Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୧ ତାରିଖ – Daily Horoscope

ମେଷ
ଆଜି ରାହୁ ଓ ମଙ୍ଗଳଜନିତ ଲକ୍ଷ୍ମୀଯୋଗ ଯୋଗୁ ଅର୍ଥ, ଜମିଜମା ଲାଭ ଏବଂ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟଲାଭ କରିବେ। ଅଟକିଥିବା କାମକୁ ପୂରା ଦମରେ କରିବାପାଇଁ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ କୂଟନୀତି ବଳରେ କାର୍ଯ୍ୟ ସାଧନ କରିପାରନ୍ତି। ପାରିବାରିକ ସ୍ଥିତି, ବ୍ୟବସାୟିକ ପରିସ୍ଥିତି ଏବଂ ଯାତ୍ରା, ଆଲୋଚନା କ୍ଷେତ୍ର ମଧ୍ୟ ଭଲ ରହିବ।
ବୃଷ
ବୃଷ
ରାଶ୍ୟାଧିପ ତୃତୀୟରେ ରହି ଆପଣଙ୍କୁ ସେବା, ପରୋପକାର, ସଙ୍ଗୀତାଦି କ୍ଷେତ୍ରରେ ଲୋକପ୍ରିୟ କରାଇବେ। ବୃଥା ଖର୍ଚ୍ଚାନ୍ତ ସାଙ୍ଗକୁ ଭୁଲ୍‌ ଧାରଣାଜନିତ ନିନ୍ଦା ଶୁଣିପାରନ୍ତି। ବ୍ୟବସାୟ, ପରିବହନ, ନିର୍ମାଣ ଓ ରାଜନୈତିକ କ୍ଷେତ୍ର ସମସ୍ୟାବହୁଳ ରହିବ। ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଶୁକ୍ରଙ୍କ ସୁପ୍ରଭାବରେ ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ। ବନ୍ଧୁଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟସାଧନ କରିବା ପାଇଁ ଚେଷ୍ଟିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ସାମାଜିକ ସ୍ତରରେ ତଥା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
କର୍କଟ
କର୍କଟ
ରବିଙ୍କ ପ୍ରତି ଶନିଙ୍କ ଦୃଷ୍ଟି ପିତା କିମ୍ବା ଶ୍ୱଶୁରଙ୍କ ସ୍ବାସ୍ଥ୍ୟହାନିର କାରଣ ହୋଇପାରେ। ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭର ସୁଯୋଗ ପାଇବେ। ପାରିବାରିକ ଦୃଷ୍ଟିକୋଣରୁ ଦିନଟି ମନ୍ଦ ନ ହେଲେ ମଧ୍ୟ ନିଜ ଲୋକ ଜଣେ ସମସ୍ୟା ସୃଷ୍ଟି କରିପାରନ୍ତି। ଦକ୍ଷତାଜନିତ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବାର ସୁଯୋଗ ଜୁଟିପାରେ।
ସି˚ହ
ସି˚ହ
ଚନ୍ଦ୍ର ଓ ବୁଧଙ୍କ ସଂଯୋଗରୁ ଆଜି ଯେତିକି ପାଇବେ ତାହାର ଦୁଇଗୁଣ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। ପ୍ରତ୍ୟେକ କ୍ଷେତ୍ରରେ ନକାରାମତ୍କ ଚିନ୍ତାଧାରା ମନକୁ ବେଶି ବିବ୍ରତ କରିବ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ଇଚ୍ଛା ନ ଥିଲେ ମଧ୍ୟ ପରିସ୍ଥିତିବଶତଃ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହୋଇପାରନ୍ତି।
କନ୍ୟା
ବୃହସ୍ପତିଙ୍କ ଶୁଭଦୃଷ୍ଟି ଆପଣଙ୍କୁ ଆରୋଗ୍ୟଲାଭ, ପାରିବାରିକ ଶାନ୍ତି ଏବଂ ବ୍ୟବସାୟିକ ସଫଳତା ମିଳିବ। କର୍ମଜଞ୍ଜାଳ ବୃଦ୍ଧିଜନିତ ଆପଣ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ବିବାଦୀୟ ଘଟଣାରୁ ଦୂରେଇ ରହିବା ପ୍ରାୟତଃ ଭଲ ହେବ। ଆକସ୍ମିକ ଭାବରେ ଅସମର୍ଥିତ ସୂତ୍ରରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ ।
ତୁଳା
ତୁଳା
ରାଶିରେ କେତୁ ମୂଲ୍ୟହୀନ କଥାରେ ବିଭ୍ରାନ୍ତ କରାଇ ମାନସିକ ଅସ୍ଥିରତା ସୃଷ୍ଟି କରିବ। ଅବଶ୍ୟ ଭାଗ୍ୟସ୍ଥାନରେ ରାଶ୍ୟାଧିପ ଆପଣଙ୍କୁ ସମସ୍ତ ସୌଭାଗ୍ୟର ମାର୍ଗଦର୍ଶନ କରାଇବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି। ଆଜି ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ।
ବିଛା
ବିଛା
ଧନସ୍ଥାନକୁ ଶୁକ୍ରଙ୍କ ଦୃଷ୍ଟି ହେତୁ ଅର୍ଥଲାଭ, ମନୋରଞ୍ଜନର ମଉକା, କଳା ସାହିତ୍ୟରେ ଅଭିରୁଚି ପ୍ରଦାନ କରିବ। କର୍ମ କ୍ଷେତ୍ରରେ, ପରିବାରରେ, ମିତ୍ର ବନ୍ଧୁରେ, ଲେଖାପଢ଼ାରେ ସଫଳତା ହାସଲ କରିବେ। ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହୋଇପାରନ୍ତି। ପେଟଗୋଳମାଳ, ଆଣ୍ଠୁଗଣ୍ଠି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ଧନୁ
ଧନୁ
ବୃହସ୍ପତି ଓ ଶନିଙ୍କ ସ୍ଥିତି ଆପଣଙ୍କୁ ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ପାରିବାରିକ ସୁଖ, ସୈାହାର୍ଦ୍ଦ୍ୟ ପ୍ରଦାନ କରିବ। ବନ୍ଧୁମାନଙ୍କ ସାହାଯ୍ୟରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ିପାରିବେ। ବ୍ୟବସାୟିକ ସ୍ତରରେ, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ। ଆଜିର ଯାତ୍ରା, ନିର୍ମାଣ, ପ୍ରକାଶନ, ପ୍ରଶାସନ ତଥା ରାଜନୈତିକ ସ୍ଥିତି ଉନ୍ନତମାନର ରହିବ।
ମକର
ମକର
ଆଜିର ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ଏକଜିଦିଆ ମନୋବୃତ୍ତିରୁ ପାରିବାରିକ କ୍ଷେତ୍ର ଅଶାନ୍ତ ରହିବ। ସ୍ବାମୀ/ସ୍ତ୍ରୀରେ ବୁଝାମଣାର ଅଭାବଜନିତ ମନର ଅମେଳ ରହିପାରେ। ନିଜର ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଅବଶ୍ୟ ପ୍ରକାଶନ ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହୋଇପାରିବ ।
କୁମ୍ଭ
କୁମ୍ଭ
ଆପଣଙ୍କର ଗାମ୍ଭୀର୍ଯ୍ୟପୂର୍ଣ୍ଣ ଅଭିବ୍ୟକ୍ତି ପରକୁ ଆପଣାର କରିବାରେ ସାହାଯ୍ୟ କରିବ। ଅଭାବ ରହିବନି, କାର୍ଯ୍ୟସିଦ୍ଧି ପରିପ୍ରେକ୍ଷୀରେ ମନ ମଧ୍ୟ ଖୁସି ରହିବ। ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ଶନିଙ୍କ ସୁପ୍ରଭାବରୁ ଆକସ୍ମିକ ଭାବରେ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ।
ମୀନମୀନ
ଶୁକ୍ର ଚତୁର୍ଥ କେନ୍ଦ୍ରରେ ଅବସ୍ଥାନ କରି ଆପଣଙ୍କୁ ସମସ୍ତ ସୁଖ, ସୌଭାଗ୍ୟ ପ୍ରଦାନ କରିବେ। ପାରିବାରିିକ ଶାନ୍ତି, ଯାତ୍ରାରେ ଲକ୍ଷ୍ୟପୂରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନୋରଞ୍ଜନାଦି ରୁଚିବୋଧକ ସ୍ଥିତି ଉପତ୍ନ କରିବେ। ଅଚାନକ ଭାବରେ ଶୁଭ ଖବର ଶୁଣି ଖୁସି ହେବେ। ପରିଜନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, କିନ୍ତୁ ସ୍ବଜନ ଶତ୍ରୁତା ଘଟିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri