Posted inRasifala

ରାଶିଫଳ: ସୋମବାର, ଜୁନ୍‌ ୨୧ ତାରିଖ – Daily Horoscope

ମେଷ
ଆଜି ସପ୍ତମସ୍ଥ ଚନ୍ଦ୍ରଙ୍କ ସହ ଶୁକ୍ରଙ୍କ ନବପଞ୍ଚମ ଯୋଗରୁ ଉତେଜନାକୁ ନିୟନ୍ତ୍ରିତ କରି ସହୃଦୟତାର ବାକ୍ୟାଳାପ କରିବାରେ ସମର୍ଥ ହେବେ। ପାରିବାରିକ ସମ୍ପର୍କକୁ ପ୍ରାଧାନ୍ୟ ଦେଇ ଅନ୍ୟ ମାନଙ୍କର ଚକ୍ଷୁଶୂଳ ହେବାକୁ ପଡିପାରେ। ବ୍ୟବସାୟରେ ଅବସ୍ଥା ଦେଖି ବ୍ୟବସ୍ଥା ନକଲେ ଅନୁତାପ କରିବାକୁ ପଡିବ । ଚିନ୍ତିତ କାର୍ଯ୍ୟର ଆଜି ସରଳ ସମାଧାନ ହୋଇଯିବ।
ବୃଷ
ବୃଷ
ବକ୍ରୀବୁଧ ରାଶିରେ ଥିବାରୁ ବନ୍ଧୁ, ସହକର୍ମୀ ଅଥବା ପଡୋଶୀ ସହଯୋଗର ହାତ ବଢାଇବେ। ଅଫିସରେ କାର୍ଯ୍ୟବ୍ୟସ୍ତ ଯୋଗୁଁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ସ୍ବାର୍ଥ ହାସଲ କରି ପାଇଁ ଚେଷ୍ଟା କରିପାରନ୍ତି। ଘରୋଇ କ୍ଷେତ୍ରରେ ଅଭାବ ନଥିଲେ ମଧ୍ୟ ସନ୍ତାନ ହେତୁକ ପୀଡା ଅନୁଭବ କରିବେ।
ମିଥୁନ
ମିଥୁନ
ମଙ୍ଗଳଙ୍କ ପ୍ରଭାବରୁ ମନର ଅଶାନ୍ତି ଓ ରାଗକୁ ନିୟନ୍ତ୍ରଣ ମଧ୍ୟରେ ନରଖିଲେ ଓଲଟା ଫଳ ହୋଇପାରେ। ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଆପ୍ୟାୟିତ କରି ଅର୍ଥଲାଭର ମାର୍ଗକୁ ସୁଗମ କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଟାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ।
କର୍କଟ
କର୍କଟ
ସୁସ୍ଥ ମସ୍ତିଷ୍କରେ କାମ କଲେ ସବୁ ସମସ୍ୟାକୁ ଟାଳି ଦେଇ ପାରିବେ। ବୁଧଙ୍କ ପ୍ରଭାବରୁ ନିଜ ଲୋକଙ୍କ ସହ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ରହିଲେ ମଧ୍ୟ ପ୍ରକାଶ୍ୟରେ କିଛି କହି ପାରିବେ ନାହିଁ। ଜଣେ ପ୍ରତିଷ୍ଟାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆମତ୍ବିଭୋର ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ।
ସି˚ହ
ସି˚ହ
ସମସ୍ୟାଭାରରେ ଅତିଷ୍ଠ ହୋଇ ମାନସିକ ଅସ୍ଥିରତା ଅଶାନ୍ତି ସୃଷ୍ଟି କରିବ। ଏକାଦଶସ୍ଥ ଶୁକ୍ର ହେତୁ କ୍ରୀଡା, କଳା, ସାହିତ୍ୟ ଓ ସଂଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଅଫିସିଆଲି କାମକ୍ଷେତ୍ରରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। ପରିବାରବର୍ଗଙ୍କ ସହାୟତା ପାଇବେ ଓ ଆନନ୍ଦ ମନରେ କାମ କରିବେ।
କନ୍ୟା
ଭଲ ପଡୁନଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ ଓ କଳହର ସମ୍ଭାବନା ରହିଛି। ଆଳସ୍ୟଯୋଗୁଁ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି। ସାମାଜିକ ସ୍ତରରେ କୌଣସି ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।
ତୁଳା
ତୁଳା
ରାଶିରେ ଚନ୍ଦ୍ର ରହିଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କଠାରୁ ଦୂରତା ରଖି କାମ କରିବା ଭଲ। ବନ୍ଧୁଟି ବାଟରୁ ଲେଉଟି ଆସିବା ଫଳରେ ନିଜ କାମଗୁଡିକୁ ସମ୍ପନ୍ନ କରିବାରେ ବ୍ୟସ୍ତତା ବଢିଯାଇପାରେ। ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବୃଦ୍ଧିର ଆଶଙ୍କା ଦେଖା ଦେବ । ଅର୍ଥ ସମ୍ବନ୍ଧିତ କାମରେ ସଫଳତା ପାଇବେ।
ବିଛା
ବିଛା
ରବିଙ୍କ ପ୍ରଭାବରେ କର୍ମକ୍ଷେତ୍ର ପ୍ରତି ଆନୁଗତ୍ୟ ଉପରିସ୍ଥଙ୍କୁ ଖୁସି କରିବ। ଆପଣ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇଁ ବ୍ୟାକୁଳତା ପ୍ରକାଶ କରିବେ। ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯନତ୍ କରି ସଫଳ ହେବେ। ପରିବାରର ସଦସ୍ୟମାନଙ୍କଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ।
ଧନୁ
ଧନୁ
କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଶନିଙ୍କ ସୁପ୍ରଭାବରୁ ଆର୍ଥିକ ଦିଗରୁ ସମସ୍ୟା ଲାଗି ରହିବ କିନ୍ତୁ କାମ ଅଟକିବ ନାହିଁ। ଅଫିସରେ ଅବସର ସମୟରେ ସହକର୍ମୀଙ୍କ ସହ ମିଷ୍ଟାଳାପରୁ ଖୁସି ରହିବେ। ପିଲାମାନଙ୍କ ସଫଳତାକୁ ନେଇ ଆନନ୍ଦ ଅନୁଭବ କରିବେ।
ମକର
ମକର
ବିପରୀତ ରାଜଯୋଗ ପ୍ରଭାବରେ କୌଣସି ବ୍ୟକ୍ତିଠାରୁ ହଠାତ୍‌ କିଛି ଖବର ପାଇ ବିଚଳିତ ହେବେ। ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ସହଯୋଗ ଲୋଡ଼ିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢା ପ୍ରଭୃତିରୁ ସୁଫଳ ପାଇବେ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନୀ ଘଟିପାରେ।
କୁମ୍ଭ
କୁମ୍ଭ
ବକ୍ରୀଶନି ଦ୍ୱାଦଶସ୍ଥ ଯୋଗୁଁ ସ୍ଥ୍ୟାସ୍ଥ୍ୟ ପ୍ରତି ଧ୍ୟାନ ନଦେଲେ ଅସୁବିଧା ଭୋଗିବେ। ବନ୍ଧୁରେ କଳହ, ଧନହାନୀ, ପରିବହନରେ ବିତର୍କ ଓ ସାଧାରଣ କଥାରୁ ପାଟିତୁଣ୍ଡ ଲାଗି ରହିବ। ପାରିବାରିକ ସମସ୍ୟାର ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରି ପାରନ୍ତି। କଳା, କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ରାଜନୀତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମୀନମୀନ
ସଂଯମତା ଅଭାବରୁ କର୍ମ କ୍ଷେତ୍ରରେ ଉଚ୍ଚ ଅଫିସରଙ୍କ ସହ ସମ୍ପର୍କ ହାନୀ ଚିନ୍ତାର କାରଣ ହେବ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେ ଜଟିଳ ମନେ କରୁଛନ୍ତି ସେପରି କିଛି ହେବନି। ଧାରକରଜ କରି ଆବଶ୍ୟକତା ତୁଲାଇବାକୁ ବାଧ୍ୟ ହେବେ। ରେବତୀ ନକ୍ଷତ୍ର ସକାଶେ ବାହାରକୁ ଯିବା ସମୟରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri