Posted inRasifala

ରାଶିଫଳ: ଗୁରୁବାର, ଡିସେମ୍ବର ୧ ତାରିଖ – Daily Horoscope

ମେଷ
ଆଜିର ଏକାଦଶ ଚନ୍ଦ୍ର ସାମଗ୍ରୀକ ଦୃଷ୍ଟିକୋଣରୁ ଭଲ ରହିଲେ ମଧ୍ୟ ପାରିବାରିକ ସ୍ଥିତିକୁ ବିଷାଦିତ ରଖିବ । ପରିବହନରେ ଝଗଡା କିନ୍ତୁ ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସୁଫଳ ପାଇବେ । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡା, ତଥା ଚଳଚ୍ଚିତ୍ର ପ୍ରଭୃତି ଶୁକ୍ରଙ୍କ ସ୍ବଗୃହୀ ପ୍ରଭାବରୁ ଉନ୍ନତ ରହିବ । ନୂତନ ଗୃହପୋକରଣ କ୍ରୟ କରିପାରନ୍ତି ।
ବୃଷ
ବୃଷ
ଦଶମ ଚନ୍ଦ୍ର ପ୍ରଭାବରେ କର୍ମକ୍ଷେତ୍ରରେ ସହକର୍ମୀଙ୍କୁ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ । ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ ଯାହାକି ଆପଣଙ୍କ ସକାଶେ ହିତକର ହେବ । ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ । ଅଟକି ରହିଯାଇଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିବ ।
ମିଥୁନ
ମିଥୁନ
ନବମସ୍ଥ ଚନ୍ଦ୍ର ଧାର୍ମିକକାର୍ଯ୍ୟ କିମ୍ବା ମାଙ୍ଗଳିକ କାମରେ ନିୟୋଜିତ କରି ହର୍ଷୋତ୍‌ଫୁଲ୍ଲ କରାଇବ । ଆପଣଙ୍କ ସୁନ୍ଦର ବ୍ୟବହାର ଓ ରୁଚିପୂର୍ଣ୍ଣ କଥାରେ ଅନ୍ୟମାନେ ଖୁସୀ ହୋଇଯିବେ । ଆର୍ଥିକ ଦିଗରୁ ଉପକୃତ ମଧ୍ୟ ହେବେ ଏପରିକି ବକେୟା ମଧ୍ୟ ପାଇପାରନ୍ତି । କିନ୍ତୁ ଅନ୍ୟମନସ୍କତାର ସୁଯୋଗ ନେଇ ବନ୍ଧୁ ଅସୁବିଧାରେ ପକାଇପାରନ୍ତି ।
କର୍କଟ
କର୍କଟ
ଅଷ୍ଟମଚନ୍ଦ୍ର ବିଭିନ୍ନ ସମସ୍ୟା,କାର୍ଯ୍ୟହାନୀ ଜନିତ ଟେନ୍ସନ ସଙ୍ଗକୁ ମାନସିକ ଅସ୍ଥିରତା ମଧ୍ୟ ସୃଷ୍ଟି କରିବ ା ଅବଶ୍ୟ ପାରିବାରିକ କ୍ଷେତ୍ରରେ ସ୍ଥଗିତ ରହିଯାଇଥିବା ଦୀର୍ଘଦିନର ଆଶା ଫଳବତୀ ହେବ ା ଘରେ ନଥିବା ସମୟରେ କାୈଣସି ଶୁଭ ଖବର ପାଇ ବିସ୍ମୟ ପ୍ରକାଶ କରିବେ ା ରୁଗ୍‌ଣ ସ୍ବାସ୍ଥ୍ୟରେ ଆଂଶିକ ଉନ୍ନତି ଦେଖାଯାଇପାରେ ା
ସି˚ହ
ସି˚ହ
ଚନ୍ଦ୍ରଙ୍କ ସପ୍ତମସ୍ଥିତି ଯାତ୍ରାକୁ ବିଳମ୍ବିତ କରିବା ସଙ୍ଗକୁ ବିଭିନ୍ନ ଦିଗରେ ଖର୍ଚ୍ଚାନ୍ତ କରାଇବ ା ଗୁରୁକୃପାରୁ ଅଭାବ ପୂରଣ ହୋଇଯିବ ଏବଂ କୌଣସି ବୟସ୍କ ବ୍ୟକ୍ତିଙ୍କ ଉଦାରତାରୁ ଉପକୃତ ହେବେ ା ସଭାସମିତିରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି ା ବ୍ୟବସାୟ, ପରିବହନ, ଯାତ୍ରା, ପ୍ରତିଯୋଗୀତା କ୍ଷେତ୍ର ପ୍ରାୟତଃ ଭଲ ରହିବ ା
କନ୍ୟା
ଆଜିର ଶୁଭଚନ୍ଦ୍ର ଆପଣଙ୍କ ଲକ୍ଷ୍ୟ ହାସଲ କରିବା ଦିଗରେ ଅନୁକୂଳ ପରିବେଶ ସୃଷ୍ଟି କରିବ ା ପୁରାତନ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗଁୁ ବ୍ୟସ୍ତ ରହିବାକୁ ପଡିପାରେ ା ଆଇନ ସହାୟତା ପାଇବା ସହ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ ା ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ା
ତୁଳା
ତୁଳା
ଆଜିର ଚନ୍ଦ୍ର ଆପଣଙ୍କୁ କଳ୍ପନାବିଳାସୀ କରାଇ ଲେଖାପଢା କ୍ଷେତ୍ରରେ ପ୍ରତିଷ୍ଠିତ କରାଇବ ା କିନ୍ତୁ କେତେକ କ୍ଷେତ୍ରରେ ଆପଣଙ୍କୁ ଆଶାଜନକ ପ୍ରାପ୍ୟ ମିଳିନପାରେ ା ପୁନଶ୍ଚ ସନ୍ତାନଙ୍କ ପାଇଁ ବିଶେଷ ଚିନ୍ତିତ ହେବାର ସୂଚନା ପୂର୍ଣ୍ଣମାତ୍ରାରେ ରହିଛି ା କର୍ମକ୍ଷେତରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି ା
ବିଛା
ବିଛା
ମଙ୍ଗଳଙ୍କ ବ୍ୟତୀତ ସମସ୍ତଗ୍ରହ ରାହୁ ଓ କେତୁଙ୍କ ମଧ୍ୟବର୍ତ୍ତୀ ହୋଇ ଆଂଶିକ କାଳସର୍ପଯୋଗ ସୃଷ୍ଟିକରୁଥିବାରୁ ପ୍ରତ୍ୟେକ କାମରେ ବ୍ୟତିକ୍ରମ ରହିବ ା ରାଶ୍ୟାଧିପ ମଙ୍ଗଳ ପ୍ରଭାବରୁ ଉଦ୍ୟମ ଜାରୀ ରଖିବେ ଏବଂ କେତେକାଂଶରେ ସଫଳତା ପାଇବେ ା କର୍ମକ୍ଷେତ୍ର କିମ୍ବା ଯାତ୍ରା ସମରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି ା
ଧନୁ
ଧନୁ
ଶନିକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ମାନସିକ ଅସୁସ୍ଥତାର କାରଣ ହୋଇପାରେ ା ତଥାପି କୌଣସି କାମ ଅଟକି ରହିବନାହିଁ ଓ କର୍ମକ୍ଷେତ୍ରର ସମସ୍ୟାର ସମଧାନ ହୋଇଯିବ ା ଆଲୋଚନା ସ୍ଥଳରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ ା ଅତୀତର କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ ା
ମକର
ମକର
ମୁଖଭାବରେ ଚନ୍ଦ୍ର ଆପଣଙ୍କ କଥା ଓ ବ୍ୟବହାରରେ ବିନୟଯୁକ୍ତ କୋମଳତା ପରିପ୍ରକାଶ ହେବ ା ଫଳତଃ ଅର୍ଥ, ସମ୍ମାନ ସହ ଅନ୍ୟମାନଙ୍କ ସ୍ନେହ, ଶ୍ରଦ୍ଧା ଓ ଆଦରଯୁକ୍ତ ହେବେ ା ସକାଳୁ ଯାତ୍ରା ଓ ବିବାଦରେ ସତର୍କତା ଅବଲମ୍ବନ କରନ୍ତୁ ା ଭ୍ରମଣ ସୁଯୋଗ ଲାଭ କରିବେ ଏବଂ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ ା
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରକାରର ବିବାଦୀୟ ଚିନ୍ତାରେ ମାନସିକ ସନ୍ତୁଳନ ହରାଇବେ । କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବେ ଏବଂ କେତେକ କ୍ଷେତ୍ରରେ ଅନୁତାପ କରିବାକୁ ପଡିପାରେ । ପରିବାରର ଆବ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡିପାରେ । ଶିକ୍ଷାରେ ସଫଳତା ଲାଭ କରିବା ସହ ସାମାଜିକ ସ୍ତରରେ ପ୍ରଶଂସିତ ହୋଇପାରନ୍ତି ।
ମୀନମୀନ
କର୍ମକ୍ଷେତ୍ର ପ୍ରଶସ୍ତ ରହିବ ଏବଂ କୌଣସି ନୂଆ ଯୋଜନା କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି । କଳା, ସାହିତ୍ୟ ତଥା ସାମ୍ବାଦିକତା କ୍ଷେତ୍ରରେ ହାତପାହାନ୍ତାରେ ସୁଯୋଗ ପାଇବେ। ଅସମର୍ଥିତ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହେବେ। ରୋଗଯୁକ୍ତ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri