Posted inRasifala

ରାଶିଫଳ: ଶନିବାର, ଫେବୃୟାରୀ ୧୯ ତାରିଖ – Daily Horoscope

ମେଷ
ଯାହା ବହୁତ ଦିନହେଲା ହୋଇପାରିନି ତାହା ଆଜି ହୋଇଯିବ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାମାନଙ୍କ ସଫଳତା, ଉନ୍ନତମାନର ଆଲୋଚନା, ପାରିବାରିକ ସଦ୍ଭାବ ସବୁ ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ରାଜନୀତିରେ ଆଶା ପୂରଣ ହେବ। ପରିବାରର ବରାଦି ମୁତାବକ ଗୃହକୁ ସୌଖୀନ ପଦାର୍ଥ ଆଣିପାରନ୍ତି।
ବୃଷ
ବୃଷ
ଆଜିର ଯାତ୍ରା, ବାଣିଜ୍ୟ, ପ୍ରତିଦ୍ୱନ୍ଦ୍ୱିତା, ଅଦାଲତ ସମ୍ବନ୍ଧୀୟ କ୍ଷେତ୍ରରେ ସୁଫଳ ପାଇବେ। ନିଜ କାମ ପଛକୁ ପକାଇ ପଡ଼ୋଶୀଙ୍କ କଥାରେ ମୁଣ୍ଡ ପୂରାଇଲେ ସମାଲୋଚିତ ହେବେ। ଯାନ ମରାମତି, ଦୋକାନ ଉନ୍ନତୀକରଣର ଟେନସନ୍‌ କିଛି ମାତ୍ରାରେ ଲାଗିରହିବ। ଗତକାଲି ଘଟି ଯାଇଥିବା ଘଟଣାର ମୋଡ ବଦଳି ଯାଇପାରେ।
ମିଥୁନ
ମିଥୁନ
ଆଜି ବିତର୍କଜନିତ ଭାଇ କିମ୍ବା ପଡ଼ୋଶୀଙ୍କ ସହ ସମସ୍ୟାମୂଳକ ପରିସ୍ଥିତି ସୃଷ୍ଟି ହେବ। ଆଜି ଯାହା କରିବେ କ୍ଷତି ହେବନି, ମାତ୍ର ଏକ ସଂଘର୍ଷମୟ ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିବ। ପରିବାର କିମ୍ବା ବନ୍ଧୁଙ୍କ ମଧ୍ୟରେ ଆଲୋଚନା ଅସମାପ୍ତ ରହିପାରେ। ଆଗାମୀ ଆନୁଷ୍ଠାନିକ କାମ ପାଇଁ ଆଲୋଚନା କରିବା ମନ୍ଦ ହେବନି।
କର୍କଟ
କର୍କଟ
କୌଣସି କଥାକୁ ଖାତିର ନ କରି ଆଗକୁ ଆଗକୁ ମାଡ଼ି ଚାଲିବେ। ଆଗରେ କିଛି ନ କହିଲେ ମଧ୍ୟ ପଛରେ କେହି ବହୁତ ସମାଲୋଚନା କରିବେ। ଟଙ୍କା ପଇସା, ନେବା ଆଣିବା, ଦିଆନିଆ କ୍ଷେତ୍ରରେ ସତର୍କ ରହନ୍ତୁ, ନତୁବା କ୍ଷତିରେ ପଡ଼ିବେ। କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ, ଯାହାକି ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
ସି˚ହ
ସି˚ହ
ଗତକାଲିଠାରୁ ହାତକୁ ନେଇଥିବା କାମ ଡେରିରେ ସମ୍ପନ୍ନ ହେବ। ପୁତ୍ରକନ୍ୟାହେତୁକ ସମସ୍ୟା ଲାଗି ରହିବା କାରଣରୁ ମାନସିକ ଅଶାନ୍ତି ସୃଷ୍ଟି ହୋଇପାରେ। ଅବଶ୍ୟ କର୍ମକ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ବ୍ୟବସାୟ,ବାଣିଜ୍ୟ, ଜମିଜମା କାରବାର, ନିର୍ମାଣ, ପରିବହନରୁ ଭଲ ଲାଭ ପାଇବେ।
କନ୍ୟା
ପ୍ର୍ରତ୍ୟେକ କ୍ଷେତ୍ରରେ ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ ପ୍ରତ୍ୟେକ କାମରେ ସମସ୍ୟା ଲାଗି ରହିବ। ଥଣ୍ଡା ମିଜାଜ ବଦଳରେ କଡ଼ା ଭାଷାର ପରିଣାମ ଭୋଗିବାକୁ ପଡ଼ିପାରେ। ଶତ୍ରୁତା କରୁଥିବା ଲୋକେ ମଧ୍ୟ ମିତ୍ରତା ସାଜିବା ପାଇଁ ଚେଷ୍ଟିତ ହେବେ। ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନ ବଳାଇବେ।
ତୁଳା
ତୁଳା
ଆଜି ପାରିବାରିକ ସମସ୍ୟାର ସମାଧାନ ଜନିତ ଟେନ୍‌ସନ ଲାଗି ରହିବ। କାମଗୁଡ଼ିକ ସୁରୁଖୁରୁରେ ହୋଇଯିବ ମାତ୍ର ଭ୍ରାତୃ ସମ୍ପର୍କ ଭଲ ରହି ନ ପାରେ। ସଭାସମିତି ଓ ସାମ୍ବାଦିକତା, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ପରୋକ୍ଷ ଶତ୍ରୁତା କାରଣରୁ ସବୁ ସୁବିଧା ଥିଲେ ମଧ୍ୟ ସୁଯୋଗ ହରାଇବେ।
ବିଛା
ବିଛା
କୌଣସି ଘଟଣାକୁ ଠିକ୍‌ ଭାବରେ ନ ବୁଝି ସହକର୍ମୀ କ୍ରୋଧ ପ୍ରକାଶ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ପାଖରେ ଥିବା ଲୋକଟିର କାର୍ଯ୍ୟକଳାପ ସନ୍ଦେହଜନକ ହୋଇପାରେ।
ଧନୁ
ଧନୁ
ଯାହା ଭାବୁଛନ୍ତି ବନ୍ଧୁଙ୍କ ଆଗରେ ଖୋଲାଖୋଲି ପ୍ରକାଶ କରି ପାରିଲେ ଭଲ। ପୁରାତନ ରୋଗର ପୀଡ଼ା ସାମାନ୍ୟ ଅନୁଭବ କଲେ ମଧ୍ୟ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ସଭାସମିତିରେ କିମ୍ବା କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ପରିବାର ମଧ୍ୟରେ ନିଜର ମନୋଭାବକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ।
ମକର
ମକର
କର୍ମକ୍ଷେତ୍ରରେ କୁଟନୀତି ପ୍ରୟୋଗକରି ଯେମିତି ଚାହୁଁଛନ୍ତି ସେମିତି କରିବାରେ ସଫଳ ହେବେ। ବନ୍ଧୁଙ୍କ ପରାମର୍ଶ କ୍ରମେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ହୋଇପାରିବ। ତଥାପି ଏହା ସାଙ୍ଗକୁ ଧନହାନି ଓ ପୂର୍ବ ଶତ୍ରୁତାରୁ କଳହକୁ ଏଡି ହେବ ନାହିଁ। ପ୍ରତିଯୋଗିତାରେ ସଫଳତା ଅବଶ୍ୟ ପାଇବେ।
କୁମ୍ଭ
କୁମ୍ଭ
ଆଜି ଯେଉଁଠି ଯାହା କହିବେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବା ବଦଳରେ କଷ୍ଟକର ହୋଇପଡ଼ିବ। ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେ କରିବେ। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ,ଅନ୍ୟଥା ଅନୁତାପ ପାଇଁ ସମୟ ପାଇବେ ନାହିଁ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ, କିନ୍ତୁ ଋଣ ପରିଶୋଧ କରିବାରେ ପଛେଇଯିବେ।
ମୀନମୀନ
ପରିବାରର ଖର୍ଚ୍ଚ ଭାର କ୍ରମଶଃ ବଢ଼ିଯିବା କାରଣରୁ ଆବଶ୍ୟକତା ପୂରଣ ସକାଶେ ଚିନ୍ତିତ ରହିବେ। ସରକାରୀ ସ୍ତରରୁ କିମ୍ବା ବ୍ୟାଙ୍କରୁ ଋଣ କରିବା ପାଇଁ ଯୋଜନା କରିପାରନ୍ତି। କର୍ମକ୍ଷେତ୍ରରେ ମନ୍ଥର ଗତି ହେତୁ ସଫଳତାରେ ଆଶଙ୍କା ସୃଷ୍ଟି ହୋଇପାରେ। ବ୍ୟବସାୟ କ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?