Posted inRasifala

ରାଶିଫଳ: ଗୁରୁବାର, ମେ ୨୦ ତାରିଖ – Daily Horoscope

ମେଷ
ଦ୍ୱିଜା ନକ୍ଷତ୍ରର ପରିବାରରେ ବନ୍ଧୁଙ୍କ ଗହଳ ଚହଳ ମଧ୍ୟରେ ବ୍ୟସ୍ତତା ଅନୁଭବ କରିପାରନ୍ତି। ଜଣେ ବନ୍ଧୁଙ୍କ ବିଚାରହୀନ ମନ୍ତବ୍ୟକୁ କେନ୍ଦ୍ରକରି କର୍ମକ୍ଷେତ୍ରରେ ଝଗଡ଼ା ଲାଗିପାରେ। ଅପୂରଣୀୟ ଆଶା ଯୋଗୁ ସନ୍ତାନଙ୍କ ଅଶାନ୍ତ ମନଦେଖି ଚିନ୍ତିତ ହୋଇପାରନ୍ତି। ଏକ ନିର୍ଦ୍ଦିିଷ୍ଟ ଦିଗରେ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ।
ବୃଷ
ବୃଷ
ଆଜି ହଠାତ୍‌ ଏକାଧିକ ବ୍ୟକ୍ତିଙ୍କ ବିରୁଦ୍ଧାତ୍ମକ ସ୍ବର କର୍ମ କ୍ଷେତ୍ରକୁ ସମସ୍ୟାବହୁଳ କରିଦେଇପାରେ। ଅର୍ଥନୈତିକ କାର୍ଯ୍ୟକ୍ରମ, ଆଲୋଚନାଚକ୍ର, ସଭାସମିତିରେ ସଫଳତା ପାଇବେ। ପରିବାରରେ ମାଙ୍ଗଳିକ କାମ ସକାଶେ ତପ୍ତରତା ଦେଖାଦେଇପାରେ। ବିବାଦୀୟ ପରିସ୍ଥିତି, ମାଲିମକଦ୍ଦମା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ।
ମିଥୁନ
ମିଥୁନ
ବିଭିନ୍ନ ଦିଗରୁ ସମର୍ଥନ ପାଇଲେ ମଧ୍ୟ ଆଜିର କାମଗୁଡ଼ିକ ସକାଶେ ହନ୍ତସନ୍ତ ହେବାକୁ ପଡ଼ିବ। ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ ସକାଶେ ବହୁତ ଅର୍ଥବ୍ୟୟର ସମ୍ଭାବନା ରହିଛି। ପରିବାର ଭିତରେ ସମ୍ପର୍କହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱିତା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଓ ସନ୍ତାନ ହେତୁକ ଗୌରବ ବୃଦ୍ଧି ମାନସିକ ଶାନ୍ତିର କାରଣ ହୋଇପାରେ। ଆନୁଷ୍ଠାନିକ କାମ ସକାଶେ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ପରିବହନ, ଯାନବାହନ ଓ ପ୍ରଶାସନିକ କ୍ଷେତ୍ରରେ ବ୍ୟତିକ୍ରମ ମଧ୍ୟରେ ହିଁ କାର୍ଯ୍ୟ ସାଧିତ ହେବ। ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ ।
ସି˚ହ
ସି˚ହ
ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସାଙ୍ଗକୁ ବୈଷୟିକ ସୁଖ, ସମୃଦ୍ଧି ଯୋଗୁ ଖୁସି ରହିବେ। ଆଇନ ଓ ଆଧ୍ୟାତ୍ମିକତା, ଗଣତନ୍ତ୍ର, ସଂଗଠନ, ଧାର୍ମିକ କାର୍ଯ୍ୟ ଓ ସତ୍‌ସଙ୍ଗ କ୍ଷେତ୍ର ବହୁତ ଭଲ ରହିବ। ଗବେଷଣା, ଲେଖାପଢ଼ା, ସାହିତ୍ୟ, କଳା, କ୍ରୀଡ଼ା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ଦୀର୍ଘଦିନରୁ ଲାଗି ରହିଥିବା ଶତ୍ରୁତା, ଅଶାନ୍ତି ଓ ଋଣଭାର ହ୍ରାସ ପାଇବ।
କନ୍ୟା
ଆଜି ଦିନଟିରେ ଜମିଜମା, ଗୃହସୀମା, ନିର୍ମାଣ, କୋର୍ଟକଚେରି ମାମଲା ସଂକଟଜନକ ସ୍ଥିତି ଉପତ୍ନ କରିବ। ବନ୍ଧୁମାନଙ୍କ ବିବାଦୀୟ ନିଷ୍ପତ୍ତି ହେତୁ କୌଣସି କଥାର ମୀମାଂସା ହୋଇପାରିବ ନାହିଁ। କର୍ମକ୍ଷେତ୍ରରେ ଆବଶ୍ୟକ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ତୁଳା
ତୁଳା
ବିବାଦୀୟ ଚିନ୍ତାଧାରା କାମକୁ ବିଶୃଙ୍ଖଳିତ କରିବା ଆଶଙ୍କା ରହିଛି। ସମ୍ପର୍କୀୟମାନେ ପୁରାତନ କଥାକୁ କେନ୍ଦ୍ରକରି ଅଧୁନା ଅସହଯୋଗ କରିବାର ସୂଚନା ରହିଛି। ସଭାସମିତି, ରାଜନୀତି, ସଂଗଠନ, ଗବେଷଣା ଓ ପ୍ରତିଯୋଗିତା କ୍ଷେତ୍ରରୁ ସୁଫଳ ପାଇବେ। ପାରିବାରିକ, ଅର୍ଥସମ୍ପର୍କ ଦିଗଟି କେତେକାଂଶରେ ଭଲ ରହିବ।
ବିଛା
ବିଛା
ଆପଣଙ୍କ ବୈଷୟିକ ସୁଖ, ସମୃଦ୍ଧି ସାଙ୍ଗକୁ ଅର୍ଥନୈତିକ ଅଭିବୃଦ୍ଧି ଜୀବନଶୈଳୀକୁ ଉନ୍ନତ କରାଇବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବିଗତ ଦିନର କୌଣସି ଘଟଣା ସକାଶେ ଅପରାହ୍ନରେ ଟେନସନ୍‌ ବଢ଼ିପାରେ। ମାଙ୍ଗଳିକ କାମ ପାଇଁ ପ୍ରସ୍ତୁତି, ମୂଲ୍ୟବାନ ଜିନିଷର କିଣା ବିକା କ୍ଷେତ୍ରରେ ସୁଫଳ ପାଇବେ।
ଧନୁ
ଧନୁ
ଆପଣଙ୍କ ନୀରବତା ହେତୁ ଆତ୍ମୀୟସ୍ବଜନମାନଙ୍କ ମନରେ ବୃଥା ସନ୍ଦେହ ସୃଷ୍ଟି କରିପାରେ। ପାରିବାରିକ କ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ଅର୍ଥ ଓ ସମ୍ମାନ ମିଳିବ, ବ୍ୟବସାୟିକ ଉନ୍ନତି କରିବେ।
ମକର
ମକର
ପ୍ରତ୍ୟେକ ପରିସ୍ଥିତିକୁ ସହନଶୀଳତାର ସହ ସାମ୍ନା କରିବାର ଧୈର୍ଯ୍ୟ ହାସଲ କରିବେ। ଅର୍ଥ ସଙ୍କଟ ଦୂର ହେବା ସାଙ୍ଗକୁ ଟେକ୍‌ନିକାଲ୍‌ କାମରେ ବିଶେଷ ସୁବିଧା ପ୍ରାପ୍ତ ହେବ। ନିକଟ ସମ୍ପର୍କୀୟଙ୍କୁ ଭଲ ପାଇବାକୁ କେନ୍ଦ୍ରକରି ସମସ୍ୟା ଦେଖାଦେବ। ପୂର୍ବ ରାଗକୁ ଶୁଝାଇବାକୁ ଯାଇ ନିକଟ ସମ୍ପର୍କୀୟମାନେ ପାଖ ମାଡି ନ ପାରନ୍ତି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ ଏବଂ ବୈଷୟିକ ଉନ୍ନତି ମଧ୍ୟ କରିବେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତମାନର ଫଳ ମିଳିବ। କୌଶଳ ଅବଲମ୍ବନ କରି ହାସଲ କରିବାକୁ ଥିବା କାମଟି ବନ୍ଧୁଙ୍କ ଦ୍ୱାରା କରାଇନେବେ। ପରିବାର ମଧ୍ୟରେ ଛୋଟ କଥାକୁ ଧରିବସିଲେ ସମସ୍ୟା ବଢ଼ିଯାଇପାରେ।
ମୀନମୀନ
ପରିସ୍ଥିତି ଅନୁଯାୟୀ କେତେକ ସମସ୍ୟା ଆସିଲେ ମଧ୍ୟ କାର୍ଯ୍ୟ ଅଟକିବ ନାହିଁ। ନିର୍ଦ୍ଦିଷ୍ଟ ସମୟରେ ଚାହୁଁଥିବା ଜିନିଷ ପାଇ ନ ପାରନ୍ତି କିନ୍ତୁ ପ୍ରାପ୍ତି ନିଶ୍ଚିତ ଅଟେ। କର୍ମକ୍ଷେତ୍ରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ଆଲୋଚନା ମାଧ୍ୟମରେ ପାରିବାରିକ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri