Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୨୦ ତାରିଖ – Daily Horoscope

ମେଷ
ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରି ପାରିଲେ ନିଶ୍ଚିତ ଉପକୃତ ହେବେ। ଅଭାବ ପୂରଣ ଦିଗରେ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ଯୋଜନା କାର୍ଯ୍ୟକାରୀ ହେବାରେ ସହକର୍ମୀଙ୍କ ଅବଦାନ ସ୍ମରଣୀୟ ରହିବ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ସହ ଦୂରଯାତ୍ରାର ସୂଚନା ରହିଛି।
ବୃଷ
ବୃଷ
ଉଚ୍ଚାରୋହୀ ରବି ଓ ମିତ୍ରକ୍ଷେତ୍ରସ୍ଥ ଚନ୍ଦ୍ର ପ୍ରଭାବରୁ ଇଚ୍ଛାଶକ୍ତିର ପ୍ରାବଲ୍ୟଜନିତ ମାନସିକ ସ୍ଥିରତା ଅକ୍ଷୁଣ୍ଣ ରହିବ। ସାମାଜିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆତ୍ମୀୟଙ୍କ ପାଇଁ ଚିନ୍ତା ବଢ଼ିପାରେ। ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିବ। ମହିଳାମାନେ ପଶ୍ଚାତ୍ତାପ କରିପାରନ୍ତି।
ମିଥୁନ
ମିଥୁନ
ସାଧାରଣ କଥାରେ କଳହ ସୃଷ୍ଟି ହୋଇ ପାରିବାରିକ ସମ୍ପର୍କ ଖରାପ ହୋଇପାରେ। କର୍ମକ୍ଷେତ୍ରରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରି ବିବାଦୀୟ ହୋଇପାରନ୍ତି। ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ନିଜ ପରିସର ବ୍ୟକ୍ତିବିଶେଷଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
କର୍କଟ
କର୍କଟ
ଅଭାବବୋଧ ଦୂରେଇବାରେ ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେଇପାରନ୍ତି। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଆନୁଷ୍ଠାନିକ କିମ୍ବା ନିର୍ମାଣ କ୍ଷେତ୍ରରେ ସମସ୍ୟା ବୃଦ୍ଧି ହେତୁ ବ୍ୟସ୍ତତା ବଢ଼ିଯିବ। କଳା, କ୍ରୀଡ଼ା, ସାହିତ୍ୟଚର୍ଚ୍ଚା ତଥା ସଙ୍ଗୀତ ଓ ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତି କରିବେ।
ସି˚ହ
ସି˚ହ
ବନ୍ଧୁଙ୍କ ପରାମର୍ଶକ୍ରମେ ଦୃଢ଼ ପଦକ୍ଷେପ ନେଇ ସ୍ଥଗିତ କାମକୁ ସମ୍ପନ୍ନ କରିପାରିବେ। କିନ୍ତୁ ପଡ଼ୋଶୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କଲେ ଅପଦସ୍ଥ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ପରିବାରରେ ସହମତି ଭିତ୍ତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି।
କନ୍ୟା
 କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ପରିବାରର ଆବଶ୍ୟକତାକୁ ନେଇ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ। ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି, ମାତ୍ର ପରକ୍ଷଣରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ମାଦକ ଦ୍ରବ୍ୟ ସେବନରୁ ବକ୍ଷ ବେଦନା ସୃଷ୍ଟି ହେବାର ସୂଚନା ରହିଛି।
ତୁଳା
ତୁଳା
ଆଜି ଆପଣ ହିତୈଷୀଙ୍କ ପରାମର୍ଶ ନେଇ କାଯର୍‌ୟ କଲେ ବିଶେଷ ଭାବରେ ଉପକୃତ ହେବେ। ପାରସ୍ପରିକ ବୁଝାମଣା ହେତୁ ପରିବାରରେ ପୁନର୍ବାର ଶାନ୍ତି ଫେରି ଆସିବ। କିନ୍ତୁ ବିଶାଖା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କର୍ମକ୍ଷେତ୍ର ଉତ୍ସାହପ୍ରଦ ହେବ ନାହିଁ। ସାବଧାନତା ଅଭାବରୁ ଯାତ୍ରାରେ ସତର୍କ ନ ରହିଲେ କ୍ଷତିରେ ପଡ଼ିବେ।
ବିଛା
ବିଛା
ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ କାମ ସଂପୂର୍ଣ୍ଣ ହେବା କଷ୍ଟକର ହେବ। ସାଧାରଣ କଥାକୁ କେନ୍ଦ୍ରକରି ଅନ୍ୟ ଉପରେ ବିରକ୍ତି ହେବା ମହଙ୍ଗା ପଡ଼ିପାରେ। ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
ଧନୁ
ଧନୁ
ଭାବପ୍ରବଣତାବଶତଃ ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସମସ୍ୟାର କାରଣ ହୋଇପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ। ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
ମକର
ମକର
ବାରମ୍ବାର ବିଭିନ୍ନ ପ୍ରତିରୋଧର ସାମ୍ନାକରି ହତୋତ୍ସାହିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀ ଓ ଘରୋଇ କାମରେ ପଡ଼ୋଶୀ ସହଯୋଗ କରିବେ। ନୂତନ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇ ପାରିବ ନାହିଁ। ସୀମା ବିବାଦ ଦୂର ହେବାରୁ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବାରେ ପ୍ରତିବନ୍ଧକ ରହିବ ନାହିଁ।
କୁମ୍ଭ
କୁମ୍ଭ
ଆପଣଙ୍କ ପ୍ରଭାବଶାଳୀ ବକ୍ତବ୍ୟ ଜନମାନସକୁ ପ୍ରଭାବିତ କରିବାରେ ସମର୍ଥ ହେବ। ମାତ୍ର ନିଜ ଲୋକମାନଙ୍କ ଅପପ୍ରଚାର ଓ ପରୋକ୍ଷଶତ୍ରୁତା ସମସ୍ୟାକୁ ଦ୍ୱିଗୁଣିତ କରିବ। ପରିବାରରେ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି।
ମୀନମୀନ

ଆଜି ଆପଣ ଲୋକସମ୍ପର୍କର ହ୍ରାସ ସଙ୍ଗକୁ ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ସାଧାରଣ କଥାରେ ଯୁକ୍ତିତର୍କ କାରଣରୁ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ। ଆୟ ତୁଳନାରେ ବ୍ୟୟ ବୃଦ୍ଧି ଲାଗି ରହିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଆପଣ ଯାହା କରନ୍ତୁନା କାହିଁକି ନିଜର ଲୋକମାନେ ବିବାଦୀୟ ମନ୍ତବ୍ୟ ଦେଇଚାଲିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?