Posted inRasifala

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ
ଆଜି ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ। ଅଭାବ ପୂରଣ ଦିଗରେ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଆତ୍ମୀୟଙ୍କ ସହଯୋଗରେ ପୂର୍ବରୁ ସ୍ଥିରୀକୃତ ଯୋଜନା ଠିକ୍‌ ଭାବରେ କାର୍ଯ୍ୟକାରୀ ହେବ। ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ।
ବୃଷ
ବୃଷ
ଆପଣଙ୍କ କର୍ମଦକ୍ଷତା ହେତୁ ସାମାଜିକ ତଥା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବାର ପୂର୍ଣ୍ଣ ସୂଚନା ରହିଛି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିପାରେ। ପରିସ୍ଥିତିବଶତଃ ଇଚ୍ଛା ବିରୋଧରେ କୌଣସି କାମ କରି ପଶ୍ଚାତାପ କରିବାକୁ ପଡ଼ିପାରେ।
ମିଥୁନ
ମିଥୁନ
ସାଧାରଣ କଥାରେ କଳହ ସୃଷ୍ଟିଜନିତ ପାରିବାରିକ ସମ୍ପର୍କ ଖରାପ ହୋଇପାରେ। କର୍ମକ୍ଷେତ୍ରରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। ଅଫିସରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହେବାର ସୂଚନା ରହିଛି। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସି ଆପଣଙ୍କୁ ସାହାଯ୍ୟ କରିବେ।
କର୍କଟ
କର୍କଟ
ବନ୍ଧୁ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ, ଯାହାକି ଆପଣଙ୍କ କାମକୁ ଆସିବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆନୁଷ୍ଠାନିକ କିମ୍ବା ନିର୍ମାଣ କ୍ଷେତ୍ର୍ରରେ ସମସ୍ୟା ବୃଦ୍ଧି ପାଇବା ହେତୁ ବ୍ୟସ୍ତତା ବଢ଼ିଯିବ। ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି କିନ୍ତୁ କଳା ଓ ସାହିତ୍ୟରେ ଉନ୍ନତି କରିବେ।
ସି˚ହ
ସି˚ହ
ଦୃଢ଼ ପଦକ୍ଷେପ ନେଇ ପ୍ରତ୍ୟେକ ସ୍ଥଗିତ କାମକୁ ସମ୍ପନ୍ନ କରିପାରିବେ। ମାତ୍ର ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି। ଉଚ୍ଚବର୍ଗ କିମ୍ବା ଗୁରୁଜନମାନଙ୍କ ପରାମର୍ଶ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
କନ୍ୟା
କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ପରିବାରର ଆବଶ୍ୟକତାକୁ ନେଇ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ। ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି ମାତ୍ର ପରକ୍ଷଣରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ମାଦକ ଦ୍ରବ୍ୟ ସେବନରୁ ବକ୍ଷ ବେଦନା ସୃଷ୍ଟି ହେବାର ସୂଚନା ରହିଛି।
ତୁଳା
ତୁଳା
ହିତୈଷୀମାନଙ୍କ ପରାମର୍ଶ ନେଇ କାର୍ଯ୍ୟ କଲେ ବିଶେଷ ଭାବରେ ଉପକୃତ ହେବେ। ପାରଷ୍ପରିକ ବୁଝାମଣା ହେତୁ ପରିବାରରେ ପୁନର୍ବାର ଶାନ୍ତି ଫେରିଆସିବ। ଶତ୍ରୁତାର ଅବସାନ ଘଟିବ ମାତ୍ର ପିଲାମାନଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ରହିବେ। ଖଳଲୋକଙ୍କ ଦ୍ୱାରା ପ୍ରଚାରିତ ମିଥ୍ୟା ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ।
ବିଛା
ବିଛା
ମନ ଅସ୍ଥିର ରହିବା କାରଣରୁ କାମ ସମ୍ପୂର୍ଣ୍ଣ କଷ୍ଟକର ହୋଇପଡ଼ିବ। ସାଧାରଣ କଥାକୁ କେନ୍ଦ୍ରକରି ଅନ୍ୟ ଉପରେ ବିରକ୍ତ ହେବେ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ। ସାମାଜିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରୁ ସ୍ନେହ, ଶ୍ରଦ୍ଧା ଓ ଅନୁରକ୍ତି ଲାଭ କରିପାରନ୍ତି।
ଧନୁ
ଧନୁ
କଳ୍ପନା ଜାଲରେ ବାନ୍ଧିହୋଇ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ବନ୍ଧୁ ସମସ୍ୟାର କାରଣ ହେବେ। ସାହିତ୍ୟ ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ। ବୃତ୍ତିଗତ ଧନ୍ଦା, ଆଇନ ଅଦାଲତ ଓ ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ପୂର୍ବାଷାଢ଼ା ନକ୍ଷତ୍ରର ପାରିବାରିକ ଜୀବନ ସୁଖରେ କଟିବ।
ମକର
ମକର
ବାରମ୍ବାର ବିଭିନ୍ନ ପ୍ରକାରର ପ୍ରତିରୋଧର ସାମନା କରି କର୍ମକ୍ଷେତ୍ରରେ କାମ ହାସଲ କରିବେ। ଅବଶ୍ୟ ସହକର୍ମୀ ଓ ପଡ଼ୋଶୀମାନେ ସହଯୋଗର ହାତ ବଢ଼ାଇବେ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ ଅଯଥା ବିନା କାରଣରେ ଗରଗର ହୋଇପାରନ୍ତି। ନୂତନ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ।
କୁମ୍ଭ
କୁମ୍ଭ
ଆପଣଙ୍କ ପ୍ରଭାବଶାଳୀ ବକ୍ତବ୍ୟ ଜନମାନସକୁ ପ୍ରଭାବିତ କରିବ। କିନ୍ତୁ ନିଜ ଲୋକଙ୍କ ଅସହିଷ୍ଣୁ ମନୋଭାବ ଓ ଆଚରଣ ମନକୁ କଷ୍ଟ ଦେଇପାରେ। ହିତୈଷୀଙ୍କ ପରାମର୍ଶରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମଧ୍ୟ ମନ ବଳିବ। କିନ୍ତୁ ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି।
ମୀନମୀନ

ପୂର୍ବାହ୍ନରେ କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ପରିବାରର କେତେକ ଅକୁହା କଥା ଓ ଗୁଡାଏ ଚିନ୍ତା ମନକୁ ଆନ୍ଦୋଳିତ କରିବ। ବୃଥା ସନ୍ଦେହରୁ ଭଲ ସମ୍ପର୍କ ଥିବା ବନ୍ଧୁଟି ମଧ୍ୟ ଭୁଲ୍‌ ବୁଝିପାରନ୍ତି। ପରିବାରର ଆବଶ୍ୟକତାକୁ ନେଇ ଦିନଟିରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri