Posted inRasifala

ରାଶିଫଳ: ଗୁରୁବାର, ଅକ୍ଟୋବର ୧୭ ତାରିଖ – Daily Horoscope

ମେଷ
ଆଜି କୃତ୍ତିକା ସକାଶେ ଯାତ୍ରା, ବନ୍ଧୁମିଳନ ଓ ମନୋରଞ୍ଜନ ପାଇଁ ଭଲ; କିନ୍ତୁ ଖର୍ଚ୍ଚର ସୀମା ଟପିଯିବ। ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସାମାଜିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସଭାସମିତି, ମାଲିମକଦ୍ଦମା, ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ପ୍ରତିଶ୍ରୁତିରୁ ଓହରିବା କାରଣରୁ ବନ୍ଧୁଙ୍କ ଉପରୁ ବିଶ୍ୱାସ ହରାଇପାରନ୍ତି।
ବୃଷ
ବୃଷ
ରୋହିଣୀ ନକ୍ଷତ୍ର ପରିସ୍ଥିତିର ତାଡ଼ନାରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଆଜି ଘରେ ବନ୍ଧୁମିଳନ କିମ୍ବା ବନ୍ଧୁଙ୍କ ଅପ୍ରତ୍ୟାଶିତ ଆଗମନରୁ ଖୁସି ହୋଇଯିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ସତର୍କତାର ଆବଶ୍ୟକତା ପଡ଼ିବ ନାହିଁ। ବନ୍ଧୁଙ୍କ ଆଦରବୋଳା କଥା କେଇପଦ ଶୁଣି ମନ ଖୁସି ହୋଇଯାଇପାରେ।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ର ଆକସ୍ମିକ ସୃଷ୍ଟି ହୋଇଥିବା ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କୁ ସାହାଯ୍ୟ ମାଗିବେ। ଭଲ ପଡ଼ୁନଥିବା ବ୍ୟକ୍ତି ଖାଲରେ ପକାଇବାକୁ ଚେଷ୍ଟା କଲେ ମଧ୍ୟ ସଫଳ ହେବେ ନାହିଁ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ପରିବାରରେ ଝଗଡ଼ା ଲାଗିପାରେ। ଉନ୍ନୟନମୂଳକ କାମ, ପ୍ରେସ୍‌, ସାହିତ୍ୟ ଚର୍ଚ୍ଚା, ବାଧାପ୍ରାପ୍ତ ହେବ ନାହିଁ।
କର୍କଟ
କର୍କଟ
ଆଜି କର୍ମକ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱକୁ ଛାଡ଼ିଦେଲେ ଅନ୍ୟ କୌଣସି ଅସୁବିଧା ହେବନାହିଁ। ଅଶ୍ଳେଷା ନକ୍ଷତ୍ର ଆନୁଷ୍ଠାନିକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଅତୀତ ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିପାରନ୍ତି। ଜମିଜମା କାରବାର ସମ୍ପର୍କୀୟ କାମଟି ହଠାତ୍‌ ହୋଇଯିବାର ପୂର୍ଣ୍ଣ ସମ୍ଭାବନା ରହିଛି।
ସି˚ହ
ସି˚ହ
ମଘା ନକ୍ଷତ୍ର ମାନସିକ ସ୍ତରରେ ବିରକ୍ତିଭାବକୁ ରୁକ୍ଷ ବ୍ୟବହାରରେ ପରିଣତ କରିପାରନ୍ତି। ବନ୍ଧୁଙ୍କ ପ୍ରରୋଚନାରେ ସ୍ଥଗିତ ରହିଯାଉଥିବା କାମ କୌଶଳ ଖଟାଇ ପୂର୍ଣ୍ଣାଙ୍ଗ କରିବେ। କର୍ମକ୍ଷେତ୍ରରୁ ଫେରିବା ବାଟରେ କଳହର ସମ୍ମୁଖୀନ ହୋଇପାରନ୍ତି। ଖାଦ୍ୟପେୟର ଅନିୟମିତତା ସ୍ବାସ୍ଥ୍ୟହାନିର କାରଣ ହୋଇପାରେ।
କନ୍ୟା
ପ୍ରତାରିତ ହୋଇ ଅଭିଳଷିତ ଜିନିଷ ନ ପାଇବା କାରଣରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା ହ୍ରାସ ପାଇବ। ଜଣେ ବନ୍ଧୁଙ୍କ ସହଯୋଗରୁ ନିର୍ମାଣାଧୀନ କାମଟି ସମ୍ପନ୍ନ କରିବେ। ହସ୍ତା ନକ୍ଷତ୍ର ପ୍ରତିଯୋଗିତାରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଆବଶ୍ୟକତା ପୂରଣ ସକାଶେ ଧାରକରଜ କରି କାମ ତୁଲାଇ ନେବେ।
ତୁଳା
ତୁଳା
ଆଜିର କର୍ମକ୍ଷେତ୍ରରେ ଯେକୌଣସି ପରିସ୍ଥିତି ଆସୁନା କାହିଁକି, ଆପଣ ସମସ୍ୟାକୁ ସୁଧାରି ନେଇ ପାରିବେ। ସ୍ବାତୀ ନକ୍ଷତ୍ରର କଚେରି ମାମଲାର ଶୁଣାଣି ବିଳମ୍ବ ହେବାରୁ ଧୈର୍ଯ୍ୟଚ୍ୟୁତି ଘଟିପାରେ। ସଭାସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇଁ ଲବି କରିପାରନ୍ତି। ଅଟକିଥିବା କାମ କିମ୍ବା ଆଲୋଚନାଟି ଆଜି ପୂର୍ଣ୍ଣାଙ୍ଗ ହେବ।
ବିଛା
ବିଛା
ଅନୁରାଧା ନକ୍ଷତ୍ର ନିଜେ ଚାହୁଁଥିବା କାମ ସକାଶେ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିବେ। ପରିବାରରେ ପାରସ୍ପରିକ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହେବ। କ୍ରୀଡ଼ା, କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି କାରଣରୁ ଘରକଥା ବୁଝିପାରିବେ ନାହିଁ।
ଧନୁ
ଧନୁ
ପୂର୍ବାଷାଢ଼ା ନକ୍ଷତ୍ର ପାରିବାରିକ କ୍ଷେତ୍ରରେ ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କ ହାନି ଯୋଗୁଁ ଚିନ୍ତା ପ୍ରକଟ କରିପାରନ୍ତି। ଘରେ ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। କଠୋର ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ। ତଥାପି କେତେକ ନୂତନ କାମର ପରିକଳ୍ପନା କରି ସଫଳତା ପ୍ରାପ୍ତ ହେବେ।
ମକର
ମକର
ବନ୍ଧୁଙ୍କ ସହ ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମସବୁ ଠିକ୍‌ ଠିକ୍‌ ହୋଇଯିବ। ସରକାରୀ ସ୍ତରରୁ ଅର୍ଥ ସାହାଯ୍ୟ ପାଇବେ ଏବଂ ହଠାତ୍‌ କୌଣସି ଖବର ପାଇ ଖୁସି ହେବେ। ଧନିଷ୍ଠା ନକ୍ଷତ୍ର ପାଇଁ ପୂର୍ବ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି।
କୁମ୍ଭ
କୁମ୍ଭ
କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିନିଅନ୍ତୁ ନତୁବା ପରେ ପଶ୍ଚାତ୍ତାପ କରିବେ। ନିଜ ଲୋକ ତାଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଆପଣଙ୍କ କାମକୁ ଅବହେଳା କରିପାରନ୍ତି। ଶତଭିଷା ନକ୍ଷତ୍ରର ଗୃହ, ଭୂମି, ଗାଡ଼ି, ପ୍ରେସ୍‌, ପବ୍ଲିକେଶନ ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ।
ମୀନମୀନ

ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଖଳ ଲୋକଙ୍କ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏକ ଭିନ୍ନ ପରିବେଶରେ ପଡ଼ୋଶୀଙ୍କ ସହ ମିଷ୍ଟାଳାପରେ ଆଜି ଅଧିକାଂଶ ସମୟ ମାତିରହିବେ। ପାରିବାରିକ କ୍ଷେତ୍ରରେ ଗୁରୁଜନଙ୍କ ସାନ୍ତ୍ୱନା ବାଣୀ ମନରେ ଆଶ୍ୱସ୍ତି ଭରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri