରଙ୍କ ଯୋଗୁ ପ୍ରତିରୋଧର ସାମ୍‌ନା କରି ଲକ୍ଷ୍ୟ ସାଧନ ଦିଗରେ ଅଗ୍ରସର ହେବେ। ଯୁକ୍ତିଯୁକ୍ତ କଥା କହି ନିଜ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ମୁଗ୍ଧ କରିବେ। ଋଣ ଭାର କ୍ରମଶଃ ବୃଦ୍ଧି ପାଉଥିବା କାରଣରୁ ସାମୟିକ ଚିନ୍ତା କରିବେ। ଦୀର୍ଘ ପ୍ରତୀକ୍ଷାର ଅବସାନ ଘଟିବ ଏବଂ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ।
କୁମ୍ଭ
କୁମ୍ଭ
ଅନୁକୂଳ ଗ୍ରହଜନିତ ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ହେତୁ ଚିନ୍ତା କରିପାରନ୍ତି। ଗତକାଲିଠାରୁ ସ୍ଥଗିତ କାମକୁ ଆଜି ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବା ଦ୍ୱାରା ଅଟକି ଥିବା କାମ ତ୍ୱରାନ୍ବିତ ହେବ। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ମୀନମୀନ
କର୍ମକ୍ଷେତ୍ରରେ ସାମାନ୍ୟ ସୁଧାର ଆସିଲେ ମଧ୍ୟ ପାରିବାରିକ ସ୍ଥିତି ପୂର୍ବପରି ରହିବ। ମଙ୍ଗଳଙ୍କ ଦୁର୍ବଳତା କାରଣରୁ ଅଭାବ ନ ଥିଲେ ମଧ୍ୟ କ୍ରମଶଃ ଆବଶ୍ୟକତା ବୃଦ୍ଧି ପାଉଥିବାର ଅନୁଭବ କରିବେ। ବ୍ୟବସାୟ, ପରିବହନଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସଭାସମିତିରେ ବନ୍ଧୁ ମିଳନରୁ ଆନନ୍ଦିତ ହେବେ। ଦୂର ସନ୍ତାନଙ୍କ ଆଗମନ ବାର୍ତ୍ତା ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri