Posted inRasifala

ରାଶିଫଳ: ରବିବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ
ତୃତୀୟାଧିପ ଚତୁର୍ଥକେନ୍ଦ୍ରସ୍ଥ ଯୋଗୁ ବନ୍ଧୁଙ୍କ ପରାମର୍ଶରେ ସ୍ଥଗିତ କାମଟିକୁ ହଠାତ୍‍ ଆରମ୍ଭ କରିବାକୁ ମନ ବଳାଇବେ। ଆଜି ବନ୍ଧୁମିଳନର ଆନନ୍ଦ ଅନୁଭବ କରିପାରିବେ। ଆକସ୍ମିକ ଭାବରେ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ମନୋଭାବ ବଦଳିଯିବାରୁ ପରିସ୍ଥିତି ମଧ୍ୟ ବଦଳିଯିବ। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ।
ବୃଷ
ବୃଷ
ଧନଭାବରେ ବୃହସ୍ପତି ଥିବାରୁ ଆର୍ଥିକ ସମସ୍ୟା ଦୂରେଇବାରେ ବନ୍ଧୁ ସାହାଯ୍ୟ କରିବେ। ସଭାସମିତି, ସଂଗଠନ, ରାଜନୀତି, ପ୍ରଶାସନ ତଥା ଆଲୋଚନା କ୍ଷେତ୍ରରୁ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ପାରସ୍ପରିକ ସଦ୍‍ଭାବ ବୃଦ୍ଧି ଲକ୍ଷ୍ୟକରି ଖୁସି ହେବେ। ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ଅନୁତାପ କରିବାକୁ ସମୟ ପାଇବେ ନାହିଁ।
ମିଥୁନ
ମିଥୁନ
ରବି ଓ ବୁଧ ସଂଯୋଗରୁ ବନ୍ଧୁଙ୍କଠାରୁ ଉଧାର ଆଣିବାକୁ ମନସ୍ଥ କରିପାରନ୍ତି। ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି। ସୁଯୋଗ ପାଇଲେ ମଧ୍ୟ ସଦ୍‍ବ୍ୟବହାର କରିବା କାଠିକର ପାଠ ହେବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସୁଧୁରି ଯିବାରେ ସ୍ଥାନୀୟ ବ୍ୟକ୍ତି ସାହାଯ୍ୟ କରିପାରନ୍ତି।
କର୍କଟ
କର୍କଟ
ଆଜି ସହକର୍ମୀଙ୍କ କୂଟନୀତି ଓ ଆତ୍ମୀୟଙ୍କ ବେଖାତିର କଥା ସକାଶେ ଅନୁତାପ କରିପାରନ୍ତି। ବନ୍ଧୁଙ୍କ ଆଶ୍ୱାସନା କ୍ରମେ ଅର୍ଥ ସମ୍ପର୍କିତ ଅନୁଚିନ୍ତା ସାୟାହ୍ନେ ଦୂର ହେବ। ଚନ୍ଦ୍ର କର୍ମକ୍ଷେତ୍ରରେ ଥିବାରୁ ଦୀର୍ଘଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ପାରିବାରିକ ସ୍ତରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।
ସି˚ହ
ସି˚ହ
ରାଶ୍ୟାଧିପ ଦ୍ୱାଦଶସ୍ଥ ହେତୁ ଅଧିକାଂଶ ସମୟ ବାହାରେ ରହିବା କାରଣରୁ ମନ ଭଲ ରହି ନ ପାରେ। କାମସବୁ ବିଳମ୍ବରେ ହେଉଥିବାରୁ ଉଦ୍‍ବେଗ ପ୍ରକାଶ କରିବେ। କାର୍ଯ୍ୟବ୍ୟସ୍ତତା ବୃଦ୍ଧି ପାଇବା ଯୋଗୁ ମଜା ମଉଜ କରିବାକୁ ଅବସର ପାଇବେ ନାହିଁ। ପରିସ୍ଥିତିବଶତଃ ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ।
କନ୍ୟା
ଏକାଦଶସ୍ଥ ରାଶ୍ୟାଧିପ ଯୋଗୁ ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଉଚିତ ପଦେକ୍ଷପ ନେଇ କୃତକାର୍ଯ୍ୟ ହେବେ। ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ କଷ୍ଟ ସ୍ବୀକାର କରିବାକୁ ପଡ଼ିପାରେ। ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନିରୁ ଦୁଃଖ ପ୍ରକାଶ କରିପାରନ୍ତି। ସଙ୍ଗୀତ, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ବେଶ୍‍ ଆଦୃତ ହୋଇପାରନ୍ତି।
ତୁଳା
ତୁଳା
ଦୁଃସ୍ଥାନସ୍ଥ ଶୁକ୍ର ଯୋଗୁ ବିଭିନ୍ନ ଦୁର୍ଭାବନା ବଢ଼ିଚାଲିବା ହେତୁ ମନ ଓ କାମ ଶୃଙ୍ଖଳିତ ରହିବ ନାହିଁ। ଅଭାବ ନ ଥିଲେ ମଧ୍ୟ ଆକସ୍ମିକ ଆବଶ୍ୟକତା ସକାଶେ ବନ୍ଧୁଙ୍କ ସାହାଯ୍ୟ ଲୋଡ଼ିପାରନ୍ତି। ଆଜିର ଫେରନ୍ତା ବାଟରୁ ଆପଣ କହିଥିବା ଜିନିଷଟି ଧରି ବନ୍ଧୁ ନିଶ୍ଚୟ ଆସିବେ। ବ୍ୟବସାୟରେ ଲାଭ ନ ହେଲେ ମଧ୍ୟ କ୍ଷତିର ସମ୍ଭାବନା ନାହିଁ କହିଲେ ଚଳେ।
ବିଛା
ବିଛା
କର୍ମାଧିପ ଭାଗ୍ୟଭାବରେ ରହିଥିବାରୁ ସମସ୍ୟା ରହିଥିଲେ ମଧ୍ୟ କାମ ଅଟକିବ ନାହିଁ। ଯେକୌଣସି ବିବାଦୀୟ ପରିସ୍ଥିତିର ସମାଧାନ ପାଇଁ ତପତ୍ର ହୋଇ ସଫଳତା ପାଇବେ। ପରିବାରରେ ସନ୍ଦେହ ଓ ଭୁଲ୍‍ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ସମ୍ପର୍କୀୟମାନେ ଉପର ମନରେ ସ୍ନେହ, ଶ୍ରଦ୍ଧା ଦେଖାଇ ଭିତରେ ଚେର କାଟିପାରନ୍ତି।
ଧନୁ
ଧନୁ
ଦେବଗୁରୁଙ୍କ ସୁପ୍ରଭାବରୁ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିବେ। ଶନିଙ୍କ କୁପ୍ରଭାବଜନିତ ପ୍ରଶାସନିକ ସ୍ତରରେ ଚାପର ସମ୍ମୁଖୀନ ହେବେ। ଭ୍ରମଣଜନିତ ସାମୟିକ ଅସୁସ୍ଥତା ଦେଖାଦେଇପାରେ। ବ୍ୟବସାୟିକ ସଫଳତା ସାଙ୍ଗକୁ ସାମାଜିକ ସ୍ତରରେ ଲୋକପ୍ରିୟତା ବୃଦ୍ଧି ମନକୁ ଖୁସି କରାଇପାରେ।
ମକର
ମକର
ଚତୁର୍ଥକେନ୍ଦ୍ରସ୍ଥ ଚନ୍ଦ୍ର ଟେନ୍ସନକୁ ଲାଘବ କରିଦେବାରୁ ଆଶ୍ୱସ୍ତି ଅନୁଭବ କରିବେ। ଅନ୍ୟମାନଙ୍କ ସହମତିରେ କାମକରିବା ଫଳରେ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ବଢ଼ାଇଦେବାର ଆଶଙ୍କା ରହିଛି। ଭୁଲ୍‍ ବୁଝାମଣା ଓ ବୃଥା ସନ୍ଦେହଜନିତ ପାରିବାରିକ କ୍ଷେତ୍ର ଅସନ୍ତୁଳିତ ରହିପାରେ।
କୁମ୍ଭ
କୁମ୍ଭ
ଆଜି ସତର୍କତାର ଅଭାବ ଯୋଗୁ ଅର୍ଥ କିମ୍ବା ଦରକାରୀ କାଗଜପତ୍ର ହଜାଇଦେଇପାରନ୍ତି। ବନ୍ଧୁଙ୍କ ସହମତି ସ୍ଥଗିତ ଯୋଜନାକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ସ୍ଥଗିତ କାର୍ଯ୍ୟ କିମ୍ବା ଆବଶ୍ୟକ ସାହାଯ୍ୟ, ସହଯୋଗ ପ୍ରତିବେଶୀଙ୍କ ନିକଟରୁ ପାଇବା ସମ୍ଭାବନା ରହିଛି। ସଭାସମିତି, ରାଜନୀତି, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ।
ମୀନମୀନ

କର୍ମକ୍ଷେତ୍ରରେ ଅବହେଳାଜନିତ ଅଟକିଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟରେ ପାରିବାରିକ ବ୍ୟତିକ୍ରମକୁ ସୁଧାରିବାର ପ୍ରଯନତ୍ କରିବେ। ସାମାଜିକ କ୍ଷେତ୍ର, ବ୍ୟବସାୟିକ ସ୍ଥିତି, ଗବେଷଣା, ଆଲୋଚନା, ରାଜନୀତି ଓ ସାହିତ୍ୟରୁ ପ୍ରଶଂସିତ ହେବେ। ପରିବାରରେ ବିବାଦୀୟ ସ୍ଥିତି ଉପୁଜିଥିବାରୁ ଭାବାନ୍ତର ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri