Posted inRasifala

ରାଶିଫଳ: ବୁଧବାର, ଜୁନ୍‌ ୧୯ ତାରିଖ – Daily Horoscope

ମେଷ
ସ୍ଥଗିତ କାମ ତ୍ୱରାନ୍ଵିତ ହେବା ସହ ଆନୁଷ୍ଠାନିକ କ୍ଷେତ୍ରରେ ମର୍ଯ୍ୟାଦା ବଢ଼ିବ। ବନ୍ଧୁ ମିଳନରୁ ଉତ୍ସାହିତ ହେବେ ଏବଂ କାର୍ଯ୍ୟ ସାଧନରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବେ। କ୍ରୟବିକ୍ରୟ ସକାଶେ ପରିବାରରୁ ସମର୍ଥନ ପାଇବେ ନାହିଁ। ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ନିନ୍ଦାଗାନ କରିପାରନ୍ତି।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ଜଗିରଖି କାମ ନ କଲେ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ସାମାଜିକ ସ୍ତରରେ ଆପଣଙ୍କ ଅପ୍ରିୟ ସତ୍ୟକଥା କଳହର କାରଣ ହୋଇପାରେ। ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ଖୁସି ରହିବେ। ଆଳସ୍ୟ ଓ ଅବହେଳାରୁ କେତେକ ଗୁରୁତ୍ୱପୂର୍ଣ୍ଣ କାମକୁ ଅଣଦେଖା କରିପାରନ୍ତି।
ମିଥୁନ
ମିଥୁନ
ବନ୍ଧୁଙ୍କ ସହାୟତାରେ ଆର୍ଥିକ ଅନଟନ ଦୂରେଇଯିବ ଓ ମିତ୍ରତା ସୃଷ୍ଟିର ସମ୍ଭାବନା ରହିଛି। ପ୍ରଶାସନିକ କିମ୍ବା ରାଜନୈତିକ ତଥା ସାଂଗଠନିକ ସ୍ତରରେ ଫଳପ୍ରଦ ଆଲୋଚନା କରିପାରନ୍ତି। ପିଲାଙ୍କ କଳହକୁ କେନ୍ଦ୍ର୍ରକରି ଓ ପ୍ରକୃତ ଘଟଣା ନ ବୁଝି କୌଣସି ବ୍ୟକ୍ତି କ୍ରୋଧ ପ୍ରକାଶ କରିପାରନ୍ତି। ସାହିତ୍ୟ, ସଙ୍ଗୀତ, ବ୍ୟବସାୟରେ ଉନ୍ନତି କରିବେ।
କର୍କଟ
କର୍କଟ
ଦୀର୍ଘଦିନର ଆଶା ପୂରଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ସୂଚନା ପାଇ ଖୁସି ହେବେ। ଆନୁଷ୍ଠାନିକ, ପ୍ରଶାସନ, ବ୍ୟବସାୟ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଅର୍ଥ ଦେଣନେଣ କ୍ଷେତ୍ର୍ରରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ଗବେଷଣା, କଳା, ସଙ୍ଗୀତ, ସାମ୍ବାଦିକତା, ସାହିତ୍ୟାଦି ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ସି˚ହ
ସି˚ହ
ନିକଟ ସମ୍ପର୍କୀୟଙ୍କ ଦ୍ୱାରା ଆପଣଙ୍କୁ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କିନ୍ତୁ କର୍ମକ୍ଷେତ୍ରରେ ପୂର୍ବରୁ ଲାଗି ରହିଥିବା ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ପ୍ରିୟଜନମାନଙ୍କ ସହ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିବ। ଭୁଲ୍‌ ବୁଝାମଣା କିମ୍ବା ସନ୍ଦେହଜନିତ ପରିବାରରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କନ୍ୟା
କେତୁଙ୍କ ପ୍ରଭାବରୁ ଅତୀତ ଘଟଣା ସମୂହକୁ ନେଇ ମନ ଭାରାକ୍ରାନ୍ତ ରହିବ। ପରୋକ୍ଷ ଶତ୍ରୁତା ସଙ୍ଗକୁ ବନ୍ଧୁଙ୍କ ଅପମାନସୂଚକ ବ୍ୟବହାର ଟେନ୍ସନ ବଢ଼ାଇବ। ବିବାଦୀୟ ଘଟଣାରେ ନୀରବତା ଅବଲମ୍ବନ କରିପାରିଲେ ଉପକୃତ ହେବେ। ସ୍ବାସ୍ଥ୍ୟ ଓ ପାରିବାରିକ କ୍ଷେତ୍ର ପୂର୍ବପରି ଅକ୍ଷୁଣ୍ଣ ରହିବ ଏବଂ ବ୍ୟବସାୟିକ ଦିଗ ମଧ୍ୟ ମନ୍ଦ ହେବନି।
ତୁଳା
ତୁଳା
ଆଜିର ଗ୍ରହସ୍ଥିତି ଭଲ ହେତୁ ଯାହା କରିବେ, ସେଥିରେ ପୂର୍ଣ୍ଣ ସନ୍ତୋଷ ଲାଭ କରିବେ। ସ୍ତ୍ରୀଙ୍କ ପରାମର୍ଶକୁ ବିଚାରକୁ ନେବା ଭଲ। ମନର ଭାବନାକୁ ଗୋପନ ରଖି ନମ୍ର ଓ ମଧୁର ବଚନ ମାଧ୍ୟମରେ କାମ ହାସଲ କରିବେ। ସଭାସମିତି କିମ୍ବା ପ୍ରଶାସନିକ ସ୍ତରରେ ଅଥବା କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ବିଛା
ବିଛା
ଯୋଜନାବଦ୍ଧ କାମ ହେତୁ ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ମାର୍ଗ ଉନ୍ମୁକ୍ତ ହେବ। ପରିବାର ସଦସ୍ୟଙ୍କ ଅଣଦେଖା ଓ ବେଖାତିର ମନୋଭାବରୁ ମାନସିକ ସ୍ତରରେ ଅଶାନ୍ତ ରହିପାରନ୍ତି। କାଳକ୍ଷେପଣ ନୀତିରେ ଆଳସ୍ୟଜନିତ ଗୁରୁତ୍ୱପୂର୍ଣ୍ଣ କାମକୁ ଅବହେଳା କରିପାରନ୍ତି। ଭ୍ରମଣ, ଅଯଥା ଖର୍ଚ୍ଚାନ୍ତ, ବନ୍ଧୁଙ୍କ ସମାଲୋଚନା, ମନକୁ ଭାରାକ୍ରାନ୍ତ କରିପାରେ।
ଧନୁ
ଧନୁ
କର୍ମକ୍ଷେତ୍ରରେ ମନ୍ଥର ଗତିରେ କାର୍ଯ୍ୟ ସମାହିତ ହିଁ ଅଶାନ୍ତିର କାରଣ ହେବ। କୌଣସି କାମରେ ସ୍ଥିର ସିଦ୍ଧାନ୍ତ ନେଇପାରିବେ ନାହିଁ । ପାରିବାରିକ ଜଞ୍ଜାଳ ମନ ସ୍ଥିତିକୁ ବିଷାଦିତ କରିପାରେ। ବନ୍ଧୁଙ୍କୁ ସୁପରାମର୍ଶ ଏବଂ ଗଠନମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଦେହ ଭଲ ରହିଲେ ମଧ୍ୟ ପୁରାତନ ରୋଗରେ ସାମୟିକ କଷ୍ଟ ପାଇପାରନ୍ତି।
ମକର
ମକର
ପୂର୍ବ ନିର୍ଦ୍ଧାରିତ ଯେଉଁ କାମ କରିବାକୁ ଯାଉଛନ୍ତି ସେଥିରେ ଅସୁବିଧା ହେବନାହିଁ। ବନ୍ଧୁଙ୍କ ସହ ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲରେ ସମର୍ଥ ହେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ।
କୁମ୍ଭ
କୁମ୍ଭ
ସହକର୍ମୀଙ୍କ ସହଯୋଗରେ ପରିବାର ଓ କର୍ମକ୍ଷେତ୍ରର ସମସ୍ୟା ଦୂର ହେବ। ବନ୍ଧୁଗହଣରେ ପ୍ରିୟ କଥା କହି ବିବାଦୀୟ ସମସ୍ୟାକୁ ସୁଧାରି ନେବାକୁ ଚେଷ୍ଟା କରିପାରନ୍ତି। ଭ୍ରମଣହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହେବେ କିନ୍ତୁ କୌଣସି ପଦକ୍ଷେପ ନେବା ସକାଶେ ପଛେଇ ଯିବେ।
ମୀନମୀନ

ଆଜି ସକାଳୁ ସକାଳୁ ଘର କାମ ଛାଡି ବାହାର କାମରେ ବେଶି ସମୟ କଟାଇବାକୁ ପଡିପାରେ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହେବା କାରଣରୁ ଟେନସନ୍‌ କମିଯିବ। ପରିବାରରେ ସହଯୋଗ ଭିତ୍ତିରେ କାମ କଲେ ଉପକାର ପାଇବେ। ବାଣିଜ୍ୟ, ବ୍ୟବସାୟ, ଆନୁଷ୍ଠାନିକ କାମରେ ସାମାନ୍ୟ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri