Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍ ୧ ତାରିଖ – Daily Horoscope

ମେଷ
ଆଜି ଏକାଦଶସ୍ଥ ଗୁରୁଚାନ୍ଦ୍ରି ଯୋଗ ପ୍ରଭାବରେ ପ୍ରତ୍ୟେକ କାମରେ ସଫଳତା ହାସଲ କରିବେ। ଯାତ୍ରା ସମୟରେ ଅନ୍ୟ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ଦୂରାଗତ ବନ୍ଧୁଙ୍କ ପାଇଁ ମନ ଛଟପଟ ହେବ, କାରଣ ତାହାଙ୍କ କେତେକ ସମସ୍ୟା ସମାଧାନ ପାଇଁ ନିଜକୁ କିଛି କରିବାକୁ ପଡ଼ିପାରେ। ରାଜନୀତି, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ବୃଷ
ବୃଷ
ଆଜି କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ଭଲ ରହିବ। ଭାଇବନ୍ଧୁ ଓ ନିଜ ଲୋକଙ୍କୁ ମନେଇବାରେ ସଫଳ ହେବେ, ଯାହା କି ଆଗାମୀ ସମୟ ପାଇଁ କାମରେ ଆସିବ। ଅଫିସରେ କେତେକ ଅଟକି ରହିଥିବା ଫାଇଲ୍‌ କାମ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ। ସାମୟିକ ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ, କିନ୍ତୁ କୌଣସି କାମ ଅଟକିବ ନାହିଁ।
ମିଥୁନ
ମିଥୁନ
ଆଜି ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ଓ ହାତକୁ ନେଇଥିବା କାମହାସଲରେ ସମର୍ଥ ହେବେ। ଆଗାମୀ ଆନୁଷ୍ଠାନିକ ଉସତ୍ବ ନିମନ୍ତେ ପ୍ରସ୍ତୁତି କରିପାରନ୍ତି। ଆରଦ୍ର୍ରା ନକ୍ଷତ୍ର ପାରିବାରିକ ଅସ୍ଥିରତା ଲାଗିରହିବା କାରଣରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି। ବାଣିଜ୍ୟ, ବ୍ୟବସାୟ ସଙ୍ଗକୁ ଆର୍ଥିକ ସ୍ଥିତି ପୂର୍ବପରି ରହିବ।
କର୍କଟ
କର୍କଟ
ଭୁଲ୍‌ ବୁଝାମଣା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ ଏବଂ ପରିବାରରେ ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ବିବାଦୀୟ ଘଟଣାରେ ନୀରବତା ଶ୍ରେୟ, ଅନ୍ୟଥା ସମସ୍ୟା ଭିତରକୁ ଯାଇପାରନ୍ତି। ଆଜିର ଯାତ୍ରାରେ ସଫଳତା ମିଳିବ କିନ୍ତୁ ଅଯଥା ବ୍ୟସ୍ତବିବ୍ରତ ହେବା ଠିକ୍‌ ହେବନି। କର୍ମାରମ୍ଭରେ ବ୍ୟତିକ୍ରମ ସୃଷ୍ଟି ହେବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କରନ୍ତୁ। ସଭାସମିତିରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। କଠିନଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ପରିବାରରେ ସ୍ତ୍ରୀ କିମ୍ବା ସ୍ବାମୀଙ୍କ ସହମତିରେ କାମ କଲେ ଉପକୃତ ହେବେ।
କନ୍ୟା
ବନ୍ଧୁ ଗହଣରେ ହସଖୁସିର ସହ ଆଲୋଚନାରେ ସମୟ କଟାଇବେ ଓ ଯାହା ଆଶା କରୁଛନ୍ତି ତାହା ପାଇବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ବଢିଯାଉଥିବାରୁ ଦୁର୍ଭାବନା ବଢିବ ଓ ଅନ୍ୟଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ। ନିଜର ଫାଇଦା ପାଇଁ ବନ୍ଧୁମାନେ ଫନ୍ଦିଫିକର କରିବେ। ଆବଶ୍ୟକତା ପୂରଣ ପାଇଁ କରଜ କରିବାକୁ ପଡିପାରେ।
ତୁଳା
ତୁଳା
ସହକର୍ମୀଙ୍କ ସହାୟତାରେ ପ୍ରତ୍ୟେକ କାମ ଅଳ୍ପ ପରିଶ୍ରମରେ ସାଧିତ ହୋଇପାରିବ। ଦୀର୍ଘଦିନରୁ ଚିନ୍ତା କରିଥିବା ଜମିଜମା କାରବାର କିମ୍ବା ନୂତନ ଚୁକ୍ତିପତ୍ର ସମ୍ବନ୍ଧୀୟ କାମଟି ହଠାତ୍‌ ହୋଇଯିବ। ଶାରୀରିକ ପୀଡ଼ା ଯୋଗୁ ମନ ବିଚଳିତ ହୋଇପାରେ। ପ୍ରକାଶନ କ୍ଷେତ୍ର, ରାଜନୈତିକ ସ୍ଥିତି, ବନ୍ଧୁଙ୍କ ସହ ଆଲୋଚନା ନିଷ୍ଫଳ ହେବନାହିଁ।
ବିଛା
ବିଛା
ବିକଳ୍ପ ପନ୍ଥା ଗ୍ରହଣ କରି ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାରେ ସମର୍ଥ ହେବେ। ଆମତ୍ୀୟମାନେ କ୍ରମଶଃ ଦୂରେଇ ଯାଇପାରନ୍ତି, ଯାହା କି କେତେକ ଆକସ୍ମିକ ସମସ୍ୟା ସୃଷ୍ଟି କରିବ। ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ କିନ୍ତୁ ନିର୍ଦ୍ଦିଷ୍ଟ ସମୟ ଅତିକ୍ରାନ୍ତ ପରେ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ଧନୁ
ଧନୁ
ଅଷ୍ଟମାଧିପତି ଚନ୍ଦ୍ର ଗୁରୁଯୁକ୍ତ ହେତୁ କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ନିବୃତ ରହନ୍ତୁ। ଦୂରଯାତ୍ରା ଯୋଜନା ଶେଷ ସମୟରେ ସ୍ଥଗିତ ରଖିବାକୁ ବାଧ୍ୟ ହୋଇପାରନ୍ତି । କୌଣସି ଯୁକ୍ତିତର୍କ କାରଣରୁ ସକାଳୁ ସକାଳୁ ମନଟା ବିଗିଡି ଯାଇପାରେ। ସାଧାରଣ କଥାକୁ କେନ୍ଦ୍ରକରି ଘରେ ସ୍ତ୍ରୀଙ୍କ ଚିଡା ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି।
ମକର
ମକର
ଦାମ୍ପତ୍ୟ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ। ଖଳ ଲୋକ ମାନଙ୍କ ଦ୍ୱାରା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। କର୍ମକ୍ଷେତ୍ରରେ ବିଗତ ଦିନଗୁଡ଼ିକର ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ। ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
କୁମ୍ଭ
କୁମ୍ଭ
ଆଜି ବନ୍ଧୁଙ୍କ ସହ କୌଣସି ଗୁରୁ୍‌ତ୍ୱପୂର୍ଣ୍ଣ ବିଷୟକୁ ନେଇ ଆଳାପ ଆଲୋଚନାରେ ସମୟ କଟାଇବେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବାକୁ ପଡିପାରେ।
ମୀନମୀନ
ଉଦ୍ୟମ ସଫଳ ଦିଗରେ ଦୁଇଜଣ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିପାରନ୍ତି। କଚେରି ମାମଲା,ପ୍ରଶାସନିକ ଆଲୋଚନା,ରାଜନୈତିକ ବିତର୍କ,ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଆଜି ପରିବାରର ଖର୍ଚ୍ଚ ପରିମାଣ ଦି’ଗୁଣା ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri