Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୦୧ ତାରିଖ – Daily Horoscope

ମେଷ
ଆଜି ଶୁକ୍ର ମଙ୍ଗଳ ଯୋଗ ହେତୁ ଘରେ ବନ୍ଧୁମିଳନ ସହିତ ଖୁସିର ଆସର ଜମିପାରେ। ଅର୍ଥ ଲାଭ ସାଙ୍ଗକୁ ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାମ ପାଇଁ ବ୍ୟସ୍ତ ହୋଇପଡ଼ିବେ। ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ ଓ ଆଇନ ଅଦାଲତରେ କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ। କିନ୍ତୁ ପାରିବାରିକ ସ୍ତରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ।
ବୃଷ
ବୃଷ
ରାଶିରେ ରାହୁ ସହ ବୁଧ ଅବସ୍ଥାନ କରିଥିବାରୁ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବେ। ପୁରୁଣା ରୋଗ ଓ ପୂର୍ବ ଶତ୍ରୁତା ଦୁଶ୍ଚିନ୍ତାର କାରଣ ହେବ। ଫଳରେ କଷ୍ଟ ଅନୁଭବ କରିବେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଗୃହୋପକରଣ ସାମଗ୍ରୀ କ୍ରୟ କରିବେ, ମାତ୍ର ଆର୍ଥିକ ଦିଗଟି ଚିନ୍ତାଜନକ ରହିବ।
ମିଥୁନ
ମିଥୁନ
ରାହୁ ନକ୍ଷତ୍ରସ୍ଥ ରବିଙ୍କ ଯୋଗୁ ବିଭିନ୍ନ ଦୁଶ୍ଚିନ୍ତାରେ ମନ ଉଚ୍ଛନ୍ନ ହେବ, କିନ୍ତୁ ଅପରାହ୍ନରେ ସମସ୍ୟାର ଅନ୍ତ ଘଟିବ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ର ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। କେତେକ କ୍ଷେତ୍ରରେ ସବୁ ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ। ଭୁଲ୍‌ ନିଷ୍ପତ୍ତି ନେଇ ବନ୍ଧୁଗହଣରେ ସମାଲୋଚିତ ହୋଇପାରନ୍ତି।
କର୍କଟ
କର୍କଟ
ଗ୍ରହଙ୍କ ଅନୁକୂଳତା ହେତୁ ବହୁ ପୂର୍ବର ଓ ଗତକାଲିର ଯୋଜନା ପାଇଁ କୌଣସି ଅସୁବିଧା ରହିବ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି। ବ୍ୟାଙ୍କ କିମ୍ବା ଘରୋଇ ସଂସ୍ଥାରୁ ଋଣ ସୂତ୍ରରେ ଅର୍ଥଲାଭ କରିବେ। ଅସୁବିଧା ଜଣାନ୍ତୁ, ସହକର୍ମୀ ନାହିଁ କରୁଥିଲେ ମଧ୍ୟ କାମଟି କରିଦେବେ।
ସି˚ହ
ସି˚ହ
ଶନି ଓ ରବି ପରସ୍ପର ଷଡ଼ାଷ୍ଟକ ଯୋଗୁ ଖଳ ଲୋକଙ୍କ କଥାରେ ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣା ପୋଷଣ କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ଏଜେନ୍ସିପରୁ ଖୁସି ରହିବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ବୁଝିବେ। ସ୍ବାସ୍ଥ୍ୟରେ ଉନ୍ନତି ସହ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।
କନ୍ୟା
ବୃହସ୍ପତିଙ୍କ ଶୁଭଦୃଷ୍ଟି ପ୍ରଭାବରୁ ପଡ଼ିରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ଆଜି ହୋଇଯିବ। ଆର୍ଥିକ ଅନଟନ ଲାଗି ରହିବ, କିନ୍ତୁ କୌଣସି କାମ ଅଟକିବ ନାହିଁ। ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତ ବୋଧ କରିବେ। କୌଣିସ କ୍ଷେତ୍ରରେ ହଠାତ୍‌ ପ୍ରତିକ୍ରିୟା ପ୍ରକାଶ କରନ୍ତୁ ନାହିଁ। ପାରିବାରିକ ସଦ୍ଭାବ ଅକ୍ଷୁଣ୍ଣ ରହିବ।
ତୁଳା
ତୁଳା
କର୍ମାଧିପ ଦୁଃସ୍ଥାନସ୍ଥ ଓ ପାପମଧ୍ୟସ୍ଥ ହେତୁ ଅଫିସ୍‌ କାମର ଖଟଣିରେ ବ୍ୟସ୍ତତା ବୃଦ୍ଧି ପାଇବ। ପରିବାରର ବାଦ ଅନୁସାରେ ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି। ଅସମର୍ଥିତ ସୂତ୍ରରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବାର ସୂଚନା ରହିଛି।
ବିଛା
ବିଛା
ଅଷ୍ଟମସ୍ଥ ରବି ହେତୁ ତରବରିଆ କୌଣସି କାମ କଲେ ସବୁ ଓଲଟ ପାଲଟ ହୋଇ ଯାଇପାରେ। କର୍ମକ୍ଷେତ୍ର, ଶିଳ୍ପ, ବାଣିଜ୍ୟ ଓ ନିର୍ମାଣ କ୍ଷେତ୍ରରେ ସଫଳତା ପାଇବେ। ବନ୍ଧୁଙ୍କ ଅନୁରୋଧକ୍ରମେ ଜନମଙ୍ଗଳ କାର୍ଯ୍ୟରେ ନିୟୋଜିତ ହେବେ। ଶୁଭକାର୍ଯ୍ୟରେ ଯୋଗଦେବେ। ବନ୍ଧୁଙ୍କ ସହ ଆଳାପରେ ସମୟ କଟାଇପାରନ୍ତି।
ଧନୁ
ଧନୁ
ଶୁକ୍ରଙ୍କ ଅଷ୍ଟମ ସଂସ୍ଥାନ ପ୍ରଭାବରେ ଜାଣିଶୁଣି କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟି କରିବେ। ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶକ୍ରମେ ଆର୍ଥିକ ଉନ୍ନତି ପାଇଁ ଚିନ୍ତା ପ୍ରକଟ କରିପାରନ୍ତି। ଯଦି ବାହାରକୁ ଯିବାକୁ ଚାହୁଁଛନ୍ତି, ତେବେ ସୂର୍ଯ୍ୟୋଦୟ ପୂର୍ବରୁ ଗଲେ ଭଲ ହେବ।
ମକର
ମକର
ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟିଜନିତ ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ନିଶ୍ଚିତ ହେବ ଏବଂ ଯାହା ଆଶା କରୁଛନ୍ତି ତାହା ପାଇବେ। ତଥାପି ବିଚାର ନ କରି ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ରକ୍ତଚାପ କିମ୍ବା ଡାଇବେଟିସ୍‌ ଜନିତ ରୋଗରେ ପୀଡ଼ା ବୃଦ୍ଧି ଘଟିପାରେ।
କୁମ୍ଭ
କୁମ୍ଭ
ଶନି ଦୃଷ୍ଟ ଦ୍ୱିତୀୟସ୍ଥ ଚନ୍ଦ୍ର ହେତୁ ଅଯଥା ଗୁଡ଼ାଏ କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ସଭା ସମିତିରେ, ବନ୍ଧୁ ଗହଣରେ ଗାମ୍ଭୀଯର୍‌ୟ ରକ୍ଷା କରି ପ୍ରଶଂସିତ ହେବେ। ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେଇପାରନ୍ତି। ତଥାପି ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।
ମୀନମୀନ
ଚନ୍ଦ୍ର ନିଜ ରାଶିରେ ରହିଥିବାରୁ ଦୂରଯାତ୍ରାର ସୁଯୋଗ ପାଇବେ ଓ କାମ ହାସଲ ହେବ। ଶିଳ୍ପ, ପ୍ରଶାସନ, ଆଇନ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ସମ୍ପର୍କୀୟମାନଙ୍କ ସହ କୌଣସି କାରଣରୁ ଝଗଡ଼ା ହୋଇପାରେ। ମାନସିକ ଭାରସାମ୍ୟ ହରାଇ ସାଧାରଣ କଥାରେ ବେଶି ବିବ୍ରତ ଅନୁଭବ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri