Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ
ଆପଣଙ୍କର ବୁଧାଦିତ୍ୟ ଯୋଗ ପ୍ରଭାବରେ ଏକାଧାରରେ ଅର୍ଥ, ସମ୍ମାନ, କାର୍ଯ୍ୟସିଦ୍ଧି ସୁଖ ସମୃଦ୍ଧିର ପରିଚାୟକ ହେବ। ଧର୍ମଭାବରେ ଚନ୍ଦ୍ର ହେତୁ ମାଙ୍ଗଳିକ କାମରେ ଯୋଗଦେଇ ବନ୍ଧୁବତ୍ସଳ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ଆକସ୍ମିକ ଦୂରଯାତ୍ରା ସମସ୍ୟାବହୁଳ ହୋଇପାରେ ।
ବୃଷ
ବୃଷ
ଆଜି ଅଷ୍ଟମ ଚନ୍ଦ୍ର ସାଙ୍ଗକୁ ଦ୍ୱାଦଶସ୍ଥ ରାହୁଙ୍କ ଯୋଗୁ ଅର୍ଥ ସମ୍ପର୍କିତ ବିବାଦ ଉପୁଜିପାରେ। ଅଫିସ୍‌ରେ ସହକର୍ମୀଙ୍କ ସହ ସାଧାରଣ କଥାରେ ମତାନ୍ତର ଘଟିବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିବ। ନିର୍ମାଣ କାର୍ଯ୍ୟ, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ମିଥୁନ
ମିଥୁନ
ଆଜିର ଗ୍ରହସ୍ଥିତି ଭଲ ଥିବା ହେତୁ ଜୀବନଯାତ୍ରା ସାବଲୀଳ ରହିବ। ଧନାଧିପ ଚନ୍ଦ୍ରଙ୍କ ପ୍ରଭାବରେ ଋଣ ପରିଶୋଧ ସକାଶେ ବିଭିନ୍ନ ଧନ୍ଦା କରିବାକୁ ମନ ବଳାଇବେ। ଆଲୋଚନା ଆଳରେ ଜଣେ ବନ୍ଧୁ ଆଜି ମାର୍ଗଦର୍ଶକ ସାଜିପାରନ୍ତି। ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ହିତୈଷୀଙ୍କ ପରାମର୍ଶକୁ ଗ୍ରହଣକରିବା ଭଲ ହେବ।
କର୍କଟ
କର୍କଟ
ରାଶ୍ୟାଧିପ ଷଷ୍ଠଭାବସ୍ଥ ହେତୁ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। ପ୍ରତ୍ୟେକ କ୍ଷେତ୍ରରେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିପାରିବେ । କଳା, ସାହିତ୍ୟ, ସଙ୍ଗୀତ ତଥା ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ଅବଶ୍ୟ ପୂର୍ବ ସମସ୍ୟା ଲାଗିରହିବା କାରଣରୁ ସାମୟିକ ମନ ଭାରାକ୍ରାନ୍ତ ରହିବ।
ସି˚ହ
ସି˚ହ
ପରିବାର ସକାଶେ ସମସ୍ତ ସୁବିଧା କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ। କର୍ମକ୍ଷେତ୍ରରେ ଗୁଡ଼ାଏ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି। ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ। ଦୀର୍ଘଦିନରୁ ହଜି ଯାଇଥିବା କିମ୍ବା ଖୋଜୁଥିବା ଜିନିଷର ସୂଚନା ପାଇପାରନ୍ତି।
କନ୍ୟା
ବ୍ୟୟାଧିପ ଅଷ୍ଟମସ୍ଥ ହେତୁ ସମସ୍ୟା ସମାଧାନର ମାର୍ଗ ଉନ୍ମୁକ୍ତ କରିବ। ନୂତନ ପ୍ରକଳ୍ପ, ପ୍ରଶାସନ ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଗୃହ ସଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି। ବିବାଦୀୟ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ।
ତୁଳା
ତୁଳା
ଛୋଟ ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ। ସପ୍ତମସ୍ଥ ଏକାଧିକ ଗ୍ରହ ହେତୁ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ ହେବ। ମାନସିକ ଅଶାନ୍ତି ଲାଗିରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବାର ଆଶା ରହିଛି।
ବିଛା
ବିଛା
କୋଣଭାବସ୍ଥ ବୃହସ୍ପତି ଅର୍ଥ ଓ ସମ୍ମାନ ପ୍ରଦାନରେ ସମର୍ଥ ହେବେ। ଦ୍ୱିତୀୟସ୍ଥ ଭାଗ୍ୟାଧିପ ଚନ୍ଦ୍ର ପ୍ରଭାବରେ ବିଭିନ୍ନ ସମସ୍ୟା ଭିତରେ ମନ ଭାରାକ୍ରାନ୍ତ ରହିବ। ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମକୁ ମୁହଁାଇବା ଠିକ୍‌ ହେବନି। ଅବଶ୍ୟ କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ଧନୁ
ଧନୁ
ସ୍ବରାଶିରେ ଚନ୍ଦ୍ରଙ୍କ ଯୋଗୁ ପ୍ରତ୍ୟେକ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବିଲେ କ୍ଷତିରେ ପଡ଼ିବେ। ଶେୟାର ବଜାର, ଆମଦାନୀ, ପରିବା ଦୋକାନୀ, ହୋଟେଲ ମାଲିକ ଖୁସି ରହିବେ। ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ମାଲିମକଦ୍ଦମା ସମାଧାନ ସକାଶେ ଆଲୋଚନା କରିପାରନ୍ତି।
ମକର
ମକର
ଆଜିର ଗ୍ରହସ୍ଥିତି ବିଭିନ୍ନ ସମସ୍ୟାକୁ ନିମନ୍ତ୍ରଣ କରିପାରେ। ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇପାରନ୍ତି । ଶିକ୍ଷା, ପରୀକ୍ଷା, ଆଲୋଚନା, ଗଠନମୂଳକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ। ଆର୍ଥିକ ଅଭିବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରିପାରନ୍ତି ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବା ସମ୍ଭାବନା ରହିଛି। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ଭାଇ କିମ୍ବା ବନ୍ଧୁ ପଡ଼ୋଶୀ ଅଥବା ସହକର୍ମୀଙ୍କ ସହାୟତାରେ କାର୍ଯ୍ୟ ହାସଲ କରିପାରନ୍ତି। ଆଜିର ଆମଦାନୀ କାରବାର, ପରିବହନ ଓ ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହଁି ।
ମୀନମୀନ
ଆଜି ପୂର୍ବାପେକ୍ଷା ପରିସ୍ଥିତି ଏକ ପ୍ରକାର ଶାନ୍ତ ରହିବ କିନ୍ତୁ ଧନହାନି ସାଙ୍ଗକୁ ଅପ୍ରିୟ ଭାଷଣ ସମସ୍ୟା ସୃଷ୍ଟି କରିପାରେ। ନିଜ କାମ ସକାଶେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲିମକଦ୍ଦମା, ସଂଗଠନ, ଲେଖାପଢ଼ା, ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri