Posted inRasifala

ରାଶିଫଳ: ସୋମବାର, ଜୁଲାଇ ୧୯ ତାରିଖ – Daily Horoscope

ମେଷ
ଆଜି ଚତୁର୍ଥସ୍ଥ ଗ୍ରହ ପ୍ରଭାବରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧୁରିଯିବ। ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିବାକୁ ପଡ଼ିପାରେ। ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେବାର ଆଶଙ୍କା ରହିଛି। ବନ୍ଧୁଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯିବା ସକାଶେ ମନ ବଳାଇପାରନ୍ତି ।
ବୃଷ
ବୃଷ
ରାହୁଙ୍କ ପ୍ରଭାବରୁ ଆପଣଙ୍କ ବ୍ୟବହାରରେ କଠୋରତା ପ୍ରଦାନ କରି ସମସ୍ୟା ସୃଷ୍ଟିର କାରଣ ପାଲଟିଯିବ। ବନ୍ଧୁମାନଙ୍କ କାର୍ଯ୍ୟଶୈଳୀକୁ ନାପସନ୍ଦ କରି ଅପ୍ରିୟତା ଅର୍ଜନ କରିବେ। ଆସନ୍ତାକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧପଡ଼ କରିବାକୁ ପଡ଼ିବ। ଘରକୁ ଆସୁଥିବା ବନ୍ଧୁଙ୍କ ପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
ମିଥୁନ
ମିଥୁନ
ଦ୍ୱିତୀୟସ୍ଥ ମଙ୍ଗଳ ଯୋଗୁ ସାଧାରଣ କଥାରେ ଉତ୍ତେଜିତ ହେବା ଦ୍ୱାରା ଆକସ୍ମିକ କଳହ ଘଟିପାରେ। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ପାଖ, ପଡ଼ୋଶୀମାନଙ୍କ ସହ ସମ୍ପର୍କରେ ହ୍ରାସ ଘଟିବ। ଶିଳ୍ପ, ବାଣିଜ୍ୟ ବ୍ୟବସାୟ ଓ ପରିବହନ ସାମୟିକ ବାଧାପ୍ରାପ୍ତ ହୋଇପାରେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି।
କର୍କଟ
କର୍କଟ
ବୁଧଜନିତ ସହକର୍ମୀଙ୍କ କୂଟନୀତି ଓ ଆତ୍ମୀୟଙ୍କ ବେଖାତିର କଥା ସକାଶେ ଅନୁତାପ କରିପାରନ୍ତି। କର୍ମକ୍ଷେତ୍ରସ୍ଥ ବନ୍ଧୁମାନଙ୍କ ଆଶ୍ୱାସନା କ୍ରମେ ଅର୍ଥ ସମସ୍ୟା ଦୂର ହେବ। ଦୀର୍ଘ ଦିନରୁ ଅଟକି ରହିଥିବା କର୍ମକ୍ଷେତ୍ରର ସ୍ଥିତି ଅନୁକୂଳ ହୋଇପାରେ। ପାରିବାରିକ ସ୍ତରରେ ସବୁ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ସି˚ହ
ସି˚ହ
ତୃତୀୟ ଚନ୍ଦ୍ର ପ୍ରଭାବରୁ ଆଜି ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ। ଟଙ୍କା ପଇସା ଯୋଗାଡ଼ ଲାଗି ବିଭିନ୍ନ ଯୋଜନା କରିପାରନ୍ତି। ପରିବାରର ଆକସ୍ମିକ ଭାବରେ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ, ଏଜେନ୍ସି, ଗଣଯୋଗାଯୋଗ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା
ଶନିକ୍ଷେତ୍ରସ୍ଥ ଗୁରୁ ହେତୁ ଘରୋଇ ବ୍ୟାପାରକୁ ନେଇ ମାନସିକ ସ୍ଥିତି ଭଲ ରହି ନ ପାରେ। ତରବର ନ ହୋଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ। ସ୍ବାର୍ଥର ବଶବର୍ତ୍ତୀ ହୋଇ ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ। ଇଚ୍ଛା ବିରୋଧରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଶନି ଓ ଶୁକ୍ର ଷଷ୍ଠାଷ୍ଟମ ସ୍ଥିତି କାରଣରୁ ପରିବାରରେ ମନୋମାଳିନ୍ୟ ଦେଖାଦେବ। ଆଜିହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। କୌଣସି ଜିନିଷ କ୍ରୟ କରିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ଅନୁଭବ କରିବେ। ଘରକୁ ଆସିଥିବା ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।
ବିଛା
ବିଛା
ରବି ସ୍ବଗୃହାଭିମୁଖୀ ହୋଇ ମିତ୍ରକ୍ଷେତ୍ରସ୍ଥ ଯୋଗୁ ପାରିବାରିକ ପ୍ରତିରୋଧ କାମ ବିଶୃଙ୍ଖଳିତ କରିପାରେ। ପ୍ରଶାସନିକ ସ୍ତରରେ ଅନ୍ୟମାନଙ୍କୁ ନିଜ କାମରେ ସହଭାଗିତା କରାଇପାରିବେ। ଯେକୌଣସି କ୍ଷେତ୍ରରେ ଛୋଟ ଘଟଣା ସମସ୍ୟା ସୃଷ୍ଟିର କାରଣ ହୋଇପାରେ। ପୂର୍ବରାଗକ୍ରମରେ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇପାରେ।
ଧନୁ
ଧନୁ
ବୁଧଙ୍କ ବଳବାନତ୍ୱ କାରଣରୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଲାଗି ରହିବ। ଭାବୁଥିବା କଥାଟି ଆଜି ଯଥା ସମୟରେ ହୋଇଯିବ। ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ବ୍ୟବସାୟ, ପରିବହନ, ଅର୍ଥ ସମ୍ପର୍କ, ସଭା ସମିତି ଓ ଆନୁଷ୍ଠାନିକ କାମରୁ ମନ ଖୁସି ରହିବ।
ମକର
ମକର
ବୁଧ ଓ ଶୁକ୍ରଙ୍କ ପାରସ୍ପରିକ ଦୃଷ୍ଟି ହେତୁ ସ୍ଥଗିତ କାମ ଖର୍ଚ୍ଚାନ୍ତ ହେଲେ ମଧ୍ୟ ସୁବିଧାରେ ସମ୍ପନ୍ନ ହେବ। ଆଜି ଦିନଟିରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ବନ୍ଧୁମାନଙ୍କ ସହ ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ରରେ ଉନ୍ନତି କରିବେ ଓ ସୁନାମ ମଧ୍ୟ ପାଇବେ।
କୁମ୍ଭ
କୁମ୍ଭ
ମଙ୍ଗଳଙ୍କ ଦୃଷ୍ଟିରେ ଶନି ହେତୁ ନିଜର ଲୋକ ଯେତେ ସମସ୍ୟା ସୃଷ୍ଟି କଲେ ମଧ୍ୟ ଅସୁବିଧା ହେବ ନାହିଁ । ବ୍ୟବସାୟ ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହୋଇପାରେ। ଦୀର୍ଘ ଦିନରୁ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମୀନମୀନ
ରବି ଦୃଷ୍ଟ ବୃହସ୍ପତି ହେତୁ ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ସତର୍କରେ ନ ଚଳିଲେ ବିବାଦ ଭିତରକୁ ଟାଣି ହୋଇପାରନ୍ତି। ପାରିବାରିକ ସମସ୍ୟା ସମାଧାନରେ ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ପରିସ୍ଥିତିକୁ ସୁଧାରି ନେବେ। ପରିଜନ ସହ ଆଜିର ସାନ୍ଧ୍ୟଭ୍ରମଣ ବେଶ୍‌ ଉପଭୋଗ୍ୟ ହେବ। ଶୁଭକାର୍ଯ୍ୟରେ ଆତ୍ମୀୟଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri