Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ୍‌ ୨୦ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜାନକ୍ଷତ୍ର ସକାଶେ ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ରବିଙ୍କ କାରଣରୁ କେତେକ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇପାରେ। ଅର୍ଥ ସମ୍ପର୍କିତ କାମକୁ ବନ୍ଧୁ ଦ୍ୱାରା ହାସଲ କରିପାରିବେ। ବନ୍ଧୁଙ୍କ ପ୍ରତିଶ୍ରୁତି ଶ୍ରବଣକରି କିଛି ଆଶାନେଇ ମନକୁ ସାନ୍ତ୍ବନା ଦେଇ ପାରନ୍ତି।
ବୃଷ
ବୃଷ
ସମୟ ସ୍ରୋତରେ ଅନ୍ୟମାନଙ୍କ ପ୍ରେରଣାରେ ଆଗକୁ ମାଡ଼ି ଚାଲିବେ। ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇବା ସକାଶେ ମନ ବଳାଇବେ। ରୋହିଣୀ ନକ୍ଷତ୍ରର ବାଣିଜ୍ୟ, ଲେଖାପଢ଼ା ଓ ପ୍ରକାଶନ କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ। ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ।
ମିଥୁନ
ମିଥୁନ
ବୁଧଙ୍କ ବଳହୀନତା ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ମନ୍ଦ ନ ଥିବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ। ପରିବାର, ପରିବହନ, ପ୍ରଶାସନ, ପ୍ରକାଶନ, ରାଜନୀତି ଓ ଆନୁଷ୍ଠାନିକ କାମ ସକାଶେ ଭଲ ସମୟ। ପିଲାମାନଙ୍କ ବିଷୟ ଚିନ୍ତା କରି ଅସ୍ଥିର ଅନୁଭବ କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବ ଓ ପ୍ରଶଂସା ପାଇବେ। ପୁଷ୍ୟାନକ୍ଷତ୍ର ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେମିତି ହେବନି। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଆକସ୍ମିକ ଭାବେ କାହା ଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିବାକୁ ପଡ଼ିପାରେ।
ସି˚ହ
ସି˚ହ
ରବିଙ୍କ ପ୍ରସାଦରୁ ଅଟକି ରହିଥିବା କାମଟି ହଠାତ୍‌ ହୋଇଯିବ। ଅର୍ଥ ଲାଭ ସଙ୍ଗକୁ ଶାରୀରିକ ସୁସ୍ଥତା ଯୋଗୁଁ ମନ ଖୁସି ରହିବ। ଉତ୍ତରାଫାଲଗୁନୀ ନକ୍ଷତ୍ର ସକାଶେ ସାମାଜିକ ସ୍ତରରେ ବିରୋଧୀମାନେ ମୃଦୁ ଗୁଞ୍ଜରଣ ସୃଷ୍ଟି କରିପାରନ୍ତି। ଜମିଜମା, ନିର୍ମାଣ, ଆଇନ, ଅଦାଲତ କ୍ଷେତ୍ର ପାଇଁ ମଧ୍ୟମ ପ୍ରକାରର ସ୍ଥିତି ରହିପାରେ।
କନ୍ୟା
କର୍ମକ୍ଷେତ୍ରରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିମାନେ ଯାନବାହନ, ବିବାଦୀୟ ସ୍ଥାନ, ଏକାକୀ ଯାତ୍ରାରୁ ଦୂରେଇ ରହିବା ଭଲ ହେବ। କଳା, କାରିଗରି, ସାହିତ୍ୟ, ସଙ୍ଗୀତ ପ୍ରଭୃତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପରିବାରର ସମସ୍ୟା ସଜାଡୁ ସଜାଡୁ ସମୟ ଅତିକ୍ରାନ୍ତ ହୋଇଯିବ।
ତୁଳା
ତୁଳା
ପୂର୍ବ ସ୍ଥିରୀକୃତ ଯୋଜନାନୁଯାୟୀ କାର୍ଯ୍ୟାରମ୍ଭ କଲେ ସଫଳ ହେବେ। ଖର୍ଚ୍ଚଭାର ବୃଦ୍ଧି ପାଇଲେ ମଧ୍ୟ ଆବଶ୍ୟକୀୟ ଅର୍ଥ ବିଭିନ୍ନ ସୂତ୍ରରୁ ପାଇବାରେ ଅସୁବିଧା ହେବ ନାହିଁ। ମକର ରାଶିରେ ଶନି ସ୍ବଗୃହୀ ହେତୁ ପାରିବାରିକ ସ୍ଥିତି ମଧ୍ୟମ ରହିବ। ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, କଳା, ସାହିତ୍ୟରେ ସମସ୍ୟା ସମାଧାନ ସକାଶେ ବିଳମ୍ବ ଘଟିପାରେ।
ବିଛା
ବିଛା
ଆଜି ଆର୍ଥିକ ସ୍ଥିତିର ଦୁରବସ୍ଥା ପ୍ରତିଟି କ୍ଷେତ୍ରରେ ଅଗ୍ରଗତିର ପଥରୋଧ କରିପାରେ। ପାରିବାରିକ ସ୍ଥିତି ପୂର୍ବପରି ରହିବ କିନ୍ତୁ ପାରିପାର୍ଶ୍ୱିକ ପରିସ୍ଥିତି ଶାନ୍ତ ରହି ନ ପାରେ। ଜ୍ୟେଷ୍ଠାନକ୍ଷତ୍ର କ୍ରୀଡ଼ା, କଳା, ସାହିତ୍ୟ ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ପରିବହନରେ ଉନ୍ନତି କରିବେ ଓ ସଭାସମିତିରେ ପ୍ରଶଂସିତ ହେବେ।
ଧନୁ
ଧନୁ
ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ପଡୋଶୀଙ୍କ ଉପରେ ପୂର୍ଣ୍ଣ ଭରସା କରିବା ପୂର୍ବରୁ ପରଖି ନେବା ଭଲ। ମୂଳାନକ୍ଷତ୍ର ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ। ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବାକୁ ବାଧ୍ୟ ହେବେ।
ମକର
ମକର
କର୍ମକ୍ଷେତ୍ରରେ ଉପର ଅଧିକାରୀଙ୍କ ସହଯୋଗ ଲୋଡ଼ିପାରନ୍ତି। ରପ୍ତାନି, ଏଜେନ୍ସି, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଉତ୍ତରାଷାଢା ନକ୍ଷତ୍ରଜାତ ବ୍ୟକ୍ତିମାନେ ସଭାସମିତି କିମ୍ବା ଆନୁଷ୍ଠାନିକ କାମରେ ସମ୍ମାନିତ ହୋଇପାରନ୍ତି। ଜମିଜମା, ଯାନବାହନ, ନିର୍ମାଣ, ପରିବହନ ମଧ୍ୟମ ପ୍ରକାରର ରହିବ।
କୁମ୍ଭ
କୁମ୍ଭ
ଯେତେ ଭଲ କାମ କଲେ ମଧ୍ୟ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସମାଲୋଚିତ ହୋଇପାରନ୍ତି। ଶତଭିଷା ନକ୍ଷତ୍ର ହଠାତ୍‌ ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ ଚେଷ୍ଟା କରିବେ। ମାଲିମକଦ୍ଦମା, ଜମିଜମା, ଅର୍ଥନୈତିକ କାର୍ଯ୍ୟ, ଯୋଗାଯୋଗ, ଭ୍ରମଣ ପ୍ରଭୃତି କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆର୍ଥିକ ଉନ୍ନତି ଘଟିବ।
ମୀନମୀନ
କୌଣସି ଆନୁଷ୍ଠାନିକ କର୍ମଭିତ୍ତିରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡିପାରେ। ରେବତୀ ନକ୍ଷତ୍ରର ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ। ଆଲୋଚନା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ପାଇବେ। ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୩୦ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ପରିସ୍ଥିତିରେ ସ୍ଥିର ନିଷ୍ପତ୍ତି ନେବାରେ ବନ୍ଧୁଙ୍କ ପୃଷ୍ଠପୋଷକତା ସହାୟକ ହେବ। ପରିବାରରେ ପୂର୍ବ ସ୍ଥିରୀକୃତ ଯାନ୍ତ୍ରିକ ଜିନିଷ ତଥା ଗୃହୋପକରଣ କିଣିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri