Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି ତିନୋଟି ଗ୍ରହ ନୀଚ ଓ ଦୁର୍ବଳ ଯୋଗୁ ସ୍ବାସ୍ଥ୍ୟହାନି, ପାରିବାରିକ ସମସ୍ୟା ଏବଂ କର୍ମକ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବ। ଅଶ୍ୱିନୀ ନକ୍ଷତ୍ର ସକାଶେ କେତେକାଂଶରେ କୁପ୍ରଭାବ ହ୍ରାସ ପାଇବ। ବନ୍ଧୁଙ୍କ ସ୍ମୃତିଚାରଣ, ଆନୁଷ୍ଠାନିକ କାମ,ବକେୟା ଅର୍ଥପ୍ରାପ୍ତି ଯୋଗୁ ଉତ୍ସାହିତ ରହିପାରନ୍ତି।
ବୃଷ
ବୃଷ
ଶୁକ୍ର ନୀଚାଂଶରେ ଅବସ୍ଥାନ କରିଥିବାରୁ ଶାରୀରିକ ଅସୁସ୍ଥତା ସଙ୍ଗକୁ କୌଣସି ମହିଳାଙ୍କ ଅଭିଯୋଗରୁ ଚିନ୍ତିତ ରହିପାରନ୍ତି। ଅବଶ୍ୟ ମୃଗଶିରା ନକ୍ଷତ୍ର ବନ୍ଧୁମିଳନ ଜନିତ ଆନନ୍ଦମୁଖର ପରିବେଶରେ ସାମୟିକ ଖୁସୀ ରହିବେ। ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହେବାରେ ଅସୁବିଧା ହେବ ନାହିଁ।
ମିଥୁନ
ମିଥୁନ
ଅଷ୍ଟମାଧିପ ଶନି କର୍ମଭାବସ୍ଥ ଯୋଗୁ ମତ ମନ୍ତବ୍ୟକୁ କେନ୍ଦ୍ରକରି ପରିବାରରେ ସମସ୍ୟା ସୃଷ୍ଟି କରିପାରେ। ପୂର୍ବ ଯୋଜନା ଅନୁଯାୟୀ କୌଣସି କର୍ମ କରିବାରେ ସମର୍ଥ ହେବେ ଓ କାମ ମଧ୍ୟ ଅଟକିବ ନାହିଁ। ବନ୍ଧୁ ସହ ଆଲୋଚନା ସମୟରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି।
କର୍କଟ
କର୍କଟ
ବଳହୀନ ମଙ୍ଗଳ ରାଶିରେ ଅବସ୍ଥାନ କରୁଥିବାରୁ କର୍ମଜଞ୍ଜାଳ ବୃଦ୍ଧି ପାଇବା ସହ ପାରିବାରିକ ସ୍ଥିତି ଭଲ ରହିବନାହିଁ। ନିଜର ଭଳି ବ୍ୟବହାର ଦେଖାଉଥିବା ବନ୍ଧୁ ଓ ସ୍ବଜନମାନେ ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ଗ୍ରହଣ କରିବେ। ତଥାପି ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଲାଭ ପାଇବେ। ଆଜିର କର୍ମାରମ୍ଭ ପ୍ରୀତିପଦ ହେବ।
ସି˚ହ
ସି˚ହ
ରବିଙ୍କ ଦୁର୍ବଳତା ଯୋଗୁ ଆର୍ଥିକ ଅନଟନ ସଙ୍ଗକୁ ଉଚ୍ଚପଦାଧିକାରୀଙ୍କ ସହ ସୁସମ୍ପର୍କ ରହି ନ ପାରେ। କୌଣସି ବିଭ୍ରାନ୍ତିକର ଖବର ପାଇ ମାନସିକ ଅସ୍ଥିରତା ସୃଷ୍ଟି ହେବାର ବହୁତ ସମ୍ଭାବନା ରହିଛି। ବ୍ୟବସାୟିକ ସ୍ଥିତି ଭଲ ରହିବା ସହ ନୂତନ ବନ୍ଧୁସମ୍ପର୍କ ସୃଷ୍ଟି ହୋଇପାରେ।
କନ୍ୟା
ଚତୁର୍ଥକେନ୍ଦ୍ରସ୍ଥ ଚନ୍ଦ୍ର ଓ ଶନି କର୍ମକ୍ଷେତ୍ରକୁ ପ୍ରଭାବିତ କରୁଥିବାରୁ କାମଗୁଡ଼ିକ କଚ୍ଛପଗତିରେ ଚାଲିବ। ସମସ୍ତ ପ୍ରକାରର ସୁବିଧାଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ପ୍ରତ୍ୟେକ କ୍ଷେତ୍ରରେ ବିଳମ୍ବିତ ସମୟରେ କାମଗୁଡିକ ସମ୍ପନ୍ନ ହେବାରୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇପାରେ ।
ତୁଳା
ତୁଳା
ଆପଣଙ୍କୁ ଅର୍ଥ ଓ ସମ୍ମାନଜନକ ସ୍ଥିତିରେ ରଖିବା ସାଙ୍ଗକୁ ବନ୍ଧୁଙ୍କ ପରାମର୍ଶରୁ ଖୁସି ରହିବେ। ଶୁକ୍ରଙ୍କ ପ୍ରଭାବରୁ କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେବ। ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ ଅବଶ୍ୟ ଖର୍ଚ୍ଚାନ୍ତ ହୋଇ କାମକୁ ବଢ଼ାଇ ନେଇପାରନ୍ତି । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ହେବାରୁ ସାମୟିକ ଆଶ୍ୱସ୍ଥି ଲାଭ କରିବେ।
ବିଛା
ବିଛା
ଭାଗ୍ୟାଧିପ ରାଶିରେ ନୀଚାଂଶରେ ଅବସ୍ଥାନ କରିଥିବାରୁ ଅପୂରଣୀୟ ଆଶା ମନରେ ଭାବାନ୍ତର ସୃଷ୍ଟି କରିବ। ଆଲୋଚନା କ୍ଷେତ୍ରରେ ଲୁହା ଦେଖି ପାଣି ଦେଲାପରି ଆବଶ୍ୟକତା ଅନୁଯାୟୀ ଆପଣଙ୍କ ମନ୍ତବ୍ୟ ଶାଳୀନତାପୂର୍ଣ୍ଣ ରହିବ। ଦୀର୍ଘଦିନରୁ ପ୍ରତୀକ୍ଷିତ କୌଣସି ଶୁଭ ଖବର ପାଇ ମନକୁ ଆହ୍ଲାଦିତ କରିବ।
ଧନୁ
ଧନୁ
ପ୍ରତ୍ୟେକ ପରିସ୍ଥିତିକୁ ସାମନା କରିବାର ଧୈର୍ଯ୍ୟଧାରଣ କରି କର୍ମ କ୍ଷେତ୍ରରେ ପ୍ରବୃତ୍ତ ହୋଇପାରନ୍ତି। ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। ଏକାଦଶସ୍ଥ ରବି ଓ ବୁଧଙ୍କ ଯୋଗୁ ଆତ୍ମୀୟମାନଙ୍କ ଜରିଆରେ ବକେୟା ଅର୍ଥ ଆଦାୟକରିବାରେ ସକ୍ଷମ ହେବେ।
ମକର
ମକର
ଦ୍ୱାଦଶ ଭାବକୁ ଗୁରୁଦୃଷ୍ଟି ଆପଣଙ୍କୁ ଦୂରଯାତ୍ରା ଓ ବ୍ୟୟଭାର ବୋଝରେ ଚିନ୍ତିତ କରାଇପାରନ୍ତି। ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ନୂତନ ଦିଗନ୍ତ ସୃଷ୍ଟି ହେବ । ସାହିତ୍ୟ, ସାମ୍ବାଦିକତାରେ, ସାଂସ୍କୃତିକ ପରିବେଶର ବନ୍ଧୁଗହଣରେ ସମୟ କଟିବ। ପରିବହନ ଏବଂ ଚେଷ୍ଟା କରୁଥିବା କାମରେ ସମସ୍ୟା ସମାଧାନ ହେବ।
କୁମ୍ଭ
କୁମ୍ଭ
ରାଶିରେ ରାହୁଙ୍କ ଯୋଗୁ ପୃଷ୍ଠସାହାଯ୍ୟ ବଳରେ ପ୍ରତ୍ୟେକ ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ। ସଭାସମିତି,ବନ୍ଧୁଙ୍କ ସହ ବିଚାରବିମର୍ଶ ମାନସିକ ଶାନ୍ତି ଫେରାଇ ଆଣିବାରେ ସହାୟକ ହେବ। ପଦସ୍ଥବ୍ୟକ୍ତିଙ୍କ ପରାମର୍ଶରେ ଆର୍ଥିକ ଅନଟନ ଭରଣା କରିବାକୁ ନୂଆ ନୂଆ ଯୋଜନା କରିପାରନ୍ତି।
ମୀନମୀନ
ବୃହସ୍ପତିଙ୍କ ସ୍ନେହପୂର୍ଣ୍ଣ ଦୃଷ୍ଟିରେ ପାରିପାଶ୍ୱିକ ସୁନ୍ଦର ପରିବେଶ ମନକୁ ଉତ୍ସାହିତ କରିବ। ରାହୁଙ୍କ ପ୍ରଭାବରୁ ରାଜନୈତିକ ସ୍ତରରେ ସମସ୍ୟା ବୃଦ୍ଧି ପାଇବା କାରଣରୁ ସାମୟିକ ମାନସିକ ସୁସ୍ଥତା ରହି ନ ପାରେ। ବନ୍ଧୁଟି ଦ୍ୱାରା କାମ ହାସଲ କରିବେ। ଆପଣଙ୍କ ସୁପରାମର୍ଶ ଓ ପ୍ରସ୍ତାବକୁ ଅଧସ୍ତନ କର୍ମଚାରୀମାନଙ୍କ ସମର୍ଥନ ପୂର୍ଣ୍ଣମାତ୍ରାରେ ରହିବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ର ଶାରୀରିକ ଅସୁସ୍ଥତା ମଧ୍ୟରେ କାମ କରିବାକୁ ବାଧ୍ୟ ହେବେ। ଯାନବାହନ, ପରିବହନ ଏବଂ ବାଣିଜ୍ୟ, ଶିଳ୍ପକ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେବ। ବିଗତ…

ରାଶିଫଳ: ସୋମବାର, ନଭେମ୍ବର ୯ ତାରିଖ – Daily Horoscope

ମେଷ ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବଯିବା ସହ ନିକଟ ସମ୍ପର୍କୀୟ ମାନଙ୍କ ସହାନୁଭୁତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ , ତୈଳ, କିମ୍ବା ବିଦ୍ୱ୍ୟୁତ ବ୍ୟବସାୟରୁ…

ରାଶିଫଳ: ରବିବାର, ନଭେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର, ଯାତ୍ରା, ବ୍ୟବସାୟ, ନୂତନ ବନ୍ଧୁ ସମ୍ପର୍କ ସ୍ଥାପନରେ ସହାୟକ ହେବ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ବୀକାର କରିହେବନି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?