Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୧୯ ତାରିଖ – Daily Horoscope

ମେଷ
ଆଜି ସମ୍ପର୍କୀୟଙ୍କ ସହାୟତାରେ ଅର୍ଥନୈତିକ ଉତ୍କର୍ଷତା ମୁହଁରେ ହସ ଫୁଟାଇବ। କିନ୍ତୁ ଏମିତି କେତେକ କାମ ରହିଛି, ଯାହା କି ମନ ଚାହୁଁଥିଲେ ମଧ୍ୟ ଆପଣ ଅସମର୍ଥ ହୋଇପଡ଼ିବେ। ପାରିବାରିକ ସୌଖ୍ୟ ସଙ୍ଗକୁ ପୁତ୍ରକନ୍ୟାଙ୍କ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ଦୂରଯାତ୍ରା ପାଇଁ ପ୍ରସ୍ତୁତିରେ ସମସ୍ୟା ଦେଖାଦେଇପାରେ।
ବୃଷ
ବୃଷ
ଅଶାନ୍ତି ଓ ଅର୍ଥାଭାବର ପରିସ୍ଥିତିକୁ କେତେକାଂଶରେ ଦୂରେଇବାରେ ସମର୍ଥ ହେବେ। ବନ୍ଧୁମାନେ ସାମୟିକ ସହଯୋଗକୁ ନିଜର ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି। ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କ ଭଲ ରହି ନ ପାରେ। ଆଜିର ଯାତ୍ରା ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମିଥୁନ
ମିଥୁନ
ପଡ଼ୋଶୀଙ୍କ ସହଯୋଗ ସମସ୍ୟା ସମାଧାନରେ ସାହାଯ୍ୟ କରିବ। ନୂତନ ସ୍ଥାନ ପରିଦର୍ଶନ ସଙ୍ଗକୁ୍‌ ସତ୍‌ସଙ୍ଗର ସୁଯୋଗ ପାଇବେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। ଦକ୍ଷତା ଓ ଦୃଢ଼ତା କେତେକ କ୍ଷେତ୍ରରେ ଆପଣଙ୍କୁ ସାହାଯ୍ୟ କରିବ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଲାଭକରିବେ।
କର୍କଟ
କର୍କଟ
ଆଜି ଏକାଧାରରେ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଅତୁଟ ରହିବ। ବନ୍ଧୁଙ୍କ ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କୁ ଅର୍ଥଲାଭ ଦେଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିଙ୍କ ଅକାଟ୍ୟ ଯୁକ୍ତି ମାନିବାକୁ ବାଧ୍ୟ ହେବେ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ ଓ ପରିବହନ କ୍ଷେତ୍ରରୁ ସମସ୍ୟା ଦୂର ହୋଇଯିବ।
ସି˚ହ
ସି˚ହ
ସହକର୍ମୀଙ୍କ ସହାୟତାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କର୍ମକ୍ଷେତ୍ରକୁ ସରସ ସୁନ୍ଦର କରିବାରେ ସମର୍ଥ ହେବ। ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମଘା ନକ୍ଷତ୍ରର ମନରେ ସରସତା ରହିବ ନାହିଁ। ସଭାସମିତି, କଳା, ସାହିତ୍ୟ, ରାଜନୀତି, ଜମିଜମା କାରବାର ତଥା ଗଠନମୂଳକ କାର୍ଯ୍ୟରେ ଉଚ୍ଚ ପ୍ରଶଂସିତ ହେବେ।
କନ୍ୟା
ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି ସାମୂହିକ କାମରେ ପତିଆରା ଜାହିର କରିପାରିବେ। ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ଏବଂ ସାମାଜିକ ପ୍ରତିଷ୍ଠା ଲଭିବେ। ଋଣ ସୂତ୍ରରେ ଅର୍ଥଲାଭ କରିବେ କିନ୍ତୁ ଶିଳ୍ପ, ବାଣିଜ୍ୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ। ଆଲୋଚନା କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ତୁଳା
ତୁଳା
ଆଜି ମନରେ ବହୁବିଧ ଭାବନା ଉଦ୍ରେକ ହେବ କିନ୍ତୁ ବେଶି ଆଶାକରି କିଛି ପାଇବେ ନାହିଁ। ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ବହୁ ପୂର୍ବର ସୁପରିକଳ୍ପିତ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯିବାର ସମ୍ଭାବନା ରହିଛି।
ବିଛା
ବିଛା
ପ୍ରିୟଜନଙ୍କ ସହ ଏକ ସାଧାରଣ କିମ୍ବା ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ପ୍ରଶଂସିତ ହେବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ବିବାଦୀୟ ଘଟଣା କିମ୍ବା ମାଲି ମକଦ୍ଦମା ଫଇସଲା ହେବାର ସମ୍ଭାବନା ରହିଛି।
ଧନୁ
ଧନୁ
ପୂର୍ବ ଶତ୍ରୁତା କାରଣରୁ ଆପଣଙ୍କ ପାଇଁ ଯିଏ ଖାଲ ଖୋଳିବ ସେଥିରେ ସେ ହିଁ ପଡ଼ିବ। ସନ୍ତାନଙ୍କ ବୈବାହିକ କର୍ମ ସକାଶେ ଆଲୋଚନା ଫଳପ୍ରଦ ହୋଇପାରେ। କୌଣସି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ କରିବ। ଘର ଲୋକମାନଙ୍କ ଦ୍ୱାରା କିଛିଟା ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି।
ମକର
ମକର
ଗଣତନ୍ତ୍ରର ପ୍ରତୀକ ଶନିଶ୍ଚର ଗଣମାଧ୍ୟମ ସମ୍ବନ୍ଧିତ ବ୍ୟକ୍ତିମାନଙ୍କ ସକାଶେ ଖୁସି ଖବର ପ୍ରଦାନ କରିବ। ବୈରାଗ୍ୟକାରକ ହେତୁ ବୈଷୟିକ କ୍ଷେତ୍ରରେ ପ୍ରତିବନ୍ଧକର ସାମନା କରିବାକୁ ପଡ଼ିପାରେ। ସାଧାରଣ କଥାରେ ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟି ହୋଇପାରେ। ଶିଳ୍ପ, ବାଣିଜ୍ୟରେ ସମସ୍ୟା କ୍ରମଶଃ ଦୂରେଇ ଯିବ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ କିନ୍ତୁ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଖୁସି ହୋଇପାରିବେ ନାହିଁ । ମାଙ୍ଗଳିକ କାର୍ଯ୍ୟ ସକାଶେ ଅତ୍ୟଧିକ ଭ୍ରମଣଜନିତ ସ୍ବାସ୍ଥ୍ୟହାନି ଦେଖାଦେଇପାରେ। ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଲାଗି ରହିବ। ପୂଜାବଜାର, ଭସାଣି ଯାତ୍ରାରେ ବନ୍ଧୁମିଳନରୁ ସନ୍ତୋଷ ପାଇବେ।
ମୀନମୀନ
କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହେବ। ଅତି ନିକଟରେ ରହୁଥିବା ବ୍ୟକ୍ତିଟି ଆପଣଙ୍କ ଗୋପନୀୟ କାର୍ଯ୍ୟାବଳୀର ପୁଟୁଳି ଖୋଲି ଦେଇପାରେ। ଆଜି କୌଣସି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା କଷ୍ଟପ୍ରଦ ମନେହେବ। ଆର୍ଥିକ ସ୍ବଚ୍ଛଳତା ବଢ଼ିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ହେତୁ ଆଜି ମନ ଅନୁଯାୟୀ କାମ ସମ୍ପନ୍ନ କରିବା କଷ୍ଟକର ହୋଇ ପଡ଼ିବ। ଆର୍ଥିକ କ୍ଷେତ୍ରରେ ଆଜି ପାଇବେ ଯେମିତି ଓ...

ରାଶିଫଳ: ରବିବାର, ଜାନୁୟାରୀ ୮ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସମୃଦ୍ଧିଜନିତ ଖୁସି ରହିବା ସାଙ୍ଗକୁ ମନ ପ୍ରଫୁଲ୍ଲ ରହିବ। ବନ୍ଧୁଟି ଦ୍ୱାରା କାମ ହାସଲ ସହ ସ୍ବାଧୀନ...

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆପଣଙ୍କର ଉତ୍କୃଷ୍ଟ ବିଚାରଧାରା,ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।...

ରାଶିଫଳ: ବୁଧବାର, ଏପ୍ରିଲ୍‌ ୧୪ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ଏକଦଶରେ ବୃହସ୍ପତିଙ୍କ ଯୋଗୁ ଧାର୍ମିକ କାର୍ଯ୍ୟାରମ୍ଭ, ପ୍ରତ୍ୟେକ କାମକୁ ଶୃଙ୍ଖଳିତ ଭାବରେ ସମ୍ମାନର ସହ ସମାପନ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ...

ରାଶିଫଳ: ଗୁରୁବାର, ନଭେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଗୁରୁ ଦୃଷ୍ଟିରେ ତିନୋଟିଗ୍ରହ ଆପଣଙ୍କ ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତିକୁ ରୁଦ୍ଧିମନ୍ତ କରିବ। କୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଆଡ୍‌ଜଷ୍ଟ...

ରାଶିଫଳ: ଗୁରୁବାର, ଜୁଲାଇ ୧୬ ତାରିଖ – Daily Horoscope

ମେଷ ଧନ ସ୍ଥାନରେ ଶୁକ୍ର ଓ ଚନ୍ଦ୍ରଙ୍କ ସ୍ଥିତିରୁ ଅର୍ଥ ପାଇବେ ଏବଂ ବନ୍ଧୁଗହଣରେ ସୁସ୍ବାଦୁଭୋଜ ମିଳିବ। କିନ୍ତୁ ଭାଇ, ବନ୍ଧୁ, କୁଟୁମ୍ବ, ପଡ଼ୋଶୀ,ସହକର୍ମୀ,ପରିବାର ଓ...

ରାଶିଫଳ: ଶନିବାର, ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ରାଶି ଓ ଚନ୍ଦ୍ରର କେନ୍ଦ୍ରରେ କର୍ମାଧିପ ହେତୁ ବହୁତ ଭଲ କାମ କରି ସମ୍ମାନିତ ହେବାର ସୌଭାଗ୍ୟ ପ୍ରାପ୍ତି ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ...

ରାଶିଫଳ: ଶୁକ୍ରବାର, ଜାନୁଆରି ୨୪ ତାରିଖ – Daily Horoscope

ମେଷ କର୍ମାଧିପ କର୍ମକ୍ଷେତ୍ରକୁ ଯାଉଥିବାରୁ ଆଜି ଆପଣଙ୍କର କର୍ମତତ୍ପରତା, ବନ୍ଧୁମିଳନ, ଦୂରଯାତ୍ରାରୁ ସଫଳତା ପାଇବେ। ଅଫିସରେ କୌଣସି ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ...

Advertisement
Archives

Model This Week