Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୧୮ ତାରିଖ – Daily Horoscope

ମେଷ
ଆଜି ଏକାଧାରରେ ପାରିବାରିକ ସଦ୍ଭାବ, ବନ୍ଧୁମିଳନ, ନୂତନ ବସ୍ତ୍ରାଳଙ୍କାର ପ୍ରାପ୍ତିର ସୌଭାଗ୍ୟ ଅର୍ଜନ କରିବେ। କିନ୍ତୁ ପୂ-ନାମାକ୍ଷର ବ୍ୟକ୍ତିଙ୍କ ସହ କଳହ କିମ୍ବା ସମସ୍ୟା ସୃଷ୍ଟି ହୋଇପାରେ। ଆଶଙ୍କା କରୁଥିବା ବିବାଦୀୟ ଘଟଣାରେ ସେମିତି କିଛି ଘଟିବ ନାହିଁ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁନାମ ଅର୍ଜନ କରିବେ।
ବୃଷ
ବୃଷ
ଶାରୀରିକ ସ୍ବାସ୍ଥ୍ୟ, ବ୍ୟବସାୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତିରେ ସମସ୍ୟା ଲାଗି ରହିବ। ଘରର କେତେକ ଅକୁହା ବିଷୟରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦୂର ହେବ। ହାତ ଖାଲି ରହିବା ଫଳରେ ନୂତନ କାମ ସୁବିଧାରେ ହେବା କଷ୍ଟକର ହୋଇପାରେ।
ମିଥୁନ
ମିଥୁନ
ସମ୍ମାନର ସହ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଓ ବନ୍ଧୁଙ୍କ ପ୍ରଶଂସା ହେତୁ ଖୁସି ରହିବେ। ଅର୍ଥଲାଭ, ସୁମିଷ୍ଟ ଭୋଜନ, ସ୍ନେହ, ଶ୍ରଦ୍ଧା ଓ ଅନୁରାଗ ପାଇବା ସହ ବନ୍ଧୁମିଳନରୁ ଖୁସି ରହିବେ। ଅଯଥା ବଡ଼ଭାଇପଣିଆ ଦେଖାଇଲେ ମନ୍ଦଫଳ ଭୋଗିବେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମାନସିକ ଆଶ୍ୱସ୍ତି ଲାଭ କରିପାରନ୍ତି।
କର୍କଟ
କର୍କଟ
ଆଜି ଦିନଟି ବହୁତ ଭଲରେ ଅତିବାହିତ ହେବ। ସହାନୁଭୂତିଶୀଳ ବ୍ୟବହାର, ସାହାଯ୍ୟକାରୀ ମନୋବୃତ୍ତି ହେତୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆପଣ ଖାଇବା ପିଇବାରେ ଅବହେଳା କରି ନିଜର ସ୍ବାସ୍ଥ୍ୟ ପାଇଁ ନିଜେହିଁ ବାଧକ ସାଜିବେ। ଯାତ୍ରା ସମୟରେ ଭ-ନାମାକ୍ଷର ବ୍ୟକ୍ତିଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ, ସଭାସମିତିରେ ପ୍ର୍ରଶଂସା, ଆର୍ଥିକ ଉନ୍ନତି ଯୋଗୁ ମନ ଖୁସି ରହିବ। ବନ୍ଧୁମିଳନ ସାଙ୍ଗକୁ ଆବଶ୍ୟକତା ପୂରଣ ଦିଗରେ ଖର୍ଚ୍ଚାନ୍ତ ହେବେ। ଯେକୌଣସି ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। କର୍ମକ୍ଷେତ୍ରରେ ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
କନ୍ୟା
କର୍ମକ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ସାମ୍ବାଦିକତା, ସାହିତ୍ୟ, କଳା ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ। ସ୍ଥଗିତ କାମକୁ ପୂରା କରିବାରେ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ତୁଳା
ତୁଳା
ଆଜି ବନ୍ଧୁମିଳନ, ସହକର୍ମୀଙ୍କ ସଦ୍ଦିଚ୍ଛା, ଯାତ୍ରାରେ ବନ୍ଧୁସମ୍ପର୍କ ସ୍ଥାପନ କରିପାରିବେ। ବିଶାଖା ନକ୍ଷତ୍ର ପାଇଁ କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ ଟେନ୍‌ସନ ଲାଗିରହିବ। ସାହିତ୍ୟ, ରାଜନୀତି, ସାମ୍ବାଦିକତା, ଆଇନ ଓ ଅଦାଲତ ତଥା ଲେଖାପଢ଼ାରୁ ଶୁଭଫଳ ପାଇବେ। ପାରିବାରିକ କ୍ଷେତ୍ରରେ କର୍ମାରମ୍ଭ ସକାଶେ ନିଷ୍ପତ୍ତି ବଦଳାଇ ପାରନ୍ତି।
ବିଛା
ବିଛା
ବନ୍ଧୁମାନେ ନୂଆ ନୂଆ କାମ କରିବା ପାଇଁ ପ୍ରେରଣା ଯୋଗାଇବେ। ପରିବାର ଭିତରେ ସାଧାରଣ କଥାରେ ରାଗି ବିରକ୍ତି ପ୍ରକାଶ କରନ୍ତୁ ନାହିଁ। ଯାତ୍ରା ସମୟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। ସଙ୍ଗଠନ, ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକି ରହିବ ନାହିଁ। ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ସାହାଯ୍ୟ, ସହଯୋଗ କରିବା ସକାଶେ ବାଧ୍ୟ ହେବେ। ନୂତନ କର୍ମାରମ୍ଭ କ୍ଷେତ୍ରରେ ପାରିବାରିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ପରୋକ୍ଷ ଶତ୍ରୁତା କାରଣରୁ କାମଟିକୁ ସମ୍ପନ୍ନ କରିପାରିବେ ନାହିଁ।
ମକର
ମକର
ସ୍ବାସ୍ଥ୍ୟ ସମସ୍ୟା ପୂର୍ବାପେକ୍ଷା ସାମାନ୍ୟ ପ୍ରଶମିତ ହେବାର ଅନୁଭବ କରିବେ। ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ। ଦୀର୍ଘ ଦିନରୁ ଲାଗି ରହିଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ। ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ।
କୁମ୍ଭ
କୁମ୍ଭ
ପାରିବାରିକ ସମସ୍ୟା ଲାଗି ରହିଥିବାରୁ ଅଧିକାଂଶ ସମୟ ମାନସିକ ଅସୁସ୍ଥତା ଲାଗି ରହିବ। ପଡ଼ୋଶୀମାନେ ସାଧାରଣ କଥାକୁ କେନ୍ଦ୍ରକରି ଅଯଥା କଳହ କରିପାରନ୍ତି। ପରିବାରରେ ପିଲାଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରିବା ଭଲ ହେବ। ଦେହରେ ବସା ବାନ୍ଧି ରହିଥିବା ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ।
ମୀନମୀନ

ବୃହସ୍ପତିଙ୍କ ଶୁଭତ୍ୱ କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ। ଅଟକି ରହିଥିବା କାମ ସମ୍ପନ୍ନ ହେବ ଏବଂ ଆର୍ଥିକ ଦିଗଟି ବହୁତ ଭଲ ରହିବ। ଆବଶ୍ୟକତା ପରିପ୍ରେକ୍ଷୀରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ବନ୍ଧୁଙ୍କ ସହ ଦୀର୍ଘ ଦିନରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri