Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୧୮ ତାରିଖ – Daily Horoscope

ମେଷ
ଆଜିର ଶନି ଦୃଷ୍ଟ ଚନ୍ଦ୍ର ମାନସିକ ଅସ୍ଥିରତା ସାଙ୍ଗକୁ ବିକ୍ଷିପ୍ତ ଚିନ୍ତାଧାରା ସୃଷ୍ଟି କରିବ। ପରିଣାମ ସ୍ବରୂପ ସ୍ବାସ୍ଥ୍ୟ, ପରିବାର, ଯାନବାହନ, ଜମିଜମା ଓ କଳହ ପ୍ରତି ସତର୍କ ରହିବା ଭଲ । ଶିକ୍ଷା, ସନ୍ତାନ, ପ୍ରେମ ସମ୍ପର୍କ, ଆଲୋଚନା କ୍ଷେତ୍ର, ସଙ୍ଗଠନ ଓ ରାଜନୀତି ସକାଶେ ଅସୁବିଧା ହେବ ନାହିଁ। କ୍ରୀଡ଼ା, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ।
ବୃଷ
ବୃଷ
କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ, ଯାହାକି ସମସ୍ୟା ବହୁଳ ହୋଇପାରେ। ମନ ଅନୁଯାୟୀ କାମ ନ ହେବା ଯୋଗୁ ବ୍ୟଥିତ ହେବାକୁ ପଡ଼ିପାରେ । ବନ୍ଧୁ ଆପଣଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ। ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ।
ମିଥୁନ
ମିଥୁନ
ଆଜି ଆର୍ଥିକ ସମସ୍ୟାର ସମାଧନ ସହ ଯାହା ଚାହୁଁଛନ୍ତି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ। କିଛି ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ରକରି ପରିବାର ଭିତରେ ଝଡ଼ ଉଠିପାରେ। ବନ୍ଧୁଙ୍କ ସହ ପୂର୍ବରୁ ଥିବା ମନୋମାଳିନ୍ୟ ଦୂରେଇବା ପାଇଁ ପ୍ରଯନତ୍ କରିବେ। କର୍ମକ୍ଷେତ୍ରରେ ମଧ୍ୟାହ୍ନରେ ସହକର୍ମୀ କିମ୍ବା ବନ୍ଧୁମାନଙ୍କଠାରୁ ଖୁସି ଖବର ପାଇବେ।
କର୍କଟ
କର୍କଟ
ଦୃଢ଼ ମନୋବଳ ଓ କାର୍ଯ୍ୟଦକ୍ଷତା କର୍ମକ୍ଷେତ୍ରରେ ଲୋକପ୍ରିୟତା ସୃଷ୍ଟି କରିବ। ଅଭାବ ନ ଥିଲେ ମଧ୍ୟ କୌଣସି କାମ ସକାଶେ ଆକସ୍ମିକ ଅର୍ଥ ଅଭାବରୁ କାମଟି ସମ୍ପୂର୍ଣ୍ଣ ହେବ ନାହିଁ। ବନ୍ଧୁମିଳନ ସହ ମିଷ୍ଟାନ୍ନ ଲାଭ ଓ ବନ୍ଧୁଗୃହକୁ ଯାତ୍ରା ଯୋଗ ରହିଛି। ପାରିପାର୍ଶ୍ୱିକ କ୍ଷେତ୍ରରୁ ସାହାଯ୍ୟ ଓ ସହଯୋଗ ନ ଥିଲେ ମଧ୍ୟ ପରିସ୍ଥିତି ସମ୍ଭାଳିନେବେ।
ସି˚ହ
ସି˚ହ
ଦୃଢ଼ ମନୋବଳ ହେତୁ ସମସ୍ୟାର ସମାଧାନ କରିବାର ଧୈର୍ଯ୍ୟ ଓ ସାହସ ଅକ୍ଷୁଣ୍ଣ ରହିବ। ପାରିବାରିକ ଅସ୍ଥିରତା ଓ କର୍ମକ୍ଷେତ୍ରର ଶିଥିଳତା ମଧ୍ୟ ଏହି ଦିଗରେ ପ୍ରତିବନ୍ଧକ ସାଜିବ। ଖର୍ଚ୍ଚ ବୃଦ୍ଧିପାଇବା କାରଣରୁ ମନ ଦୁଃଖ ହୋଇପାରେ । ଜମିଜମା, ଯାନବାହନ, ପ୍ରେସ୍‌, ପବ୍ଲିକେଶନ ଆଦି କାମରେ ସଫଳତା ପାଇବେ।
କନ୍ୟା
କର୍ମକ୍ଷେତ୍ରରେ ସମସ୍ୟାର ସମ୍ମୁଖୀନ ହୋଇ ହଡ଼ବଡ଼େଇ ଯାଇପାରନ୍ତି । ପୁରାତନ ଗାଡ଼ି,ବ୍ୟବହୃତ ଜିନିଷର ଯାନ୍ତ୍ରିକ ସମସ୍ୟା, ପୁରୁଣା ଘର ମରାମତି କରିବା ପାଇଁ ମନସ୍ଥ କରିବେ। ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ପ୍ରିୟ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ବିରସ ମନରେ ରହିବାକୁ ବାଧ୍ୟ ହେବେ ।
ତୁଳା
ତୁଳା
ବିଭିନ୍ନ ପ୍ରକାର କର୍ମଜାଞ୍ଜଳର ଚାପରେ ଅତିଷ୍ଠ ହୋଇପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ି ବଢ଼ି ଯିବ। ବନ୍ଧୁବର୍ଗଙ୍କ ସହାନୁଭୂତି ଯୋଗୁ କର୍ମମୁଖର ହେବେ। ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ତଥା ନିଜ ପରିସରରେ ପ୍ରତିଷ୍ଠିତ ହେବେ।
ବିଛା
ବିଛା
ଭାବପ୍ରବଣତାବଶତଃ ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ । ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ ମାତ୍ର ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ । ମନରେ ଭୟ ଓ ଆଶଙ୍କା ଥିଲେ ମଧ୍ୟ ଦୃଢ଼ତା ଓ ମୁହଁ ଜୋର ହେତୁ ବିପଦରୁ ରକ୍ଷା ପାଇବେ। କଠୋର ବାକ୍ୟାଳାପରୁ ସମାଲୋଚିତ ହେବେ।
ଧନୁ
ଧନୁ
ଔଦ୍ଧତ୍ୟ କାରଣରୁ ଅନ୍ୟମାନଙ୍କ ସହ ବୁଝାମଣା ଠିକ୍‌ ରହି ନ ପାରେ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ହଜି ଯାଇଥିବା ଜିନିଷ, ଧାତୁ ଅଳଙ୍କାର, ଟଙ୍କା ପଇସା କିମ୍ବା ପଶୁଜନ୍ତୁର ସନ୍ଧାନ ପାଇପାରନ୍ତି। ଆର୍ଥିକ ସ୍ଥିତି ଭଲ ନ ରହିବା କାରଣରୁ ସାମୟିକ ଭାବେ ଦୁଃଖିତ ରହିପାରନ୍ତି।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ ହେବ। ପଡ଼ୋଶୀଙ୍କ କୌଣସି ସ୍ପର୍ଶକାତର କଥାରେ ଚିହ୍ନା ପଡ଼ନ୍ତୁ ନାହଁି, ଯାହାକି ଟେନ୍‌ସନ ସୃଷ୍ଟି କରିବ। କର୍ମକ୍ଷେତ୍ର, ରାଜନୀତି, ମାଲି ମକଦ୍ଦମା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ବନ୍ଧୁଙ୍କ ଆଚରଣରେ ଅସନ୍ତୁଷ୍ଟ ରହିପାରନ୍ତି।
କୁମ୍ଭ
କୁମ୍ଭ
ସତର୍କରେ ନ ଚଳିଲେ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ସାମ୍ନା କରିବାକୁ ପଡ଼ିପାରେ । ପରିବାରରେ ସାଧାରଣ କଥାରେ ପାଟିତୁଣ୍ଡ ହୋଇ କଳହର ସମ୍ମୁଖୀନ ହୋଇ ପାରନ୍ତି। ଅର୍ଥ ସମ୍ପର୍କ,ଆଲୋଚନା, କଳା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ମନ୍ଦ ନୁହେଁ। ସାମାଜିକ ସ୍ଥିତି ପ୍ରାୟତଃ ସନ୍ତୋଷଜନକ ନ ହୋଇପାରେ।
ମୀନମୀନ
ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ପ୍ରାୟତଃ ଭଲ ରହିବ। ଅର୍ଥନୈତିକ ଅବରୋଧ ହଟିଯିବ ଓ ଆପଣଙ୍କ ଅଭିଳାଷ ଅନୁଯାୟୀ ପ୍ରାପ୍ୟ ଅବଶ୍ୟ ପାଇବେ। ଗଲା କଥାକୁ ମନରୁ ପୋଛିଦେଇ ଆଗାମୀ ଦିନର କାମ ସକାଶେ ଚିନ୍ତାକରିବା ଆଜି ଦିନ ପାଇଁ ଭଲ ହେବ। ପରିବହନ, ଶେୟାର ବଜାର କ୍ଷେତ୍ରରୁ ସୁଫଳ ମିଳିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?