Posted inRasifala

ରାଶିଫଳ: ରବିବାର, ନଭେମ୍ବର ୧୭ ତାରିଖ – Daily Horoscope

ମେଷ
ଆଜି ବକ୍ରୀ ବୃହସ୍ପତିଙ୍କ ସହିତ ଚନ୍ଦ୍ର ରହିଥିବା ହେତୁ ଅର୍ଥ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠା ପ୍ରାପ୍ତ ହେବ। ଅଶ୍ୱିନୀ ନକ୍ଷତ୍ରର ଅଭ୍ୟନ୍ତରରେ କୁହୁଳୁଥିବା ଅଶାନ୍ତିର ଜ୍ୱାଳା ଅତିଷ୍ଠ କରାଇପାରେ। କିଛିଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜରେ ପାଇଯିବେ। ଶିଳ୍ପ, ନିର୍ମାଣ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମରେ ସୁଫଳ ପାଇବେ।
ବୃଷ
ବୃଷ
କୃତ୍ତିକା ନକ୍ଷତ୍ରର ସ୍ବାସ୍ଥ୍ୟ ଖରାପ ନ ଥିଲେ ମଧ୍ୟ ଘରୋଇ ଝାମେଲା କାରଣରୁ ମନ ଭଲ ରହିବ ନାହିଁ। ବ୍ୟବସାୟ, ପରିବହନ, ଲେଖାପଢ଼ା ଓ ପ୍ରଶାସନ କ୍ଷେତ୍ରରେ ଶୁଭଫଳ ପାଇବେ। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କତା ଅବଲମ୍ବନ ନକଲେ ମନସ୍ତାପ ବଢ଼ିଯିବ। ପାରିବାରିକ ଓ ସାମାଜିକ ସ୍ଥିତି ପ୍ରାୟତଃ ଭଲ ରହିବ।
ମିଥୁନ
ମିଥୁନ
ମଙ୍ଗଳ ଧନ ସ୍ଥାନରେ ଥିବାରୁ ଋଣ ପରିଶୋଧ, ଶତ୍ରୁତାର ସମାଧାନ, ଦୂରଯାତ୍ରା, ନୂତନ ନିଯୁକ୍ତିର ସୂଚନା ପାଇବେ। ଦୈହିକ ଦୁର୍ବଳତା ଦୂରେଇଯିବ। ସଭାସମିତିରେ କିଛି କରିବା ସକାଶେ ମନ ବଳାଇ ପାରନ୍ତି। ଗତକାଲିର ଅଟକି ରହିଥିବା ଅସମ୍ପୂର୍ଣ୍ଣ କାର୍ଯ୍ୟ ଆଜି ସାହାଯ୍ୟ ଲାଭ କରି କିଛି ଅଂଶରେ ବଢ଼ିଚାଲିବ।
କର୍କଟ
କର୍କଟ
ଶୁକ୍ରଗ୍ରହ ଷଷ୍ଠ ଭାବରେ ଅବସ୍ଥାନ କରୁଥିବାରୁ ପାରିବାରିକ ଜୀବନ ନିର୍ବାହ କଷ୍ଟକର ହୋଇପାରେ। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ, ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇ କାମ ସ୍ଥଗିତ ରହିଯାଇପାରେ। ସାଧାରଣ କଥାକୁ କେନ୍ଦ୍ର କରି ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେବାର ଆଶଙ୍କା ରହିଛି।
ସି˚ହ
ସି˚ହ
ବଳହୀନ ରବି କେନ୍ଦ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟର କ୍ରମାବନତି ସାଙ୍ଗକୁ ପାରିବାରିକ ଜୀବନରେ ଅଶାନ୍ତି ଦେଖିପାରନ୍ତି। ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହେବେ। କ୍ରୀଡ଼ା, କଳା, ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଅପ୍ରିୟ ସତ୍ୟ କହି ସହକର୍ମୀଙ୍କ ଚକ୍ଷୁଶୂଳ ହୋଇପାରନ୍ତି।
କନ୍ୟା
ରାଶିରେ କେତୁଙ୍କ ସ୍ଥିତିବଶତଃ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ପ୍ରଭାବିତ ହେବ। କାର୍ଯ୍ୟହାନି ସାଙ୍ଗକୁ ମନସ୍ତାପ ମଧ୍ୟରେ ସମୟ ଅତିବାହିତ ହେବ। ବନ୍ଧୁଙ୍କ ଅନୁରୋଧରେ କୌଣସି କାମ ସକାଶେ ମନ ବଳାଇପାରନ୍ତି। ମାଲି ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ସଙ୍ଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ।
ତୁଳା
ତୁଳା
ଦୈହିକ ଅସୁସ୍ଥତା ଓ ପାରିବାରିକ ସମସ୍ୟା ନିୟନ୍ତ୍ରିତ ରହିବ। ରାହୁଙ୍କ ପ୍ରଭାବରେ ଭୁଲ୍‌ ବୁଝାମଣା କାରଣରୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହେବ। ପ୍ରତ୍ୟେକ କ୍ଷେତ୍ରରେ ହଠାତ୍‌ କୌଣସି ଆଶାନୁରୂପ ସଫଳତା ମିଳିବ ନାହିଁ।
ବିଛା
ବିଛା
ରାଶିରେ ବୁଧାଦିତ୍ୟ ରହି ବିଭିନ୍ନ କାମରେ ଆପଣଙ୍କୁ ନିଯୁକ୍ତ କରାଇପାରନ୍ତି। ଅନୁରାଧା ନକ୍ଷତ୍ରର ମନ ଉଦାସ ରହିପାରେ। ଅଫିସ୍‌ରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହେବା କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ସଙ୍ଗଠନ, କ୍ରୀଡ଼ା, ଚଳଚ୍ଚିତ୍ରରେ ସମସ୍ୟା ଆପଣାଛାଏଁ ସମାଧାନ ହୋଇଯିବ।
ଧନୁ
ଧନୁ
ରାଶିରେ ବିଳାସକାରକ ଶୁକ୍ର ଆପଣଙ୍କୁ ହସ, ଖୁସିର ଖୋରାକ ଯୋଗାଇପାରେ। ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ପଡ଼ୋଶୀମାନେ କିମ୍ବା ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ଅପପ୍ରଚାର ଚଳାଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସଚେତନ ରହି କାମ କରିବା ଭଲ ହେବ।
ମକର
ମକର
କର୍ମାଧିପତି ରାଶିକୁ ଅବଲୋକନ କରୁଥିବାରୁ ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। ଦ୍ୱାଦଶସ୍ଥ ଶୁକ୍ର ଆପଣଙ୍କୁ କଳ୍ପନା ଓ ଭାବପ୍ରବଣତାରେ ଆପଣଙ୍କୁ ନିମଜ୍ଜିତ କରି ରଖିପାରେ। ଲେଖାପଢ଼ା, କଳା, ସାହିତ୍ୟ, ବ୍ୟବସାୟ ଓ ଏଜେନ୍ସି ତଥା ସାମ୍ବାଦିକତାରେ ପ୍ରଶଂସିତ ହେବେ। ପାରିବାରିକ ସୁଖ, ଶାନ୍ତି ସହ ସାମାଜିକ ସ୍ଥିତି ଭଲରହିବ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନିଙ୍କ ପ୍ରଭାବରୁ ଯେଉଁ ଜିନିଷଟି ନ ପାଇ ବ୍ୟସ୍ତ ହେଉଥିଲେ ଆଜି ତାହା ସୁବିଧାରେ ପାଇଯିବେ। ହଠାତ୍‌ ଜଣେ ବନ୍ଧୁ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ବନ୍ଧୁଙ୍କ ସହାୟତାରେ ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ।
ମୀନମୀନ

ପୂର୍ବାବସ୍ଥା ଦୂରୀଭୂତ ହୋଇଯିବାରୁ ମାନସିକ ସ୍ତରରେ ପ୍ରଫୁଲ୍ଲତା ଅନୁଭବ କରିବେ। କିନ୍ତୁ ରେବତୀ ନକ୍ଷତ୍ରର ଅଟକିଥିବା କାମ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇ ପଡ଼ିବ। ସାମାଜିକ ସ୍ତରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସାହିତ୍ୟ, ସଙ୍ଗୀତ, ନିର୍ମାଣ, ପରିବହନ, ସଭାସମିତି କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?