Posted inRasifala

ରାଶିଫଳ: ବୁଧବାର, ଅକ୍ଟୋବର ୨୦ ତାରିଖ – Daily Horoscope

ମେଷ
ଆଜି ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ ସହ ବିବାଦର ସମାଧାନ ମଧ୍ୟ ହେବ। କାମ ହାସଲ ସକାଶେ ଅବୁଝା ବନ୍ଧୁଙ୍କୁ ବୁଝାଇ ମନେଇବାରେ ମଧ୍ୟ ସମର୍ଥ ହୋଇପାରିବେ। ବାଣିଜ୍ୟ, ବ୍ୟବସାୟ, ସଭାସମିତି, ଯାତ୍ରା ଓ ବନ୍ଧୁମିଳନଜନିତ ସମୟ କଟାଇବେ। ଅଫିସରେ କୌଣସି ବିଷୟ ନେଇ ବୁଝାମଣାରେ ତିକ୍ତତା ଦେଖାଦେଇପାରେ।
ବୃଷ
ବୃଷ
ଅଟକି ରହିଥିବା କାମ ତ୍ୱରାନ୍ବିତ ସକାଶେ ଚେଷ୍ଟିତ ହେବେ। ଆଶା କରୁଥିବା ଦିଗରୁ ଧନପ୍ରାପ୍ତି ସହ ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବ। ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ ଏବଂ ଏ ଦିଗରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିପାରନ୍ତି। ଜମିଜମା, କଚେରି ମାମଲା ଓ ଲେଖାପଢ଼ା ଦିଗରୁ ଉପକୃତ ହେବେ।
ମିଥୁନ
ମିଥୁନ
ଚେଷ୍ଟା କରୁଥିବା ଦିଗରୁ ଅର୍ଥଲାଭ ଓ ସମ୍ମାନ ସଙ୍ଗକୁ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ। ପରିବାରର ଆବଶ୍ୟକତାକୁ ନେଇ ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅଫିସ୍‌ କାମରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ବ୍ୟବସାୟରେ ସାମାନ୍ୟ ପ୍ରତିବନ୍ଧକ ଦେଖାଦେଇପାରେ।
କର୍କଟ
କର୍କଟ
ଅଫିସ୍‌ କାମରେ ନିଜର କ୍ଷମତାର ଅପବ୍ୟବହାର ଜନିତ ବିରକ୍ତିକର କଥା କହି ଅପଦସ୍ଥ ହେବେ। ପରକଥାରେ ପ୍ରଭାବିତ ହୋଇ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। ଆକସ୍ମିକ ଆଗନ୍ତୁକ ନୂତନ ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ଜମିଜମା କାରବାର ବୃଦ୍ଧି ପାଇଁ ଚେଷ୍ଟା କଲେ ଉପକୃତ ହୋଇପାରନ୍ତି।
ସି˚ହ
ସି˚ହ
କଥା ଓ କାମରେ ମେଳ ନ ରହିବା କାରଣରୁ ଅବିଶ୍ୱାସର ପାତ୍ର ହୋଇପାରନ୍ତି। ପାରିବାରିକ ବ୍ୟୟର ମାତ୍ରା ବୃଦ୍ଧି ହେତୁ ଅବସାଦ ବୃଦ୍ଧି ପାଇବ। ଏକାଧିକ ବିଭିନ୍ନ ପ୍ରକାରର କାମରେ ଅନୁପ୍ରବେଶ କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ତଥାପି ଈର୍ଷା ପରାୟଣ ବ୍ୟକ୍ତିଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
କନ୍ୟା
ଅନ୍ୟାୟ ବିରୋଧରେ ସ୍ବର ଉଠାଇ ସମସ୍ୟାକୁ ନିମନ୍ତ୍ରଣ କରିବେ। ପରୋକ୍ଷ ଶତ୍ରୁତା, ଋଣ ଉଠାଣ, ଲଟେରି କାରବାରରେ ଅସୁବିଧାର ସମ୍ମୁଖୀନ ହେବେ। ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ଏବଂ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
ତୁଳା
ତୁଳା
ପରିବାର ଭିତରେ ସମସ୍ୟା ସମାଧାନ ଚେଷ୍ଟା କରି ସଫଳ ହେବେ । ବନ୍ଧୁଙ୍କ ସହ ବିଳାସ ବ୍ୟସନରେ ସମୟ ଅତିବାହିତ ହେବ। ଆଧ୍ୟାତ୍ମିକ ପ୍ରବଚନ, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ଓ ନୃତ୍ୟ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିପାରେ ଓ ପାରିବାରିକ ସମସ୍ୟା ମଧ୍ୟ ସମାଧାନ ହୋଇଯିବ।
ବିଛା
ବିଛା
ପରିବେଶ ଓ ପରିସ୍ଥିତିକୁ ନେଇ ସାମାନ୍ୟ ଅସ୍ଥିରତା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଆମନ୍ତ୍ରଣ କ୍ରମେ ଯାତ୍ରା କରିବାକୁ ପ୍ରସ୍ତୁତିପର୍ବରେ ଲାଗିପାରନ୍ତି। ପାରିବାରିକ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହୋଇପାରେ। ରାଜନୈତିକ ସ୍ଥିତି, ଅର୍ଥନୈତିକ ପ୍ରଗତି ସଙ୍ଗକୁ ସାମାଜିକ ପ୍ରତିଷ୍ଠା ମଧ୍ୟ ବୃଦ୍ଧି ପାଇବ।
ଧନୁ
ଧନୁ
ନିଜ ଲୋକମାନଙ୍କ ଚକ୍ଷୁଶୂଳର କାରଣ ସ୍ବରୂପ ଶ୍ରଦ୍ଧା, ସମ୍ମାନ ଓ ଆଦରର ନୂ୍ୟନତା ଉପଲବ୍ଧି କରିବେ। କର୍ମକ୍ଷେତ୍ରରେ ଅସହଯୋଗଜନିତ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ପାଇଁ ଚେଷ୍ଟା କରିପାରିଲେ ଉପକୃତ ହେବେ। ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବ ।
ମକର
ମକର
କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ପୃଷ୍ଠ ସାହାଯ୍ୟ ଲାଭକରି ମନୋବଳ କ୍ରମଶଃ ବୃଦ୍ଧି ପାଇବ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସୂଚନା ରହିଛି। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଏଜେନ୍ସିପରୁ ଖୁସି ରହିବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଘର ସାଜସଜ୍ଜାରେ, ନିର୍ମାଣରେ, ଆନୁଷ୍ଠାନିକ କାମରେ, ମେଳା ମହୋସତ୍ବ, ନୃତ୍ୟ ଓ ସଙ୍ଗୀତରେ ମଜି ରହିପାରନ୍ତି। ଆର୍ଥିକ ଦିଗଟି ଭଲ ରହିବ ଓ କୌଣସି ଜନ ହିତକର କାମରେ ତାହାକୁ ବିନିଯୋଗ କରିବା ପାଇଁ ଚିନ୍ତା କରିବେ। କୌଣସି ବନ୍ଧୁଙ୍କ ସହ ଆଜିର ଆଲୋଚନା ନିଷ୍ଫଳ ହେବନାହିଁ।
ମୀନମୀନ
ଆପଣଙ୍କ ଲୋକପ୍ରିୟତା ଓ ପ୍ରତିଷ୍ଠା/ପ୍ରଶଂସା ଅନ୍ୟମାନଙ୍କର ଗାତ୍ରଦାହର କାରଣ ହୋଇପାରେ। ଖଳଲୋକଙ୍କ ଅନୁପ୍ରବେଶ କାରଣରୁ ପାରିବାରିକ ଦିଗରୁ କେତେକ ବ୍ୟତିକ୍ରମ ସୃଷ୍ଟି ସମ୍ଭାବନା ରହିଛି। ଯେତେ ଭଲ କାମ କଲେ ସୁଦ୍ଧା ସମାଲୋଚିତ ହେବେ। ଶିଳ୍ପ, ବାଣିଜ୍ୟ, ଆମଦାନୀ କାରବାର ଓ ରାଜନୀତି କ୍ଷେତ୍ରରେ ସଫଳତା ପାଇବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?