Posted inRasifala

ରାଶିଫଳ: ଶନିବାର, ଏପ୍ରିଲ୍‍ ୧୯ ତାରିଖ – Daily Horoscope

ମେଷ
ଶୁକ୍ର ଉଚ୍ଚରାଶିରେ ଅବସ୍ଥାନ କରୁଥିବାରୁ ପରିଜନଙ୍କ ସହିତ ସକାଳୁଆ ଯାତ୍ରା ପ୍ରୀତିପ୍ରଦ ହେବ। ଅର୍ଥଲାଭ ସହ କାର୍ଯ୍ୟସିଦ୍ଧି ଘଟିବାରେ ସହକର୍ମୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଆଶା ପୂରଣ ହେବାର ସୂଚନା ରହିଛି। କଳା, ସାହିତ୍ୟ, ସଙ୍ଗୀତ ଓ ଲେଖାପଢ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ବୃଷ
ବୃଷ
କର୍ମାଧିପ ଏକାଦଶସ୍ଥ ଯୋଗୁ ଯେଉଁ କାମରେ ହାତ ଦେବେ ସଫଳ ହେବେ। ଲାଗି ରହିଥିବା ସଂକଟ ଦୂରେଇଯିବାରୁ ଟେନ୍‌ସନ କମିଯିବ। ବୁଧଙ୍କ ସହ ଶୁକ୍ରଙ୍କ ସଂଯୋଗରୁ ବନ୍ଧୁଙ୍କ ସାହାଯ୍ୟ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ବାଣିଜ୍ୟ, ପରିବହନ, ଚୁକ୍ତିପତ୍ର, କଳା, କାରିଗରି କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
ଆଜି ବୁଧ ଏକାଧିକ ଗ୍ରହ ସଂଯୋଗରେ ଥିବାରୁ ସମ୍ପର୍କୀୟଙ୍କ ସହଯୋଗରେ କାମ ହାସଲ କରିବେ। ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଶୁକ୍ର ଉଚ୍ଚସ୍ଥ ଓ ପାପଗ୍ରହ ଯୁକ୍ତ ଯୋଗୁ ସଙ୍ଗଦୋଷରୁ ଅପଦସ୍ଥ ହୋଇପାରନ୍ତି। ଉଚ୍ଚପଦାଧିକାରୀଙ୍କ ନିକଟରେ ଅସୁବିଧା କଥା କହିବାରେ ପଛେଇଯିବେ।
କର୍କଟ
କର୍କଟ
ରାଶ୍ୟାଧିପତି ଷଷ୍ଠସ୍ଥାନରେ ଥିବାରୁ ଦୃଢ଼ ପଦକ୍ଷେପ ନେଇ କାମ ହାସଲ ପାଇଁ ଚେଷ୍ଟିତ ହେବେ। କୌଣସି ବିବାଦୀୟ ମନ୍ତବ୍ୟ ଦେଇ ପରିସ୍ଥିତିକୁ ଗମ୍ଭୀର କରିପାରନ୍ତି। ବନ୍ଧୁମାନଙ୍କ ସହାୟତାରେ ଦୀର୍ଘଦିନରୁ ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। ସାମାଜିକ ସ୍ତରରେ ଅସହିଷ୍ଣୁ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବ।
ସି˚ହ
ସି˚ହ
ଭାଗ୍ୟ ସ୍ଥାନରେ ରାଶ୍ୟାଧିପତି ଥିବାରୁ ଯାହା ପାଇବାକୁ ଚାହୁଁଛନ୍ତି ତାହା ଦ୍ୱିତୀୟସ୍ଥ ଚନ୍ଦ୍ରଙ୍କ କୃପାରୁ ନିଶ୍ଚିତ ପ୍ରାପ୍ତ ହେବ। ସକାଳୁ ଆତ୍ମୀୟଙ୍କର ଦୂରଭାଷ ଆପଣଙ୍କ ମନକୁ ଆମୋଦିତ କରିପାରେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ଏଜେନ୍ସି, ସାହିତ୍ୟ, ସାମ୍ବାଦିକତା ତଥା ରଚନାତ୍ମକ କାର୍ଯ୍ୟରେ ପ୍ରଂଶସିତ ହୋଇପାରନ୍ତି।
କନ୍ୟା
ଏକାଧିକଗ୍ରହ ରାଶିକୁ ଅବଲୋକନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ ଅବଶ୍ୟମ୍ଭାବୀ। କେତେକ ମୁଷ୍ଟିମେୟ ଲୋକଙ୍କ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ନିର୍ମାଣାଧୀନ କାର୍ଯ୍ୟ ଏବଂ କଚେରି ମାମଲାର ବିଚାର ଶେଷ ପର୍ଯ୍ୟାୟରେ ପହଞ୍ଚିବ। ବନ୍ଧୁଙ୍କ ନିକଟରୁ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ।
ତୁଳା
ତୁଳା
ଶନି ଯୁକ୍ତ ଶୁକ୍ର ଯୋଗୁ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ପରିବାରରେ ଝଗଡ଼ା ଲାଗିପାରେ। ପର କଥାରେ ପ୍ରଭାବିତ ହୋଇ ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ଅଭାବ ନଥିଲେ ମଧ୍ୟ ପ୍ରିୟଜନଙ୍କ ସ୍ବାସ୍ଥ୍ୟ ସମସ୍ୟାରେ ମନ ଉଦ୍‌ବେଗ ରହିବ।
ବିଛା
ବିଛା
ଧନ ସ୍ଥାନରେ ଚନ୍ଦ୍ର ଥିବାରୁ ଦିନଟି ଭଲରେ ଅତିବାହିତ ହେବ ଓ ଆବଶ୍ୟକ ଜିନିଷ ପ୍ରାପ୍ତିରେ ଅସୁବିଧା ରହିବ ନାହିଁ। ଖର୍ଚ୍ଚାନ୍ତ ହେଲେ ମଧ୍ୟ ମନ ମୋହିଲା ଭଳି କଥା କହି କାମକୁ ଶୃଙ୍ଖଳିତ କରିବ। ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ଘଟିପାରେ। ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକି ଅଯଥା ଅଶାନ୍ତି ସୃଷ୍ଟି କରିପାରେ।
ଧନୁ
ଧନୁ
ଅଷ୍ଟମାଧିପତି ରାଶିସ୍ଥ ଯୋଗୁ ଘରେ ଅଭାବ ଅସୁବିଧା ନଥିଲେ ମଧ୍ୟ କେତେକ ଅପୂରଣୀୟ ଅଭିଳାଷ ମନକୁ କ୍ଷତବିକ୍ଷତ କରାଇବ। କର୍ମକ୍ଷେତ୍ରରେ ଦୁଷ୍ଟଲୋକଙ୍କ କୁଟଚକ୍ରାନ୍ତ ଜନିତ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। ଆଜି ଦୂରଯାତ୍ରା କରି ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
ମକର
ମକର
ଧର୍ମଭାବକୁ ଚାରୋଟି ଗ୍ରହ ଅବଲୋକନ କରୁଥିବାରୁ ଧର୍ମକାର୍ଯ୍ୟ, ଯାନିଯାତ୍ରା, ସତ୍‌ସଙ୍ଗରେ ସାମିଲହୋଇ ଆତ୍ମତୃପ୍ତି ଲଭିବେ। ଶ୍ରବଣା ନକ୍ଷତ୍ରର ପ୍ରତ୍ୟେକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ରହୁଥିବାରୁ ଠିକ୍‌ ନିଷ୍ପତ୍ତି ନେବାରେ ବିଳମ୍ବିତ କରାଇବ। ପ୍ରଶାସନିକ ସ୍ତରରେ ଯୁକ୍ତିତର୍କ ନକରି ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ।
କୁମ୍ଭ
କୁମ୍ଭ
ଆଜି ମୁଖଭାବସ୍ଥ ପାପଗ୍ରହଙ୍କ ସ୍ଥିତି ଯୋଗୁ ମାପିଚୁପି କଥାବାର୍ତ୍ତା କରିବା ଭଲ ନତୁବା ବିବାଦକୁ ନିମନ୍ତ୍ରଣ କରିବାକୁ ପଡ଼ିପାରେ। ଏହା ସାଙ୍ଗକୁ ପିଲାଙ୍କ ସମସ୍ୟା ମୁଣ୍ଡବ୍ୟଥାର କାରଣ ହୋଇଯିବ। ବନ୍ଧୁଙ୍କ ସହାୟତାରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଈର୍ଷାନ୍ବିତ ହୋଇ ପଡ଼ୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କରିପାରନ୍ତି।
ମୀନମୀନ

ଆପଣଙ୍କ ସକାଶେ ସଚ୍ଚୋଟତା ପରୋକ୍ଷ ପ୍ରଶଂସା ସୃଷ୍ଟି କଲେ ମଧ୍ୟ ପ୍ରତ୍ୟକ୍ଷ ସମସ୍ୟା ସୃଷ୍ଟି କରିବ। ଅଭାବ ନ ରହିଲେ ମଧ୍ୟ ପାରିବାରିକ ସମସ୍ୟା ଦେଖାଦେବ। ପରିସ୍ଥିତିର ବୈଷମ୍ୟ ରହିଲେ ମଧ୍ୟ ନକାରାତ୍ମକ ଚିନ୍ତାଧାରା ବିବ୍ରତ କରିପାରିବେ ନାହିଁ। ଅସହିଷ୍ଣୁ ମନୋଭାବରୁ ନିଜ ଲୋକ ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri