Posted inRasifala

ରାଶିଫଳ: ଗୁରୁବାର, ଫେବୃୟାରୀ ୧୭ ତାରିଖ – Daily Horoscope

ମେଷ
ଆଜି ସାମାନ୍ୟ କଥାରେ ପାରିବାରିକ କଳହ କାରଣରୁ ମାନସିକ ଅସ୍ଥିରତା ଲାଗିରହିବ। ଘରର କେତେକ ଅଟକି ରହିଯାଇଥିବା କାମକୁ ଯଥାଶୀଘ୍ର ଶେଷ କରିବା ସକାଶେ ଚିନ୍ତା କରିପାରନ୍ତି। ବ୍ୟବସାୟରେ, କିଣାବିକା କ୍ଷେତ୍ରରେ ସାବଧାନ ରୁହନ୍ତୁ, ନଚେତ୍‌ ଠକାମିରେ ପଡ଼ିପାରନ୍ତି। ସଭାସମିତି ଓ ଆନୁଷ୍ଠାନିକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ପରିବାରର ବିଭିନ୍ନ ବ୍ୟୟ ଭରଣା କରିବା ସକାଶେ ବ୍ୟସ୍ତତା ବଢ଼ିଯାଇପାରେ। ପରିସ୍ଥିତିରେ ପଡ଼ି ଅର୍ଥ ସାହାଯ୍ୟ ପାଇଁ ବନ୍ଧୁଙ୍କ ଦ୍ୱାରସ୍ଥ ହେବେ। ଅଫିସରେ କାମର ଚାପ ବଢ଼ିବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।
ମିଥୁନ
ମିଥୁନ
ଆକସ୍ମିକ ଭାବରେ ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ହେବେ। ଅବଶ୍ୟ ଘରକାମରେ କିମ୍ବା ନୂତନ କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିପାରନ୍ତି। ଅଫିସ କାମରେ ସହକର୍ମୀଙ୍କ ସହ ଫଳପ୍ରଦ ଆଲୋଚନାରୁ ସନ୍ତୋଷ ପାଇବେ। କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି।
କର୍କଟ
କର୍କଟ
ଭାବପ୍ରବଣତାରୁ ଅଧିକାଂଶ ସମୟ ତର୍କବିତର୍କ କାରଣରୁ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ଅଶ୍ଳେଷା ନକ୍ଷତ୍ରର ନିଜ ପରିସରରେ କିମ୍ବା ଅଫିସରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଆଜିର ପ୍ରତ୍ୟୁଷ ଯାତ୍ରା ଓ ମାଙ୍ଗଳିକ କାମ ତଥା ବନ୍ଧୁମିଳନରୁ ଖୁସି ରହିବେ।
ସି˚ହ
ସି˚ହ
ପରିସ୍ଥିତିରେ ପଡି ନିକଟ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହୋଇପାରନ୍ତି। ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାରର କୌଶଳ ଅବଲମ୍ବନ କରିବାକୁ ପଡିପାରେ। ଅଫିସରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। କେତେକ କ୍ଷେତ୍ରରେ ସ୍ନାୟବିକ ଦୁର୍ବଳତା ବିସ୍ମରଣର କାରଣ ହେବ।
କନ୍ୟା
ପାରିବାରିକ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବା କାରଣରୁ ଭାବପ୍ରବଣତା ସୃଷ୍ଟି ହେବ। ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି।
ତୁଳା
ତୁଳା
ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ବ୍ୟବସାୟରେ ସଫଳତା ହାସଲ କରିବେ କିନ୍ତୁ କିଛିଟା ସମସ୍ୟା ମଧ୍ୟରେ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ, ନତୁବା ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ। ସ୍ବାତୀ ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
ବିଛା
ବିଛା
ଖୁସି ମନରେ କାମ କରିବେ ଓ ଯାହା ଚିନ୍ତା କରିଥିବେ କାର୍ଯ୍ୟରେ ପରିଣତ କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ସାହାଯ୍ୟ ଲାଭ କରି ଆର୍ଥିକ ସମସ୍ୟା ଦୂର ହୋଇଯିବ। ଈର୍ଷାପରାୟଣତା କିମ୍ବା କଠୋର ବାକ୍ୟାଳାପ କାରଣରୁ ନିଜଲୋକଙ୍କଠାରୁ ଆସ୍ଥା ହରାଇବେ। କଳା, ସାହିତ୍ୟ, ସଙ୍ଗୀତ ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ବିଭିନ୍ନ ସମସ୍ୟା ବିଜଡିତ ରହିବା ହେତୁ ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେବ। ଆଜି କାମଗୁଡିକ ସହଜ କିମ୍ବା ସୁବିଧାରେ ହେବ ନାହିଁ କି ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ବନ୍ଧୁଙ୍କ ଜରିଆରେ ବାକି ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିପାରନ୍ତି।
ମକର
ମକର
ସତର୍କତାର ସହ କାମ କରନ୍ତୁ। ବ୍ୟତିକ୍ରମ କଲେ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ। ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଇଚ୍ଛା ନ ଥାଇ ମଧ୍ୟ ବନ୍ଧୁଦ୍ୱାରକୁ ଯିବାକୁ ପଡ଼ିପାରେ। ଆର୍ଥିକ ଅଭିବୃଦ୍ଧି ଚେଷ୍ଟା କରି ସଫଳ ହେବେ। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବା ସାଙ୍ଗକୁ ଦୂରଯାତ୍ରାର ମଧ୍ୟ ସୁଯୋଗ ପାଇବେ।
କୁମ୍ଭ
କୁମ୍ଭ
ସକାଳୁ ସକାଳୁ ଭ୍ରମଣ ସକାଶେ ମନ ବଳାଇବେ ଓ ଦୂର ସ୍ଥାନକୁ ଯାତ୍ର କରିପାରନ୍ତି। ଦୀର୍ଘ ସମୟରୁ ପ୍ରତୀକ୍ଷା କରି ପରିଶେଷରେ ପଡ଼ୋଶୀଙ୍କଠାରୁ ଶୁଭଖବର ପାଇ ଖୁସି ହେବେ। ବହୁତ ଦିନରୁ ରହିଯାଇଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବ।
ମୀନମୀନ
କର୍ମକ୍ଷେତ୍ରରେ ସଫଳତା ଅବଶ୍ୟ ପାଇବେ। କ୍ରୀଡ଼ା, ଚଳଚ୍ଚିତ୍ର, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?